ମରଣଯାତ୍ରା
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
ମରଣ ବଧୂର ପ୍ରଣୟୀ ଜନ ଆସଜଳଦ ରଚେ ବିଜୟ ମହୋଲ୍ଲାସ,ବିଜୁଳି ଆଜି ଚମକେ ଘନ ଘନ,ପାଗଳ ଆଜି ପ୍ରଳୟ ପ୍ରଭଞ୍ଜନ,ଗହନ ଆଜି ସହନ ସୀମା ପାରେବକ୍ଷ ଚିରି ଡାକଇ ନଦୀ ଧାରେ ।ଡାକଇ ଗୋପବନ୍ଧୁ, ଆସ ଆସଲାଗିବ ଆଜି ମରଣ କୁଞ୍ଜେ ରାସ,ଡଙ୍ଗା ବାହି ଭଙ୍ଗା ବୁକୁ ପରେସୌଧ କିଏ ତୋଳିବ ଆଜି ମାତୃ ଗୌରବରେ !!ମରଣ ବାଳା-ସ୍ୱୟଂବରେ ଆସ,ଅଙ୍ଗେ ଶୋହୁ ଜୀର୍ଣ୍ଣ ଦୀନ ବାସ,ଶୀର୍ଣ୍ଣ ଆଜି ଏ ମହାନଦୀ ବୁକୁଲକ୍ଷ ମହାପ୍ରାଣ ଏ ଦୁକୁ ଦୁକୁ,ଚୁମ୍ୱେ ଆଜି ଅଗ୍ନି ଧରା ପରେଶୈଳ ଶିଖୁ ଅଗ୍ନିସ୍ରୋତ ଝରେ,ଡାକଇ ଗୋପବନ୍ଧୁ ଆସ ଆସବହଇ ଆଜି ମରଣ-ବିଷଶ୍ୱାସ ।ଭିକ୍ଷା ମାଗି ଉଦ୍ଧରିବ ବୁଲିବଧୀର ଶତ ସୋଦର ସମ ଆପଣା ବୁକେ ଧରି !!ମରଣ-ପଥ-ଯାତ୍ରୀ କିଏ ଆସରାତ୍ରି ଆଜି, ପଥ ଏ ନାହିଁ ଲେଶ,ସାହା କେ ନାହିଁ, ସାଥି କେ ନାହିଁ ଜଣେ,ମୃତ୍ୟୁମୟ ଏ ଉତ୍କଳ ବନେ !ଅନ୍ଧକାରେ ପ୍ରଦୀପ ନାହିଁ ଜଳେ,ଚରଣ ଭେଟେ ମଡ଼ା ଏ ଥରେ ଥରେ,ଡାକଇ ଗୋପବନ୍ଧୁ—ଆସ ଆସହେଲେରେ ହେବ ମରଣ ପଥେ ବାସଆସରେ ଆସ, ତହିଁ କି ଭୟ ଅବାମରଣେ ଆଜି କରିବ ପରା ମାତୃପଦ ସେବା !ଜୁନ୍-୧୯୩୬
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର