ବର୍ଷା−ଚିନ୍ତା
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୫
- ସ୍ଥିତି
- ସାର୍ବଜନୀନ (Public domain)
ନିବିଡ଼ ପ୍ରାବୃଟେ ଗମ୍ଭୀର ନିଶୀଥେଘୋଟଇ ଗଗନେ ଘନ,ଦକ୍ଷିଣାଶା ତଟୁଁ ବହଇ ହିଲ୍ଲୋଳତରୁପତ୍ର ବିକମ୍ପନ ।ଚାହୁଁ ଚାହୁଁ ଘନ ଟପ ଟପ ସ୍ୱନେଚଉଦିଗେ ପଡ଼େ ତଳେସୁପ୍ତ ଜନ ପ୍ରାଣୀ, ଫେଡ଼ିଣ ଗବାକ୍ଷଭାବିଲଇଁ ସୁନିଶ୍ଚଳେ ।ଚମକେ ଦାମିନୀ ଭେଦି ଧ୍ୱାନ୍ତ−ଦେହ,କୁଳଶେ ଦିଗ ସ୍ପନ୍ଦିତ,ଝର୍ଝର ଝରଇ ଘନ−ନୀର−ଧାରାକୁକୁଭ ପ୍ରତିଧ୍ୱନିତ ।ସଦା ଦିନେ ମୁଁ ଯେ ବରଷାର ରଙ୍କମେଘ ଦେଖି ଫେଡ଼େ ମନ,ଝର୍ଝରଶବଦ ତିରୋହିତ ହେଲେବିଷଣ୍ଣ ହୁଏ ମୋ ମନ ।ନିରେଖି ନିବିଡ଼− ନିଶୀଥଗଗନଭାବମଗ୍ନ ହେଲା ଚିତ୍ତ,ଅସଂଖ୍ୟ ଅତୀତ ଘଟନା ହୃଦୟଅନମ୍ୱରେ ସମୁଦିତ ।ମନେ ପଡ଼େ ସେହି ବୈଦିକ ଯୁଗରଶାନ୍ତି ରସାସ୍ପଦ ବନ,ବଟଚ୍ଛାୟା ତଳେ ପର୍ଣ୍ଣକୁଟୀ ମଧ୍ୟେଋଷିପତ୍ନୀ କନ୍ୟାନନ ।ଶାନ୍ତ ତପୋବନ ସାନ୍ଦ୍ର ତରୁ ଲତାରୁଚିର ପୂର୍ଣ୍ଣକୁଟୀର,ଋଷି−ପରିଜନ ସରଳ−ପରାଣପ୍ରଶାନ୍ତ ପ୍ରଫୁଲ୍ଲ ଧୀର !ପୂତ ହୋମ−ବହ୍ନି ଗମ୍ଭୀର ପ୍ରଣବବେଦମନ୍ତ୍ର ଉଚ୍ଚ ପୂତ;ତପୋବନେ ସନ୍ଧ୍ୟା ବିହଙ୍ଗମପନ୍ତିନୀଳାକାଶେ କଳରୁତ ।କରୁଣ−ନୟନ ଏଣ−ଏଣୀଗଣ,ଦିନାନ୍ତେ ଗୋଷ୍ଠୁଁ ଆନୀତ,ହୋମ−ଧେନୁ−ଦୁଗ୍ଧ ଋଷିଦୁହିତାଙ୍କବରାଙ୍ଗୁଳି−ଆର୍କର୍ଷିତ ।ହୋମ−ବହ୍ନି−ଧୂମ ଗମ୍ଭୀର ପ୍ରଣବସାନ୍ଧ୍ୟବାତ−ସଞ୍ଚାଳିତଆଶ୍ରମ−ପଦର ସାନ୍ଦ୍ର−ଲତା−ଦ୍ରୁମସ୍ୱର୍ଗେ ହିଏ ସମୁତ୍ଥ ।ସ୍ମରଣ ହୁଅଇ ଶିବଗତପ୍ରାଣପ୍ରତ୍ୟାଖ୍ୟାତା ଗିରିସୁତା,ଘୋର ପ୍ରାବୃଷେଣ୍ୟ ତପସ୍ୟାନିମଗ୍ନ ।ପିନାକି−ପ୍ରଣୟ−ଯୁତା !ନଳ−ଦତ୍ତ−ଚିତ୍ତା ସତୀ ଦମୟନ୍ତୀନିବିଡ଼ ନିର୍ଜନ ବନେ,ପ୍ରିୟତମେ ତରୁ ଲତା−ଅନ୍ତରାଳେଲୋଡ଼ନ୍ତି ଆକୁଳମନେ ।ମନେ ପଡ଼େ ଯେବେ କିସ୍କିନ୍ଧ୍ୟା−କାନନେତେଜିଣ ଅଯୋଧ୍ୟାଧାମ,ଘୋର ପ୍ରାବୃଟରେ ଝୁରି ବୁଲୁଥିଲେବୈଦେହୀବିରହେ ରାମ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ