ଖଦ୍ୟୋତ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ଦରିଦ୍ରର ଆଶା ପ୍ରାୟ ଖଦ୍ୟୋତ ଆଲୋକକ୍ଷଣେ ଦୀପ୍ତ, କ୍ଷଣେ ଲୁପ୍ତ, ସେ ଆଲୋକଟିକଖଦ୍ୟୋତର ନିଜପାଇଁ । ଯାହାର ଆଲୋକନିଖିଳ ଜଗତ ପାଇଁ, ସେ ସୁଦ୍ଧା ଖଦ୍ୟୋତ,ଉଭୟକୁ ଏକ ଆଖ୍ୟା ଦେଲା ଯେ ଶାବ୍ଦିକଅଭିଧାନ ଗ୍ରନ୍ଥେ, କେଡ଼େ ଅବିବେକ ସେହୁ,ଅର୍ପିଲା ଗୋଷ୍ପଦେ ସିନା ମହାବଧି ଆସନ ।ନୀଚ, ଉଚ୍ଚୋପାଧି ଲାଭେ ହୁଏ ଗର୍ବେ ସ୍ଫୀତ,ଏହା ପ୍ରାକୃତିକ, ତଥା ସେ ନଗଣ୍ୟ କୀଟ,ଦେଖି ଦୀପଶିଖା ମଣି ନିକୃଷ୍ଟ ତାହାକୁନିଜଠାରୁ, ଦର୍ପଭରେ ଝାମ୍ପିଦିଏ ତହିଁ,ଫଳେ ଭସ୍ମୀଭୂତ ହୋଇ ହରାଏ ଜୀବନ,ଗର୍ବ ପରିଣାମ ଫଳ ମହାମାରାତ୍ମକ,ନ ଛୁଅନ୍ତି ସାଧୁତେଣୁ ତ୍ରିସୀମା ତାହାର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର