ଉତ୍କଳ−କବି
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
ରାୟ ରାଧାନାଥ ରାୟ ବାହାଦୁର
-୧-
ମାତୃଭୂମି−ପ୍ରିୟକବି ରାୟ ରାଧାନାଥ,ଧନ୍ୟ ତବ ଜନ୍ମଭୂମି ଧନ୍ୟ ମାତା ତାତ ।ଜପିଶା−କୂଳରୁ ଆଜି ଚିଲ୍ କାହ୍ରଦଯାଏଉଦଘୋଷିତ ହୁଏ ‘ଧନ୍ୟ ରାଧାନାଥ ରାଏ ।’ଉତ୍ତୁଙ୍ଗପର୍ବତ−ଶିଖେ କରି ଆରୋହଣକରୁଛ ଦୁନ୍ଦୁଭି−ମନ୍ଦ୍ର ବୀର−ଉନ୍ମାଦନ,ମୋହନ ମୁରଲୀ କେବେ ବାଇ ତରୁତଳେତରୁଣ−ତରୁଣୀ ମନ ମୋହୁଅଛ ହେଲେ ।ନିର୍ଜନ ଶ୍ମଶାନେ କେବେ ହେ ବୈରାଗୀ କବି !ଉଭା ହୋଇ ଚିତ୍ର ଭବ−ନଶ୍ୱରତା−ଛବି ।ନବରସ−ବର୍ଣ୍ଣନାରେ ହେ ରସିକବର !କାବ୍ୟରାଜିପୂର୍ଣ୍ଣ ହୋଇ ରହିଛି ତୁମ୍ଭର ।ପ୍ରତିଭା କବିତ୍ୱ ବିଦ୍ୟା ବିନୟ କରୁଣା-କେଉଁ ଗୁଣେ ରାଧାନାଥ ! ନୁହ ତୁମ୍ଭେ ଊଣା ।
-୨-
ପାର୍ବତୀ, କେଦାରଗୌରୀ, ଯଯାତିକେଶରୀ,ଉଷା, ମହାଯାତ୍ରା ସଙ୍ଗେ ନନ୍ଦିକା−ଈଶ୍ୱରୀ,ତୁଳସୀସ୍ତବକ, ଚନ୍ଦ୍ରଭାଗା, ଉରୁବଶୀ,ଚିଳିକା, କବିତାବଳୀ ଲେଖିଅଛ ବସି,ମେଘଦୂତ−ଅନୁବାଦ କରିଅଛ କବି,ଚିତ୍ରିଅଛ ଦଶରଥ−ବିୟୋଗର ଛବି ।ସିନ୍ଧୁ, ହ୍ରଦ, ନଦୀ, ବନ, ପର୍ବତ, ପ୍ରାନ୍ତର,କେଦାର, ମନ୍ଦିର, ଦୁର୍ଗ, ପଥ, ଘାଟ, ଘର ।ଇତିହାସ−କାବ୍ୟକୁଞ୍ଜେ ସଞ୍ଚିତ ରତନଉଦ୍ଧାରି ଉତ୍କଳେ କବି ! କରିଛ ଅର୍ପଣ ।ତେଣୁ ଗିରି ବନେ ଦୋଳି ଖେଳି ବନବାଳା,ବନଦେବୀ ଆରୋହିଣ ସିନ୍ଧୁବୀଚିମାଳା ।ପୁରାତନରୁଚିଯୁକ୍ତ ପଣ୍ଡିତସମାଜ,ନବ୍ୟଶିକ୍ଷାପ୍ରାପ୍ତ ଯୁବା ଉତ୍କଳୀୟ ଆଜି ।କବିବର ତବ ଯଶ ଗାଆନ୍ତି ସମସ୍ତେ,ନମସ୍ତେ ସ୍ୱଦେଶ କବି । ନମସ୍ତେ ନମସ୍ତେ ।
-୩-
ଏ ଜଗତେ ସଦା ବୀଣାପାଣି ଭକ୍ତଗଣଦରିଦ୍ରତା−ଅନାଦରେ ଯାପିବେ ଜୀବନ ।ଏହି ଆଜ୍ଞା କବି−ଭାଲେ ହୋଇଛି ଲିଖିତ,ସର୍ବ କବି−ଜୀବନରେ ଏହା ପ୍ରମାଣିତ ।ବିଶେଷେ ଉତ୍କଳଭୂମି ଅଶିକ୍ଷିତ, ଦୀନ,ଶିକ୍ଷିତ, ପଦସ୍ଥ, ଧନୀ ଏଥି ଉଦାସୀନ ।କିନ୍ତୁ ଆହେ ସୁପଣ୍ଡିତ ସୁଯୋଗ୍ୟତା ବଳେ,ପଡ଼ିନାହିଁ ଦରିଦ୍ରତା−ଦାରୁଣକବଳେ ।ଦରିଦ୍ର ଉତ୍କଳ; କିନ୍ତୁ ଭକତି−ସମ୍ମାନତୁମ୍ଭଙ୍କୁ ସେ କବିବର ! କରିଛି ପ୍ରଦାନ ।ଘେନି ଦୁର୍ବାକ୍ଷତ−ଯୁକ୍ତ ଅର୍ଘ୍ୟର ଡାଲିଆ,
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ