ନବବର୍ଷ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୭
- ସ୍ଥିତି
- ସାର୍ବଜନୀନ (Public domain)
ବର୍ଷଟିଏ ଗଲା ଉତ୍କଳ-ଜୀବନେଘଟାଇ ଗଭୀର ଦୁଃଖ,ଦୁଃଖ ଉପଶମ ପାଇଁ କିଛି ପୁଣିଦେଖାଇ ଦେଇଛି ସୁଖ ।ଦେଇଛି ଯେ ଦୁଃଖ ରହିବ ତା’ ବକ୍ଷ-ସ୍ଥଳରେ କଳଙ୍କ ହୋଇ,ଶତ ଚେଷ୍ଟାକଲେ ଶତ ସ୍ରୋତଜଳେନ ପାରିବ ତାହା ଧୋଇ ।ଯେ ମଧୁସୂଦନ ଉତ୍କଳସଦନକରୁଥିଲେ ଆଲୋକିତ,ତାଙ୍କୁ ନେଇ ଏକ ବର୍ଷ ଅବିବେକହୋଇଗଲା କଳଙ୍କିତ ।ଗୌରବ ମସ୍ତକେ ବସାଇ କ୍ଷଣକେବୈକୁଣ୍ଠନାଥଙ୍କୁ ହରି,ତା’ ପରେ ବତ୍ସର ଘୋର କଳଙ୍କରବାନାଟିଏ ଗଲା ଧରି ।ରାଧାନାଥ ମନ ବଇକୁଣ୍ଠ ଧନହୋଇ ଚିର ସହକୃତ,ଉତ୍କଳର ବଳ- ବର୍ଦ୍ଧକ ସମ୍ବଳଥିଲା ଯଥା ଖଣ୍ଡ ଘୃତ ।ଗଲେ ସେ ସକଳେ ଥୋଇ ଏ ଉତ୍କଳେଜୀବନର ପ୍ରତିବିମ୍ବ,ଦର୍ପଣ ଦୋଷରୁ ସହକାର ତରୁକେବେ କାହିଁ ହେବ ଲିମ୍ବ ।ଦେଇଅଛି ହର୍ଷ ମଧ୍ୟରେ ଏ ବର୍ଷସତ୍ୟବାଦୀ ବିଦ୍ୟାଳୟ,ନବ ସଂସ୍ଥାପନେ ଉତ୍କଳର ପ୍ରାଣେହେଲା ନବ ବଳୋଦୟ ।ଯେଉଁ ଗଙ୍ଗବଂଶ ଉତ୍କଳରେ ଯଶରଖିଛନ୍ତି ବିଦ୍ୟାବଳେ,ତାଙ୍କ ବଂଶଧର ଶ୍ରୀ ଦିବ୍ୟଶଙ୍କରଆରୋହିଲେ ବିଦ୍ୟାଚଳେ ।ବହି ନବ ଆଶା ଜନମିଛ ‘ଆଶା’‘ଉତ୍କଳ ସେବକ’ ସହ,ସାହିତ୍ୟ ସମାଜ ତେଜିଅଛି ରାଜସାହାଯ୍ୟେ ମରଣ-ଭୟ ।କରୁଣାବାରିଧି ରାଜପ୍ରତିନିଧିଦୁର୍ଦ୍ଦଶା କରିବେ ବୋଲି,ଉତ୍କଳକୁ ବିଜେ କରି ଦେଲେ ନିଜେଆଶ୍ୱାସ-ଚନ୍ଦନ ବୋଳି ।ଉତ୍କଳ ଭବନ ନେତା ବିଚକ୍ଷଣଶ୍ରୀ ମଧୁସୂଦନ ଦାସ,ନିଜ ପରିବାର ଚାଳନର ଭାରନେଲେ ତେଜି ଅଉଦାସ୍ୟ ।ଆସ ଆସ ନବ ସମ୍ବତ୍ସର ତବପୟରେ ଅଭିବାଦନ,ହରି ଦୁଃଖଭାର ଉତ୍କଳ ପ୍ରଜାରକର ମଙ୍ଗଳସାଧନ ।ନବ ନବ ବଳ ସୃଜିବା କେବଳଅଟଇ କାଳ ବିଧି,ହେ ଶୁଭ ସମୟ ହେଉ ସତ୍ୟମୟତୋର ସନାତନୀ ସିଦ୍ଧି ।ଉତ୍କଳବାସୀଏ ଉତ୍କଳଭାଷୀଏଯହିଁ ତହିଁ ପଛେ ଥାଅ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର