ବନପ୍ରିୟ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୯
- ସ୍ଥିତି
- ସାର୍ବଜନୀନ (Public domain)
We look before and after.And pine for what is not,Our sincerest laughterWith some pain is fraught:Our sweetest songs are thoseThat tell of saddest thought.To A Sky Lark - P. B. Shelleyଋତୁଚକ୍ର−ଅୟନେ ବସନ୍ତ ଆଗମନେଏ ବିଶ୍ୱେ ବିମୋହିତ କରିବସି ପତ୍ର ଗହଳେ ମଧୁକଣ୍ଠ ଚହଳେଢାଳୁରେ ପଞ୍ଚମ ଲହରୀ;କୁହରୁ ପିକ ଘନ ଘନ,ଶୁଭଇ କହୁ କହୁ ସ୍ୱନ,ଶୁଣନ୍ତେ ତୋ ଗାୟନ ବିକଳ ପ୍ରାଣ ମନବିଚ୍ଛେଦ−ବିଦଗ୍ଧ ମୋହରି ରେ ବନପ୍ରିୟ । ୧ ।କାହୁଁ ତୁ ଆସି ଉଡ଼ ପତ୍ରଗହଳେ ବୁଡ଼ିସୁମରି ମଧୁର ସ୍ୱଦେଶଫେଡ଼ି ହୃଦୟଦ୍ୱାର ଝଙ୍କାରୁ ବାରମ୍ବାର ?ତୋ ସ୍ୱନ ଭେଦେ ହୃଦଦେଶ,ସ୍ୱଦେଶୁଁ ମୋ ହୃଦୟ−ରାଣୀପଠାଇଛନ୍ତି କିବା ବାଣୀ ?ତୋ ଘନ ଘନ ସ୍ୱନେ ମୋ ମାୟାମୁଗ୍ ଧମନେହୁଅଇ ବିରହ−ଆବେଶ । ୨ ।କରେ ତୋ ସୁଧା−ସ୍ୱନ ଅତୀତ−ଉଦ୍ବୋଧନକି ଅର୍ଥ ଅଛି ସେ ସୁଧାରେ !ବଜାଏ ତୋର ଗୀତ ବିରହର ସଙ୍ଗୀତମୋ ହୃଦତନ୍ତ୍ରିବୀଣାତାରେ;ଆହା କି ମଧୁର ସେ ଧ୍ୱନି !ଭାବୁକ−ହୃଦ−ସ୍ପର୍ଶମଣି,ଶୁଣି ତୋ କୁନୁ−ସ୍ୱନ ଉଦାସ ପ୍ରାଣ ମନବିବଶ ବିଷାଦର ଭାରେ । ୩ ।ଉନ୍ମାଦଭରା ଧ୍ୱନି ଶୁଣି ମତ୍ତ ଧରଣୀକି ମନ୍ତ୍ର ପଢ଼ୁ ଗାଇ ଗାନ,କି ମାଧୁରୀ ସ୍ୱର୍ଗର ବିକୀରଇ ତୋର ସ୍ୱରଲଳିତ ପଞ୍ଚମ−ସ୍ୱତାନ ?ଶୁଣି ତୋ ଗୀତ ସୁଧାମୟବହଇ ସୁମନ୍ଦ ମଳୟ,କଅଁଳେ କିଶଳୟ କିବା ରକ୍ତିମାମୟ !ଉଲ୍ଲସି ଉଠେ ବିଶ୍ୱପ୍ରାଣ । ୪ ।ସୁଲଳିତ ପଞ୍ଚମ ଆହା କି ମନୋରମଅମୃତ ଜିଣିଣ ମଧୁର !କିପାଇଁ ଢାଳୁ ସୁଧା ବଢ଼ାଇ ପ୍ରାଣକ୍ଷୁଧା ?ନିଖିଳ ସୁଖ ହୁଏ ଜୁର,ପ୍ରବେଶି ସେ ସୁଧା ମୋ କାନେଦୁଃସହ ବିଷ ଢାଳେ ପ୍ରାଣେ,ପିଇ ଅମୃତ ତୋର ଜଳଇ ହୃଦ ମୋରମୋ ପ୍ରିୟ−ବିରହେ ବିଧୁର । ୫ ।ଶାନ୍ତ ସୁନ୍ଦର ନୀଳ ଆକାଶରେ କୋକିଳ,ମୋ ବୋଲ ପିକ କି ଶୁଣିବୁ,ଘର ଗ୍ରାମ ନଗର ହ୍ରଦ ତଟିନୀ ସର
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ