ବର୍ଷାଚିତ୍ର
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୯୯
- ସ୍ଥିତି
- ସାର୍ବଜନୀନ (Public domain)
ଘୋର ଗର୍ଜ୍ଜନେ ଆସୁଛି ବରଷା ମେଘ ମନ୍ଦ୍ରଇ ଗଗନେ,ଚପଳା ଚମକେ ଦିଗ ଚମକିତ ଶୁଭେ ମର୍ମର କାନନେ ।ଝରେ ଝର୍ଝର ଗିରି ନିର୍ଝର କଳସଙ୍ଗୀତେ ତଟିନୀପ୍ରେମ ଚଞ୍ଚଳେ ଯାଏ ଉତ୍ତାଳେ ହେବାକୁ ସିନ୍ଧୁବାସିନୀ ।ଗିରି−ଉପବନେ ନାଚଇ ବର୍ହୀ ହୋଇ ଉନ୍ମନ ସୁନ୍ଦର,କେକା କଳରବେ ମୁଖରା ଦିଗ୍ବଧୂ ଆହା କି ନବୀନ ହୁନ୍ଦର ।ମେଘ ବର୍ଷଇ ପବି ଗର୍ଜ୍ଜଇ ଚମକେ ଶମ୍ପା ତରାସେ,ବାତ୍ୟା ତାଡ଼ିତ ଜଳ ବ୍ୟାହତ ଢେଉ କମ୍ପଇ ଆକାଶେ ।ଦ୍ରୁମପଙ୍କତି ଜଳ ସଙ୍ଗତି ଦୋହଲି ପିଅଇ ନିରତେଭେକଦମ୍ପତ୍ତି ନୀରସମ୍ପତ୍ତ ଭୋଗି ଉନ୍ମତ ଧୈବତେମେଘ−ମେଦୁର−ନଭ ମୟୂର ଦେଖି ନାଚଇ ଆନନ୍ଦେଗାଏ ସୁଖରେ ଗିରିଶିଖରେ ପ୍ରାବୃଟ−ଗୀତ ଛନ୍ଦେ ।ମନଚଇତନ କୋଇଲି ଚଉତିଶାକୋଇଲି ! କହେ ମନ ଚୈତନ୍ୟକୁ ଚାହିଁ,କାହିଁ ମୁଁ ଅଇଲି କାହିଁ ଯାଉଅଛି ମୁହିଁ ଲୋ କୋଇଲି । ୧ ।କୋଇଲି ! ଖଳ ପାଞ୍ଚି ମୋର ଷଡ଼ ଅରି,ଖେଳାଇଲେ ଏ ସଂସାରେ ଖେଳଘର ପରି ଲୋ । ୨ ।କୋଇଲି ! ଗଲା ବେଳ ଦେଖୁଁ ଦେଖୁଁ ମୋର,ଗୁରୁ ଗରଜନେ ମେଘ ଘୋଟି ଆସେ ଘୋର ଲୋ । ୩ ।କୋଇଲି ! ଘୋର ଅନ୍ଧକାର ଦଶଦିଶ,ଘନଘନ ଘଡ଼ଘଡ଼ି ବିଜୁଳି କୁଳିଶ ଲୋ । ୪ ।କୋଇଲି ! ନ ଦିଶଇ ପଥ କାହିଁ ଯିବି,ନିଭିବ ଜୀବନଦୀପ ସଂସାର ତେଜିବି ଲୋ । ୫ ।କୋଇଲି । ଚଞ୍ଚଳ ଅଚିର ଏ ଜୀବନ,ଚପଳ ଯେସନ ପଦ୍ମପଲ୍ଲବେ ଜୀବନ ଲୋ । ୬ ।କୋଇଲି ! ଛଦ୍ମବେଶେ ଲୁଚିଛି ଶମନ,ଛାୟାପରି କାୟା ପଛେ କରଇ ଗମନ ଲୋ । ୭ ।କୋଇଲି ! ଜଲଜଦଳରେ ଯେ ଜୀବନ,ଜୀଇ ଥିବା କଥା ସିନା ସଂସାରେ ତେସନ ଲୋ । ୮ ।କୋଇଲି ! ଝଟକଇ ଜୀବ ଆଗେ ସୁଖ,ଝିଙ୍କି ନେଇ ଜରା−ମୃତ୍ୟୁ ଦିଏ କେତେ ଦୁଃଖ ଲୋ । ୯ ।କୋଇଲି ! ନାହିଁ ନାହିଁ ମରଣୁଁ ନିସ୍ତାର,ନେବା ଆଗୁଁ ପ୍ରଭୁପାଶେ କର ତୁ ଗୋଚର ଲୋ । ୧୦ ।କୋଇଲି ! ଟେକି ଦୂବ କରନ୍ତି ସେ ଦାରୁ,ଟାକି ରହିଥାଅ ତାଙ୍କୁ ସେ ତ ମହାମେରୁ ଲୋ । ୧୧ ।କୋଇଲି ! ଠିକେ ମୁଁ ତ ତାଙ୍କରି କୋୟର,ଠାବ କରି ଆସ ଯାଇ ପ୍ରଭୁଙ୍କ ପୟର ଲୋ । ୧୨ ।କୋଇଲି ! ଡ଼ରାଉଛି ପାତକ ମରଣ,ଡାକି ଆଣ ପାଶେ ମୋର ପତିତପାବନ ଲୋ । ୧୩ ।କୋଇଲି ! ଢ଼ମ ଦେଖାଉଛି ଷଡ଼ ଅରି,ଢାଳି ଦିଅ ପ୍ରାଣେ ମୋର ଶାନ୍ତି−ସୁଖ−ବାରି ଲୋ । ୧୪ ।କୋଇଲି ! ନ ଡରିବି ବିପଦମରଣେ,ନିଖିଳନାଥଙ୍କୁ ଭଜୁଥିବି ମୁଁ ନିର୍ଜ୍ଜନେ ଲୋ । ୧୫ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ