ଆକିଞ୍ଚନର ଆକିଞ୍ଚନ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୮
- ସ୍ଥିତି
- ସାର୍ବଜନୀନ (Public domain)
ଖରତର ଦିନ ମୋର ଯାଉଅଛି ବିତି,ମୃତ୍ୟ−ଅଭିମୁଖୀ ପଥେ ଚାଲେ ନିତି ନିତି ।ଏହିପରି କିଛିକାଳେ ସରିବ ମୋ ଯାତ୍ରା ଢାଳେଆଉ ନ ଚାଲିବି ପଥ, ଆସିବ ଅନ୍ଧାରସେ ଅନ୍ଧାରେ ବନ୍ଦ ହେବ ଭବ−କାରବାର ।
୨
ସରିବ ମୋ ସୁଉଦା ସେଦିନ ଭବହାଟେ,ଆଉ ନ ଚାଲିବି ପ୍ରିୟ ପରିଚିତ ବାଟେ,ଏ ସଂସାର−ଉପବନ କି ମୋହନ ସୁଶୋଭନଆଉ ନ ତୋଳିବି ଫୁଲ ସୁରଭି ସୁନ୍ଦରନ ଭୂଞ୍ଜିବି ରୂପ ରସ ଗନ୍ଧ ସ୍ପର୍ଶ ସ୍ୱର ।
୩
ସୁନ୍ଦର ସଂସାର ମୋର ପ୍ରିୟ ପରିଜନନିଦାରୁଣ କାଳବଳେ କରିବି ବର୍ଜ୍ଜନ,ବିଚ୍ଛେଦ−ଆଶଙ୍କା ଯେଣୁ ପ୍ରିୟତର ଦିଶେ ତେଣୁ,ଯେତିକି ମୁଁ ମୃତ୍ୟପଥେ ହୁଏ ଅଗ୍ରସର,ସେତିକି ସଂସାର ମୋତେ ଦିଶେ ପ୍ରିୟତର ।
୪
ପ୍ରଭୁ ହେ କରୁଣା କରି ହୁଅ ମୋର ସାହା,ବେଳହୁଁ ଦେଖାଅ ମୋତେ ଧର୍ମ−ପୁଣ୍ୟ−ରାହା,ବୈରାଗ୍ୟ−ବାରିରେ ପ୍ରଭୁ ଧୋଇଦିଅ ମୋହସବୁପୁଣ୍ୟବଳେ ପଦତଳେ ପାଏଁ ଯେହ୍ନେ ଠାଇଁ,ତବ ପଦ ବିନା ମମ ଗତ୍ୟନ୍ତର ନାହିଁ ।
୫
ବେଳସୁଁ ବ୍ୟବସ୍ଥା ମୋର କର କୃପାସିନ୍ଧୁସରସ କରୁ ମୋ ପ୍ରାଣ କରୁଣାର ବିନ୍ଦୁନାଶ ମମ ମୋହଧ୍ୱାନ୍ତ କର ପବିତ୍ର ପ୍ରଶାନ୍ତଯାଉ ସର୍ବ ଆବିଳତା ସଂସାର−ଜମ୍ୱାଳ,ମୋ ମଳିନ ମନେ ତବ ପ୍ରେମବାରି ଢାଳ ।
୬
ପବିତ୍ର କର୍ତ୍ତବ୍ୟ ପାଳି ମୋର ଦିନ ଯାଉତବ ଶ୍ରୀପଦପଙ୍କଜେ ଚିତ୍ତଭୃଙ୍ଗ ଥାଉ,ନିଷ୍କାମନିର୍ଲିପ୍ତଭାବେ କରେଁ କର୍ମ ସର୍ବଠାବେକାୟମନୋବାକ୍ୟେ କରି ସତ୍ୟ ଆଚରଣ,ବିଭୂ−ଇଚ୍ଛା ଅନୁସରି ଯାଉ ଏ ଜୀବନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ