କେଦାରେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୫
- ସ୍ଥିତି
- ସାର୍ବଜନୀନ (Public domain)
ତୁମ୍ଭେ ବଡ କଡା ହର,ବାଘ ଭାଲୁ ହୋଇ ଧର ।ଯେ କର୍ମଠ ସୁବ୍ରାହ୍ମଣ,ଛାଡିପଳାନ୍ତି ଆସନ ହେ ।୧।ତୁମ୍ଭ ପୀଠ ମହାପୀଠଯେ ହେବ ଶ୍ରେଷ୍ଠ କର୍ମିଷ୍ଠ ।ସେହି ଏକା ନେବ କର୍ମ,ନାହଁ ସବୁ ପଣ୍ଡଶ୍ରମ ହେ ।୨।ଥିଲେ ଯେ ଅପର୍ତ୍ତି ରଥେ,ସନ୍ଧି କରିଥିଲେ ଏଥେ ।ତାଙ୍କର ତାନ୍ତ୍ରିକ ମତ,ଥିଲା ବଡ ଜ୍ଞାନଗତ ହେ ।୩।ଶ୍ମଶାନ ଭୂମିରେ ବିଧି,ମତେ ସାଧି କଲେ ସିଦ୍ଧି ।ଏକାଳେ ସେପରି କାହିଁ,ସିଦ୍ଧକର୍ମୀ ଦେଖା ନାହିଁ ହେ ।୪।ହେ ପ୍ରଭୁ କେଦାରେଶ୍ୱର,କି ରମ୍ୟ ପୁର ତୁମ୍ଭର ।ଦେଖିଲେ ଭକ୍ତ ହୃଦୟ,ହୁଅଇ ଆନନ୍ଦମୟ ହେ ।୫।ତବ୍ କୁଣ୍ଡେ ସ୍ନାନ କରି,କେତେ ରୋଗ ଯାଏ ମରି ।ତାର କରିବି ବର୍ଣ୍ଣନ,ସଂକ୍ଷେପେ ଉଦାହରଣ ହେ ।୬।ପାଳିଜର ମେଲେରିୟା,ବଙ୍ଗବାସୀଙ୍କର ହିୟା ।ଅସ୍ଥିଚର୍ମେ କଲା ସାର,ଯେ ଆସୁଛନ୍ତି ଏଠାର ହେ ।୭।ଦି ତିନି ଦିନ ସେ ଜନ,ଏ କୁଣ୍ଡେ ଅବଗାହନ ।କରେ ନିର୍ମଳ ମନରେ,ଜ୍ୱର ପଳାୟନ କରେ ହେ ।୮।ପାଇ ସେ ଅଭୟ ବର,ନବ ନବ କଳେବର ।ଯାହା କ୍ଷମତା ଯେମନ୍ତ,କରନ୍ତି ଭୋଗ ତେମନ୍ତ ହେ ।୯।ମହା ଆନନ୍ଦିତ ମନେ,ଚଳନ୍ତି ଗୃହଗମନେ ।କେତେ କରିବି ବର୍ଣ୍ଣନ,ସଦୟ କର ନୟନ ହେ ।୧୦।ଆଉ ଅଛି କେତେ କୁଣ୍ଡ,ବାମାଏ ହୁଅନ୍ତି ରୁଣ୍ଡ ।ଅପୁତ୍ରିକେ ପୁତ୍ରଦାନ,କରାଅ ସେ ଜଳେ ସ୍ନାନ ହେ ।୧୧।ନାଗେଶ୍ୱରବନ, ଚମ୍ପା,ହୋଇଛି ହୃଦୟକମ୍ପା ।ତହିଁରେ ପକ୍ଷୀ କାକଳି,କର୍ଣ୍ଣମନ ନିଏ କଳି ହେ ।୧୨।