କବିର ପ୍ରାର୍ଥନା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ ! ମୋତୋ ଦାନ କର କବିର ଜୀବନ,ଦିଅ ମୋତେ ମହାପ୍ରଭୁ ! ପବିତ୍ରତାଧନ ।ମୋ ଭାବ−ପ୍ରବଣ ଚିତ୍ତ କର ଶୁଦ୍ଧପୂତ,ଗରଳ ଜାରଣ ଢାଳି ଦିଅ ପେମାମୃତ ।ମୋ କବିତା−ଦୁଗ୍ଧ ଯୁବା ଯୁବତୀ ଯେସନେପିଇ ମୋ କବିତାରସ ସୁପବିତ୍ରମନେମଦୁମୟପ୍ରାଣେ ପୂତ କରନ୍ତୁ ଭୁବନେ,ଦିଅ ପ୍ରଭୁ ପୂତଭାଷା ପୁଣ୍ୟଚିନ୍ତା ମନେ ।ପ୍ରଚାରୁ କବିତା ମମ ପୁଣ୍ୟ ଆଦରଣ,ତାଠାରୁ ଅଧିକ ଦେଉ ମୋ ପ୍ରାଣ−ପରଶ ।ହେ ଶୁଦ୍ଧ ଅପାପବିଦ୍ଧ, ହେ ସଚ୍ଚିଦାନନ୍ଦ,ମହକି ଯାଉ ମୋ ଗୀତେ ମୋ ପ୍ରାଣ−ସୁଗନ୍ଧ ।କବିର ଜୀବନ ସଙ୍ଗେ ସାଧୁର ଜୀବନଦିଅ ଅନ୍ତର୍ଯ୍ୟାମୀ ନାଥ ପତିତପାବନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ