ସୂର୍ଯ୍ୟମୁଖୀ ଫୁଲ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୨
- ସ୍ଥିତି
- ସାର୍ବଜନୀନ (Public domain)
ଦୁଆର ଆଗରେ ଲଗା ହୋଇଥିଲାସୂର୍ଯ୍ୟମୁଖୀ ଗଛଟିଏ,ଯଥାକାଳେ ଗଛେ ଫୁଟନ୍ତେ କୁସୁମଦେଖନ୍ତି ଆସି ସଭିଏଁ ।ପତ୍ରଉହାଡ଼ରୁ ସୂର୍ଯ୍ୟମୁଖୀ ଫୁଲକେମନ୍ତ ସୁନ୍ଦର ଦିଶେ,କଳାମେଘକୋଳେ ଖେଳି ହସୁଅଛିସ୍ଥିର ସୌଦାମିନୀ କି ସେ ?କେତେ ଦୂରେ ସେହି ସବିତା ଦେବତାସୂର୍ଯ୍ୟମୁଖୀ କେତେ ଦୂରେ !ପ୍ରେମପୂର୍ଣ୍ଣ ନେତ୍ରେ ଅନାଇ ରହିଛିସେହି ପୂର୍ବାଭିମୁଖରେ ।କୋଟିଏ ଯୋଜନ ହେଲେହେଁ ଦୂରତାପ୍ରେମ ପାଶୁଁ କେ ବାହାର ?ଚନ୍ଦ୍ର−କୁମୁଦିନୀ ସୂର୍ଯ୍ୟ−ସୁର୍ଯ୍ୟମୁଖୀଯେ ଯାହାର ସେ ତାହାର ।ଗଣ୍ଠି ଗଣ୍ଠି ଗଛେ ଫୁଟିଅଛି ଫୁଲପୁଷ୍ପଭାରେ ଅବନତ,ଧନଭାରେ ଧନୀ ଜ୍ଞାନଭାରେ ଜ୍ଞାନୀବିନୟେ ଏସନ ନତ ।ବହନ୍ତେ ପବନ ହୋଇ ଛନ ଛନନଇଁପଡ଼େ ସୂର୍ଯ୍ୟମୁଖୀ,ପୁରୁଷ ପରଶେ ଲଜ୍ଜାର ଆବେଶେକାତର କିବା ସୁମୁଖୀ ।ପାଗଳ ପବନ ତନୁ ଅପଘନଏଣେ ତେଣେ ଦୋହଳାଏ,“ନାହିଁ ନାହିଁ ଦୂରେ ଯା ଯା ରେ” ବୋଲିଣଫୁଲ କି ମୁହିଁ ହଳାଏ !ତୁହାଇ ତୁହାଇ ବରଷଇ ଘନନୀରପାତେ ସୂର୍ଯ୍ୟମୁଖୀବିଚ୍ଛେଦ କାତର ଲଜ୍ଜାତରତରମେଘ ଦେଖି ହୁଏ ଦୁଃଖୀ ।ଟପ ଟପ ସ୍ୱନ ମନ୍ଦ୍ର ଗରଜନପବନଗହଣେ ନୀରଝର ଝର ଝରି ଫୁଲ ଦେହେ ପଡ଼ିଧନୀକୁ କରେ ଅସ୍ଥିର ।ନୀରକୁ ନିରେଖି ବୋଲେ ସୂର୍ଯ୍ୟମୁଖୀ“ମୋର ସଙ୍ଗେ କିପାଁ ବାଦ ?”କହେ ନୀର “ବାଦ ନୁହେଁ ଯୋଗ୍ୟଦଣ୍ଡ,କଲୁ ଯେଣୁ ଅପରାଧ,ହ୍ରଦ ପୁଷ୍କରୀଣୀ ନିମ୍ନଗା ନୀରଧିଅଙ୍ଗ ଶୋଭୁଥିଲ କାଳେ,ପୋଡ଼ି ଜଳ ବାଷ୍ପ ରୂପେ ଉଡ଼ିଗଲିତପନକିରଣଜାଳେ ।ଯେ ମୋହର ଏତେ ଦଶା ଘଟାଇଲା,ସେହି ପୁଣି ପ୍ରିୟ ତୋର,ମୋର ଧନେ ବଢ଼ି ମୋ ଶତ୍ରୁସୁହାଗୀଛି ଛି କୃତଘ୍ନତା ଘୋର ।”କହେ ସୂର୍ଯ୍ୟମୁଖୀ “ବିଧାତାବିଧାନେନ ବୁଝି ଦେଉଛୁ ଗାଳି,କେମନ୍ତେ ବଞ୍ଚନ୍ତା ଜଗତଜନତାଜୀବନ ନ ଦେଲେ ଢାଳି ?”
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ