ବର୍ଷାସ୍ମୃତି
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୪
- ସ୍ଥିତି
- ସାର୍ବଜନୀନ (Public domain)
ଆସ ଆସ ବରଷାରେ ସ୍ୱରଗର ସୁଧାରାଶିତୋ ପାଇଁ ବରଷା ଅଛି ଚାତକ ପକ୍ଷୀ ପିଆସୀ ।ଢାଳ ଢାଳ ବରଷା ରେ ଶୂନ୍ୟରୁ ଅମୃତଧାରା,ତୋତେ ଦେଖି ଘନବନେ ନାଚନ୍ତି ମୟୂରପାରା ।ଆଣ ଆଣ ବରଷା ରେ ବିସ୍ମତଭାବନା ମନେ,ନିରେଖନ୍ତି ନେତ୍ରେ ତୋତେ କୃଷ୍ଣ କି ନିକୁଞ୍ଜବନେ ?ସିଞ୍ଚି ଦିଅ ବରଷା ରେ ପତ୍ରଫୁଲେ ଶୀତ ଜଳ,ତରୁଲତା ପାଉନ୍ତୁ ରେ ପରଶେ ଆନନ୍ଦ ବଳ ।ଧୋଇ ଦିଅ ବରଷାରେ ନବନୀରେ ମହୀଦେହେ,ମହୀରୁ ଜାନକୀ−ଲକ୍ଷ୍ମୀ ଉଠିବେ ଅତି ସେନେହେ ।ଉଡ଼ି ଯାଇଛି କୋକିଳ ତୋତେ ଦେଖି ବରଷାରେଉପବାସୀ ଚାତକର ଶୁଷ୍କ କଣ୍ଠ ତୁଋଷାରେ ।ଗଡ଼ି ପଡ଼ୁ ମଥାନରୁ ରକ୍ତ−କାନ୍ତ ଧାରା ବାରି,ହୀରାପରି ଫୁଟୁ ଫୁଲ ଓଳି ତଳେ ଧାରି ଧାରି ।ତୋ ଦୟାରେ ବରଷା ରେ ବିଟପୀ ଉଠେ ବିକଶି,ତୋ ଜଳ ପାଇଲେ କେତେ ଲତା ଧରେ ଫୁଲକସି,ସଖାସହ ଗୋପୀନାଥ ବୁଲୁଥିଲେ କୁଞ୍ଜବନେ,ଗହନ କାଳିନ୍ଦୀକୂଳେ ବର୍ଷଲୁ ଝର୍ଝର ସ୍ୱନେ ।ସପତ ଦିନ ଗୋପରେ ବରଷି ଥିଲୁ ଦ୍ୱାପରେଧରିଥିଲେ ନରହରି ଗୋବର୍ଦ୍ଧନ ଗିରିବରେ ।ସାଗରୁଁ ନେଇଣ ନୀର ସୂର୍ଯ୍ୟ କରନ୍ତି ତୋ ସୃଷ୍ଟିଅନନ୍ତ କାଳୁଁ ବରଷା କରୁଛୁ ଏପରି ବୃଷ୍ଟି ।ତୁ ଆସନ୍ତେ ଦୁର୍ବାଦଳେ ପିନ୍ଧିଣ ଲୋହିତ ଶାଢ଼ୀସାଧବାଣୀ ବୋହୂମାନେ ବସନ୍ତି ଧାଡ଼ିକି ଧାଡ଼ି ।କେଉଁ ଦେଶୁଁ ବରଷାରେ ଦଉଡ଼ି ଆସିଲୁ ତୁହି ।ଝର ଝର ସ୍ୱରେ ତୋର ଚିରକାଳ କିଣା ମୁହିଁ ।ବରଷି ତୁ ଛାଡ଼ିଗଲେ ଆନନ୍ଦ ଯାଏ ବରଷା !ନିତ୍ୟାନନ୍ଦ ପାଇବଇଁ କି ଉପାୟ କି ଭରସା ?ଛାଡ଼ିଗଲେ ବରଷା ତୁ ଗୀତେ ନ ରହେ ଆନନ୍ଦଭଜନ କରି କି ନାମ ପାଇବଇଁ ନିତ୍ୟାନନ୍ଦ ।ହେମନ୍ତ ବସନ୍ତ ବର୍ଷା ଅଟ ତୁମ୍ଭେ ଛଅ ଭାଇନାଚୁଅଛି ଚିରକାଳ ଅନନ୍ତ ଭଜନ ଗାଇ ।ଥାଉ ବର୍ଷା ସବୁଦିନେ ପୃଥିବୀରେ ଠାଇଁ ଠାଇଁମିଛଟାରେ ଭାଳୁଥାଏଁ ନନ୍ଦ ଯେହ୍ନେ କୃଷ୍ଣ ପାଇଁ ।ତୋତେ ଦେଖି ବରଷା ରେ ନାଚି ଉଠେ ମୋର ଚିତ୍ତକଣ୍ଠେ ବସି ସରସ୍ୱତୀ ଗାଉଥାନ୍ତି କେତେ ଗୀତ ।ମୁକ୍ତାନିନ୍ଦି ଜଳବିନ୍ଦୁ ଖସିପଡ଼େ ଗଗନରୁସୁଶୀଳା ଦୁଳାଳୀମାନେ ଦେଖୁଥାନ୍ତି ତାହା ଘରୁ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ