ବିନୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ବିନୟ ମାନବ ପ୍ରାଣେ ଅମର ବିଭୂତି,ପୂଜନ୍ତି ତ ପଦ ପ୍ରାଜ୍ଞେ ପୂଜାରୀପଣରେ,ବିନୟୀ ଅଜାତଶତ୍ରୁ, ସର୍ବେ ତାର ବଶ,ଏଣୁ ଅଳ୍ପ ଝୁଣ୍ଟେ ସେହୁ ବନ୍ଧୁର ସଂସାରେ ।ଭୁଞ୍ଜେ ଯେଉଁ ସୁଖଶାନ୍ତି ଦରିଦ୍ର ବିନୟୀ,ଦୁର୍ବିନୀତ ଧନିଭାଗ୍ୟେ ସ୍ୱପ୍ନାତୀତ ତାହା,ବିନୟ ବିପଦସାଞ୍ଜୁ, ଭୀମ ପ୍ରଭଞ୍ଜନନାଶେ ଊର୍ଦ୍ଧ୍ୱଶିର ତରୁ, ମାତ୍ର ଭୂମିନତଦୁବର ତ କରେ ନାହିଁ କେବେ କିଛି କ୍ଷତି ।ବିନୟ ମାହାତ୍ସ୍ୟ ବୁଝେ ବିନୟ-ସେବକ,ମେଘର ସ୍ୱଭାବ ଧର୍ମ, ହୋଇ ସେ ଆନକମର୍ତ୍ତ୍ୟରେ ଅମୃତଧାରୀ ଢାଳେ ପ୍ରାବୃଟରେ,କେତେ ଲୋକ ପାରାବାର, ମାତ୍ର ସେ ସତତସବିନୟେ ବେଳା ପଦେ ହୁଏ ବିଲୁଣ୍ଠିତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର