ଉଦ୍ବୋଧନ *
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୪
- ସ୍ଥିତି
- ସାର୍ବଜନୀନ (Public domain)
ଦେଖ ବହୁଛି ହେ, ଈଶ୍ୱର-ଆଶିଷଧାର,ଜ୍ଞାନ କର୍ମ ଗଙ୍ଗା- ଯମୁନା ପରାଏଭବୁ କରିବାକୁ ପାର । ଘୋଷା ।ଦୁହିଁଙ୍କର ଯହିଁ ସଙ୍ଗମ ତହିଁରେବାଞ୍ଛାବଟ ହୁଏ ଜାତ,ମିଳିତ ସେ ବଟ- ତଳେ ବସି ଯାହାବାଞ୍ଛି ବଳାଇବ ହାତ ।ସେ ଧାରଯୁଗଳ ଉତ୍କଳଭୂମିରବହୁଦୂରେ ଅଛି ରହି,କୁଲ୍ୟା ଖୋଜିବାର ପ୍ରୟାସ ନ କଲେଆସି ନ ପାରିବ ବହି ।କୁଲ୍ୟା ଖୋଳା ହୋଇ ନ ପାରିବ ଭାଇଦୁଇ ଚାରି ଜଣକରେଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖ୍ୟନ ମିଳିଲେ ପରସ୍ପରେ ।କୋଟିଏ ସୋଦର ଗୋଟିଏ ଜୀବନନ କରିବା ଯେତେ ଦିନ,ଧୀର ଚାହିଁ ଚାହିଁ ଶୋଷେ ଥିବା ରହିଦଶା ହୋଇଥିବ ହୀନ ।ଆଜି ଏହି ଶୁଭ ସମ୍ମିଳନେ ଶୁଭକ୍ଷଣେ କରୁଁ ଶୁଭଦାନ,ଉତ୍କଳ-ବକ୍ଷରେ ବହିବ ଅଚିରେକର୍ମ ସଙ୍ଗେ ଆସି ଜ୍ଞାନ ।ଈଶ୍ୱରଙ୍କ ଶୁଭ ଆଶୀର୍ବାଦକୁ ଯେଜାଣି ଜାଣି କରେ ହେଳା,ଦୁରାଶା-କୁହୁଡ଼ି ଗରଭେ ସେ ପଡ଼ିଭାଙ୍ଗଇ ଜୀବନ-ଭେଳା ।
ଉତ୍କଳ-ସମ୍ମିଳନୀର ଏକାଦଶ ଅଧିବେଶନ ଉପଲକ୍ଷେ ରଚିତ ।୧.
ଗିରିଧାରୀ ମେହେର ନାମକ ଜଣେ ମହାଜନ । ସେ ସୋନପୁର ଗଡ଼ଜାତ ଅନ୍ତର୍ଗତ ବିନିକାରେ ବାସ କରୁଥିଲେ । ପରିଶେଷରେ ବୈଷ୍ଣବ ହୋଇ ବଦରିକାଶ୍ରମରେ ପ୍ରାଣତ୍ୟାଗ କରିଥିଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର