ଶ୍ରୀପଞ୍ଚମୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୯
- ସ୍ଥିତି
- ସାର୍ବଜନୀନ (Public domain)
ଆଜି ମହାଦିବା, ପୁଣ୍ୟ ଶୁଭ ଶ୍ରୀପଞ୍ଚମୀ,ଉତ୍କଳ-ଭାରତୀଙ୍କର ଆଗମନୀ ତିଥି,ଏକେ ମଧୁଋତୁ, ମୋଦେ ହସୁଛି ଧରଣୀ,ମିଶି ପୁଣି ଦୁଯେ ତହିଁ ବିଶ୍ୱଜ୍ଞାନରାଣୀ-ବାଣୀ ଦେବୀ ମଧୁମୟ ହାସ୍ୟ-ସୁଧାରାଗ,ହେଉଛି ଅମୃତେ ଆହା ଅମୃତ ବର୍ଷଣ !ଉଠ ଉଠ ଉତ୍କଳୀୟେ, ମୋହିନିଦ୍ରା ତେଜି,ଡାକୁଛନ୍ତି ମାତା ଆସି, ଅମୃତ ଆହ୍ୱାନେ,ଦେଖ ଦେଖ ମାତୃମୂର୍ତ୍ତି, ଆହା କି ସୁନ୍ଦର,ସମାସୀନା ଦେବୀ, ଶ୍ୱେତ-ଶତଦଳୋପରି,ବାମ କର ଶୋହେ ବୀଣା, ବାମେତର କରରହିଛି ବିସ୍ତତ, ପଦ୍ମ ପାଖୁଡ଼ା ପରାୟେ,-ଅଭୟ, ଉନ୍ନତି, ଜ୍ଞାନ-ବରଦାନ ପାଇଁପୂଜ ତାଙ୍କ ପାଦ, ଛାଡ଼ି ଆଳସ୍ୟ, ଜଡ଼ତା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର