ସଙ୍ଗୀତ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୯
- ସ୍ଥିତି
- ସାର୍ବଜନୀନ (Public domain)
କି ମହାମୋହିନୀ ଶକ୍ତି ଆହା ସଙ୍ଗୀତର,ଆକର୍ଷେ ସେ ବନୁ ମୃଗେ, ବିଳୁ ବିଜେଶୟେଅନାୟାସେ, ମରଣର ଭୀଷଣ ସମ୍ମୁଖେ ।କେ ନୁହେ ସଙ୍ଗୀତବଶ, ଦୁର୍ଲ୍ଲଭ କା ମୁଖେସଙ୍ଗୀତର ଯେହାବୃତ୍ତି, ପୀୟୁଷ ପଟିତ ।ସୁରୁ ସୁରୁ ସ୍ୱରେ ସଦା ଗାଉଛି ସମୀରବିଶ୍ୱଭୂମା ଈଶ୍ୱରଙ୍କ ଅନନ୍ତ କବିତା,ପ୍ରକୃତି-ଅମରସ୍ତୁତି ଗାଏ କଲ୍ଲୋଳିନୀକୁଳ କୁଳୁ କଳନାଦେ, ଆବର ଗାଉଛିମହାସିନ୍ଧୁ ଜଗତର ସଜୀବ-ସଙ୍ଗୀତ,ମାନବର ଅନ୍ତରାତ୍ମା ନୀରବ ଭାଷାରେକରିଛି ଆବୃତ୍ତି ସଦା କି ମହାଗୀତିକାକେବଣ ଉଦ୍ଦେଶ୍ୟେ, ତାହା ଅଜ୍ଞାତ ତାହାର,ମାତ୍ର ସେ ଅଲକ୍ଷ୍ୟେ ତହିଁ ହେଉଛି ମୋହିତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର