ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୮ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ସର୍ଗ
ଚାଲ ମା କଳ୍ପନାଦେବି-ଅରୁପରୂପିଣୀ,( ମାନସ-କନ୍ୟକା, ସତୀ, ମାନସ-ଭରସା )ଘେନି ଏ ସେବକେ ସଙ୍ଗେ, ଗୁରୁ ଯଥା ଶିଷ୍ୟେଘେନି ଦେଶୁ ଦେଶାନ୍ତରେ ଭ୍ରମେ କୁତୁହଳେ,ଚାଲ ଏବେ ଯିବା ତ୍ୱରା ହସ୍ତିନା ନଗରେ,ବସି ଯହି ଦୁର୍ଯ୍ୟୋଧନ ବ୍ୟର୍ଥ ବରବେଶେ-ଭବିଷ୍ୟତ ଅପମାନ ଅବ୍ୟର୍ଥ ଆହ୍ୱାନେକୁରୁସଭା ମଧ୍ୟେ, ରତ-ଯାତ୍ରା ଆୟୋଜନେ ।ଦିଅ ତବ କଳ୍ପ-ନେତ୍ର, ଦିଅ କଳ୍ପ-ଶ୍ରୋତ୍ର,ସେ ବେନି ପ୍ରସାଦେ, ଦେବୀ ! ରହି ଅନ୍ତରାଳେଦେଖିବି ଶୁଣିବି ତହିଁ ତାବତ ବୃତ୍ତାନ୍ତ ।ଆହା, କି ସୁନ୍ଦରୀ ସଭା, ସୁଆୟାମମୟୀ, **ବିପୁଳ ବିସ୍ତାରବତୀକେ ବର୍ଣ୍ଣିବ ଶୋଭା ତାର, ସ୍ୱୟଂ ଶୋଭା-ଦେବୀଦେଖିଲେ ତା ଧିକ୍କାରିବେ ନିଜକୁ ଅପାର,ଅର୍ପିବେ ନିଜକୁ ପୁଣି ନିଜେ ଅଭିଶାପ ।ପ୍ରତେ ହୁଏ ଦେଖି ଯେହ୍ନେ-ଅମୂର୍ତ୍ତକଳ୍ପନା,ଗ୍ରହଣ ସୁନ୍ଦର ମୂର୍ତ୍ତି ଉଭା କୁରୁରାଜ୍ୟେ,ଯାତ୍ରାର ମଙ୍ଗଳବାଟ ରାଜେ ପନ୍ତି ପନ୍ତିପୂଣ୍ୟତୀର୍ଥବାରିପୂର୍ଣ୍ଣ, ସିନ୍ଦୂରେ ମଣ୍ଡିତ ।ଆଣିଛ ଛଡ଼ାଇ ସଭା ଅନମ୍ବରଭୂତି,ବିଜେ ତହିଁ ଭୀଷ୍ମ-ଶୌର୍ଯ୍ୟ-ପ୍ରଚଣ୍ଡମାର୍ତ୍ତଣ୍ଡ,ଶିଳା-ଲୌହ-ବଜ୍ରଜିତ ସୂଦୃଢ଼ପ୍ରତିଜ୍ଞ,କର୍ଣ୍ଣ, ଦ୍ରୋଣ, କୃପ ଆଦି ଚନ୍ଦ୍ର, ନକ୍ଷତ୍ରରେମଣ୍ଡିତ ସେ ମହାସଭା, ମଣ୍ଡିତ ଆବରଦୁଃଶାସନ, ଦୁର୍ଯ୍ୟୋଧନ, ଶକୁନି ପ୍ରଭୃତିଦୁଷ୍ଟ ଧୂମକେତୁପୁଞ୍ଜେ-ଭାରତକଳଙ୍କ ।ବସି ତହିଁ କୁରୁନାହା, ଅହମିକା-ଅନ୍ଧ,( ସୁଖଦେବ ଲବେ ଯାକୁ ନ ଓହ୍ଳାନ୍ତି କୋଳୁ )ଆଶାର ମାରୀଚ ପଛେ ହୁଏ ଧାବମାନ,ବହେ ହୃଦେ ଉତ୍ସାହର ସଞ୍ଜୀବନୀ ଧାରା ।ବିପୁଳ ପୁଲକ ଉତ୍ସ ବଦନମଣ୍ଡଳମହିମାରେ ମହୋଜ୍ଜ୍ୱଳ, କେତେ ସ୍ୱପ୍ନସୌଧନିର୍ମାଣୁଛି ମହାଶୂନ୍ୟେ, ପ୍ରାଣ ଆତ୍ମା ତାର,ଅତିରିକ୍ତ ମୋଦ-ମଦେ ହୋଇଛି ମୂର୍ଚ୍ଛିତ ।ଚାହିଁ ଦୁର୍ଯ୍ୟୋଧନେ ହର୍ଷେ ଭାଷିଲା ଶକୁନି‘‘ଆଜି ଶୁଭଦିନ, ବତ୍ସ, କୌରବକୁଳର,ବିଶ୍ୱଭୂଷା ପୂଷାରାଣୀ ଉଷାଦେବୀ ଆଜିଶୁଭେ ଉଇଁ ଶୁଭମୟ ମୟୂଖବର୍ଷଣେସୃଜିଛନ୍ତି ମଙ୍ଗଳର ଅମୃତ ଉତ୍ସବ ।ଶୋଭିବ ସୁଭଦ୍ରା, ତାତ, ଦକ୍ଷେତରେ ତବ,କୁରୁକୁଳ-ସୌଭାଗ୍ୟର ରାଜଲକ୍ଷ୍ମୀରୂପେ,ଗୁରୁଯଶା ଯଦୂ କୁରୁ ବେନି ମହାବଂଶ,ବଦ୍ଧ ହେବେ ବନ୍ଧୁତାର ଅଚ୍ଛିନ୍ନ ବନ୍ଧନେ,ଯଦୁକୁଳ ବୀର୍ଯ୍ୟ-ଉଷ୍ଣ ତେଜସ୍ୱୀ ଶୋଣିତେସଂମିଶ୍ରିବ ସମତୀବ୍ର କୌରବ ରୁଧିର,ଅଗ୍ନିରେ ମିଶିବ ଅଗ୍ନି-ଭୂବନଦୁର୍ବାର ।ଧନ୍ୟ ହେବ କୁରୁକୁଳ ଯଦୁକୁଳ ସ୍ପର୍ଶେ,ବିରାଟ ବିଶ୍ମୈକବୀର ରାମଙ୍କ ସହାୟେହେବ ବାବୁ, କୁରୁକୁଳ ନିର୍ଭୟ ଜଗତେ,ରାମ ଯାର ସାହା ସେହୁ ମର୍ତ୍ତ୍ୟରେ ଅମର ।ଫୁଲାଇଣ ବୀରବପୁ କ୍ରୋଧମିଶା ହାସ୍ୟେଉତ୍ତରିଲା ଦୁଃଶାସନ-ଦୂରନ୍ତ, ଦୁର୍ମୂଖମାତୁଳି ! ବାତୁଳ ଆଜି ହେଲ କି ହେ ଦୈବେଜାଣେ ମୁଁ, ଭାରତେ ରାମ ଅଦ୍ୱୈତ ସାମରୀ,କିନ୍ତୁ ତାଙ୍କ ସହାୟରେ ହେବ କି ନିର୍ଭୟକୁରୁକୂଳ ? ଏଡ଼େ କି ସେ ହୀନସ୍ୱତ୍ୱ ସତେ ?ନ ଜନ୍ମନ୍ତି କୁରୁବଂଶେ ଛାଗ, ମେଷ, ଗଧ,ଜନ୍ମନ୍ତି ଶାର୍ଦ୍ଦୁଳ, ସିଂହ, ଜାଣିବ ନିକର ।କାହାକୁ ବା କୌରବର ଭୟ ଏ ବ୍ରହ୍ମାଣ୍ଡେ,ମଧୁଚକ୍ର ସଂରକ୍ଷକ ମଧୁମକ୍ଷିପୁଞ୍ଜେ,ଡରନ୍ତି କି ମଧୁଲୋଭୀ ଭଲ୍ଲୁକେ କଦାଚ ?ବରଂ ଦଂଶ ବିଷଶୃଙ୍ଗେ ଦିଅନ୍ତି ଫୁଲାଇଥୁମୁଣି ତାହାର, ତହୁ ତୀବ୍ର ଯନ୍ତ୍ରଣାରେପଳାଏ ସେ ପ୍ରାଣ ଘେନି, ନଚାହିଁ ପଛକୁ ।ଉଚ୍ଚାରିଲା ଏଭଳି ଯା ହୀନ କ୍ଳୀବ ଭାଷାବୀରଜିହ୍ୱା ତବ, ମାମୁ, ଏହା ହିଁ ଆଶ୍ଚର୍ଯ୍ୟ,କି ତାର ତୁମ୍ଭର ଭଲା, ନିନ୍ଦୁଛି ମୁଁ ବୃଥା,ଏ ନୀଚତା ତୁମ୍ଭର ତ ପୈତୃକ-ବିଭବ ।କିନ୍ତୁ ଏହି ଭୀରୁ ବାଣୀ ଉଚ୍ଚାରଣମାତ୍ରେପଡ଼ିଥାନ୍ତା ଛିଡ଼ି ତବ ଦୂଷିତ ରସନା ।’’ଏଣେ ଭୀଷ୍ମ ଦ୍ରୋଣ ହୋଇ ଆଖି ଠରାଠରିନୟନେ ନୟନେ କଥା କହିଲେ ପହିଲେ,କ୍ରମେ ସେ ନିର୍ବାକ ବାଣୀ ହେଲା ପରିଣତସବାକ ଅନୂଚ୍ଚ ସ୍ୱରେ-ଅନ୍ୟର ଅଶ୍ରୁତ ।କହିଲେ ସମ୍ବୋଧି ଭୀଷ୍ମେ ବୃଦ୍ଧ ଭରଦ୍ୱାଜ-‘‘ଦେଖିଲ ତ ଭୀଷ୍ମଦେବ, କାର୍ଯ୍ୟ ଆରମ୍ଭରେଲାଗିଲାଣି କଳିଗୋଳ, ବାଦ ପ୍ରତିବାଦ !’’ଉତ୍ତରିଲେ ଜାହ୍ନବେୟ ମୃଦୁହାସ୍ୟ ଆସ୍ୟେ‘‘ଯହିଁରେ ଆରମ୍ଭ ଯାର, ତହିଁ ତା ସମାପ୍ତି,ଆରମ୍ଭ କଳହେ ହେଲେ, ସମାପ୍ତି କଳହେ,ନ ହୁଅ ଆଶ୍ଚର୍ଯ୍ୟ ଦେଖି ଆଚାର୍ଯ୍ୟ ଆପଣେ ।’’‘‘ସତ୍ୟ-ମହାସତ୍ୟ, ଯାହା କହିଲେ ମଣିମା’’ଭାଷିଲେ ପୁଲକେ ଦ୍ରୋଣ, ‘‘ଦେଖୁଛି ମୁଁ ଆର୍ଯ୍ୟଭଦ୍ର ନାହିଁ ଏ କାର୍ଯ୍ୟରେ, ନିଶ୍ଚୟ ଏହାରପରିଣାମ ଲଜ୍ଜାବହ, ଲାଞ୍ଛନା ହିଁ ସାର ।କହିଛି ଏକାନ୍ତେ ଦୂତ ବିଦୂର ଅନ୍ତିକେ-ଏକା ବଳରାମ ଭିନ୍ନ ଅନ୍ୟ ଯାଦବରନାହିଁ ଏ ବିବାହେ ମତ, ଶୁଣିଛି ଆବର,ଦ୍ୱାରକାରେ ଅଛି ପାର୍ଥ-କୃଷ୍ଣପ୍ରାଣସଖା,ତାହା ସହ ସୁଭଦ୍ରାର ବିବାହ ପ୍ରସ୍ତାବହୋଇଥିଲା ଯଥାକାଳେ ଯଦୁ ସଭାମଧ୍ୟେ,ଯଦୁକୂଳ ନରନାରୀ ସର୍ବେ ଏ ପ୍ରସ୍ତାବେଏକମତ, ଭିନ୍ନମତ ବଳରାମ ଏକା,ତାଙ୍କଇଚ୍ଛା ଦୁର୍ଯ୍ୟୋଧନେ ଅର୍ପିବେ ସୁଭଦ୍ରା,ତେଣୁ ପେଷିଛନ୍ତି ଦୂତ କୁରୁନାହା କତି ।’’‘‘ନ କର ପ୍ରକାଶ, ଗୁରୁ !’’ ଭାଷିଲେ ଗାଙ୍ଗେୟଅତୀବ ଅନୂଚ୍ଚ ସ୍ୱରେ-ଚାଞ୍ଚଲ୍ୟମିଶ୍ରିତ,‘‘କହିଲେ କହିବ ଦୁଷ୍ଟ ଖୁଣ୍ଟା ଦେଇ ଆଗେ’’‘‘କୌରବଙ୍କ ଅନ୍ନ ଖାଇ ପାଣ୍ଡବଙ୍କ ଚିନ୍ତା ।’’ବଜ୍ରାଘାତେ, ପୁଷ୍ପପାତ, ଘଟିବାର ଯାହାଘଟୁ ଭାଗ୍ୟେ ତାର, ଆମ୍ଭେ ବରଯାତ୍ରୀ ମାତ୍ର,ଦେଖିବା ଅର୍ଜ୍ଜୁନେ, ଲାଭ ଏହାହିଁ ଯଥେଷ୍ଟ,ଦେଖି ନାହିଁ ତାହାକୁ ମୁଁ ଦଶବର୍ଷ ହେଲା,କେତେ ସେବା କରେ ମୋର, ହାୟ, ବତ୍ସମଣିସେ ସେବାସ୍ମୃତିର ଶୂନ୍ୟ ମୂର୍ତ୍ତିକୁ ମୁଁ ଏବେଅଭିଷେକି ଅଶ୍ରୁଜଳେ, ଲଭେ ଶାନ୍ତି ପ୍ରାଣେଆବର ଅରଜି ଅର୍ପି ଉତ୍ତପ୍ତ ପ୍ରଶ୍ୱାସେଲଭେ ମୁଁ ସାନ୍ତ୍ୱନା, ଆହା, କି ମଧୁର ତାରପିତାମହ ସମ୍ବୋଧନ, କିଣିନିଏ ପ୍ରାଣ ।ବସି ମୋର ପଦପ୍ରାନ୍ତେ ଶୁଣାଏ ଯେବେ ସେନିଷ୍କାମ ଧର୍ମର ବ୍ୟାଖ୍ୟା ଅମୃତ ଭାଷଣେସଶରୀରେ ସ୍ୱର୍ଗଲାଭ ମଣେ ମୁଁ ସେକାଳେ ।’’ନୀରବନ୍ତେ କୁରୁବୃଦ୍ଧ, ଉଦେ ପାର୍ଥସ୍ମୃତିଗୁରୁମନେ, ହେଲା ନେତ୍ର ଅଶ୍ରୁ ଛଳଛଳ,ପ୍ରବାସୀ ପୁତ୍ରର ସ୍ମୃତି ପିତୃହୃଦେ ଯଥା,କ୍ରନ୍ଦନ-ଗଦ୍ଗଦ କଣ୍ଠେ କହିଲେ ଆଚାର୍ଯ୍ୟ-‘‘ସତ, ଯା ବୋଇଲ ଭୀଷ୍ମ-ରଥୀନ୍ଦ୍ରପ୍ରବର’’,ଗୁଣର ଗରିମା ପାର୍ଥ, କି ଭକ୍ତି, କି ସେବା,କେଡ଼େ ସତ୍ୟନିଷ୍ଠା, ତାହା ସତ୍ୟ, ତାହା ଧର୍ମକୁଳିଶ-କଞ୍ଚୁକ ପ୍ରାୟ ଆବରି ତାହାକୁକରୁଛି ଗରିଷ୍ଠ କ୍ରମେ, ସେ ସୌମ୍ୟବଦନ,ସେ ମୋହନ ମୂର୍ତ୍ତି ସଦା ନାଚୁଛି ସମକ୍ଷେ ।ଧନ୍ୟ ଗୁରୁଭକ୍ତି ତାର, ମଣେ ଶ୍ଳାଘ୍ୟତମନିଜକୁ ମୁଁ ବୀରମଣି, ତାହା ଗୁରୁ ବୋଲିଇନ୍ଦ୍ର ରାଜା ମଧ୍ୟସ୍ଥଳେ ଲକ୍ଷ୍ୟଭେଦ କାଳେପ୍ରଥମେ ବନ୍ଦିଲା ମୋତେ, ପେଷି ସଲିକାସ୍ତ୍ରଧୋଇ ଦେଇ ପଦ ମୋର, ଅପର ଅସ୍ତ୍ରରେପ୍ରଣମିଲା ପଦ ଧରି, ତହୁଁ ମୁଁ ପେଷିଣପ୍ରତିଶର, ଆଶିଷିଲି ଶିର ଚୁମ୍ବିତାର ।ପୁତ୍ରାଧିକ ସ୍ନେହ ସଦା ତା ପ୍ରତି ମୋହର,କରି ନାହିଁ, ନ କରିବି ତାହା ପରି ଶିଷ୍ୟ,ବଞ୍ଚିଥାଉ ବତ୍ସ, ଘେନି ମୋର ପରମାୟୁ ।ଯାବତ ମାନବ ଜାତି ଥିବ ଏ ମହୀରେ,ଯାବତ ରହିବ ପୁଣି ଗିରି-କିରୀଟିନୀକୋଟିତୀର୍ଥମାଳିନୀ ଏ ଭାରତ ଜନନୀ,ତାବତ ଅର୍ଜ୍ଜୁନ ଯଶ ରହିବ ଅକ୍ଷତ,ସଲିଳେ, ଅନିଳେ, ପୁଣି ପୁଷ୍ପଗନ୍ଧେ ମିଶି,ସେ ଅନନ୍ତ ଯଶ-ପ୍ରଭା, ଅନନ୍ତ ଗଗନେରବି, ଶଶୀ, ତାରକାଦି ଜ୍ୟୋତିଷ୍କମଣ୍ଡଳେଅର୍ପିବ ଅନନ୍ତ କାଳ ଅନନ୍ତ ବିଭବ ।ଗୀତ ହେବ ପକ୍ଷିକଣ୍ଠେ ସେ ସୁଯଶଗାଥା,ବୀଣାତାରେ, ଘନସ୍ୱରେ, ପତ୍ରର ମର୍ମରେକରିବ ସେ ପୁଣ୍ୟ ଖ୍ୟାତି ଆତ୍ମପରକାଶ,ଘୋଷିବ ସେ ଯଶୋବେଦି ନିର୍ବେଦ ନିଶୀଥ,ଗଭୀର ନୀରବ ଛନ୍ଦେ, ଅନୁଷ୍ଟୁପ ବୃତ୍ତେ,ହେବ ପୁଣ୍ୟ, ଧନ୍ୟଂମନ୍ୟା ଶୁଣି ତା ଭାରତ ।’’ଏକାଳେ ବିଦୂର ମିଳି କୁରୁସଭାମଧ୍ୟେ,କୁରୁନାହା ଦୁର୍ଯ୍ୟୋଧନେ କହିଲେ ଏସନ-‘‘କିପାଇଁ ଏ ଆୟୋଜନ ? କ୍ଷାନ୍ତ ହୁଏ ବତ୍ସ,କହିଲା ବିଶ୍ୱାସୀ ଦୂତ, ସୁଭଦ୍ରା ବିବାହହୋଇଗଲା ପାର୍ଥ ସହ ଗତ ରଜନୀରେ ।’’ଉଠିଲା ବିଦ୍ରୂପ ହାସ୍ୟ ଶୁଣି ଏ ବଚନଦୁଷ୍ଟଜନକଣ୍ଠୁ, ଶିଷ୍ଟେ ଗଣିଲେ ତାଟଙ୍କା,ଉଠିଲା ସୌବତ ହସି ଉଚ୍ଚେ ଖଳଖଳେ,ହସିଲାକ ଦୁଃଶା, ହସି ନିଜେ ଦୁର୍ଯ୍ୟୋଧନକହିଲା, ନିର୍ମମ ସ୍ୱରେ-ବ୍ୟଙ୍ଗ ବିଦ୍ରୂପିତ‘‘ଦେଖିଥିବ, ଖୁଲ୍ଲତାତ ! ଦୂତ ତବ ସ୍ୱପ୍ନ,ଆଜନ୍ମହିତୈଷୀ ତୁମ୍ଭେ, ଜାଣେ ମୁଁ ମୋହର,ଜନ୍ମକାଳେ ଦେଇଥିଲି ତତେ ଉପଦେଶବର୍ଜିବାକୁ ମୋତେ ତେଣୁ, ସେ ଋଣ ଅଶୋଧ୍ୟ,ତହିଁ ପରେ କିମ୍ପା ପୁଣି ଏତେ ଦୟା ଆଜି,ବୁଝିଛି ପିତୃବ୍ୟ ତବ ବିଫଳ ଚାତୁରୀ ।’’କହିଲା ଗମ୍ଭୀରେ ଦୁଃଶା, ‘‘ପିତୃବ୍ୟଙ୍କ ମୁଖେରହିଥାଏ ଲାଗି ସଦା ପାଣ୍ଡବଙ୍କ ଖ୍ୟାତିଭକ୍ତମୂଖେ ଭାଗବତ ପ୍ରାୟ, ଖୁଲ୍ଲତାତ,ହୋଇଥାଏ ଯେବେ ତବ ଅସହ୍ୟ ସର୍ବଥାକୌରବଙ୍କ ଏ ସମ୍ଭବ, ତେବେ ତୁମ୍ଭ ପକ୍ଷେନ ଯିବା ଉଚିତ ଏକା ବରଯାତ୍ରୀରୂପେ ।’’‘‘ଯିବି ନାହିଁ ବତ୍ସ ମୁହିଁ, ନୁହଁ ବ୍ୟତିବ୍ୟସ୍ତ’’ଉତ୍ତରିଲେ କ୍ରୋଧଭରେ ଧାର୍ମିକ ବିଦୂର,‘‘ତୁମ୍ଭ ସଙ୍ଗେ ଯାଇ, ତୁମ୍ଭ ଶିଶୁପାଳ ଦଶାଦେଖିବା ହିଁ ମୋହୋ ପକ୍ଷେ ଅସହ୍ୟ ନିଶ୍ଚୟ,କିନ୍ତୁ ବତ୍ସ, ପରିଣାମେ ସ୍ମରିବ ମୋ ବଥା,ଏହା ଭାଷି ଧର୍ମବୀର ଗଲେ ଚାଲି ଖରେ ।ଅନନ୍ତର ରାଜଆଜ୍ଞା ହେଲା ପ୍ରଚାରିତକରିବାକୁ ତ୍ୱରା ଯାତ୍ରା ଦ୍ୱାରାବତୀ ମୂଖେ,ଲାଗିଗଲା ତହୁଁ ବେଗେ ଗହଳ ଚହଳ,ଉଠିଲା ମୂଖରି ସଭା କୋଟି କୋଳାହଳେ,କଲେ ଭାଟ ସ୍ତୁତିପାଠ, ଗ୍ରହବିପ୍ରେ ମିଳିଗାଇଲେ ମଙ୍ଗଳାଷ୍ଟକ, ଉଚ୍ଚାରିଲେ ସ୍ୱସ୍ତିପୁରୋଧାମଣ୍ଡଳୀ, ବିପ୍ରେ କଲେ ବେଦଧ୍ୱନି ।ବୁଲିଲା ହସ୍ତିନାପୁରେ ଜୀବନ୍ତ ଚାଞ୍ଚଲ୍ୟଖେଳି, ଗତି ମତି ଉଭେ ଚଞ୍ଚଳ ସଭିଙ୍କ,ପୂର୍ଣ୍ଣ ଦିଗ-ଉଠ ଉଠ, ଚାଲ ଚାଲ ସ୍ୱରେ ।ପ୍ରଥମେ ଚାଲିଲେ ନାଚି ବାଦ୍ୟାକାରଦଳ,ଚିରି ନଭ ସୁବାଦ୍ୟର ଉନ୍ମାଦନା ଶବ୍ଦଉଠିଗଲା ମହାଶୂନ୍ୟେ, ଥରିଲା ଆକାଶ,ଥରିଲା ପାତାଳ, ପୁଣି ଥରିଲା ଧରଣୀସେ ବିରାଟ ଶବ୍ଦେ, ଚିରମୁଖରିତ ସିନ୍ଧୁନୀରବ ନିସ୍ତବ୍ଧ ଭାବ ଭଜିଲା ବିସ୍ମୟେ ।ତହିଁ ପଛେ ଧ୍ୱଜଧାରୀ, ଛଡ଼ାଇଣ ବଳେଶୋଭାକାନ୍ତ ଇନ୍ଦ୍ରଧନୁ ସୁଷମାବିଭବେ,ଚାଲିଛନ୍ତି ଦଳେ ଦଳେ ବହୁସ୍ଥାନ ବ୍ୟାପି ।ତା ପଛେ ଚାଲିଛି ରଥ ସହସ୍ର ସହସ୍ର,ଚାରୁଶିଳ୍ପ-ଆଭରଣେ ଆବୃତ୍ତ, ସୁନ୍ଦର,ମନ୍ଦିରସଙ୍କାଶ କେହି, ମନ୍ଦିର ସଦୃସ ।ତହିଁପରେ କ୍ରମେ କ୍ରମେ ଚାଲିଛି ମନ୍ଥରେଗଜାରୋହୀ, ଅଶ୍ୱାରୋହୀ, ପଦାତି ବାହିନୀ,ମଧ୍ୟେ ଦୁର୍ଯ୍ୟୋଧନ ରାଜା, ସୁବର୍ଣ୍ଣ ଚୌଦୋତେଚାଲିଅଛି ବରବେଶେ, ଚାଲିଛି ଚୌପାଶେତରାସ, ଆଢ଼େଣୀ, ଛତ୍ର, ଚାମର ଅସଂଖ୍ୟ,ପ୍ରତେ ହୁଏ ଚାଲିଛି କି ଘୋର ଘନଘଟାମେଘରାଜ୍ୟେ, ଆଦ୍ୟାଷାଢ଼େ ମହାସମାରୋହେ ।ଅଥବା ସେ ସୀମାଶୂନ୍ୟ ସଚଳ ସାଗର,ପତାକା-ତରଙ୍ଗ ତହିଁ, ସ୍ୟନ୍ଦନ-ବହିତ୍ର,କୁମ୍ଭିଏ-କୁମ୍ଭୀର, ଅଶ୍ୱେ-ମହାମୀନ ସମ,ଆବର ପଦାତିପନ୍ତି-ଶଙ୍ଖ ଶାମୁକାଦି,ବାହିନୀ ଉଷ୍ଣୀଷ-ରାଜେ ଫେନପୁଞ୍ଜ ପ୍ରାୟ ।କାନ୍ତାର ପ୍ରାନ୍ତର ଗିରି ଚିରି ବହୁତର,ହେଲା ଅଗ୍ରସର କ୍ରମେ କୁରୁ ଅନୀକିନୀ,ହରିନେଲା ପଥକ୍ଳେଶ ପ୍ରକୃତିବିଭବ,କାହିଁ ଫୁଲିଅଛି କ୍ଷେତ୍ରେ ଶସ୍ୟ-ସ୍ୱର୍ଣ୍ଣ ଚୂଡ଼,ତା ଦେଖି ଉଠିଲା ଫୁଲି ଆନନ୍ଦେ ହୃଦୟ ।କାହିଁବା କାନନ କୋଳୁ ଆସୁଅଛି ଭାସିବିଷାଦକାତର ସ୍ୱର କୁରରୀ ପକ୍ଷୀର,କଣ୍ଠ ବୀଣାଯନ୍ତ୍ରେ ତାର କି କରୁଣ ସ୍ୱରକାନ୍ଦି କାନ୍ଦି ଉଠୁ ଅଛି ବାକି ଘନ ଘନ ।କାହିଁ ବା ନିର୍ଝର ବ୍ୟାଜେ ପ୍ରେମ-ଅଶ୍ରୁଧାରାଦେଉଛି ଗଡ଼ାଇ ଗିରି, ପ୍ରେମିକପ୍ରବର,ଗାଇ ଗାଇ ଗୁହାମୂଖେ ବିଶ୍ୱପ୍ରେମଗୀତି ।କାହିଁ ବା ଯାନ୍ତ୍ରିକେ ହେରି ବିରାଟ ଶ୍ମଶାନଉଠିଲେ ଚମକି ଭୟେ, ଆତ୍ମଜୀବନରସ୍ମରି ପରିଣାମ, ଗଲା ମୋହ ନିଶା ତୁଟି,ଅନୁତାପେ କାହା ଆତ୍ମା କଲା କିଛିକ୍ଷଣନିର୍ଜଳ ଉପାସ, ଭକ୍ତ ସାଧକଗଣରଉଠିଲା ଉଜ୍ଜ୍ୱଳ ହୋଇ ବଦନେ ଆନନ୍ଦ ।କେତେକର ହୃଦୟରେ ହେଲା ନାହିଁ କିଛିଭାବାନ୍ତର ଜାତ, କିମ୍ବା ଚିନ୍ତାରେଖାପାତ,ରହିଲେ ସେମାନେ ସ୍ଥିର, ନିର୍ବାତ ବିକ୍ଷୁବ୍ଧ-ସିନ୍ଧୁ ଯଥା, ଅଜ୍ଞାନ ସେ ସର୍ବେ, ମଣିଛନ୍ତିବାନ୍ଧିଛନ୍ତି ଲୌହେ ପ୍ରାଣ, ନାହିଁ ତାଙ୍କ ମୃତ୍ୟୁ;ଯାଇଛନ୍ତି ଭୁଲି ମୂଢ଼େ ମୃତ୍ୟୁକୁ ସମୂଳେ,କିନ୍ତୁ ଭୁଲି ନାହିଁ ମୃତ୍ୟୁ ତାଙ୍କୁ, ଅଜ୍ଞାତ ସେଏହା, ତେଣୁ ସର୍ବେ ଯଥା ଅଗଣ୍ଡଗୋପାଳ ।କେତେ ଭାବ ଜନ୍ମେ ମନେ ଶ୍ମଶାନ ଦର୍ଶନେ,କେତେ ମହାପ୍ରାଣୀ ଲୁପ୍ତ ନିର୍ମମ କାତରଅବ୍ୟର୍ଥ ଆହ୍ୱାନେ ତହିଁ, ସମାହିତ କେତେବିପୁଳ ଗୌରବସ୍ମୃତି, ଅତୀତ ବିଭବ,( ବର୍ତ୍ତମାନସର୍ବସ୍ୱ ସେ ଭବିଷ୍ୟ ସଙ୍ଖାଳି )କେ କରିବ ତାହା, କିଏ ଗଣିବ ନକ୍ଷତ୍ର ।କେତେ ଯେ ପ୍ରତିଭାବିଭା-ଅମର ଦୁର୍ଲଭରହିଛି ସେ ଶ୍ମଶାନର ରେଣୁରେ ମିଶ୍ରିତ,ସ୍ମରିଲେ ତା ହୁଏ ଚିତ୍ତ କ୍ଷୁବ୍ଧ ମୁଗ୍ଧ ସ୍ତବ୍ଧ-ମହା ଅନୁତାପେ, ମୋଦେ, ବିପୁଳ ବିସ୍ମୟେ ।କାହିଁବା ଶାହଳେ ୧ ବସି ଗୋପବାଳାକୁଳ,କରୀଷ ୨ ନିର୍ମାଣେ ରତ, ରନ୍ଧନ ସମୟେହେବ ତାହା ବ୍ୟବହୃତ ଅଗ୍ନି ଦେବଙ୍କରମଣୋହି ଚକୁଳି ୧ ରୂପେ, ପ୍ରିୟ ଭୋଜ୍ୟ ତାଙ୍କ ।୧ – ତୃଣାଚ୍ଛନ୍ନ ପ୍ରାନ୍ତର । ୨ – ଘସି ।୧ – ପିଷ୍ଟକ ବିଶେଷ ।କାହିଁ ରାଜେ ସରୋବର-ସ୍ୱଚ୍ଛ ଜଳ ତାରଶିଶୁହୃଦ ଜିଣି ପୁତ, ମଧୁର, ଶୀତଳ,ସରୋରାଜ ଅଙ୍କେ ବସି ସରୋରାଜଜେମାସରୋଜିନୀ ହସେ ହେରି ଗଗନେ ତପନେ,ପିତୃକୋଳେ ଶିଶୁକନ୍ୟା ଯଥା ରାତ୍ରିକାଳେହସେ ଅସମ୍ଭାଳେ ଦେଖି ଜହ୍ନମାମୁ ରୂପ ।ତୀରେ ଶୋଭାଞ୍ଜନ କୁଞ୍ଜେ ବସି ଫୁଲଚୁଇ,କୁସୁମ-କୃତ୍ତିକାପୁଞ୍ଜେ ଲୁଚାଇ ଶରୀର,ମୋହନ ମାଧୁରି ସ୍ୱରେ ବାଏ କଣ୍ଠ-ବଂଶୀ,କେବେ ବା କୃତ୍ରିମ କ୍ରୋଧେ ମହା ଆଡ଼ମ୍ବରେଲଗାଏ ଦାମ୍ପତ୍ୟକବି ପ୍ରେୟସୀ ସହିତେ,ମାତ୍ର ତାହା ଲଘୁକ୍ରିୟା ଋଷିଶ୍ରାଦ୍ଧ ପ୍ରାୟ ।କେତେ ମାନ, ଅଭିମାନ, ସାଧ୍ୟସାଧନାରଲାଗେ ମହା ଅଭିନୟ, ବହିଯାଏ କେତେଆଭାସ, ଇଙ୍ଗିତ-ସ୍ରୋତ ସହସ୍ରଧାରାରେ,ମାତ୍ର ସବୁ କ୍ଷଣସ୍ଥାୟୀ, କ୍ଷଣସ୍ଥାୟୀ ଯଥାପ୍ରାତସ୍ତନ କୁଜ୍ଝଟିକା, ଘଡ଼ିକ ମଧ୍ୟରେକେଜାଣି ମିଳାଇଯାଏ କାହିଁ ସେ ସକଳହୋଇଯାନ୍ତି ସେ ଦମ୍ପତି ଦୁହେଁ ଦୁହିଁଙ୍କର,କରେ ଆସି ଦ୍ୱନ୍ଦସ୍ଥାନ ପ୍ରେମ ଅଧିକାର ।କି ମହାମାନ୍ତ୍ରୀକ ପ୍ରେମ, ସ୍ପର୍ଶମାତ୍ରେ ତାରଭାଙ୍ଗିପଡ଼େ ଅଭିମାନ-ହିମାଦ୍ରି ଶିଖରୀ,ହୋଇଯାଏ ଲୌହ ପାଣି, ତିକ୍ତ ହୁଏ ମଧୁ,ଅଦ୍ଭୁତ ତରଣୀ ତାର, ଅଦ୍ଭୁତ କୌଶଳ ।ପ୍ରେମରେ ଯମୁନାସ୍ରୋତ ବହେ ପ୍ରତିଲୋମେ,ଅକାଳେ ବସନ୍ତ ଆସେ, ଶୁଭେ ପିକ ବାଣୀ,ଶିଶିରେ ବିକଶେ ପଦ୍ମ, ମତି-ଗୋପାଳୁଣିହୁଏ ଉନ୍ମାଦିନୀ-ପ୍ରେମ ବଂଶୀଧ୍ୱନି ଶୁଣି ।ପ୍ରେମରେ ସୃଷ୍ଟ ଏ ବିଶ୍ୱ, ପ୍ରେମେ ପରିପୁଷ୍ଟ,ପ୍ରେମରେ ଚାଳିତ, ପୁଣି ପ୍ରେମେ ସଂଜୀବିତ,ଭଜିବ ବିଲୟ ପ୍ରେମେ ବିଶ୍ୱପ୍ରେମୀ ପଦେ,ପ୍ରେମ ହିଁ ଦୁଇକୁ ଏକକରଣେ ଭାଜନ ।ଏହିରୂପେ ନାନା ଦୃଶ୍ୟ ଦେଖି ଦେଖି ପଥେବିବାହଯାତ୍ରିକେ, ଶେଷେ ଯଥାସମୟରେଦ୍ୱାରକାର ଉପକଣ୍ଠେ ହେଲେ ଉପସ୍ଥିତ ।ରାମଙ୍କ ଆଦେଶେ ତହିଁ ହୋଇଥିଲା ପୂର୍ବୁଅଭ୍ୟର୍ଥନା ଆୟୋଜନ, ସ୍ୱୟଂ ବଳରାମଉପସ୍ଥିତ ଥିଲେ ବର ଅଭ୍ୟର୍ଥନା ପାଇଁ ।ଦୂରୁ ଦେଖି ଦୁର୍ଯ୍ୟୋଦନ ଓହ୍ଲାଇ ଚୌଦୋଳୁ,ନମିଲେ ସାଷ୍ଟାଙ୍ଗେ ଆସି ରାମ-ପାଦତଳେ,ଉଠାଇ ସାଦରେ ତାଙ୍କୁ ଦେବ ହଳପାଣିତୋଷିଲେ ଅଧୀର ହର୍ଷେ ଆଲିଙ୍ଗନ ଦାନେନିବେଦିଲେ ଦୀନଭାଷେ କୌରବଭରସା,‘‘ଗୁରୁଦେବ ! ପୁତ ହେଲି ସେ ପଦଦର୍ଶନେ,ଏ ଅଧମ ଶିଷ୍ୟ ପ୍ରତି ପ୍ରକାଶିଲେ ଦେବ,ଯେ ଅତୁଳ କୃପା, ନାହିଁ ପ୍ରତିଦାନ ତାର,ଆଜିଠାରୁ ପ୍ରାଣ, ଆତ୍ମା, ଏ ଛାର ଶରୀର,ବାସନା, କାମନା ଦେଲି ଅର୍ଘ୍ୟ ତବ ପଦେ ।’’‘‘ଉତ୍ତରିଲେ ହଳାୟୁଧ ହର୍ଷଗଦଗଦେ-ମଣିବ ଏଣିକି ବତ୍ସ, ହସ୍ତିନା ଦ୍ୱାରକାଏକ, ଏକ-କୁରୁ ଯଦୁବଂଶ, ନିଜ ଗୁଣେ ।ହେଲେ ହେଁ ଦ୍ୱାରକା ଦୂର, ଆସି ଥରେ ଥରେକରୁଥିବ ପଦାର୍ପଣ ଏ ପୁରେ ନୃବର,କରୁଥିବ ଆନନ୍ଦିତ ସାକ୍ଷାତ ପ୍ରଦାନେ ।’’ପ୍ରତିବାକ୍ୟେ କୁରୁମଣି କହିଲେ ଏସନ-‘‘ଦୂରତୀର୍ଥ ଗମନରେ, ପ୍ରଭୁ ଦରଶନେହୁଏ କି କୁଣ୍ଠିତ ଭକ୍ତ ? ବାଞ୍ଛିତ ତାର ତା ।’’ତହୁଁ ସର୍ବେ କଲେ ଯାତ୍ରା ଦ୍ୱାରକାଭିମୂଖେ,ହୋଇଥିଲା ସୁସଜ୍ଜିତ ଶୂରସ୍ମତି ସୌଧ ସୌଧ ୨ରାଜଯୋଗ୍ୟ ଉପଚାରେ, ରହିଲେ ସେଠାରେ୨ - ଶୂର-କୃଷ୍ଣଙ୍କର ପିତାମହ ।ଦୁର୍ଯ୍ୟୋଧନ ରାୟେ ସ୍ୱୀୟ ପାରିଷଦ ସହ,ରହିଲେ ଅପର ସର୍ବେ ମାରୀଷା ମନ୍ଦିରେ ୩ପ୍ରଭାତେ ବିବାହଲଗ୍ନ, ରହିଲେ ସକଳେସମତ୍ସୁକେ ପ୍ରଭାତର ଶୁଭ ପ୍ରତୀକ୍ଷାରେ ।୩ – ମାରିଷା-କୃଷ୍ଣଙ୍କର ପିତାମହୀ ।