ତିନିରାହା ଏକ ସ୍ଥାନେ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୧୭
- ସ୍ଥିତି
- ସାର୍ବଜନୀନ (Public domain)
ହରି ହରି କୃଷ୍ଣ ଡାକୁଅଛି କେହିବ୍ରହ୍ନା ବିଷ୍ଣୁ ଶିବ ରାମ,କେହି ଡାକେ ଖୋଦା କେହି ଡାକେ ଗଡ଼୍ସେହି ଜଣକର ନାମ ।କାହିଁ ସେ ଅଛନ୍ତି କେତେ ଦୂର ଦେଶେଖୋଜୁଛନ୍ତି ଜ୍ଞାନୀମାନେ,ଅଣୁ ପରମାଣୁ ବ୍ୟାପି ରହିଛନ୍ତିଲୀଳା କରି ପ୍ରାଣେ ପ୍ରାଣେ ।କିପରି ପାଇବି କି ତପସ୍ୟା କଲେକର୍ମ୍ମେ ପ୍ରେମେ ଅବା ଜ୍ଞାନେ,ଏକାନ୍ତ ସାଧନେ ତଦଗତ ମନେତିନି ରାହା ଏକ ସ୍ଥାନେ ।ଦୁର୍ଦ୍ଦିନେ ସିନ୍ଧୁତଟେ
୧
କର୍ମ−ସ୍ରୋତେ ଭାସି ଆସି ଜୀବନ−ବୋଇତଲାଗି ଯାଇଅଛି ଆଜି ଏଥି ଶୁଣ ମିତ ।ବସିଅଛି ଏ କୁଟୀରେ ଏକାକୀ−ନିର୍ଜନେ,କେତେ କେତେ ପୂର୍ବସ୍ମୃତି ପଡ଼େ ମୋର ମନେ ।ଆକାଶ ଆବୃତ ଆଜି ମହାଘୋର ଘନେ,କେତେ ଭାବ ଭାସି ଆସେ ମାନସ−ଗଗନେ ।ଗୁରୁ ଗୁରୁ ଗରଜଇ ପ୍ରମତ୍ତ ପବନ,ଝର ଝର ଝରୁଅଛି ବାରିଦଜୀବନ ।ଗୋଟିଏ ମାନବ ଏ ଦୁର୍ଦ୍ଦିନେ ଦେଖା ନାହିଁ,ପଦାର୍ଥ ଦୁର୍ଲଭ ହେଲେ ପ୍ରିୟ ହୁଏ ଭାଇ ।ଏ ପଥେ ପଥିକ କେତେ ଚାଲି ଯାଉଥାନ୍ତି,କେତେ ଗୀତ ଗାଇ କେତେ କଥା କହୁଥାନ୍ତି ।ଗହଳ ଚହଳ ଲାଗୁଥାଏ ବିଷ ପରି,ଅଳସ ବିଳାସ କର୍ମେ କଣ୍ଟକର ସରି ।ଆଜି କେହି ଦେଖା ନାହିଁ ଏ ରାଜପଥରେ,ଘଟଇ ଘଟନା−ସ୍ରୋତେ ସବୁ ଜଗତରେ ।
୨
ଚୌଦିଗେ ସିକତାମୟ ବିଶାଳ ପ୍ରାନ୍ତର,ଝାଉଁବୃକ୍ଷଶ୍ରେଣୀ ତହିଁ ଦିଶନ୍ତି ସୁନ୍ଦର ।କୁଟୀର ସମ୍ମୁଖେ ଛନ୍ତି ବଟବୃକ୍ଷ−ପନ୍ତି,ଶଙ୍ଖଚିଲ ବେନି ତହିଁ ସୁଖେ ବିହରନ୍ତି ।ଗୃହମଧ୍ୟେ ଶୀତବାସ ଲୋଡ଼େ ମୁଁ ଶୀତରେ,ଆନନ୍ଦେ ଆତାୟୀ ରାବେ ବିଟପୀ ଉପରେ ।ଧନ୍ୟ ଧନ୍ୟ ମହାପ୍ରଭୁ ତୋ ମଙ୍ଗଳ ବିଧି,କଳ୍ପତରୁ ଚିନ୍ତାମଣି ଦୀନ ବାଞ୍ଚାନିଧି !ଧନ୍ୟ କାରୁଣିକ ବିଧି ! ତବ ସୁବିଧାନ,ଯାହାର ଯେଉଁଟି ଲୋଡ଼ା କରିଛ ପ୍ରଦାନ ।
୩
ଶୁଭୁଅଛି ଘନଘୋଷେ ସିନ୍ଧୁର ଗର୍ଜ୍ଜନ,ଶ୍ରବଣବିବର ଭେଦି ପରଶେ ତା ମନ ।କି ଗମ୍ଭୀର କି ପବିତ୍ର କି ଅପୂର୍ବ ରବ !ହେ ଭୂମା ବ୍ରହ୍ନାଣ୍ଡ ସ୍ୱାମି ମହାସୃଷ୍ଟି ତବ,କେମନ୍ତ ସୁନ୍ଦର ଆହା କି ଲାବଣ୍ୟମୟ !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ