ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
ମନ ଯା’ର ବ୍ୟସ୍ତ ସଦା ପରସ୍ୱହରଣେ,ଧନ ଯା’ ର ବିଦଳିତ ଗଣିକା-ଚରଣେ,ଜୀବନ ଯା’ ଲକ୍ଷ ଳକ୍ଷ ଲୋକଙ୍କର ଭାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।ବିଦ୍ୟା ଯା’ର ମୋଡ଼ୁଥାଏ ଧର୍ମନୀତି ମୁଣ୍ଡ,ବୁଦ୍ଧି ଯା’ର କରୁଥାଏ ଶତ ସତ୍ୟ ଗୁଣ୍ଡ,ଧନେ କ୍ରୀତ ହେଉଥାଏ ଯାହାର ବିଚାରତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।ସୁବର୍ଣ୍ଣ ହରଣ କରି ତାମ୍ର କରେ ଦାନ,ଧନେ କରିଥାଏ ପ୍ରଭୁ ସନ୍ତୋଷବିଧାନ,ଢାଙ୍କିବାକୁ ଦୋଷ ଦିଏ ନାନା ଉପହାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,କରୁଥାଏ କ୍ଷମତାର ଅପବ୍ୟବହାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।ବହିର୍ଗତ ହୋଇଥାଏ ଘରୁ ଶୂନ୍ୟକରେ,ଶଗନ ଶଗଡ଼ ଦ୍ରବ୍ୟ ଆଣି ଘରେ ଭରେ,ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।[୧୯୧୮ ଫବୃଆରୀ ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର