ସନ୍ଧ୍ୟା ଚିତ୍ର
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୬୩
- ସ୍ଥିତି
- ସାର୍ବଜନୀନ (Public domain)
ଅସ୍ତୋନ୍ମୁଖ ରକ୍ତକର ସହସ୍ର ଦୀଧିତି,ଧୀରେ ମାଡ଼ି ଆସେ ସନ୍ଧ୍ୟା ପ୍ରାଚୀନଭକୋଳୁଁ,ହମ୍ୱାରଡ଼ି ଛାଡ଼ି ଧେନୁ ବାହୁଡ଼େ ଗୋଗୋଷ୍ଠୁଁ,ଆଶ୍ରୟ ତରୁଆଡ଼କୁ ଉଡେ ବିହଙ୍ଗମ,ପଲ୍ଲୀଦାଣ୍ଡେ ନ ଖେଳନ୍ତି ଗ୍ରାମଶିଶୁବୃନ୍ଦନୀର−ପୂର୍ଣ୍ଣପାତ୍ରେ ବଧୁ ବାହୁଡ଼ନ୍ତି ଗୃହେ,ଫେରିଯାଏ କୃଷୀବଳ କେଦାରୁ ସ୍ୱବାସେ,ହାଟରୁ ହାଟୁଆମାନେ ଫେରନ୍ତି ଆବାସେ,ତୁରୀ ଭେରୀ ଶଙ୍ଖ ଘଣ୍ଟା ବାଜଇ ମନ୍ଦିରେ,ପ୍ରଦୋଷପବନ ବହିଆସେ ଧୀରେ ଧୀରେ,ଥିଲା ଯା ପ୍ରକାଶ ଏବେ ହେଲାଣି ନୀରବଥିଲା ଯା ନୀରବ ଏବେ ହେଉଛି ପ୍ରକଟ,ବେଗେ ଚାଲ ପାନ୍ଥ ! ମାଡ଼ି ଆସୁଛି ଅନ୍ଧାର,ଚିର ତ ନୁହଇ ଲୋକଲୋଚନ−ଆଲୋକନ ରହିବ ଏ ସୁଯୋଗ ଏ କିରଣ ତାପଆସୁଛି ଅନ୍ଧାର ସଙ୍ଗେ ଶୀତ ଅସାଢ଼ତା ?ଦେଖିନିଅ ଏ ସୁନ୍ଦର ସଂସାର−ସୁଷମା,ନିଭିଯିବ ନେତ୍ରବିଭା ଚରମ ତାମସେ,ସ୍ନେହ ଦିଅ ସଙ୍ଗୀପାନ୍ଥେ ନ ମିଳିବ ବେଳ;ନ ବସ ହେ ଧନୀ ଆଉ ବିଳାସ ଆଲସ୍ୟେ,ଧାଇଁ ଧାଇଁ ଦେଖିଆସ ହରିତାଭ ସୃଷ୍ଟି,ବିଚିତ୍ର ସୁନ୍ଦର ଏହି ଧରଣୀ ତନୁ,ଚିର ତ ନୁହଇ ଦିନ ଆସିବ ଯାମିନୀ,ନିଭିଯିବ ସୁରଦୀପ, ନୟନପ୍ରଦୀପ,ନ ଭାତିବ ନେତ୍ରେ ଆଉ ମୋହନ ଭୁବନ,କେଉଁ ଅନ୍ଧକାରଲୋକେ ଯିବ ରେ ଏ ଜୀବଅନ୍ଧାରେ ସାଧିବ, ତେବେ ତାମସ ତପସ୍ୟା,ଦିଅ ଦିଅ ଏ ଆଲୋକେ ସଜଳ ମେଲାଣି,ଆସୁ ଅନ୍ଧକାର ତାକୁ ଆଣ ହେ ପାଛୋଟି,ଆଲୋକ ଅନ୍ଧାର ଦୁହେଁ ବିଶ୍ୱେଶ୍ୱରଦୂତ ।ଶୂନ୍ୟ କର ପ୍ରାଣ, ଯାଉ ସଂସାରଭାବନା,ସ୍ଥାପ ଅଗ୍ରେ ମୃତ୍ୟୁ−ମୃର୍ତ୍ତି, ତେଜ ହେ କାମନା,ଯାଉ କାର୍ଯ୍ୟ, ଯାଉ କଥା ବୃଥା, ବିଡ଼ମ୍ୱନା,ସଂସାର ଜଞ୍ଜାଳ ବୃଥା କଳ୍ପନା ଜଳ୍ପନା ।ନିଃଶଦ୍ଦ ନିଷ୍କାମ ହୋଇ ନିଷ୍କ୍ରିୟ ନିର୍ଦ୍ଦ୍ୱନ୍ଦବସ ହେ ଏକାକୀ ଯେହ୍ନେ ଆସିଥିଲ ଯିବ ।ପୌଷ ମାସେରାଗ – କଳହଂସ କେଦାରକେଡ଼େ ସୁନ୍ଦର ସଖା ଏ ପୌଷ ମାସ,ସ୍ୱର୍ଣ୍ଣ−ଶସ୍ୟ−ଆଗମେ ଦୁଃଖ ବିନାଶ ହେ ।ଆନନ୍ଦେ ଗୀତ ଗାଇ କୃଷକଗଣପ୍ରଫୁଲ୍ଲମନେ କଲେ ଶସ୍ୟ ଚୟନ ସେ ।କାହାର ପୌଷ ମାସ, କା ବଂଶ ନାଶପୌଷ ପୌରୁଷ−ଭାଷ କରେ ପ୍ରକାଶ ସେ ।ଶୀତ ରଜନୀ−ସୁଖେଧନାଢ଼୍ୟଜନକରନ୍ତି ସୁଖ−ନିଦ୍ରା ଅଙ୍କ ମଗନ ଯେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ