ଦାରିଦ୍ର୍ୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ଦାରିଦ୍ର୍ୟ ଦଶମ ଗ୍ରହ, ଅନ୍ଧକାରମୟଅମଙ୍ଗଳ ଧୂମକେତୁ ହୁଏ ଅଧିଷ୍ଠିତଯାର କୋଷ୍ଠି-କେନ୍ଦ୍ରେ ଦୁଷ୍ଟ, ଜୀବନ ତାହାରଚିର ହାହାକାରପୂର୍ଣ୍ଣ, ଅଭାବ-ଆଳୟ,ଯେତିକି ସେ କରେ, ହାୟ, ଆଶା ଆରାଧନା,ତେତିକି କାହାକୁ ଆଶା ଠେଲେ ପଦେ ଦୁରେ ।ବାସନ ଅପୂର୍ଣ୍ଣ ତାର, ଭ୍ରମେ ସେ ସଂସାରେସଙ୍କଳ୍ପ-ମୋଦକେ ସଦା ପୂରାଇ ଉଦର ।ହେଉ ଯେତେ ଜ୍ଞାନୀ, ଯେତେ ପ୍ରତିଭା-ପିହିତ,ଢାଙ୍କିଦିଏ ସବୁ ଗୁଣ ଦାରିଦ୍ର୍ୟ-କାଳିମା,ଛୁଏଁ ନାହିଁ ନାମ ତାର ଉପାଧି ତାଲିକା ।ହେବାକୁ ଦରିଦ୍ରବନ୍ଧୁ ମଣନ୍ତି ଧନିକେମହା ମାନହାନି କିମ୍ବା ଭୀଷଣ ପାତକ,ଅତଃ ଅବଜ୍ଞା ତାହାର ଦୁର୍ଭାଗ୍ୟ-ସୁଲଭ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର