ସ୍ୱପନେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ ସ୍ୱପନେଶ୍ୱର,ରତାଗଡ ଗିରିପର ।କରିଛ ରମ୍ୟ ଆସ୍ଥାନ,ଦେଖିଲେ ମୋହିତ ମନ ହେ ।୧।ବହୁତ ଦୁରୁଁ ଦେଉଳ,ଦିଶଇ ଅତି ମଂଜୁଳ ।ଉପାଦେୟ ସରୁଅନ୍ନ,ନିତି କରୁଛ ଭୋଜନ ହେ ।୨।ବସିଥଲି ଥରେ କ୍ଷଣେ,ଚାରିଆଡ ନିରୀକ୍ଷଣେ ।ଅପୂର୍ବ ଆନନ୍ଦ ଭୋଗ,ମୋ ଭାଗ୍ୟରେ ହେଲା ଯୋଗ ହେ ।୩।ନୀଚେ ମହାନଦୀ ବାରି,ପର୍ବତେ ବାଜି ବାହାରି ।ଯାଉଅଛି ନାଚି ଖେଳି,ଜଳଚରଙ୍କର କେଳି ହେ ।୪।କାର୍ତ୍ତିକ ପୂର୍ଣ୍ଣିମା ତିଥି,ବସିଯାଏ କେତେ ବୀଥି ।ମିଳି ମେଳା ସଂକୀର୍ତ୍ତନ,କରୁଥାନ୍ତି ଗ୍ରାମଜନ ହେ ।୫।ପ୍ରଭୁ ମୋଠାରେ କିଂଚିତେ,ଦୟା ରଖିଥିବ ଚିତ୍ତେ ।ମୋ କାର୍ଯ୍ୟ କରିବ ଜୟ,ତୁମ୍ଭେ ପରା କୃପାମୟ ହେ ।୫।ବ୍ରହ୍ମେଶ୍ୱରବେରବୋଇ ବ୍ରେହ୍ମେଶ୍ୱର,ପାଶେ ସୁପ୍ରଶସ୍ତ ସର ।ସୁଉଚ୍ଚ ମନ୍ଦର ଛାୟା,ଜଳେ ଦ୍ୱିଗୁଣିତ କାୟା ହେ ।୧।ଅସଂଖ୍ୟ ପଇଡପାଣି,କଣ୍ଠରେ ଢ଼ାଳନ୍ତି ଆଣି ।ଜନମାନେ ଚାରିପାଶେ,ଶୀତିକଣ୍ଠ ଶୀତ ଆଶେ ହେ ।୨।ପାଶନିବାସୀ ମହନ୍ତ,ଭୋଗେ କରନ୍ତି ହେମନ୍ତ ।ଗୁଆ ଚଉକା ବ୍ରାହ୍ମଣେ,ପୀଠେ ବସନ୍ତି ବରଣେ ହେ ।୩।ମଙ୍ଗଳ ପାଇବା ପାଇଁ,ମଙ୍ଗଳ ପୁରର ସାଁଇ ।ବନପୁର ଚଉଧୁରୀ,ବଢ଼ାନ୍ତି ପୀଠ ମାଧୁରୀ ହେ ।୪।ପିଢ଼ପଟଣା ଧନିକେ,ସେବନ୍ତି ଊଣା ଅଧିକେ ।କରଣ ସାମନ୍ତମାନେ,ଅନୁରତ ଭକ୍ତି ଜ୍ଞାନେ ହେ ।୫।ରାସବାବୁଙ୍କର ଘର,ଅଛି ଏଥି ନିକଟର ।ଏ ପିଠ ସଂସ୍କାର ଜ୍ଞାନ,ପ୍ରଭୁ ଦେବ ତାଙ୍କ ମନ ହେ ।୬।କରିଚି ଥରେ ଦର୍ଶନ,ପ୍ରଭୁଙ୍କର ଶ୍ରୀଚରଣ ।ସ୍ମରଣେ ଆଣିଲି ତାହା,ମୋତେ ରଖ ଉମାନାହା ହେ ।୭।