ସୂର୍ଯ୍ୟମୁଖୀ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୪
- ସ୍ଥିତି
- ସାର୍ବଜନୀନ (Public domain)
କେତେ ତରୁଲତା ଉପବନେ ଏଥିଶ୍ୟାମଳ ସୁବେଶେ ବିକଶନ୍ତି ନିତି ।ଡାଳୁ ଡାଳେ ଝରି ପଡଇ ମାଧୁରୀ,ଉଛୁଳଇ ପତ୍ର କିଶଳୟ ପୂରି ।ସୁଧାସ୍ରୋତେ ଧୀରେ ବହଇ ସମୀର,କୁଞ୍ଜୁ କୁଞ୍ଜେ ବାଚି ଖେଳାଇ ରୁଚିର !ଡାଳେ ଡାଳେ ପତ୍ର ଶ୍ୟାମଳ ଗହଳେଲୁଚି, ପରଭୃତ ଗାବଇ ମଧୁରେ ।ଏ ସକଳ ମେଳେ ଛବିଳ ମଉନେରହିଛୁ, ରେ ଫୁଲ, କୁ ଗୂଢ଼ ଧିଆନେ ।ରାତିକ ଜାଗରେ ବସୁ ତୁ ଅନାଇଁଉଷା ଅଙ୍କେ ରବି ଉଇଁବାର ପାଇଁ ।ପାହାନ୍ତି ତପନ ପାଟଳିମା ଶୋଭାସୃଷ୍ଟି ଶିରୀ ମେଳେ କେଡ଼େ ମନଲୋଭା ।ତହିଁ ତୁ ପୁଲକେ ପରାଣ ନିବେଶି,ସେ ଶୋହା ସମ୍ଭାରେ ନିତି ଯାଉ ମିଶି ।ଉଚ୍ଚୁ ଉଚ୍ଚେ ରବି ଯାଏ ଅପସରି,ତା ତୁଲେ ଢଳଇ ତୋ ବଦନ-ଶିରୀ ।ସେ ରବି ଆବର ପ୍ରତୀଚୀ ଭୂଧରେପାଟଳ ହିଲ୍ଲୋଳେ ବୁଡ଼ିଯିବା ବେଳେ,କି ଭାଳି ତୁରିତେ ଘେନି ତୋ ମେଲାଣି,ରାତି ଉଜାଗରେ ବସିରହୁ ପୁଣି ।ଦିନୁ ଦିନ ରବି ରୂପ ଅନୁସରିପୁରୁବୁ ପ୍ରତୀରେ ଯାଉ ଢଳି ଢଳି ।ଏ ଯେ ଏ ମରତେ ସରଗ ସମ୍ଭାର,ପରାଣ ପୁଲକେ ଖେଳେ ଅବିରଳ,ଦିନେ କି ମନୁ ମୁଁ ପାରିବି ବିସୋରି ?ରହିବି କେମନ୍ତେ ମୂରୂଛି ଏ ଶିରୀ ?ଗୋଲାପ, ମନ୍ଦାର, ବକୁଳ, ମାଳତୀ,ଯୂଇ, ଜାଇ, ମଲ୍ଲୀ, ନିଆଳୀ, ସେବତୀ –କେତେ କେତେ ଫୁଲ ମଧୁ ସଉରଭେଉପବନେ ଏଥି ନାଚନ୍ତି ଗରବେ ।ଗୋଟିରୁ ଗୋଟିଏ ବଳି ବିମୋହନ,ସାରା ବନଦେଶେ ଛବି ଅତୁଳନ ।ଗୋଟି ଗୋଟି ହୋଇ ଖେଳି କିଶଳୟେ,ଭସାଇ ଦିଅନ୍ତି ସୁରଭି ମଳୟେ ।ଏ ସବୁରୁ ବଳି ମଧୁର ଆହୁରି,ତୋ ବଦନ ଧୀର ବିନୟ ମାଧୁରୀ;ଏ ଯେ ତୋର ଚାରୁ ସରଗ ପୀୟୂଷ,ଜନକ ବଦନେ ମୃଦୁ ମଧୁହାସ;କି ଅଛି ଜଗତେ ହେବ ତାକୁ ସରି,ଫୁଟାଇ ତା ପାଶେ ଦେଖାଇବ ଶିରୀ ?ତହୁଁ ବଳ ପୁଣି ଏ ଗୂଢ଼ ଧିଆନସୁଖେ ଦୁଃଖେ ସମ ମନ ସନମାନ ।ଢାଳିଥାଅ, ଫୁଲ, ଢାଳିଥା ରେ ରହି,ତୋ ମନ ନୟନ ଦୂରୁ ଦୂରେ ତହିଁ ।ଯେତେ ଦିନ ଫୁଟି ଶୋହିବୁ କାନନେ,ବସି ଚାହିଁଥାଆ ପୁଲକ ମଉନେ ।ସେ ଧିଆନେ ଯେବେ ଲଭିବୁ ବିଲୟ,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ