ସୀମାଚଳନାଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୧
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ସୀମାଚଳନାଥ,ଭକ୍ତିଭରେ ନତ ମାଥ ।ନ ଖାଇଣ କେବେ ଭାତ,ପଣା ପିଇବାରେ ମାତ୍ର ହେ ।୧।ହୁଅ ମୋରେ ଅନୁକୂଳ,ଦିଅ ସବୁ କରି ଠୁଳ ।ରଖିବ କିନାରା କୂଳ,ଏ ପ୍ରାର୍ଥନା ଆଦିମୂଳ ହେ ।୨।କୁରୁକ୍ଷେତ୍ରକରୁକ୍ଷେତ୍ର ସରୋବର,ଭାବୁଚି ଆଜି ମନର ।ମଧ୍ୟରେ ଲକ୍ଷ୍ମୀ ମନ୍ଦିର,ଦିଶଇ କିବା ରୁଚିର ହେ ।୧।ଲକ୍ଷ୍ମୀଦେବୀଙ୍କ ସରାଗ,ଦୁଃଖନାଶନେ ପାରଗ ।ପଞ୍ଚୁପାଣ୍ଡବଙ୍କ ଗାଦି,ପ୍ରସିଦ୍ଧି ରଖିଚି ସାଧି ହେ ।୨।ସଂକ୍ରମଣ ଗ୍ରହଣରେ,ଯୋଗ ପଡ଼େ ସରୋବରେ ।ଲକ୍ଷ ଲକ୍ଷ ଲୋକ ସ୍ନାନ,କରନ୍ତି ପୁଣ୍ୟ ଅର୍ଜନ ହେ ।୩।ପିତୃଲୋକଙ୍କୁ ଉଦ୍ଧରି,ଦିଅନ୍ତି ସ୍ୱରଗେ ଭରି ।ଏ ତୀର୍ଥେ ଶ୍ରାଦ୍ଧ ତପଣ,କରିଛି ଦେବଦର୍ଶନ ହେ ।୪।ପଞ୍ଚୁ ପାଣ୍ଡବଙ୍କ ପଣ,ମହାଭାରତ ପୁରାଣ ।କୁରୁକ୍ଷେତ୍ର ଯୁଦ୍ଧ ବାଣୀ,ସ୍ମରଣେ ରଖିଲି ଆଣି ହେ ।୫।