ଉପେନ୍ଦ୍ର ଭଞ୍ଜ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ଉତ୍କଳ ମହାକବି ଅଦ୍ଭୁତ ଶାର୍ବ୍ଦିକ,ହେ ଅମର ପୁଣ୍ୟଯଶା, ଏ ପୁଣ୍ୟ ଉତ୍କଳେତବ ପ୍ରତିଭାର ମୂର୍ତ୍ତି ରାଜେ ପ୍ରତିଗୃହେ ।ଗତ ତୁମ୍ଭେ, ମାତ୍ର ତବ ବୀଣାର ମୂର୍ଚ୍ଛନା(କୋବିଦ-ମାନସ-ମୃଗ-ବନ୍ଧନ-ବାଗୁର)ରହିଛି ଉତ୍କଳ ମାଟି ବାୟୁ ନଭେ ମିଶି ।ତବ କବିତାର କୋଷ୍ଠୀ କୌମୁଦୀ ରେଖାରେଅଙ୍କା ଇତିହାସେ, କାରୁକଳା-ବିମଣ୍ଡିତ,ଗଣି ତାହା ଜଗତର ପ୍ରବୀଣ ଗଣକେ,କରି ଉପଲବ୍ଧି ତାର ପୂର୍ଣ୍ଣତା, ଶ୍ରେଷ୍ଠତା,ସମର୍ପନ୍ତି ପୁଷ୍ପାଞ୍ଜଳି ତବ ଉଦ୍ଦେଶ୍ୟରେ ।ବାଣୀଶିଷ୍ୟ, ଲମ୍ବାଇଛ ମାତୃଭୂମିଗଳେଯେ ମହିମା-ମଣି-ମାଳା, ଅପ୍ରତିମ ତାହା,ସେହି ତମ ସ୍ୱର୍ଣ୍ଣ ସୃତି-ସୁବର୍ଣ୍ଣ-ମୁରତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର