ଢୁମ୍ପା ସଂଗୀତ
କବିସୂର୍ଯ୍ୟ · ୧୭୮୯–୧୮୪୫
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୯୭
- ସ୍ଥିତି
- ସାର୍ବଜନୀନ (Public domain)
ଛୋଟ ଢୁମ୍ପାତୋ ଚାରୁ ଚାହାଣୀ ଚାହିଁମରି ତୁ ଆବୁର ସାରି ପକା ପଛେମୋ ନିଆଳୀମୋ ଦେହ ତ ସହୁ ନାହିଁ। ୧ ।ଦିଅ ଯେତେ ଇଚ୍ଛା ଦଣ୍ଡଝୁମି କାମ ସଙ୍ଗେ ଝୁଣି ଦେବି ସିନାମୋ ନିଆଳୀଝଳି ଝଲମଲ ଗଣ୍ଡ। ୨ ।ହେବୁଟି କି ଶିରଗଭାକାଳ ସହୁନାହିଁ ବାଳମୃଗଦୃଶାମୋ ନିଆଳୀନୂଆ ବିକଶିତ ଶୋଭା। ୩ ।ତୋହ ପରି ତୁହି ସିନାବିଜେ କଲା ପୁରେ ପୁରି ରହିଥାଏମୋ ନିଆଳୀବନଜ-ବନ-ବାସନା। ୪ ।ଅଛି ଯେବେ ଅନୁକମ୍ପାକାତି ଝିଙ୍କି ପଛେ ଛାତିରେ ପ୍ରହାରମୋ ନିଆଳୀହୀରା ବୁଲାକି ନ କମ୍ପା। ୫ ।ପାସୋର ବାସର ଲାଜପଛକୁ ପକାଇ ନ ଦେଲେ ନ ଚଳେମୋ ନିଆଳୀବିଧି ନିଷେଧକୁ ଆଜ। ୬ ।ତୋ କୁଚ ତ କରକଶସବୁ ଗୁମାନ ଆଉ କେତେବେଳକୁମୋ ନିଆଳୀଥରେ ମୋହ କରେ କଷ। ୭ ।ଚୁମ୍ବନେ କଲେ ଶରଧାଚରଣଠାରୁ କବରୀଯାଏ ତୋରମୋ ନିଆଳୀକାହିଁ ପୂରି ନାହିଁ ସୁଧା। ୮ ।ଚତୁରଦଶ ଭୁବନେରସବତୀ ଚକ୍ର ଚୂଡ଼ାମଣି ବୋଲିମୋ ନିଆଳୀତୋ ବିନେ ଆନେ ନ ମାନେ। ୯ ।କାହିଁକି ଚାଲୁ ତୁ ତଳେଘାଣ୍ଟି ହେଉଅଛି କଣ୍ଟୀରବମଧ୍ୟାମୋ ନିଆଳୀମୋ ମନଯାକ ବିକଳେ। ୧୦ ।ଆନ ନାହିଁ ତୋହ ବିନାଅଷ୍ଟଦୁର୍ଗଧରାବର ଆରେ ଧୀରାମୋ ନିଆଳୀତୋହର ଅଧୀନ ସିନା। ୧୧ ।ଜାଈଫୁଲ ଢୁମ୍ପାକରୀଗତି ଚାନ୍ଦମୁହିଁକରି ଗତି ରସେ ରଜନୀ ପୁହାଏଜାଈଫୁଲ ରେ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ