ଦୁର୍ବାସା ଋଷି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ହେ ଦୁର୍ଭାଷୀ ଅହମିକା-ମନ୍ଦିର ଦୁର୍ବସା,କ୍ରୋଧ ଅଭିଶାପେ ଭରା ଉଦର ତୁମ୍ଭର,କଥାକେ କଥାକେ ଧର ଅଗ୍ନିଶର୍ମା ରୁପ,ଏହା କି ହେ ଶାନ୍ତିପ୍ରିୟ ବ୍ରାହ୍ମଣ ଲକ୍ଷଣ ?ଅକ୍ଷମା-ସର୍ବସ୍ୱ ତୁମ୍ଭେ, ଆବର ନିର୍ଦ୍ଦୟ,ନୁହେଁ ଏହା ସୂସଂଯମୀ ଯତି ଆଚରଣ ।କ୍ରୋଧ ମହାଦୃଷ୍ଟି ରିପୁ, ଆହୁତି ସ୍ୱରୁପେସମର୍ପେ ଯେ ଯଜ୍ଞାନଳେ ସର୍ବାଗ୍ରେ ତାହାକୁସେ ତପୀ, ତାହା ତପସ୍ୟା, ତପସ୍ୟା ପ୍ରକୃତ,ପ୍ରଧାନ ତପସ୍ୟା ସିନା ଅହିଂସା, ଅକ୍ରୋଧ ।ନତୁବା ସତତ ହେବା କ୍ରୋଧ ଜର୍ଜରିତନୁହେଁ ଋଷିଧର୍ମ, ତାହା ହଳାହୁଜୋଦ୍ଗାରୀନାଗସର୍ପର ସ୍ୱଭାବ, ଧରୁ ପଛେ ନରଦେବକଳ୍ପଗୁଣ, ମାତ୍ର ପଣ୍ଡ ତାହା କ୍ରୋଧେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର