ପୁଣ୍ୟ ଗୋଦାବରୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
ତୁମେ ତ ଜାଣିଲ ନାହିଁ କିଏ ଦେଲା ଗଳେ ଫୁଲମାଳା,ତୁମେ ତ ଦେଖିଲ ନାହିଁ କିଏ ତୁମ ପଛେ ପଛେ ଗଲା,ଚରଣ ପରଶି କିଏ ମଥା ନୋଇଁ ଦେଲା ଅଶ୍ରୁ ଢାଳିକେ କରିଲା ସଂକୀର୍ତ୍ତନ ତୁମ ନାମେ ଦେଇ କରତାଳି ।ତୁମେ ତ ଚାହିଁଲ ନାହିଁ ଆଖି ମେଲି କିଏ ହେଲେ ଉଭାତୁମ ଶୁଭ୍ର ତନୁ ପାଖେ କରଯୋଡ଼ି ବାଳ ବୃଦ୍ଧ ଯୁବା,ତୁମେ ତ ହସିଲ ନାହିଁ, ତୁମ ଯିବା ପଥ ଧାରେ ଧାରେକାତରେ ଡାକିଲା ଜାତି ନିରାଶାର ଘୋର ଅନ୍ଧକାରେ !ତୁମେ ଗଲାବେଳେ ଦେବ ! ପ୍ରଭଞ୍ଜନ ହେଲା କି ପାଗଳଆକାଶେ ଘୋଟିଲା ମେଘ, ବରଷିଲା ଜଳ ଅନର୍ଗଳ ।ଶୁଭିଲା ଚୌଦିଗେ ଡାକ, ଚକ୍ରପାଣି ! ରଖ ଏ ଜାତିରେଜାତିର ଏ ଇତିହାସ, ହୃତ୍ପିଣ୍ଡ ଏ ଜାତିର ଛାତିରେ !ତୁମେ ମାନିଥିଲ ସାକ୍ଷୀ ସେ ଦିନ ସେ ସାକ୍ଷୀ ଗୋପୀନାଥେତୁମେ ଆଜି ସାକ୍ଷୀ ହେଲ ଏ ଜାତିର ଅଗ୍ରଗତି ପଥେ !ତୁମକୁ ଡାକନ୍ତି ଆଜି ଏ ଧରଣୀ ବିଲ ବନ ଗିରିଦରିଦ୍ର ଏ ଓଡ଼ିଶାର ଆହେ ତୀର୍ଥ ପୁଣ୍ୟ ଗୋଦାବରୀ !ଜୁଲାଇ-୧୯୫୬
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର