ତ ।ରକେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଶ୍ରୀ ତାରକେଶ୍ୱରହୁଗୁଳି ଜିଲ୍ଲାରେ ଘର ।ପ୍ରତିଜ୍ଞାତ ବଡ଼ ବୋଲି,ପ୍ରକାଶି ରଖିଚ ଖୋଲି ହେ ।୧।କୁଢ଼ୀମାନଙ୍କ ଧାରଣା,ପଡ଼ିଛି ପାଟଅଗଣା ।ମିଷ୍ଟାନ୍ନେ ବହୁତ ପ୍ରୀତି,ଭୋଗରାଗ ଲାଗେ ନିତି ହେ ।୨।ତୁମ୍ଭ ମଠର ମହନ୍ତ,ଦେଖିବାକୁ ରୂପବନ୍ତ ।ଚକାମାଲିଟି ପକାଇ,ବିହରଣେ ବସି ଥାଇ ହେ ।୩।ଯାତ୍ରୀମାନଙ୍କର ଭେଟି,ରଖନ୍ତି ଯେ ଦିଏ ଯେଟି ।ଟଙ୍କା ସୁନା, ଗଦା ଗଦା,ଲାଗିଅଛି କେତେ ଧନ୍ଦା ହେ ।୪।ବିଶେଷେ ବଙ୍ଗ ମହିଳା,ପୂଜନ୍ତି ଚରଣଶିଳା ।ପଇଡ଼ ଫୁଲ ଚନ୍ଦନ,ଦେଇ କରନ୍ତି ବନ୍ଦନ ହେ ।୫।ନବବସ୍ତ୍ର କେହି ଆଣି,ଶ୍ରୀଅଙ୍ଗେ କରେ ମଣ୍ଡଣି ।ଦର୍ଶନ କରିଛି ଥରେ,ମୋ କଷ୍ଟ ଫେଡ଼ିବ ବାରେ ହେ ।୬।କପିଳମୁନି ଆଶ୍ରମକପିଳମୁନି ଆଶ୍ରମଗଙ୍ଗାସାଗର ସଙ୍ଗମ ।କରୁଛି ମନେ ସ୍ମରଣ,କରନ୍ତୁ ମୋର ତାରଣ ହେ ।୧।ଇଚ୍ଛା ତ ଅଛି ମୋହର,ସାଧୁ ସନ୍ଥ ସଙ୍ଗତର ।ସାଗର ସଙ୍ଗ ମେଳାକୁ ,ଥରୁଟିଏ ଦେଖିବାକୁ ହେ ।୨।ଯେବା ଚିନ୍ତାଶୀଳ ଅତ,ସେ କି ଜାଣେ ମନଗତି ।କେତେବେଳେ କିସ ଘଟେ,ଏ ଜଗତ ଚିତ୍ରପଟେ ହେ ।୩।