ତର୍ପଣ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୬
- ସ୍ଥିତି
- ସାର୍ବଜନୀନ (Public domain)
ବୃନ୍ଦାବନେ ବଂଶୀ ଆଜି ପୁଣି କି ବାଜେ ଥରେଷୋଳ ବରଷେ ଏ ମଡ଼ା-ଦେଶେ ତର୍ପଣ କେ’ କରେ ?ଶୁଷ୍କ କୁଶ, ପାତ୍ରୀ ଧର,ରୁଧିର ଅବା ଲୋତକ ଢାଳ,ସରିତ, ସର, ଝରଣା ଜଳ ଯାଇଚି ସବୁ ଶୁଖିଷୋଳ ବରଷେ ଆଜି ଏ ଦେଶେ ବଂଶୀ ଯାଏ ଡାକି !କୁଞ୍ଜବନେ ମନ୍ଦିରେ କେ’ ପାଷାଣ ଥିଲା ହୋଇ,ତା ପାଖେ ବସି ଡାକିଲା ଆନ ଦେବତା ନର-ଦେହୀ ।ପାଷାଣ ଦିଅଁ ରହିଲା ଦୂରେଏ ଡାକ ବାଜେ ପରାଣ ପୁରେ,ମରଣ ଯହିଁ ରଚଇ ରାସ—ସେଇ ମଶାଣି ତଟେଷୋଳ ବରଷେ ଆଜି ଏ ଦେଶେ ଆହ୍ୱାନ ତା’ ଉଠେ ।ଯେ ଭୂଇଁ ତଳେ ମଣିଷ ମରେ ନ ପାଇ ମୁଠେ ଦାନ ।ଲକ୍ଷ ତନୁ ମୁକୁଳା ରହେ ନ ପାଇ ଚକେ କନା,ସେଠିତ ‘ରାଜନୀତିର’ ଜୟ !-ଘୃଣ୍ୟ ପୂତିଗନ୍ଧମୟ !!ଶରଣ ଯାଚେ, ମୁକ୍ତି ସୂଚେ, ଷୋଳ ବରଷେ ଆଜି,କାହାର ବାଣୀ କହଇ-‘ଉଠ ନିଷ୍ପେଷିତ ରାଜି ।’କଂକାଳରେ ! କହ ତୁ କଥା ମଶାଣି ତଟୁ ଉଠିତର୍ପଣର ଆସିଚି ବେଳ ବର୍ଷ ଶେଷେ ଏଠିଅଶ୍ରୁନାହିଁ, ରକ୍ତ ନାହିଁତର୍ପଣ ତୁ କରିବା ପାଇଁ,ଥରେ ତୁ ଭାଇ ଦେଏରେ ଚାହିଁ ତୋହରି ଚିତ୍ତଲୋଭାଶାନ୍ତ ପୂତ ଗୌର ତନୁ ତୋ ବୁକେ ରଚେ ସଭା ।ଜୁନ୍-୧୯୪୪ଉତ୍କଳମଣିଙ୍କ ଷୋଡ଼ଶ ଶ୍ରାଦ୍ଧବାସରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର