ତୁଳସୀ ମାଳ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିବିଷୟ୧ । ଭଜନ୨ । ଜଣାଣ୩ । ପ୍ରାର୍ଥନା୪ । ପ୍ରାଣବାଣୀ୫ । ପ୍ରଭାତ-ଅବକାଶ୬ । ମାଗୁଣି୭ । ଗୁହାରୀ୮ । ଅଲଣା ଅଭିମାନ୯ । ମନ ପ୍ରତି୧୦ । ହାଟ ବାହୁଡ଼ା୧୧ । ଷଡ଼ରଥୀ ସମର୧୨ । ଏକମେଵାହଦ୍ୱିତୀୟଂ୧୩ । ଉପସଂହାରଭଜନଜୟ ଜୟ, ଜୟ ହେ ଜଗନ୍ନାଥନୀଳାଚଳେ ବୋଲାଉଛ କାଳିଆ ସାଆନ୍ତ ।ପଦ ।ଦାରୁବ୍ରହ୍ମ ରୂପ ଧରି ବଡ଼ ଦେଉଳେ ଶ୍ରୀହରିଅଛ ହେ ବିଜୟ କରି ଘେନି ଭଗ୍ନୀଭ୍ରାତ ।୧।ମହାପ୍ରସାଦ ଛଳରେ ବାଣ୍ଟୁଛ କୈବଲ୍ୟ କରେଅର୍ପୁଛ ଆଶ୍ୱାସ ନରେ ଟେକି ପ୍ରଭୁ ହାତ ।୨।ମହାଚକ୍ର ସୁଦର୍ଶନ କରିଣ ସଦା ଘୂର୍ଣ୍ଣନକରୁଛ ପାପ ଛେଦନ ହେ ଅନାଥନାଥ ।୩।ପତିତପାବନ ବାନା ଉଡ଼ାଉଛ ତୁମ୍ଭେ ସିନାଦୁର୍ବଳର ବଜ୍ରସେହ୍ନା ନାମ ତବ ସାର୍ଥ ।୪।ଘେନି ସର୍ବ ନଦନଦୀ ମହାନାଦେ ମହେଦାଧିତବ ପ୍ରେମ ନିରବଧି କରୁଛି ବିଖ୍ୟାତ ।୫।ତୁମ୍ଭେ ଜଗତର ପ୍ରାଣ ମନ ଆତ୍ମା ବୁଦ୍ଧି ଜ୍ଞାନଆର୍ତ୍ତଜନେ କର ତ୍ରାଣ ଦେବ ରମାକାନ୍ତ ।୬।ଚିନ୍ତାମଣି ଭବେ ଡରି ମାଗେ କର ଯୋଡ଼ି କରିଶେଷକାଳେ ଦିଅ ହରି ସଦୟ ସାକ୍ଷାତେ ।୭।ଜଣାଣଜୁହାରି ପୟରେ ଗୁହାରି କରୁଛିଘେନା ହେଉ ମୋ ଆରତି,ନୀଳଗିରି-ଦରି- ବିହାରୀ ହେ ହରିଜଗନ୍ନାଥ ଜଗତ୍ପତି ।୧।ସର୍ବଘଟେ ପୂରି ରହିଛ ସତତସଙ୍ଗୀତ ରାଗିଣୀ ଛନ୍ଦେ,ଗୁପ୍ତ ପୁଣି ପ୍ରାଣୀ ପ୍ରତି ନିଃଶ୍ୱାସରେଫୁଲର ମଧୁର ଗନ୍ଧେ ।୨।ପ୍ରାଣ ମଧ୍ୟେ ଥାଇ ମୋ ପ୍ରାଣବ୍ୟଥା କିପାରୁ ନାହିଁ ପ୍ରଭୁ ଜାଣି,ହେଲିଣି ଘାବରା ଜୀବନଟା ସାରାଘୂରି ଘୂରି ଚକ୍ରପାଣି ।୩।ତେବେ ସୁଦ୍ଧା ମୋର କର୍ମଫଳ ଭୋଗନ ହେଲା ଅବଧି ଶେଷ,ନାହିଁ କି ମୋ ଭାଗ୍ୟେ ପ୍ରାଣର ବିଶ୍ରାମଭୁଞ୍ଜୁଥିବି ସଦା କ୍ଲେଶ ।୪।ଅକ୍ଷମ ବୋଲି ମୁଁ ମାଗୁଅଛି ସିନାତବ ଆଶ୍ରା ବାରମ୍ବାର,ନତୁବା କିପାଇଁ ଭିକ୍ଷା ବୃତ୍ତି ଧରିକରନ୍ତି ନିଜକୁ ଛାର ।୫।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
୧୭
ଜ୍ଞାନବନ୍ତ ଲୋକେ ତରିଯାନ୍ତି ନିଜ
ଜ୍ଞାନ ଧର୍ମ ବଳେ ଭବୁଁ,
ମାତ୍ର ତାରିପାରେ ଅଜ୍ଞାନକୁ ଯେହୁ
ସେ ସିନା ପ୍ରକୃତ ପ୍ରଭୁ ।୬।
ଆଶାର ବନ୍ଧନ ଯାଇଅଛି ଛିଡ଼ି
ଅସାହା ଏବେ ମୋ ପ୍ରାଣ,
ଟେକିନିଅ ପ୍ରଭୁ ଦୀନ ଭିକାରୀକୁ
ପ୍ରେମ-ସୁଧା କର ଦାନ ।୭।
ଭକ୍ତି ବଦଳରେ ବିରକ୍ତି ଯେ ଠାବେ
ମଙ୍ଗଳ ତହିଁ ମରଣ,
ପୌରୁଷ ହରାଇ କଦର୍ଥନ ହୋଇ
ଜୀଇବାର କି କାରଣ ।୮।
ଯେଉଁ ଶକ୍ତି ତୁମ୍ଭେ ଦେଇଥିଲ ହରି
ଗଲାଣି ତ ତାହା ସରି
ମାତ୍ର ଜୀବନ ତ ସରିଯାଇ ନାହିଁ
ଚାଲିଛି ସେ ପୂର୍ବ ପରି ।୯।
ଆତ୍ମଶକ୍ତି ବିନା ଆତ୍ମରକ୍ଷା ଆଉ
କରିବାକୁ କେ ରାଜନ,
କାହା ବଳେ ମାତି ହେବି ନାଚି କୁଦି
ଘେନି ବିଫଳ ଜୀବନ ।୧୦।
ପ୍ରାଣ ବଡ଼ ପିତା ମରଣ ମଧୁର
ପାବନ ସ୍ୱଚ୍ଛ ନିର୍ମଳ,
ସଂସାର ଜଞ୍ଜାଳ- ବିଦଗ୍ଧ ଆତ୍ମାକୁ
କରିଦିଏ ସେ ଶୀତଳ ।୧୧।
ଜୀବନ-ଝରଣା ଶୁଖି ଆସୁଅଛି
ମରିଯିବ ଦିନେ ଧାର,
ଅସହାୟ ଜନେ ସାହା ହୋଇ କର
ଭବ-ମରୁଭୂମି ପାର ।୧୨।
ଜୀବନର ସନ୍ଧ୍ୟା ଘୋଟି ଆସିଲାଣି
ଗ୍ରାସିବ ଏବେ ଅନ୍ଧାର,
ସ୍ଥାନ ଦେଇ ରଖ ଶ୍ରୀଚରଣ ତଳେ
ହେ କରୁଣା-ଅକୁପାର ।୧୩।
ଜନ୍ମ ଦେବେ ଯେବେ କର ତେବେ ପ୍ରଭୁ
ଦରିଦ୍ରକୁଳେ ସମ୍ଭୂତ,
ଦାରିଦ୍ର୍ୟ-ଅନଳେ ଝାସ ଦେଇ ଆତ୍ମା
ହୁଏ ସିନା ଶୁଦ୍ଧପୂତ ।୧୪।
ନତୁବା କର ହେ କଦଳୀପଟୁଆ
ସଂସାରେ ହେୟ ଅସାର,
ଫୁଲ ସଙ୍ଗେ ତବ ଶ୍ରୀଅଙ୍ଗ ପରଶି
ଧନ୍ୟ ହେବି ସାରାଚ୍ସାର ।୧୫।
ଅଥବା ଦୀପର ନିର୍ମଳ ଶଳିତା
କର ମୋତେ ପୁଣ୍ୟଶ୍ଲୋକ,
ନିଜେ ପୋଡ଼ି ହୋଇ ଅନ୍ୟକୁ ଯେପରି
ଦେଖାଇବି ଶୁଭ୍ରାଲୋକ ।୧୬।
ଉତ୍ସାହ ଉଦ୍ୟମ ଶକ୍ତି ଦାନ୍ତ ଅନ୍ତ
ଗଲାଣି ତ ସବୁ ଚାଲି,
ଫଟା ତୋଲଖଣ୍ଡ ବାଜୁ ନାହି ଆଉ
ପଡ଼ିରହିଅଛି ଖାଲି ।୧୭।
ସବୁ ଯାଇଅଛି ମାତ୍ର ଯାଇ ନାହିଁ
କାମନା-ରାକ୍ଷସୀ ଏକା,
ସେହି ସିନା ଦେହେ ବସାଇ ଦେଉଛି
ତତଲା ଲୁହାର ଚେଙ୍କା ।୧୮।
କ୍ଷୟ ନାହିଁ ତାର ମାତ୍ର ବୃଦ୍ଧି ଅଛି
ବର୍ଦ୍ଧିକ ମଧ୍ୟେ ସେ ବଛା,
ସଯତ୍ନରୋପିତ ବୃକ୍ଷଠାରୁ ବେଶୀ
ବଢ଼ଇ ସିନା ଅଗଛା ।୧୯।
ପାରିକର ପ୍ରଭୁ ସେ ଦୁଷ୍ଟା ପାଲରୁ
ଯାଉ ସେ ପାମରୀ ମରି,
ଜରାଜୀର୍ଣ୍ଣ କ୍ଷୀଣ ଜୀବନ-ବିନ୍ଦୁଟି
ଦିଅ ସୁନିର୍ମଳ କରି ।୨୦।
ପ୍ରାର୍ଥନା
[କଳହଂସକେଦାର]
-୧-
ହେ ପ୍ରଭୁ ଜଗନ୍ନାଥ ଜଗତବନ୍ଧୁଜୀର୍ଣ୍ଣ ଜୀବନ-ଭାର ଉତାର ବନ୍ଧୁ ଯେଶକ୍ତି ନାହିଁ ସେ ଗୁରୁ ଭାର ବହନେ,ହରିନେଲାଣି ଜରା ସେ ଶକ୍ତି-ଧନେ ଯେ ।
-୨-
ଓହଳି ପଡ଼ିଲାଣି ଶରୀର ଚର୍ମ,ଆସୁଛି ଊଣା ହୋଇ ଇନ୍ଦ୍ରିୟ ଧର୍ମ ଯେ,ନିଷ୍ପଭ୍ର ନେତ୍ର-ତାରା ରଙ୍ଗ ଫାପସା,ଦିନେ କୁହୁଡ଼ି ପ୍ରାୟ ଦିଶେ ଝାପସା ଯେ ।
-୩-
ଝଡ଼ିଗଲାଣି ଦାନ୍ତ, କଟି ଆନତ,ମୁଖ ନାସିକା ପଥେ ଶ୍ଲେଷ୍ମା ନିର୍ଗତ ଯେ,କେଡ଼େ ବୀଭତ୍ସ ଦିଶେ ତନୁ ପୁରୁଣା,ଲାଗଇ ନିଜ ଦେହ ନିଜକୁ ଘୃଣା ଯେ ।
-୪-
ଏଡ଼େ ନିଛୁଣା ଯେବେ ମାନବ ଦେହ,କିପାଁ କରନ୍ତି ଜନେ ତାହାକୁ ସ୍ନେହ ଯେ,ମାଟିକୁ ସୁନା ମଣି କରନ୍ତି ଭ୍ରମ,ଆଦ୍ୟେ ସୁନ୍ଦର ଶେଷେ ଅମନୋରମ ଯେ ।
-୫-
ପ୍ରାଣ ମଧ୍ୟରେ ଥିଲା ଗୁପ୍ତ ଦେବତା,ଉତ୍ସାହ ନାମଧାରୀ ବିଶ୍ୱଜିଣନ୍ତା ଯେ,ଗଲାଣି ଛାଡ଼ି ସେହୁ ଚାଲି ଅନ୍ୟତ୍ର,ଅଚଳ ତାହା ବିନା ଜୀବନ-ଯନ୍ତ୍ର ଯେ ।
-୬-
ଛଡ଼ାଇ ନେଲେଣି ତ ମୋଠାରୁ ସବୁ,ମିଛେ ଏ ପିଣ୍ଡେ କିପାଁ ରଖିଛ ପ୍ରଭୁ ଯେ,ଏତିକି ଭିକ୍ଷା ପଦେ ହେ ଜଗୁସାଇଁ,ମାଟିରେ ମାଟି ଘାଟ ଦିଅ ମିଶାଇ ଯେ ।
-୭-
ବିଚିତ୍ର ଏ ସଂସାର ଠାଣି ଚେହେରା,କଳ୍ପନା ତିଆରି ସେ ସ୍ୱପ୍ନରେ ଘେରା ଯେ,କ୍ଷଣ କ୍ଷଣକେ ଆନ ଭାବ ତାହାର,ତା ହାତୁଁ କର ପ୍ରଭୁ ଦୀନେ ଉଦ୍ଧାର ଯେ ।ପ୍ରାଣବାଣୀ[ରାଗ-ଶଙ୍କରାଭରଣ]
[୧]
ଶଙ୍ଖକ୍ଷେତ୍ରବାସୀ ପ୍ରଭୁ ଶଙ୍ଖଚକ୍ରଧାରୀ,କାନ ଡେରି ଶୁଣୁଅଛି ଜଗତ ଗୁହାରି,ବହି ଜଗନ୍ନାଥ ନାମ,ଆକର୍ଷୁଛ ଜଗତର ଭକ୍ତି ଅନୂଯାମ ।
[୨]
ମହାମନ୍ତ୍ର ମହୋଦଧି ଜପି ରୁଦ୍ରନାଦେ,ଭକ୍ତିରେ ଦେଉଛି ଧୋଇ ତବ ପୁଣ୍ୟପାଦେ,ଯୋଡ଼ି ବହୁ ବୀଚି-ହାତ,ଉଚ୍ଚାରୁଛି ଜୟ ଜୟ ଜୟ ଜଗନ୍ନାଥ ।
[୩]
ଚକା ବଇଠିରେ ବିଜେ ପ୍ରଭୁ ଚକାଡ଼ୋଳା,କି ଶୀତଳ ଦୃଷ୍ଟି ତବ ସ୍ନେହ-ମଧୁବୋଳା,କେଡ଼େ ଚାରୁ କୃଷ୍ଣକାନ୍ତି,ଢାଳୁଛି ଜଗତ ପ୍ରାଣେ ପ୍ରେମ ଶୁଭ ଶାନ୍ତି ।
[୪]
ସେ ଶାନ୍ତି-କଣିକା ଲାଗି ଆଜି ମୁଁ ଭିକାରୀ,ବିଶ୍ୱ କୋଳାହଳେ ପ୍ରାଣ ଗଲାଣି ମୋ ଘାରି,ବଡ଼ ଦୁଷ୍ଟ ଏ ସଂସାର,ସଂସାର ନୁହେଁ ଏ ନିଶ୍ଚେ ଅସାରୁ ଅସାର ।
[୫]
ବୁଝିଲିଣି ନିଜ ଭ୍ରମ ଚିହ୍ନିଲିଣି ଭବେ,ମଣୁଥିଲି ମହୋତ୍ସବ ଭୀଷଣ ଆହବେ,ଅହୋ କି ଅଦ୍ଭୁତ ଛଳ,କରକା ଭିତରେ ଥିଲା ପ୍ରଚଣ୍ଡ ଅନଳ ।
[୬]
ଏଣିକି ଛାନିଆ ବଡ଼ ଲାଗୁଛି ନିରତେ,ଦିନକ ଯୁଗକ ସରି ହେଉଅଛି ପ୍ରତେ,ପ୍ରାଣ ହେଉଛି ଉଚ୍ଚାଟ,ବାହାରିଯିବାକୁ ମାତ୍ର ପାଉ ନାହିଁ ବାଟ ।
[୭]
ମୁଁ ସିନା କୁପୁତ୍ର କିନ୍ତୁ ତୁମ୍ଭେ ତ ସୁପିତା,କିପାଇଁ ନିଭାଉ ନାହିଁ ହୃଦୁ ତୀବ୍ର ଜିତା,ପିତୃପଦ ତାକୁ ମାନେ,ଅଧିକ ଦୟା ଯେ କରେ ଅକ୍ଷମ ସନ୍ତାନେ ।
[୮]
ତୁମ୍ଭେ ତ ଜଗତପିତା ଏହା ଥିବ ଜାଣି,ପିତୃଗଣେ ତୁମ୍ଭଙ୍କୁ କେ ସରି ଚକ୍ରପାଣି,ଶୁଣି ମୋ ଆତୁର ବାଣୀ,ଦୋଷ ଥିଲେ କ୍ଷମାକର କ୍ଷମାପାତ୍ର ଜାଣି ।
[୯]
ଧରୁଅଛି ତୁମ୍ଭଙ୍କୁ ମୁଁ ଯେତିକି ଆକଟି,ତେତିକି ଦୁରକୁ ତୁମ୍ଭେ ଦେଉଅଛ ଛାଟି,ଥରେ ବିଚାର ଅନ୍ତରେ,ହେଲା କି ସୁନ୍ଦର ଏହା ସୁପିତା ପକ୍ଷରେ ।
[୧୦]
ଯେତେ ଥର ତଡ଼ିଦେବ ବିରକ୍ତି ପ୍ରକାଶି,ତେତେ ଥର ଆଉଜିବି ସେ ପୟରେ ଆସି,ବେଶି କହିବି ବା କିସ,ସେ ବିରକ୍ତି ମୋ ଭାଗ୍ୟେ ତ ମଙ୍ଗଳ ଆଶିଷ ।ପ୍ରଭାତ ଅବକାଶ
(୧)
ପାହିଲାଣି, ମଧୁର ରଜନୀ, ହେ ଯଦୁମଣି !ଦିଶିଲାଣି ଉଷାମୁଖ,ରାବନ୍ତି କାକ ଡାହୁକ,ଗାଉଛି ପ୍ରଭାତୀ ଶୁକ,ଉଠ ଉଠ ପଦ୍ମମୁଖ,ମାତୃ-ଅଙ୍କ, ତେଜି ବେଙ୍କଠାଣି, ହେ ଯଦୁମଣି !
(୨)
କେତେ ୠଷି ଯୋଗୀ ଯତି,ଦ୍ୱାରେ ଉଭା ହୋଇଛନ୍ତିପୁଣି ସର୍ବ ଗୋପୀପନ୍ତି,ତୁମ୍ଭ ଦର୍ଶନ ଇଚ୍ଛନ୍ତି,ଧରି ସର, ଅଧାମ ଲବଣୀ, ହେ ଯଦୁମଣି !
(୩)
ଶ୍ୟାମଳୀ, କମଳୀ, ଧଳୀକାଳୀ, କାଞ୍ଚ, କୁଞ୍ଜଗଳି,ଧେନୁ ଡାକନ୍ତି ହମ୍ବାଳି,ଉଠ ଉଠ ବନମାଳି,ବିଜେ କର, ବନେ ନୀଳମଣି, ହେ ଯଦୁମଣି !
(୪)
ସୂଦାମାଦି ସଖାଗଣ,ଧରିଣ ଛତା ପାଞ୍ଚଣ,ଡାକନ୍ତି ଆସ ବହନ,ହେ କହ୍ନାଇ ଯିବା ବନ,ସର୍ବେ ମିଳି, ଧେନୁ ବତ୍ସା ଘେନି, ହେ ଯଦୁମଣି !
(୫)
ଏକ ବୃଦ୍ଧ ବ୍ରହ୍ମଚାରୀପ୍ରାଙ୍ଗଣେ ଛନ୍ତି ଉଭାରି,ହଂସେ ଆରୋହଣ କରି,କରେ କମଣ୍ଡଳୁ ଧରି,ଚାରିମୁଖେ, ଚୌବେଦ ବଖାଣି, ହେ ଯଦୁମଣି !
(୬)
ପୁଣି ଏକ ଜଟାଧାରୀ,ଚଢ଼ି ମହା ବୃଷୋପରି,ଜଟା ଭେଦି ଗଙ୍ଗାବାରି,ବିନ୍ଦୁ ବିନ୍ଦୁ ପଡ଼େ ଝରି,ପଞ୍ଚମୁଖେ, ହରେକୃଷ୍ଣ ଭଣି, ହେ ଯଦୁମଣି !
(୭)
ଆଉ ଏକ ବ୍ରହ୍ମୠଷି,ମନ-ବାହନରେ ବସି,ତବ ପ୍ରେମ-ରସେ ରସି,ଜପୁଛନ୍ତି ବ୍ରହ୍ମରାଶି,ଦିଅ ତାଙ୍କୁ ଦେଖା ଚକ୍ରପାଣି, ହେ ଯଦୁମଣି !
(୮)
କହେ ଦୀନ ଚିନ୍ତାମଣି,ଶିରେ ଯୋଡ଼ି ବେନି ପାଣି,କୃପା କର କୃପାଖଣି,ଏତିକି ପଦେ ମାଗୁଣି,ଯାଉ ଜୀବ ତୁମ୍ଭ ନାମ ଗୁଣି, ହେ ଯଦୁମଣି !ମାଗୁଣି-ରାମକେରୀ-ଜଗନ୍ନାଥ ଜଗବନ୍ଧୁ ହେଦାରୁବ୍ରହ୍ମ ପ୍ରତିମାବିଖ୍ୟାତ ଜଗତେ ତୁମ୍ଭରମହାଦାନ ମହିମା ।ଯେ ଯାହା ମାଗୁଛି କରୁଛତାର ବାଞ୍ଛା ପୁରଣ,ମୋ ଭାଗ୍ୟକୁ ଏକା କିପାଇଁହେଇ ଏଡ଼େ କୃପଣ ।ମାଗୁ ତ ନାହିଁ ମୁଁ ତୁମ୍ଭଙ୍କୁଧନ, ଜନ, ଗୌରବ,ମାଗୁ ନାହିଁ ଆୟୁ, ପ୍ରଧାନ୍ୟକିମ୍ବା ସ୍ୱାସ୍ଥ୍ୟ-ବିଭବ ।ମାଗୁଅଛି ଖାଲି ଏତିକିମୋର ଚର୍ମ ନୟନ-ସବୁ ସ୍ଥାନେ ସଦେ ତୁମ୍ଭରିରୂପ କରୁ ଦର୍ଶନ ।କର୍ଣ୍ଣ ଶୁଣ ତୁମ୍ଭ ମହିମା-ଘୋଷୀ ପୁଣ୍ୟ ପୁରାଣ,ନାସା କରୁ ବାସୀ ତୁଳସୀଛଡ଼ା ଫୁଲ ଆଘ୍ରାଣ ।ତବ ପୁଣ୍ୟପାଦ ସେବାରେଲାଗୁ ଏ ବେନି ହସ୍ତ,ଉଚ୍ଚାରୁ ରସନା ହରି ହେତୁମ୍ଭ ନାମ ସତତ ।କିସ ଜଣାଇବି ଛାମୁରେତୀବ୍ର ମର୍ମ ବେଦନା,କାନ୍ଦି ମାଡ଼େ ତାହା ସ୍ମରଣେଫାଟିଯାଏ ମୂର୍ଦ୍ଧନା ।କାନ୍ଦିଲେ ହାଲୁକା ହୁଅନ୍ତାଦୁଃଖ-ଦୁର୍ବହ ପ୍ରାଣ,ମାତ୍ର ପାଉ ନାହିଁ କାନ୍ଦିବା-ଯୋଗ୍ୟ ନିର୍ଜ୍ଜନ ସ୍ଥାନ ।ଅକିଞ୍ଚନେ କୃପା ପ୍ରଦାନେନୁହ ବିମୁଖ ହରି,ସିନ୍ଧୁ ଏ ତ ଅଛି, ବିନ୍ଦୁଏଦେଲେ ଯିବ କି ସରି ।ପର ନୁହେଁ ପ୍ରଭୁ ମୁଁ ପରାତୁମ୍ଭ କିଣା କିଙ୍କର,ଭୟଙ୍କର ଭବ-କାରାରୁଦେବ ଖରେ ଉଦ୍ଧର ।ଉଡ଼ିଯାଉ ବଦ୍ଧ ବିହଙ୍ଗଖେଳୁ ଆକାଶେ ବୁଲି,ଛିଣ୍ଡାଇଦିଅ ତା ପୟରୁ,ଦୃଢ଼ ବଜ୍ର ଶିକୁଳି ।ସ୍ୱାଧୀନତା ତାର ବାଞ୍ଛିତସେ ଯେ ଚିର ସ୍ୱାଧୀନ,ଦୁଷ୍ଟା ମାୟା ସହବାସରେସିନା ହୋଇଛି ହୀନ ।ଗୁହାରୀଜପ ମନ ଜଗନ୍ନାଥ ଚତୁରକ୍ଷର,ସେହି ଏକା ଜଗତର ମୁକ୍ତି ମନ୍ତର ।ପଦ ।ସେହି ଜଳ ସେହି ସ୍ଥଳ ସେହି ବୃକ୍ଷ ସେହି ଫଳସେହି ଶକ୍ତି ସେହି ବଳ ଏ ଜଗତର ।୧।ସେହି ସତ୍ୟ ସେହି ଶୁଭ ସେହି ନିତ୍ୟ ସେହି ଧ୍ରୁବପୁଣି ପ୍ରାଣ ପିଣ୍ଡ ଉଭ ସେ ନିରୀଶ୍ୱର ।୨।ଯେତେକ ଦେହୀ ଅଦେହୀ ସବୁ ସିନା ଏକା ସେହିତାଙ୍କ ବିନା ନାହିଁ କେହି ଭବେ ଅପର ।୩।ଏ ସଂସାର ପର ଘର ସମସ୍ତେ ଏଠାରେ ପରନିଜେ ବି ନୋହୁ ନିଜର ଜାଣ ନିଜର ।୪।ଡ଼ାକ ତୁ ହୋଇ ଆତୁର ହେ ପ୍ରଭୁ ବଡ଼ଠାକୁରଭବ ଭୟ କରି ଦୁର ତାର ସତ୍ୱର ।୫।ଅଲଣା ଅଭିମାନହରି ହରି ବୋଲି ନ ଡାକିବି ଆଉନ ହରିଲ ଯେବେ ଦୁଃଖ ମୋହର,ଅଧିକରେ ପୁଣି ଦେଉଅଛି ବୋଳିକଟା ଘା ଉପରେ ଲୁଣ ବେସର ।୧।ପ୍ରଭୁ ହୋଇ ଯେବ ହଟ ଲଗାଇବକା ଆଗେ କରିବି ଗୁହାରି ହାୟ,ତୁମ୍ଭ ଉପରେ ବା କି ପ୍ରଭୁ ଅଛିକାଟିଦେବ ତୁମ୍ଭ ଅକଟା ରାୟ ।୨।ନ ଶୁଣିଲ ଯେବେ ଅରକ୍ଷିତ ଡାକଆଉ ବା ତୁମ୍ଭଙ୍କୁ ଡାକିବି କିଆଁ ?ହାଟ ବଜାରରେ ଗାଇ ବୁଲିବି ମୁଁବଡ଼ ଦଗାଦାର ହରି ହଟିଆ ।୩।ତେତେବେଳେ ତୁମ୍ଭେ ମୁହଁ ଲୁଚାଇବକହ ଭଲା କେଉଁଠାରେ ମୁଗାରି ?ନୋହୁଣୁ ସେ ଲଜ୍ଜା ଦେଉଛି ଚେତାଇକାନ ଡେରି ଶୁଣ ମୋର ଗୁହାରି ।୪।ହସ ନାହିଁ କିମ୍ବା ରାଗ ନାହିଁ ହରିଶୁଣି ଏ ସଦର୍ପ ଉକ୍ତି ମୋହର,ପ୍ରଭୁଙ୍କ ଛାମୁରେ ଭୃତ୍ୟ ଅଭିମାନଦିଶିବ କି ପ୍ରଭୁ ଅଣସୁନ୍ଦର ।୫।ସେବକ ଯଦ୍ୟପି ପ୍ରଭୁ ପାଦେ ଅଳିନ କରିବ ଡରି ମରି ହେ ହରି,ଜୀବନର ଦୁଃଖ- ତାପ ତେବେ ତାରଦୂର ହେବ ଭଲା କହ କିପରି ?୬।ଦୀନହୀନ ଭୃତ୍ୟ ଡାକ ପ୍ରତି ଏବେଦିବ୍ୟ ଅବଧାନ ହେଉ ତୁମ୍ଭର,ଚିନ୍ତାମଣି କହେ ବ୍ୟର୍ଥ ନୋହୁ ଯେହ୍ନେମୋ ଅଲଣା ଅଭିମାନନିକର ।୭।ମନପ୍ରତିପ୍ରାଣର ଲକ୍ଷ୍ୟ ହୁଡ଼ିଶୋଇଛୁ ମନ,କାହା ବଳରେ ତୋରଏ ଟାଣପଣ,ଆଗ ପଛକୁ କିଛିନାହିଁ ତ ଦକା,ପଛରୁ କାଳ ଆସିମାରୁଛି ଧକା ।୧।ଏବେ ରେ ଥରେ ଭଲାଫେଡ଼ି ନେତ୍ରକୁ,ପଛକୁ ଚାହିଁ ଦେଖକର୍ମକ୍ଷେତ୍ରକୁ,ତୋହର ବୋଲି ତହିଁଅଛି କି କିଛି,କେଉଁ ମୁଖରେ ଛାତିଫୁଲାଉ ଛି ଛି ।୨।ମାଗିବ ଚିତ୍ରଗୁପ୍ତକର୍ମ ହିସାବ,ଦେବୁ ତୁ ତେତେବେଳେକିସ ଜାବବ,ଖାଲି ହାତେ ତା’ ପାଶେଗଲେ ରେ ଭାଇ,ମରେ ସେ ରାଢ଼ ରାଗେଜଟା ଛିଣ୍ଡାଇ ।୩।ଟିକିଏ ଚକ୍ଷୁଲଜ୍ଜାନ କରେ ସେ ତ,ପିଟେ ନିର୍ଘାତେ ଧରିଯାଉଁଳି ବେତ,ରାଜା ପରଜା କିମ୍ବାମୂର୍ଖ ପଣ୍ଡିତ,ସଭିଙ୍କି ସମଭାବେକରେ ଦଣ୍ଡିତ ।୪।ନ କର ହେଳା ଆଉରେ ପରପଞ୍ଚ,ଅନ୍ତତଃ ସଞ୍ଚି ରଖବାଟ ଖରଚ,ନ କରିପାରୁ ଯେବେଅଧିକ ଠୁଳ,ମୁଠାଏ ହେଲେ ବାନ୍ଧିଚୂଡ଼ା ଚାଉଳ ।୫।ଦିନେ ତ ହେଲୁ ନାହିଁଦୁର୍ବଳ ସାହା,ଉଚ୍ଚାରି ନାହୁଁ ଦୁଃଖୀଦୁଃଖରେ ଆହା,ଦେଇ ତ ନାହୁଁ ହାତଟେକି ମୁଠାଏ,ତରିବୁ ବୈତରଣୀକେଉଁ ଉପାୟେ ।୬।ଦେଇଛୁ କି ରେ ମନକେବେ ସନ୍ତୋଷେ,ଭୋକୀ ଶୋଷୀ ତୁଣ୍ଡରେତୋରାଣି ପୋଷେ,ଆତୁର ରୋଗିଶଯ୍ୟାପାଖରେ ଥାଇ,ସେବାରେ ଦେଇଛୁ କିରାତି ପୁହାଇ ।୭।ସଂସାରେ ଅର୍ଜିଅଛୁବହୁତ ଧନମାତ୍ର ନ କଲୁ କେବେଧର୍ମ ଅର୍ଜନ,ଅନ୍ତିମେ ଧର୍ମ ବିନାକେ ହେବ ସାହା,ବଡ଼ ଦୁର୍ଗମ ପର-ଲୋକର ରାହା ।୮।ନ କରୁ ଦାନ ଯେବେକି କାର୍ଯ୍ୟ ଧନେ,ଦାନେ ପବିତ୍ର ଧନ,ହେଳ ତୁ ମନେ,ଛଞ୍ଚିଛୁ ନ ଦେଇ ବାନ ଖାଇ ପେଟେ,ଆଖି ବୁଜିଲେ ବାଣ୍ଟିନେବେ ତା ଥେଣ୍ଟେ ।୯।ଆତ୍ମୀୟ ପରିବାରକହୁ ଯାହାକୁ,ଗୁପ୍ତ ଖଣ୍ଟ ସେ, ଛଳେବାଢ଼ନ୍ତି କାକୁ,ମଡ଼ାଦେହରୁ ଦଢ଼-ଲୁଗା ଖଣ୍ଡକକାଢ଼ି ରଖିବେ ସେହିଭଣ୍ଡ ଲୁବ୍ଧକ ।୧୦।ଦାରା ସୁତ ସୋଦରସକଳେ ପର,ନିଜର ଦେହ ବି ତନୁହେଁ ନିଜର ।ଏକାକୀ ଯିବୁ ତୋରସଙ୍ଗୀ କେ ଅଛି,ମାଟିର ଦେହ ଯିବମାଟିରେ ପତି ।୧୧।ରେ ମନ ଦେଖୁ ନାହୁଁକିପାଁ ତୁ ଥରେ,ଛଅଟା ଚୋର ପଶିନିତି ତୋ ଘରେ,ଯା’ କିଛି ପୁଞ୍ଜି ପଟାଥିଲା ତୋହର,ବହି ନେଲେଣି ସବୁଦୁଷ୍ଟ ପାମର ।୧୨।ହରାଇ ସର୍ବସ୍ୱ ତୁଆଉ କି ଆଶେ,ରହିଅଛି ଏ ପର-ଭୁଇଁ ପ୍ରବାସେ ।ନାହିଁ ତ ହାତେ କଡ଼େକାଣି କଉଡ଼ି,କେହ୍ନେ ବଞ୍ଚିବୁ ଚାଲଘରେ ବାହୁଡ଼ି ।୧୩।ପ୍ରଭୁତ୍ୱ, ଭାଗ୍ୟ, ପଦ,ଯଶ, ସମ୍ମାନ,କେହି ତ ନ ପାରିବେରଖି ତୋ ପ୍ରାଣ ।ଆସିଲା କ୍ଷଣି ତେଣୁଶେଷ ଡ଼ାକରା,କେଣେ ତୁ ଉଡ଼ିଯିବୁତେଜି ଏ ଧରା ।୧୪।ବଡ଼ ବିଟୋଳ କାଳନ କରେ ତ୍ରାହି,ତା ପରି ଏକବୁଝାସୃଷ୍ଟିରେ ନାହିଁ,ସେ ଆସି ନ ଡାକୁଣୁତୁହି ସତ୍ୱର,ଯାଇ ତା ଦରବାରେହୁଅ ହାଜର ।୧୫।ଶାଲ ବନାଇ କେଳେରଖିଛୁ ପରା,ଶେଷେ ତୁ ଘୋଡ଼ିଯିବୁଛିଣ୍ଡା କତରାରଖିଛୁ ଏତେ ଭୂଇଁକିପାଁ ଆଗୁଳି,ଲୋଡ଼ା ତୋ ତିନି ହାତବାର ଆଙ୍ଗୁଳି ।୧୭।ମଣ୍ଡିଛୁ ଯେ ଦେହକୁରତ୍ନ ପ୍ରବାଳେ,ଖାଇବେ ଟାଣି ତାକୁଶ୍ୱାନ ଶୁଗାଳେ ।କଣ୍ଟା ବାଜିଲେ ଦେହେଁହେଉ ଛାନିଆଁ,ଶେଷେ ଲାଗିବ ଆହାସେ ଦେହେଁ ନିଆଁ ।୧୭।ସ୍ୱଜନଙ୍କର ଲୋକ-ଦେଖା ବେଭାର,ଦେଖି ନାହୁଁ କି କେବେକାହିଁ କାହାର,ସନ୍ତୋଷେ ନ ଦିଅନ୍ତିତୋରାଣି ଟୋପେ,ମଲେ ବାଢ଼ନ୍ତି ଶ୍ରାଦ୍ଧମହା ଆଟୋପେ ।୧୮।ଏ ବିଶ୍ୱ ସିନା ହଟକୁଟ ସଙ୍କୁଳ,କାହିଁଛି ଶାନ୍ତି ଏଥିଆରେ ବାତୁଳ,ପାଇବୁ ଶାନ୍ତି ଯେବେବାଇମନ ରେ,ଜୀବସେବା ତପସ୍ୟାଆଚର ଖରେ ।୧୯।କେଡ଼େ ମହତ ରବି,ଶଶୀ, ପବନ,ଉତ୍ସର୍ଗିଛନ୍ତି ସେବା-ଯଜ୍ଞେ ଜୀବନ,ସେବା ମହିମା ଭବେମହାବିରାଟ,ମୁକ୍ତିର ସିନା ତାହାସହଜ ବାଟ ।୨୦।ପ୍ରବୀଣ ଉପଦେଶଶୁଣି ତୁ ପରା,ହସେ ଉଡ଼ାଉ କରିଟାହି ଟାପରା,ସବିଙ୍କି ମିଠା ଲାଗେଶର୍କରା ସୀତା,ସର୍ପ ଘାଉଡ଼ ତୁଣ୍ଡେନେଙ୍ଗରା ପିତା ।୨୧।ବେଢ଼ିଆ ଖୁଣ୍ଟ ମୋଟଗୋଡ଼ ତୋହର,ନ ଚାହିଁ ନିଜକୁ କିପାଁବୋଲୁ ଗୋଦର,ନ ଚାହିଁ ନିଜକୁ ତୁତିଆରୁ ପରେ,ଭାଙ୍ଗିଦେବ ମୃତ୍ୟୁ ସେବାଲିଙ୍ଗି ଖରେ ।୨୨।ମଙ୍ଗଳ ବାଞ୍ଚୁ ଯେବେତେଜି କୁଶିକ୍ଷା,ସଦ୍ଗୁରୁଠାରୁ ଘେନଶୁଭ ସୁଦୀକ୍ଷା,ଚାଲ ତୁ ନିତ୍ୟ ସତ୍ୟସରଳ ପଥେ,ଅନ୍ତିମେ ସ୍ୱର୍ଗେ ଯିବୁପୁଷ୍ପକ ରଥେ ।୨୩।ଧର୍ମବଲରେ ଦୃଢ଼େଭିଡ଼ିଣ ଅଣ୍ଟା,ଚାଲିଲେ ଗୋଡ଼େ କେବେନ ଭୁକେ କଣ୍ଟା,ଅସାର ଭବେ ସବୁମିଥ୍ୟା ନିକର,ଧର୍ମ ହିଁ ଏକା ସାରସତ୍ୟ ସୁନ୍ଦର ।୨୪।କହଇ ଚିନ୍ତାମଣିରେ ଦୁଷ୍ଟମନ,ହରିଙ୍କୁ ଚିତ୍ତ ମଧ୍ୟେକର ଚିନ୍ତନ,ଜଗନ୍ନାଥ ଚରଣେଲଗା ତୁ ଲୟ,ଜିଣିବୁ ଜରାଇନ,ମରଣ ତ୍ରୟ ।୨୫।ହାଟବାହୁଡ଼ାହାଟ ଭାଙ୍ଗିଲାଣି ଉଠ ରେ ବାନ୍ଧି ସଉଦାପାତିଚାଣ୍ଡେ ଚାଲ ଘରେ ଆସିବ ମାଡ଼ି ଅନ୍ଧାର ରାତି ।ସରିନାହିଁ ଯେବେ ସଉଦାତେବେଥାଉରେଥୋଡ଼ାଆର ହାଟ ପାଳି ଆସି ତୁ କିଣି ନେବୁ ଯା ଲୋଡ଼ା ।ସାଙ୍ଗ ଛାଡି ଚାଲିଗଲେଣି ସବୁ ହାଟୁଆ ଭାଇଏକୁଟିଆ ତୁହି ପଡ଼ିବୁ କରୁ ମଠ କିପାଇଁ ।ଡର ଭୟ ତୋର ନାହିଁ କି ଭୂତ ଫିଙ୍ଗିବ ଧୂଳିକଚାଡି ପଡ଼ିବୁ ତରଛେ ବାଟେ ଖାଇ ହାଉଳି ।ନିଆଁ ପେଡ଼ି ଗୋଟେନେଇଥା ବିକାହେଉଛି ହାଟେସେହି ଦେଖାଇବ ଆଲୁଅ ତୋର ଚାଲିବାବାଟେଯେଉଁ ବାଟେ ଯିବୁ ସେବାଟ ପରା ଚିର ଅନ୍ଧାରଚାଲିବୁ କିପରି ଆଲୁଅ ବିନା ମନେ ବିଚାର ।ନଈଟାଏ ପୁଣି କହୁଛି ବାଟେ ଦିକୂଳ ଖାଇ,ଅଣ୍ଟାରେ ପଇସା ଖୋଷିଥା ଘାଟ ନାଉରିପାଇଁ ।ବାଟେ ଚୂଡ଼ାପାଣି କରିବୁ କିଛି ନିଅ ସଙ୍ଗରେପହୁଞ୍ଚିବୁ ଯାଇ ତେବେରେ ସୁଖେ ଆନନ୍ଦେ ଘରେ ।ଶେଷ ଭିକ୍ଷାପ୍ରଭୁ ଜଗନ୍ନାଥ ଦେଖାଅ ସୁପଥହେ ଜଗତ ଅଧିକାରୀ,ଜଣାଏ ଆରତେ କେବଣ ଦୁର୍ଭାଗ୍ୟବାଟବଣା ବାଟୁଆରୀ ।ଯିବାକୁ ତ ହେବ ବହୁଦୁର ବାଟମାତ୍ର ବେଳ ଗଲା ବହି,ପହୁଞ୍ଚିବି ଯେହ୍ନେ ସଞ୍ଜ ନ ହେଉଣୁସିଧା ବାଟ ଦିଅ କହି ।ଅନ୍ଧାରେ ଅଣ୍ଡାଳି ହାବୁଡ଼ି ହାବୁଡ଼ିନ ପାରିବି ମୁଁ ତ ଯାଇ,ଦୟା କରି ହରି ନେଇ ହାତ ଧରିଦିଅ ବେଗେ ପହୁଞ୍ଚାଇ ।କାନ୍ଦିଲାଣି ପ୍ରାଣ ବିନ୍ଧିଲାଣି କାନଶୁଣି ଶୁଣି ଆଶା-ଭାଷା,ଜଳ ନୁହେଁ ସେ ତ ତୁଚ୍ଛା ମୃଗତୃଷ୍ଣାନ ମେଣ୍ଟେ ତହିଁ ପିପାସା ।ସେହି ଘରଭାଙ୍ଗୀ ମୋ ସୁନା ମନକୁନ ଦେଲା କରି ମୋହର,ତାହା କୁଶିକ୍ଷାରେ ମୋ ବୋଲ ନ ମାନିମନ ମୋତେ କଲା ପର ।ଆଶାକୁ ଘେନି ସେ ଘର କରୁ ପଛେହେଉ ତାର ଚିର ଦାସ,ତାହା ସଙ୍ଗେ ବୃଥା କଳି କରିବାକୁନାହିଁ ମୋର ଅବକାଶ ।ଭାଳୁଣି କିପାଇଁ ତାହା ଲାଗି ମୋରମରୁ ସେ ପରବୁଦ୍ଧିଆ,ଦୟା କରି ମୋତେ ଘେନି ଯାଅ ପ୍ରଭୁହେଉଛି ପ୍ରାଣ ଛାନିଆ ।ଆଡ଼ମ୍ବରଶୂନ୍ୟ ଏ ଭିକ୍ଷାରେ ନାହିଁକବିତା-କଳା-କୌଶଳ,ନାହିଁ ବନକବି କୋକିଳର ଏଥିସଙ୍ଗୀତ ତାନ ତରଳ ।କିମ୍ବା ନାହିଁ ପୁଣି କୁସୁମ-ରସିକଭ୍ରମର ବୀଣା-ଝଙ୍କାର,ଅବା କମଳର ସୁରଭି ସମ୍ଭାରଲଳିତ ଲାବଣ୍ୟ ସାର ।ମାତୃଭାଷାରେ ମୁଁ ଜଣାଉଛି ପ୍ରଭୁପ୍ରାଣର ବେଦନାରାଶି,ମାତୃଭାଷା ବିନା ଅନ୍ତରର ବ୍ୟଥାକାହିଁ ରେ ନୁହେଁ ପ୍ରକାଶି ।ଗୀତ ନୁହେଁ ଏହା କାନ୍ଦଣା ମୋହରକାନ୍ଦୁଛି ଜୀବନ ସାରା,କାନ୍ଦଣା ଭିତରେ ଥାଏ ନାହିଁ ପ୍ରଭୁଛନ୍ଦ ଅଳଙ୍କାର ଧାରା ।ଦିଅ କୃପାବିନ୍ଦୁ ସେହି ସିନା ହରିହେବ ମୋ ପଥସଙ୍ଖାଳି,ନ ପାଇବା ଯାଏଁ କରୁଥିବି ଅଳିଦିଅ ପଛେ ଚଳି ଗାଳି ।ନ ଆଉ ପଛେ ସେ କୃପା-ଘନେ ଜଳଥିବ ତ ବିଜୁଳି-ନାଟ,ସେହି ଆଲୁଅରେ ଦେଖି ପାରିବି ମୁଁନିଶ୍ଚେ ଜଳାଶୟ ବାଟ ।ତେତିକି ମୋହର ଲୋଡ଼ା ସିନା ପ୍ରଭୁଜୀବନେ ପରମ ଲାଭ,ତେତିକି ମିଳିଲେ ଆଉ କିଛି କେବେନ ମାଗିବି ପଦ୍ମନାଭ ।ସାତ ଥର ସତ୍ୟ କରି ମହାପ୍ରଭୁକହୁଛି ପକାଇ ରାଣ,ନିଜ କୃତ ପଣ ନ ଭାଙ୍ଗିବି କେବେଥିବାଯାଏ ପିଣ୍ଡେ ପ୍ରାଣ ।ତୁମ୍ଭ କୃପା ବିନା ଅନ୍ୟ ଅଭାବକୁନ ଗଣେ ମୁଁ କଡ଼ାକର,ଅଭାବ ଛାରକୁ ଡରିବି କିପାଇଁହୋଇ ତ୍ୟାଗୀ ବଂଶଧର ।ଶେଷ ଯାତ୍ରା କଥା ଭାବିଲେ ସଭୟେନେତ୍ରେ ଦିଶେ ଅନ୍ଧକାର,ମନ ମଧ୍ୟୁ ପୁଣି ବିରାଟ ଶୂନ୍ୟତାକରି ଉଠେ ହାହାକାର ।ବିନୟେ ମାଗୁଛି ଶେଷ ଭିକ୍ଷା ତେଣୁପ୍ରଭୁ ତୁମ୍ଭ ପାଦ ଧରି,ଏଣେ ଜଳି ପୋଡ଼ି ଯାଉଛି ଯେପରିନ ଘଟୁ ତେଣେ ସେପରି ।ଷଡ଼ରଥୀ ସମରଦେଖ ଦେଖ ପ୍ରଭୁ ଦଣ୍ଡୁଛନ୍ତି ମୋତେଷଡ଼ରଥୀ ହୋଇ ରୁଣ୍ଡ,ତୁମ୍ଭପରି ପିତା ଥାଉଁ ମୁଁ ହେଲି ଯାନିରେଖ ପିତୃ-ଛେଉଣ୍ଡ ।ଭିକ୍ଷୁକ ନୁହେଁ ମୁଁ ତୁମ୍ଭରି ସନ୍ତାନତୁମ୍ଭେ ବିଶ୍ୱ ଦଣ୍ଡଧାରୀ,ସଂସାର-ସମ୍ରାଟ ଯା ପିତା, ତା ପୁତ୍ରହେବ ବା କିପାଁ ଭିଖାରୀ ?ଚିର ନିର୍ମଳର ଦୁଲାଳ ସିନା ମୁଁମଳିନ ନୁହେଁ ମୋ ତନୁ,ଅମୃତରୁ ଜନ୍ମି ପାସୋରିଛି ମୁହିଁମୃତ୍ୟୁ, ଚିନ୍ତା, ଦକ ମନୁ ।ଦମ୍ଭ କରି ମୁହିଁ କହୁଛି ନିକରନାହିଁ ମୋ ଦେହରେ ପାପ,ହେବ କି ପାପୀ ସେ ଜଗତର ପାପହରୁଅଛି ଯାର ବାପ ।ଲକ୍ଷ୍ମୀ ଠାକୁରାଣୀ ନିଜେ ମୋ ଜନନୀରତ୍ନାକର ବୃଦ୍ଧ ଅଯା,ରଜନୀ-ଭୂଷଣ ମୂକୂଦିନୀ-ଧନ-ଚନ୍ଦ୍ରର ମୁହିଁ ଭଣଜା ।ଇତର ନୁହେଁ ମୁ ଛାର ଭଗାରୀଏକରନ୍ତି ତେବେ କଟାଳ,ଏଥୁ ବଳି ଆଉ ଆଶ୍ଚର୍ଯ୍ୟ କି ଅଛିଏ ତ ବିଷମ ଜଞ୍ଜାଳ ।ଚଉପାଶୁଁ ଘେରି ଟାଣୁଛନ୍ତି ମୋତେସେ ଦୁର୍ଦ୍ଦାନ୍ତ ମହାବୀରେ,ସେ ଟଣା ଝିଙ୍କାରେ ପ୍ରାଣ ଆସି ମୋରହେଲାଣି ନାକଦଣ୍ଡିରେ ।କେଡ଼େ ଚତୁର ସେ ଛଅଟା ଅସୁରମୋ ଦେହରେ କରି ବାସ,ସେ ଦେହରୁ ପୁଣି ଅନ୍ତନାଡ଼ ଟାଣିକରୁଛନ୍ତି ସୁଖେ ଗ୍ରାସ ।ସେ ଦୈତ୍ୟ ଦାଉରୁ ଉଦ୍ଧାର ଦୈତ୍ୟାରିନ କରି ମୁଁ ଦୁଃଖ ଭୋଗ,ବସୁଁ ବସୁଁ ଉଠି ଚାଲିଯିବି ଯେହ୍ନେଘଟାଅ ଏହି ସୁଯୋଗ ।ଅଥବା ଦିଅ ହେ ଉପଯୁକ୍ତ ଶକ୍ତିକରିବି ତାଙ୍କୁ ଦଣ୍ଡିତ,ଘୋଷୁଥିବି ତୁମ୍ଭ ମହିମା ସପ୍ରେମେଜୟଶ୍ରୀ ହୋଇ ମଣ୍ଡିତ ।ଏକମେବାଦ୍ୱିତୀୟଂସବୁ ଛାଡ଼ି ଦୃଢ଼େ ତୁମ୍ଭଙ୍କୁ ଧରିଛିମହତ ଆଶ୍ରୟ ମଣି,ପେଲିଦିଅ ନାହିଁ ପାଦତଳୁ ମୋତେପ୍ରଭୁ ସୁଦର୍ଶନ-ପାଣି ।ଜୀବନର ବ୍ରତ ବାଛି ନେଇଛି ମୁଁଏକାଦେବା ଏକସେବା,ଦେବସ୍ରଷ୍ଟା ତୁମ୍ଭେ, ତୁମ୍ଭଠାରୁ ବଳିଦେବତା କାହିଁଛି କେବା ?ଥିଲେ ଥାନ୍ତୁ ତାଙ୍କୁ ପୂଜିବି ନାହିଁ ମୁଁଚିରକାଳ ଏକବୁଝା,ବଡ଼ ଲୋକ ଆଶ୍ରା ନେଇ କିପାଁ ପୁଣିକରିବି ଇତର ପୂଜା ।ତୀର୍ଥ ଖୋଜି ଅବା ବୁଲିବି କାହିଁକିଖରା, ବର୍ଷା, ଶୀତ ସହି,ସକଳ ତୀର୍ଥ ତ ତୁମ୍ଭ ପାଦତଳେଖଟିଛନ୍ତି ସଦା ରହି ।ବ୍ରତ ଉପବାସ ଆଚରିବି ନାହିଁଆତ୍ମାକୁ ଦେଇ କଷଣ,ତୁମ୍ଭେ ପରା ପ୍ରଭୁ ସକଳ ବ୍ରତରଅଟ ହେ ସୂକ୍ଷ୍ମ ଜୀବନ ।ଗୁରୁ ଉପଦେଶ କି ଲୋଡ଼ା, ତୁମ୍ଭେ ତଗୁରୁର ପରମ ଗୁରୁ,ଆନ ମହାଗୁରୁ ପାଖ ନ ପଶିବିଜୁହାରିବି ରହି ଦୁରୁ ।ବିଶ୍ୱପ୍ରାଣ ତୁମ୍ଭେ ତୁମ୍ଭଙ୍କୁ ସେବିଲେହେଲା ସେବା ଜଗତର,ଜନସେବା ବୋଲି ସ୍ୱତନ୍ତ୍ର କଥାଏନ ଜାଣେ ମୁହିଁ ଆବର ।ଦାନରେ କି ଫଳ, କିସ ଅଛି ଅବାକରିବି ତାହାକୁ ଦାନ,ମୋର ବୋଲି ଯାକୁ କହେ ତାହା ସବୁତୁମ୍ଭର ତ ଭଗବାନ ।ଅଧିକ କି ଯଜ୍ଞ ଆଚରିବି ହରିତୁମ୍ଭେ ପରା ଯଜ୍ଞେଶ୍ୱର,କୋଟି ଯଜ୍ଞ ଫଳ ମିଳେ ସିନା ପ୍ରଭୁପୂଜିଲେ ତୁମ୍ଭ ପୟର ।ସବୁ ଛାଡ଼ି ତୁମ୍ଭ ପାଦ ଆଶ୍ରାକରିପଡ଼ିଛି ମୁଁ ଦୀନହୀନ,ନାହିଁ ତ ହେ ଆଉ ଅଧିକ ବିଳମ୍ବଭେଟିବାକୁ ଶେଷ ଦିନ ।ଖାଲି ଆସିଥିଲି ଖାଲି ହାତେ ଯିବିନେବି ନାହିଁ କିଛି ଠୁଳେ,କେବଳ ତୁମ୍ଭରି ମହାପୂଜା ପାଇଁନେବି ମୁଁ ଫୁଲ ଆଞ୍ଜୁଳେ ।ତେଣୁ କିଛି ଆଣି ହେଇ ନାହିଁ ଏଣେକାହିଁକି ବା ନେବି ଏଣୁ,ଧନମାନ କଥା ପଚାରୁଛି କିଏନ ନେବି କଣିକେ ରେଣୁ ।ତୁମ୍ଭରି ଫୁଲ ସେ ମୋର ନୁହେଁ, ତହିଁପୁଜିବି ତୁମ୍ଭରି ପାଦ,ତୋଳିନେବା ମୁଲ ଗଣ୍ଡାକ ପାଇଲେପୁରିବି ମୋ ମନ ଶାଦ ।ତୁମ୍ଭେ ମୋ ଦେବତା ପିତା ପ୍ରାଣଗୁରୁତୁମ୍ଭେ ଚିରବରଣୀୟ,ତୁମ୍ଭ ବିନା ବିଶ୍ୱେ ନାହିଁ କିଛି ଆଉତୁମ୍ଭେ ଏକ ଅଦ୍ୱିତୀୟ ।ଉପସଂହାରଠିଆ ହୁଅ-ଦଣ୍ଡେ ମନ ରେ ତୋତେ ପଚାରେଁ କଥେଜନ୍ମ ହେଲା ବେଳୁ ଚାଲିଛୁ ତୁ ତ ଶ୍ମଶାନ ପଥେ ।ସରି ଆସିଲାଣି ସେ ବାଟ ଆଉ ଅଛି ଅଳପ,କେତେକ୍ଷଣ ପାଇଁ ରଚିବୁ ଆଉ ଗାଲଗଳପ ।କେତେକ୍ଷଣ ଆଉ ନାଚିବୁ ତୁଚ୍ଛା ଖେମଟା ନାଟ,କେତେକ୍ଷଣ ଅବା କରିବୁ ବିନା ସୁତାରେ ହାଟ ।ଚିର ବାଟୁଆରୀ ତୁ ପରା ଆଚ୍ଛା କହିଲୁ ଭଲା,ବାଟ ଚାଲୁ ଚାଲୁ ଫାନ୍ଧିବୁ କେତେ ମାଲିମାମଲା ।ମହା ଦରବାର କଥା କି ମୂଢ଼ ଦେଲୁ ପାସୋରି,ଆସି ତହୁଁ ଯୋଡ଼ା ପିଆଦା ଗଳେ ବାନ୍ଧିବେ ଡୋରି ।ଶୁଣିବେ ନାହିଁ ତୋ କାକୁତି ସେହି ମହାନିଷ୍ଠୁରେ,ଭେଟାଇବେ ନେଇତୋତେରେଧର୍ମରାଜାଛାମୁରେ ।ଚିତ୍ରଗୁପ୍ତ ନାମେ ପାଞ୍ଜିଆ ତହିଁ ବସିଣଥିବ,ମିଛ କହିବାକୁ ତା ଆଗେ ଡରେ ଥରିବ ଜିଭ ।ଗୋଟି ଗୋଟି କରି କୁକର୍ମ ତୋର ଯିବ ସେ ଗାଇନାହିଁ କରିବାକୁ ସାହସ ତୋର ଖଟିବ ନାହିଁ ।ଦୋଷ ଅପରାଧ ବିଚାରି ରାଜା ବିହିବେ ଦଣ୍ଡ,ସେ କାଳର କଥା ନ ଭାବୁ କିପାଁ ଆରେ ପାଷଣ୍ଡ ।ଯାହା କଲୁ କଲୁ ପଛକେ ଏବେ ଛାଡ଼ି କୁକର୍ମ,କିଛି ହେଲେ ଯିବା ବାଟରେ ଭଲା ଆଚର ଧର୍ମ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ