ବଳରାମ ଦେବ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପି(୧)ମାତାର ଆଦେଶ ପାଇ ଭ୍ରାତୃଶକ୍ତି ଫଳ,ଅଙ୍ଗ ତରଙ୍ଗିଣୀ ଅଙ୍ଗ କରି ଉଲଙ୍ଘନ,ହୀରାଖଣ୍ଡ ରାଜ୍ୟେ ଶୁଭ ପଦାର୍ପଣ କଲ,ବଳରାମ ଦେବ, ଆଦ୍ୟ ଅବନୀମଣ୍ଡଳ ।ଶୂର ବୀର ଧୀରବର ପୁରୁଷରତନ,ସାହସ କିରଣେ ଦୀପ୍ତ ବଦନମଣ୍ଡଳ,ଚାହିଁ ଏହି ମହୀ କରି ପ୍ରୀତି ସମ୍ଭାଷଣପଦ ପ୍ରକ୍ଷାଳିଲା ଆଣି ଜିରା-ଦନ୍ତା (୧) ଜଳ ।ଦ୍ୱାଦଶ-ପାହାଡ଼ (୨) ଗିରି ମଲ୍ଲୀମାଳ କରି,ହର୍ଷେ ତବ ସୁବିଶାଳ ବକ୍ଷେ ଦେଲା ଭରି ।(୨)ଗିରି ଉରସିଜ ବନ-କଣ୍ଟକ-ଲୋମଶ,ଅବନୀର ବିଳାସରେ ନ ହେଲ କାତର,ଭାବିଲ କଣ୍ଟକନାଡ଼େ ଫୁଟେ ତାମରସ,ତାହା ସିନା କମଳାର ଚିର ପ୍ରିୟ ଘର ।ଦ୍ୱିରଦ ଗର୍ଜନ, ଭୀମ ଉରଗ ତର୍ଜନ,ଭୀତି ଦେଇ ନ ପାରିଲେ ହୃଦୟେ ତୁମ୍ଭର,ଦେଖିଲ କେବଳ ତାଙ୍କ ମସ୍ତକ ରତନରାଜଲକ୍ଷ୍ମୀ ଭୂଷଣେ ଯା ହୁଏ ମନୋହର ।ବ୍ୟାଘ୍ରନାଦ ଶୁଣି କଲ ମନରେ ବିଚାର,ଅଭିଷେକେ ହେବ ତାର ଚର୍ମ ଉପଚାର ।(୩)ସୁକାନ୍ତିତନୟା ତୀରେ ରମ୍ୟ ତରୁତଳେ,ଦ୍ୱିରଦ-ରଦନ-ଶୁଭ୍ର ବାଲିବେଦୀ ବକ୍ଷେ,ସିଂହାସନ କରି ଶୁଭ୍ର କୁସୁମପଟଳେ,ବସାଇ ତୁମ୍ଭଙ୍କୁ ବନଦେବତା ପ୍ରତ୍ୟକ୍ଷେ ।ଆଦ୍ୟ ଅଭିଷେକ ବିଧି କଲେ ସମ୍ପାଦନ,ଆଣି ରାମ-ପାଦ-ପଦ୍ମ-ରଜ-ପୂତ-ନୀର, (୩)(ଗର୍ଭ ଯା’ର ହୀରକର ଜନମସଦନ)କୁସୁମପଟଳେ ମଣ୍ଡିଦେଲେ ତବ ଶିର ।ଭାଗ୍ୟଦେବୀ ସମଲାଈ ରୂପେ ହସି ହସି,ସ୍ୱହସ୍ତେ ଧରାଇଦେଲେ ଅରିଞ୍ଜୟ-ଅସି ।(୪)ଦେଖୁଁ ଦେଖୁଁ ଚଉଦିଗୁ କ୍ରମେ କ୍ରମେ ଆସି,ନୃପତିମଣ୍ଡଳ ତବ ହେଲେ ପାର୍ଶ୍ୱଚରଦିଶିଲା ମୂରତି ତୁମ୍ଭ ପ୍ରତୀଭା ପ୍ରକାଶି,ରକ୍ଷଗଣ ମଧ୍ୟେ ଯଥା ପୂର୍ଣ୍ଣ ସୁଧାକର ।ବାମଭାଗେ ବିରାଜିଲେ କମଳକୁମାରୀ,ଗାଙ୍ଗପୁର ରାଜସୁତା ରୋହିଣୀ ସଦୃଶା;ତାଙ୍କ ପାଶେ ମୁକ୍ତାଦେଈ ପୁଷ୍ପସୁକୁମାରୀ,ଶ୍ରୀ ସମୀପେ ଗୀଃ ସ୍ୱରୂପ ଇନ୍ଦୀବରଦୃଶା ।ଶ୍ୱେତଛତ୍ର ବିଶୋଭିଲା ମସ୍ତକ ଉପରେ,ଗିରିଶରେ ଶରଦର ଜଳଦରୂପରେ ।(୫)ଦେଖୁଁ ବାଲିବେଦୀ ହେଲା ଗଜଦନ୍ତମୟ,ପୁଷ୍ପସିଂହାସନ ହେଲା ସ୍ୱର୍ଣ୍ଣସିଂହାସନ,ରତ୍ନ ହେଲେ କିରୀଟର କୁସୁମନିଚୟ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଦଶଦିଗ ଆଲୋକିଲା ଖଡ୍ଗର କିରଣ ।
ରାଜଲକ୍ଷ୍ମୀ ଜୟଲକ୍ଷ୍ମୀ ନ କରନ୍ତି ମନ,
କେତେବେଳେ ଛାଡ଼ିବାକୁ ତୁମ୍ଭର ନିକଟ,
କୀର୍ତ୍ତିଶ୍ୱରୀ ସେହିପରି ହୋଇ ସୁପ୍ରସନ୍ନ,
ଚଉଦିଗେ କରୁଥାନ୍ତି ମହିମା ପ୍ରକଟ ।
ତାଙ୍କଠାରେ ହୋଇଥାଅ ସମର୍ପିତ ପ୍ରାଣ,
ତେଣୁ ବୃଦ୍ଧି କରୁଥାନ୍ତି ତୁମ୍ଭର ସମ୍ମାନ ।
(୬)
ଯେତେବେଳେ ଭାରତର ଯବନଦହନେ
ସନ୍ତାପିତ ହେଉଥିଲେ ପ୍ରକୃତି ସକଳ,
ସୁଖ-ସୂର୍ଯ୍ୟ ଉଇଁ ତୁମ୍ଭେ ଏ ରାଜ୍ୟ-ଗଗନେ
ବିକଶାଉଥିଲ ରମ୍ୟ ଶାନ୍ତି-ଶତଦଳ ।
ହଂସରୂପେ ଆସି ତହିଁ ବିବୁଧମଣ୍ଡଳ,
ସୁଖେ ତୁମ୍ଭ ତଳେ କଲେ ବାସ ବିଚରଣ,
ନିଜ ନିଜ ଅଭିଳାଷମତେ ପାଇ ଫଳ,
ସ୍ଥାନାନ୍ତର ଗମିବାକୁ କଲେ ନାହିଁ ମନ ।
ଦୁରାଚାରୀ ଯବନର ଅପମିତ୍ର ନାମ,
ନ ପାରିଲା ସ୍ପର୍ଶକରି ଏ ପବିତ୍ର ଧାମ ।
ପ୍ରବାଦ ଅଛି ଯେ, ପାଟଣା ମହାରାଜା ନୃସିଂହଦେବଙ୍କ ରାଣୀ ବର୍ଷାରଜନୀରେ ଆସନ୍ନପ୍ରସବା ଦେବାରୁ ଧାତ୍ରୀ ଡାକିଆଣିବା ବିଷୟରେ ନୃସିଂହଦେବ ଚିନ୍ତିତ ଥିଲେ । କାରଣ ରାଜାଙ୍କର ନବର ଓ ଧାତ୍ରିର ନିବାସ ଗ୍ରାମ ମଧ୍ୟରେ ଗୋଟିଏ ସ୍ରୋତସ୍ୱତୀ ଥିଲା । ନୃସିଂହଦେବଙ୍କ ଭ୍ରାତା ବଳରାମଦେବ ଅଗ୍ରଜଙ୍କ ଅଜ୍ଞାତସାରରେ ସେହି ଭୀଷଣ ରଜନୀରେ ସନ୍ତରଣଦ୍ୱାରା ନଦୀ ପାରହୋଇ ଧାତ୍ରୀକୁ ନିଜ ପୃଷ୍ଠରେ ଧରି ନଦୀ ପାର କରି ଆଣିଲେ । ଧାତ୍ରୀ ଯଥାସମୟରେ ରାଣୀଙ୍କ ନିକଟରେ ଉପସ୍ଥିତ ହୋଇ ସମ୍ପୂର୍ଣ୍ଣରୂପେ ନିଜର କର୍ତ୍ତବ୍ୟ କାର୍ଯ୍ୟ ସବୁ ସାମଧାନ କଲା । ନୃସିଂହ ଦେବ ପରେ ସମସ୍ତ ଘଟଣା ଅବଗତ ହୋଇ ଅନୁଜଙ୍କୁ ଆନନ୍ଦରେ ସହିତ ଭାବୀ ସମ୍ବଲପୁର ଅରଣ୍ୟ ରଜ୍ୟର ରାଜତ୍ୱ ପ୍ରଦାନ କଲେ । ତେତେବେଳେ ବଳରାମ ଦେବଙ୍କ ଜନନୀ ଅଙ୍ଗ ନଦୀକୂଳକୁ ଆସି ପ୍ରିୟପୁତ୍ର ବଳରାମ ଦେବଙ୍କୁ ବିଦାୟ ଦେଇ କହିଲେ କି, ତୁ ଆଜିଠାରୁ ଅଙ୍ଗନଦୀର ଉତ୍ତର ଭାଗରେ ରାଜତ୍ୱ କରିବୁ । ଦକ୍ଷିଣ ଦିଗ ରାଜ୍ୟକୁ ଲୋଭ କରିବୁ ନାହିଁ, ଅର୍ଥାତ୍ ଜ୍ୟେଷ୍ଠଭ୍ରାତା ସଙ୍ଗେ କଳହ କରିବୁ ନାହିଁ ।
୧.ଜିରା-ନଦୀବିଶେଷ, ଦନ୍ତା-ନଦୀବିଶେଷ୨.ବାରପାହାଡ଼-ସମ୍ୱଲପୁରର ସର୍ବପ୍ରଧାନ ପର୍ବତ୩.
ସମ୍ବଲପୁର ନଗରର ଦୁଇ ମାଇଲ୍ ପଶ୍ଚିମରେ ମହାନଦୀଗର୍ଭସ୍ଥ ପ୍ରକାଣ୍ଡ ଶିଳାସ୍ତୁପରେ ଚାରିଟି ପାଦଚିହ୍ନ ଅଛି; ଲୋକେ ତାହାକୁ ରାମ-ଲକ୍ଷ୍ମଣଙ୍କର ପାଦଚିହ୍ନ କହନ୍ତି ।
[୧୯୧୧ ଅଗଷ୍ଟ, ଉତ୍କଳ ସାହିତ୍ୟରେ ପ୍ରକାଶିତ]
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ