ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୨ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
ରୈବତ ପର୍ବତେ ଶୋଭେ ପ୍ରମୋଦ-ଭବନସୃଷ୍ଟିପିତା କୃଷ୍ଣଙ୍କର, ନବ ସ୍ୱପ୍ନସ୍ୱର୍ଗ,ଅଦୃଷ୍ଟ-ଅଶ୍ରୁତପୂର୍ବ । ବୀଥି ବୀଥି ହର୍ମ୍ୟଦିବ୍ୟ ଧ୍ୱଜଚୂଡ଼, ଉଭା ବିଚିତ୍ର ଭଙ୍ଗୀରେ,ଗବାକ୍ଷ-ଚକ୍ଷୁରେ ଚାହିଁ ସେ ସୁନ୍ଦରୀ ପୁରୀ,ଦେଖୁଅଛି ତିନି ଦିଗେ ଅନନ୍ତ ବାରିଧି,ଅନ୍ୟ ଦିଗେ ଶ୍ୟାମାୟିତ ଭୁ-ପ୍ରକୃତି ଛବି,ସ୍ତମ୍ଭୀଭୂତ ଯେହ୍ନେ ଦେଖି ବିଶ୍ୱବିରାଟତା,ପ୍ରକାଶିଛି ଅର୍ଥଶୂନ୍ୟ ଚକିତ ସୁହାସ ।ଉଜ୍ୱ୍ୱଳ ସେ ପୁରୀ ନିଜେ ନିଜର ଜ୍ୟୋତିରେ ।ବୈଜ୍ଞାନିକ କୌଶଳରେ ନିର୍ମିତ ନଗରୀ,କି ଶୋଭା ତାହାର, ସ୍ୱୟଂ ଶୋଭା-ଲକ୍ଷ୍ମୀ ଅବାଧରିଣ ଯୁବତୀ ମୂର୍ତ୍ତି ବସିଛି ପର୍ବତେମଣ୍ଡି ହୋଇ ଚତୁର୍ବିଧ ରତ୍ନେ, ଶୋଭେ କାହିଁବନରତ୍ନ-ପତ୍ରପୁଷ୍ପ, ଖଣିରତ୍ନ-ମଣି,କାହିଁ ବା ଝଟକେ ମୁକ୍ତା ପ୍ରବାଳ ଇତ୍ୟାଦିସିନ୍ଧୁରତ୍ନ, ସରରତ୍ନ-ସରୋଜକୁମୁଦ ।କେଉଁ ହର୍ମ୍ୟ ଗଜାକୃତି, ଅଶ୍ୱାକୃତି କେହି,କେହି ବା ଗଠିତ ଦୃପ୍ତ ହର୍ଯ୍ୟକ୍ଷ ଆକାରେ,କାହାର ବା ପକ୍ଷିମୂର୍ତ୍ତି, ବିରାଟ, ସୁନ୍ଦର ।ପ୍ରତିକକ୍ଷେ ସୁରକ୍ଷିତ ଆଲୋକ, ସଲିଳସୁକୌଶଳେ, ସ୍ୱର୍ଣ୍ଣତନ୍ତୁ ଲାଗିଛି ଭିତ୍ତିରେ,କଲେ ତାହା ଆକର୍ଷଣ ବାହାରେ ଆଲୋକ,ଆବର ଶୀତଳ ସ୍ୱଚ୍ଛ ଅମୃତ ସଲିଳ ।ନାନା ରତ୍ନେ, ନାନା ଶିଳ୍ପେ ପୂର୍ଣ୍ଣ ପ୍ରତିକକ୍ଷ,ଶ୍ରେଷ୍ଠ ରତ୍ନ, ଶ୍ରେଷ୍ଠ ଶିଳ୍ପ, ଉତ୍କୃଷ୍ଟା ପଦାର୍ଥଯାହା ଯହିଁ ମିଳେ ଭବେ, ସେ ସକଳ ତହିଁଏକାଧାରେ ସମାବିଷ୍ଟ, ସ୍ଥୂଳତଃ ସେ ପୁରୀବିଶ୍ୱର ସଂକ୍ଷିପ୍ତସାର, ବିଶ୍ୱପ୍ରଦର୍ଶନୀ ।ପ୍ରତିହାରେ, ବାତାୟନେ, ଅଭ୍ରର କବାଟ-ନୀତ ପୀତ ରକ୍ତ ଶ୍ୱେତ ବିବିଧ ବର୍ଣ୍ଣର,ସୃଜିଅଛି ଇନ୍ଦ୍ରଧନୁ ମହୋତ୍ସବ ସଦା ।ଊର୍ଦ୍ଧ୍ୱେନୀଳ ଚନ୍ଦ୍ରାତପ ଶୋଭେ ନଭନିଭ,ଟଙ୍ଗା ତହିଁ ହୀରା, ନୀଳା, ପ୍ରବାଳଗୋଲକ,ରବି ଶଶୀ ନକ୍ଷତ୍ରାଦି ଜ୍ୟୋତିଷ୍କମଣ୍ଡଳୀଉଦିତ କି ଏକଯୋଗେ କୃତ୍ରିମ ଆକାଶେନିସର୍ଗ ଆକାଶ ତେଜି, କେଉଁ ଅଂଶେ ଅବାପଦ୍ମରାଗ ହାଣ୍ଡି ମଧ୍ୟେ ସ୍ୱର୍ଣ୍ଣଦୀପଶିଖାଦୋହଲି କୌଶଳେ, କେବେ ଧୀରେ କେବେ ଖରେ,ଜନ୍ମାଉଛି ରଙ୍ଗଘନେ ବିଦ୍ୟୁଲ୍ଲତା ଭ୍ରାନ୍ତି ।ତରୁଲତା ପଶୁପକ୍ଷୀ ନରନାରୀ ଆଦିକେତେ ଚାରୁ ପ୍ରତିମୂର୍ତ୍ତି ଖୋଦିତ ଭିତ୍ତିରେ,କି ଅତୁଳ ଦକ୍ଷତାରେ ଖୋଦିତ ସେ ମୂର୍ତ୍ତି !ଜୀବଶୂନ୍ୟ ପାଷାଣରେ ଉଠୁଛି ଉଦ୍ଭାସିପ୍ରାଣଆଭା, ଜଡ଼େପୁଷ୍ପେ ଚୈତନ୍ୟର ଲୀଳା ।ପଡ଼ୁଛି ନିଗିଡ଼ି ତହୁଁ ପ୍ରକୃତ ପୁଷ୍ପରକୋମଳତା ନିସର୍ଗତା ମୋହନ ମାଧୁରୀ ।କାହିଁ ରାଜେ ମୁନିମୂର୍ତ୍ତି, ସତ୍ୟ କି କୃତ୍ରିମହେଉ ନାହିଁ ବାରି, ଦେଖି ପ୍ରତେ ହୁଏ ଯେହ୍ନେକହିବ କହିବ ବୋଲି ବହିଛି ଉବ୍ଦେଗକି ଅମୂଲ୍ୟ କଥା, ଅବା ଉପଦେଶ ବାଣୀ,ମାତ୍ର କଥା ଯାଉଅଛି ଅଧରେ ମିଳାଇ ।ଉଭା ଏକ ଠାବେ ଯୁଗ୍ମ ସୂବର୍ଣ୍ଣପ୍ରତିମାନୃତ୍ୟବେଶେ, ଧରି କରେ ସ୍ୱବର୍ଣ୍ଣବୀଣାଯନ୍ତ୍ର,ଆଭାସନ୍ତି ଡେଣାକଟା ପରୀ ପ୍ରାୟ ବେନି,ମାତ୍ର କି କୌତୁକ କାଣ୍ଡ, କିବା ଇନ୍ଦ୍ରଜାଲଛୁଇଁ ଦେଲାକ୍ଷଣି ହାତ ସେ ପ୍ରତିମାଦେହେ,ନୃତ୍ୟ ଗୀତ ବାଦ୍ୟେ ଲାଗେ ହଲ୍ଲୀଷକକ୍ରୀଡ଼ା,ଗନ୍ଧର୍ବନଗରୀ ଭୁତି ବହେ ରୈବତକ ।ସ୍ୱଭାବ ପାଦପ ସହ କୃତ୍ରିମ ପାଦପବିରାଜେ ଅଳିନ୍ଦେ, ଉଭେ ଫଳପୁଷ୍ପବନ୍ତ,ଥଣ୍ଟ ମାରି ବିହଙ୍ଗମେ ଫଳେ, ବାରୁଛନ୍ତିପ୍ରକୃତ କୃତ୍ରିମ, ତଥା ଗନ୍ଧ ଘ୍ରାଣି ଅଳି,ଶ୍ରାନ୍ତ କ୍ଳାନ୍ତ, ଉଡ଼ି ବୁଲି ପୁଷ୍ପୁପୁଷ୍ପାନ୍ତରେ ।କୃତ୍ରିମେ ବାସ୍ତବ ପୁଷ୍ପୁମଣି କେତେ ଥର,ହେଉଅଛି ପ୍ରତାରିତ ବସିଯାଇ ତହିଁ ।ଦ୍ୱାର ଊର୍ଦ୍ଧ୍ୱେ ଟଙ୍ଗା କେତେ ଚାରୁ ଚିତ୍ରପଟ,କାହିଁରେ ଅଙ୍କିତ ବୃଦ୍ଧ ବସୁଦେବ ମୂର୍ତ୍ତିକାହିଁରେ ଦୈବକୀ ଦେବୀ-ମହାଭାଗ୍ୟବତୀକାହିଁ ନନ୍ଦ ଯଶୋଦାଙ୍କ ପୁଣ୍ୟୋଜ୍ଜକ ମୂର୍ତ୍ତିହୋଇଛି ଚିତ୍ରିତ ସ୍ୱର୍ଣ୍ଣରଙ୍ଗେ, କାହିଁ ଅବାସ୍ୱର୍ଣ୍ଣପଟେ ରାଜଯୋଗୀ ଉଗ୍ରସେନ ଛବି ।କେତେ ସ୍ଥାନେ କେତେ ଦୃଶ୍ୟକେ କଳିବ ତାହାବର୍ଣ୍ଣୁଥିଲେ ନ ସରିବ ସେ ପୁରୀ-ମହିମା ।ପ୍ରମୋଦ ମନ୍ଦିର ଆଜି ହେଉଛି ମଣ୍ଡିତ,କରୁଛନ୍ତି ପରିଷ୍କାର ସଂସ୍କାର, ସୁସଜ୍ଜାଶତ ଶତ ପରିଚାରୀ, ଗୃହେ ଗୃହେ ବୁଲି,ଚହଟି ଯାଉଛି ଗୃହ ବିଦ୍ୟୁତାଙ୍ଗୀଙ୍କରବିଦ୍ୟୁତ ଗତିରେ, ଯେହ୍ନେ ଗୃହ ନୁହେଁ ତାହା-ଚକଲତା ଉପବନ, କିମ୍ୱା ସେ ପ୍ରାସାଦନୀରୀ-ବିଦ୍ୟାଳୟ, ଶାନ୍ତି ସଂଯତତାରୂପେଭଦ୍ରା, ସତ୍ୟଭାମା, ନାରୀଗୁରୁ, ଦିଅନ୍ତି ସେକାମନା ବାସନାରୁପା ଶିଷ୍ୟବର୍ଗେ ଶିକ୍ଷାଶିବଦା ନିବୃତ୍ତି-ବିଦ୍ୟା, ହୁଏ ସିନା କର୍ମେକର୍ମର ନିବୃତ୍ତି, ବିଷା ବିଷ ହୁଏ ନଷ୍ଟ ।ବ୍ୟତିବ୍ୟସ୍ତ ଦୁହେଁ ଆଜି ମନ୍ଦିର ସଜ୍ଜାରେ,ହେଉ ନାହିଁ ବେନିଙ୍କର ମନୋମତ ଯାହା,ଭଙ୍ଗା ହୋଇ ତାହା ତ୍ୱରା ନବୀନ ଭାବରେହେଉଛି ମଣ୍ଡଣି, ହୁଏ ସଂସ୍କାର କାହାର,ଲାଗିଅଛି ଏହିପରି କେତେ ଭଙ୍ଗାଗଢ଼ା,ସ୍ୱଭାବେ ସୁନ୍ଦରତର ସଜ୍ଜା ଉପାଦାନ,ଦୁଯେ ହୋଇ ସୁବିନ୍ୟସ୍ତ ସୁନ୍ଦରୀ ଶ୍ରୀକରେଦିଶିଲା ଦ୍ୱିଗୁଣ ଦୀପ୍ତ, ମଧୁର, ସୁନ୍ଦର ।‘‘କାହିଁ ସତ୍ୟା, କାହିଁ ଭଦ୍ରା’’ କହି ବାରମ୍ୱାର(ଉଠିଲା କି ବାଜି ଆହା ଅମୃତ ବିପଞ୍ଚୀ )ଅମୃତ ସୁସ୍ୱରେ, ବର୍ଷି ଅମୃତ ଚୌଦିଗେ,ହେଲେ ଉପସ୍ଥିତ ଆସି ରୁକ୍ମାଙ୍ଗୀ ରୁକ୍ମିଣୀ,ଅଷ୍ଟପାଟବଂଶୀଶ୍ରେଷ୍ଠା, କୃଷ୍ଣ-ପାଟରାଣୀ ।କୃଷ୍ଣପ୍ରାଣା ଦେବୀ, ମୁଖେ, ରହିଅଛି ଲାଗିନାରାୟଣ ହରି ଶବ୍ଦ, ଯେହ୍ନେ ପଢ଼ାଶୁକଉଚ୍ଚାରେ ତାରକବ୍ରହ୍ମନାମ ଅବିରତ ।ଶତ ଶଶିକରୋଜ୍ୱଳ ମୁଖ-ଶତଦଳ,ବୋଳା ତହିଁ ପ୍ରୌଢ଼ତ୍ୱର ପକ୍ୱଜ୍ଞାନ ବିଭା,କୁସୁମ ରେଣୁରେ ଗଢ଼ା ସୁଭନ୍ୱୀ ସୁତନୁ,ନିଶ୍ଚୟ ଦ୍ୱାରକା ନବ ଅମରା, ଏ ତାରଭୂଷଣର ଉପଯୁକ୍ତ ମଣି, ଗୃହିଣୀ ଯେକୃଷ୍ଣଙ୍କର, ଅବତୀର୍ଣ୍ଣା ମହାଲକ୍ଷ୍ମୀ ଅଂଶେ,କି ଉପମା ତାହାଙ୍କର, ସ୍ୱୟଂ ନିରୂପମା,ଦେବ ମହିମାର ମହାମୁକୁର ଲଲାଟ ।ଶୋଭିବ ଯେବଣ ଅଙ୍ଗେ ଯେଉଁ ଅଳଙ୍କାରଅଛି ତହିଁ ତାହା, ମାତ୍ର ତହୁଁ ବହୁଗୁଣେକରିଛି ସୁନ୍ଦର ତାଙ୍କୁ ନିସର୍ଗ ଭୁଷଣସ୍ନେହ, ଦୟା, ସରଳତା, ପ୍ରୀତି, ପବିତ୍ରତା ।ରାଜରାଣୀ, ମାତ୍ର ଆସ୍ଥା ନାହିଁ ରାଣୀବେଶେ,ଶ୍ରଦ୍ଧା ସମଧିକ ଯେହ୍ନେ ଦୀନବେଶେ ତାଙ୍କ ।ବୈଦର୍ଭୀଙ୍କ ପାଦପଦ୍ମେ ପ୍ରଣମିଲେ ତ୍ୱରାଭଦ୍ରା ସତ୍ୟଭାମା ବେନି, ପ୍ରଣମିତ ଯଥାସାନ୍ଧ୍ୟତାରା, କୁମୁଦିନୀ ଅବନତ ଶିରେପୂର୍ଣ୍ଣିମା ଶର୍ବରୀ ପଦେ, ଅଥବା ଯେସନପ୍ରଣମେ ତୁଳସୀ ପଦେ ଦୀପଶିଖା ସହଗୃହଲକ୍ଷ୍ମୀ, କିମ୍ୱା ବାତେ ପଡ଼ିଲା କି ଢଳିଯୁଗଳ କମଳ ଆନ କମଳ ପୟରେ ।ତୋଳି ଧରି ଦେବୀ, କଲେ ଉଭେ ଆଶୀର୍ବାଦ-‘‘ହୁଅ ଚିର ଭାଗ୍ୟବତୀ, ଧର୍ମେ ତାଉ ମତି ।’’ଶୁଣି ଏ ଆଶିଷ, ହସି ଭାଷିଲେ ସୁଭଦ୍ରା-‘‘ବହୂ ଠାକୁରାଣୀ ! ତବ ଏ ଶୁଭାଶୀର୍ବାଣୀହୋଇଛି ସଫଳ ପୂର୍ବୁ ଜୀବନେ ମୋହର,ଭ୍ରାତା ଯାର ନାରାୟଣ, ତ୍ରିଲୋକ-ଆଶ୍ରୟ,ଭ୍ରାତୃବଧୂ-ବିଶ୍ୱାରାଧ୍ୟା ଲକ୍ଷ୍ମୀ ସରସ୍ୱତୀ,ତାହାଠାରୁ ଭାଗ୍ୟବତୀ କିଏ ଏ ସଂସାରେ ?ସୁଭଦ୍ରା ସେବକୀ ସଦା ତୁମ୍ଭମାନଙ୍କର,କରିଅଛି ଭାଗ୍ୟବତୀ ତୁମ୍ଭେମାନେ ତାକୁସ୍ନେହ, କୃପା ଦାନେ, ତେଣୁ ସୌଭାଗ୍ୟବତୀ ସେ lଜାଣେ ନାହିଁ ଧର୍ମାଧର୍ମ କିଛି, ଜାଣେ ଖାଲିକୃଷ୍ଣ ସେବା, ସେବ୍ୟ ସେବା, ଦୀନ ରୁଗ୍ଣ ସେବା,ଏହାହିଁ ମୋହର ଧର୍ମ,-ଜୀବନର ବ୍ରତ ।’’ମୃଦୁ ହାସ୍ୟେ ଏ ଉକ୍ତିର ନୀରବ ଉତ୍ତରଅର୍ପିଣ ରୁକ୍ମିଣୀ ଦେବୀ, ଭାଷିଲେ ସସ୍ନେହେ-‘‘ଚାଲ ଆଗେ କାର୍ଯ୍ୟାବଳି ଦେଖିବା ତୁମ୍ଭର ।’’କୌମୁଦୀମାର୍ଜିତ ରାତ୍ରି, ଜ୍ୟୋସ୍ନା ଢଳଢଳ,ଚାଲିଲେ ତିନିହେ ତହିଁ ବୁଡ଼ି ଧୀରେ ଧୀରେ,ସ୍ୱର୍ଣ୍ଣସ୍ରୋତସ୍ୱିନୀ ସ୍ରୋତେ ଯାଉଛି କି ଭାସିତିନୋଟି ସୂବର୍ଣ୍ଣ ପଦ୍ମ, କିମ୍ୱା ପ୍ରତେ ହୁଏ-ସଚଳ କବିତାପନ୍ତି, ଚାଲିଛି ସଧୀରେହୋଇ ମହାବିଭବିନୀ,-ଭାଷା, ଭାବ, ଅର୍ଥବିଭବରେ ଗୌରବିନୀ ସୌନ୍ଦର୍ଯ୍ୟ-ଗୌରବେ ।ଯାଉଁ ଯାଉଁ ବେନି ପାର୍ଶ୍ୱେ ଦେଖାନ୍ତି ଉଭୟେସ୍ୱ ସ୍ୱ କାର୍ଯ୍ୟ ରୁକ୍ମିଣୀଙ୍କୁ ଅଦମ୍ୟ ଆଗ୍ରହେ,କହେ ଭଦ୍ରା- ‘‘ଦେଖ ବହୁ, ମୋର ଏ ମଣ୍ଡଣି’’ସତ୍ୟଭାମା କହେ, ଅପା ! ଦେଖ ଏଣେ ମୋର,ଦେଖିଣ ରୁକ୍ମିଣୀ, ବହୁ ପ୍ରଶଂସି ବେନିଙ୍କି,ଥିଲା ଯହିଁ ଯା ଅଭାବ, ଭ୍ରମ ବା ଅପୂର୍ଣ୍ଣ,କରିଦେଲେ ନିଜେ ତାହାପୂର୍ଣ୍ଣ, ସଂଶୋଧନ ।ଏହିରୂପେ ନାନା ସ୍ଥାନେ ବୁଲି ବୁଲି ସର୍ବେହୋଇ କ୍ଳାନ୍ତ, ବିଶ୍ରାମିଲେ ଅଶୋକମଣ୍ଡପେ,ରୁକ୍ମିଣୀ ସୁଭଦ୍ରାମୁଖ ଚାହିଁ ସ୍ନେହନେତ୍ରେକହିଲେ କରୁଣାମୟୀ ଆଦରେ ସୁଆଗେଯାଇଅଛି ଶୁଖି ଆହା ସୁଭଦ୍ରା- ବଦନ,ଖଟି ଖଟି ସେବାଶ୍ରମେ ଦିବସ ରଜନୀ,ହେଲାଣି ତ ଜେମାମଣି ଅସ୍ଥିଚର୍ମସାର !’’କରି ତାହା ସମର୍ଥନ ସତ୍ରାଜିତସୂତାକହିଲେ କୋମଳେ, ‘‘ଅପା, ବାଳିକାହୃଦୟେ -ଅଜ୍ଞାନ ତରଳ କ୍ଷୁଦ୍ର ବାଳିକାହୃଦୟେ ।ନିଷ୍କାମ କର୍ମର ବୀଜ କରିବା ବପନହେଲା କି ସଙ୍ଗତ କାର୍ଯ୍ୟ, ପାରିବ କି ସହିସୁକୁମାରୀ ଶେଫାଳିକା ଖର ରୌଦ୍ରତାପ?’’ଭାଷିଲେ ସସ୍ମିତେ ଦେବୀ ‘‘ସତ୍ୟ ! ବାଳିକା ତୁକି ବୁଝିବୁ ମର୍ମ ଅବା ନିଷ୍କାମ କର୍ମର ?କି ବୁଝିବି ଅଜ୍ଞାନା ମୁଁ, ମଙ୍ଗଳ ମହତ୍ତ୍ୱତାର, ରୋପିଛନ୍ତି ଭ୍ରାତା ଭଗ୍ନୀ ହୃଦେ ତାହାଯେ ମଙ୍ଗଳମୟ, ତାଙ୍କ ମଙ୍ଗଳ ଉଦ୍ଦେଶ୍ୟନିଶ୍ଚୟ ମଙ୍ଗଳ ସତ୍ୟ, କି ସନ୍ଦେହ ତହିଁ ?ଏ ଜୀବନ କ୍ଷଣସ୍ଥାୟୀ, କ୍ଷଣସ୍ଥାୟୀ ଯଥାକୀଚକ ଅନକ *ସ୍ଥାୟୀ, କର୍ମ ଏକା ଭବେହୋଇ ଆତ୍ମବିସ୍ମୃତିରେ ଆପାଦମସ୍ତକମଗ୍ନ, ଜଗତର ସେବା କରିବା ହିଁ କର୍ମ,* ବାଉଁଶ ନିଆଁକର୍ମରେ ଉନ୍ନତି ଲାଭ ମାନବ ଆତ୍ମାର,କର୍ମରେ ଦେବତ୍ୱ ଲାଭ, କର୍ମରେ ବ୍ରହ୍ମତ୍ୱ,ସଂସାରେ ଯେ ଯେତେ ବଡ଼, ତେତେ କର୍ମବ୍ୟସ୍ତକର୍ମ ତାର ତେତେ ବଡ଼, ତେତେ ମୂଲ୍ୟବାନ ।ରବି ଶଶୀ ବାୟୁ ଆଦି ସଦା କର୍ମମଗ୍ନ,କି ଅଛି କାମନା କାର, ସର୍ବେ ମହାତ୍ୟାଗୀ,ତ୍ୟାଗ-ଯାଗ-ପୂତ ଆତ୍ମା ଧନ୍ୟ ଏ ମହୀରେ ।’ଅନନ୍ତର ସତ୍ୟଭାମା ସୁଭଦ୍ରାକୁ ଚାହିଁକହିଲେ-‘‘ସୁଭଦ୍ରେ, ଦେଖ ବୁଲି ବୁଲି ଆଜିବଡ଼ କ୍ଲାନ୍ତ ଅପା, ସ୍ରବେ ସ୍ୱେଦବିନ୍ଦୁ ମୁଖଁ,ଶୋଭେ ଯଥା ଫୁଲ୍ଲପଦ୍ମେ ନୀହାରକଣିକା,ଦେଉଛି ମୁଁ ବିଞ୍ଚି ତାଙ୍କୁ, ଯାଇ ତୁମ୍ଭେ ତ୍ୱରାଶେଷ କରି ଆସ ଭଗ୍ନି, ଅବଶିଷ୍ଟ କାର୍ଯ୍ୟ,ଯିବା ହଂସପୁରେ, ରାତ୍ରି ହେଉଛି ଅଧିକ ।’’ଚଳିଗଲେ ଭଦ୍ରା ତହୁଁ, ସତୀ ସତ୍ୟଭାମାବିଞ୍ଚିଦେଲେ ସପତ୍ନୀଙ୍କି ପଦପ୍ରାନ୍ତେ ବସି,ବିଞ୍ଚୁ ବିଞ୍ଚୁ ଜାତ ହେଲା ହୃଦୟେ ତାଙ୍କରକି ପ୍ରଖର ଉତ୍ତେଜନା, କି ମୌନ ଉଚ୍ଛ୍ୱାସ,ହେଲା ନେତ୍ର ଛଳଛଳ, ହାସ୍ୟମୁଖେ ଅଶ୍ରୁକି ସୁନ୍ଦର ! କି ସୁନ୍ଦର ବୃଷ୍ଟିସିକ୍ତ ଜ୍ୟୋସ୍ନା,ଲୁଚାଇ ବଦନ ଦେବୀ ରୁକ୍ମିଣୀଙ୍କ ଅଙ୍କେମାତୃଅଙ୍କେ ଗେହ୍ଲା କନ୍ୟା ପ୍ରାୟ, କ୍ଷଣ ପରେକହିଲେ ଏସନ-‘‘ଅପା ! ତବ ପଦେ ଆଜିକରିବି ଗୋଟିଏ ଅଳି, ରଖିବ ମୋ କଥା ।କି ଶୀତଳ ଅଙ୍କ ତବ, ସ୍ନେହର ତ୍ରିଦିବ,ଲଭି ତାହା ମାତୃଅଙ୍କ ପାସୋରିଛି ମୁହି,ଭାଗ୍ୟବତୀ ଭଉଣି ! ମୁଁ, ପାଇ ତୁମ୍ଭ ଭଳିସ୍ନେହମୟୀ ପ୍ରେମମୟୀ ସପତ୍ନୀ-ରତନ,ତୁମ୍ଭ ପରି ଦେବି! ଦେବି- ସପତ୍ନୀ ମୋ ଭାଗ୍ୟେମିଳୁ ଜନ୍ମଜନ୍ମାନ୍ତରେ, ତୁମ୍ଭ ପାଶେ ଏକାଏ ଦୀନା ସତ୍ୟଭାମାର ଯାବତ ଜଞ୍ଜାଳ ।ତୁମ୍ଭେ ଜ୍ୟେଷ୍ଠା ଭଗ୍ନୀ, ତୁମ୍ଭେ ମାତୃକଳ୍ପା ଦେବୀ,ମୁଁ ତବ କିଙ୍କରୀ ମାତ୍ର, ରଖିବ ମୋ କଥା ।’’ଏହା ଭାଷି ସତ୍ୟଭାମା ରହିଲେ ନୀରବ,କରୁଁ କରୁଁ ବୀଣା ଚାରୁ ସଙ୍ଗୀତ ଆଳାପସହସା ଗଲା କି ରହି, ନ ସରୁଣୁ ଗୀତ ?ସହାସ୍ୟେ ରୁକ୍ମିଣୀ ତହୁଁ ସତ୍ୟଭାମାଙ୍କରଉତ୍ତେଜନାତପ୍ତ ଭାଲେ ବୁଲାଇ ସୁଧୀରେବାତ୍ସଲ୍ୟଶୀତଳ ହସ୍ତ, ଯଥା ସନ୍ଧ୍ୟାରାଣୀବୁଲାଏ ଅମୃତ ହସ୍ତ ତପ୍ତ ଧରାଭାରେ,ଉତ୍ତରିଲେ ମଞ୍ଜୁଭାଷେ-‘‘ ଭ୍ରାନ୍ତିର ସ୍ୱପନଏ ତୋହର ସତ୍ୟଭାମା, ମୁଁ ବଡ଼ ତୁ ସାନ !ସାମାନ୍ୟ ସାବକୀ ମାତ୍ର ଆମ୍ଭେ ଦୁଇ ଜଣଏକ ପ୍ରଭୁ ପଦ୍ମପାଦେ, ଦୁଇ ଲତା ଆମ୍ଭେକ୍ଷୁଦ୍ର ସତ୍ତା, ଏକମାତ୍ର ସହକାରାଶ୍ରିତା,ଆମ୍ଭେ ବେନି କ୍ଷୁଦ୍ର ନଦୀ, ଅଛନ୍ତି ମିଶାଇଏକଇ ଅନନ୍ତ ସିନ୍ଧୁ ଜୀବନେ ଜୀବନ,ନାହିଁ ଏଥି ବଡ଼ ସାନ, ଉଭୟେ ସମାନ ।କି ବାୟାଣୀ ତୁହି ସତ୍ୟ ! କି ଅଛି ଅଦେୟତୋତେ ମୋର, ଅର୍ପିଛି ତ ସର୍ବସ୍ୱ ମୁଁ ତୋତେଅଧିକନ୍ତୁ ଜୀବନ ଯେ ଜୀବନର ମୋର,ସେ ସ୍ୱାମୀଙ୍କୁ ସୁଦ୍ଧା ତୋତେ କରିଛି ଅର୍ପଣ,ସତ୍ୟ ସତ୍ୟ ! ତୋହ ପରି ସେବା ପ୍ରଭୁଙ୍କରନ ପାରିବି କରି ମୁହିଁ, ତେଣୁ ତାଙ୍କ ଭାରଅର୍ପି ସଦା ଶିରେ ତୋର, ଅଛି ମୁଁ ଆଶ୍ୱସ୍ତ ।କି ଇଚ୍ଛା ତୋହର କହ, କହୁଛି ନିକର,କରିବି ପୂରଣ ତାହା ପ୍ରଭୁ କୃପାବଳେ,ମାଗିବୁ ଜୀବନ ଯଦି, ଅର୍ପିବି ଏକ୍ଷଣି ।’’ଶୁଣି ଏହା ସତ୍ୟଭାମା ଉଠି ବସି ଖରେଆନନ୍ଦ-ଗଦ୍ଗଦ କଣ୍ଠେ କହିଲେ ଏସନ -‘‘ଛନ୍ଦିବାକୁ ପାର୍ଥ କରେ ସୁଭଦ୍ରାର କରଶୁଭ ପରିଣୟ- ସୂତ୍ରେ, ବଳିଚି ମାନସ,ଏ କାର୍ଯ୍ୟରେ ତୁମ୍ଭେ ଏକା ସହାୟ ମୋହର ।ତୁମ୍ଭ ବିନା ଏ ପ୍ରସ୍ତାବ ସ୍ୱାମୀଙ୍କ ସମୀପେକରିବାକୁ ନିବେଦନ ନାହିଁ କେ ଦ୍ୱିତୀୟ ।’’କହିଲେ ରୁକ୍ମିଣୀ ଦେବୀ ସ୍ନେହମଖା ସ୍ୱରେ,‘‘ଯଥାଯୋଗ୍ୟ ସତ୍ୟଭାମା ତୋ ମନୋନୟନ,ଅର୍ଜ୍ଜୁନ ହିଁ ସୁଭଦ୍ରାର ଉପଯୁକ୍ତ ବର ।ଯେ ଦେବତ୍ୱ ଅଛି ନର ପାର୍ଥ ଚରିତ୍ରରେ,ଦେବ ଚରିତ୍ରରେ, ଭଗ୍ନି ! ନାହିଁ ସେ ଦେବତ୍ୱଅନନ୍ତ ଜ୍ଞାନର ପାର୍ଥ ପୂର୍ଣ୍ଣ ପ୍ରତିମୂର୍ତ୍ତି,ବିଶ୍ୱପ୍ରେମ-ପ୍ରତିବିମ୍ୱ ସୁଭଦ୍ରା ଆମ୍ଭର,ଦୁହେଁ କୃଷ୍ଣଭକ୍ତ, ଶିଷ୍ୟ, ଦୁହିଙ୍କ ମିଳନମଣିକାଞ୍ଚନର ଯୋଗ, ଦୁହିଙ୍କ ମିଳନକୃଷ୍ଣଭକ୍ତି ପ୍ରଚାରର ଶୁଭ ସଦୁପାୟ,ଯଦୁମୁଳ ସୌମ୍ୟ ଲତା ଉଜ୍ଜ୍ୱଳିବ ଆହାକୁରୁକୁଳୋଦ୍ୟାନ, ହେବ ଦୃଢ଼ ସମ୍ମଳିତମହାବଂଶେ ମହାବଂଶ ତେଜସ୍ୱୀ ଶୋଣିତ,ଏହା ଏ ଭାରତ ଭାଗ୍ୟେ ମଙ୍ଗଳ ନିଦାନ ।ହେଲା ମୋର ମନୋମତ ତୋର ଏ ପ୍ରସ୍ତାବ,କରୁଅଛି ଆର୍ଶୀବାଦ ପୂରୁ ତୋ ବାସନା,କିନ୍ତୁ ଭଗ୍ନି ! ଏ ପ୍ରସଙ୍ଗ ସ୍ୱାମୀଙ୍କ ସକାଶେନିବେଦନେ ଅକ୍ଷମ ମୁଁ, କ୍ଷମା କର ମୋତେ,ସୁଭଦ୍ରା ଜୀବନାଧିକ ଜୀବନ ମୋହର,ଛାଡ଼ି ପୁଣ୍ୟ ସହବାସ ତାର, କେମନ୍ତେ ବାଧରିବି ମୁଁ ଧୈର୍ଯ୍ୟ ଆଉ କେମନ୍ତେ କହିବିବିବାହ ପ୍ରସଙ୍ଗ ତାର ସ୍ୱାମୀ ସନ୍ନିଧାନେ,ଇଚ୍ଛିଲେ ମୁ କହିବାକୁ, ଦେବ ନାହିଁ କହିଲୋତକ କଦାପି, ଦେଇ ବାରମ୍ୱାର ବାଧା ।ମୋ ପ୍ରାଣର ପ୍ରତିବିମ୍ୱ ସୁଭଦ୍ରା ସୁନ୍ଦରୀ,ଗୁନ୍ଥା ତହିଁ ମୋ ପ୍ରାଣର ଆଶା-ବାସନାଦି,ଯଦୁକୁଳ-ଶୋଭା-ଲକ୍ଷ୍ମୀ, ଆହା ମୋ ସୁଭଦ୍ରା,କି ପୁଣ୍ୟ ହୃଦୟ ତାର-ଦୟାର ଦର୍ପଣ,ପାପର ଅସ୍ପଷ୍ଟ ଛାୟା ସ୍ପର୍ଶି ନାହିଁ ତାକୁ ।କି ଜ୍ଞାନ ଗରିମା ଖେଳେ ବାଳିକାହୃଦୟେ,ଦେଇ ବୁଲେ ଉପଦେଶ ସମସ୍ତଙ୍କୁ ସଦା -‘ପରାର୍ଥେ ଯେ ଦୁଃଖ ଭୋଗ, ସ୍ୱର୍ଗ ଭୋଗ ତାହା’କି ଗଭୀର ଉପଦେଶ, ସତ୍ୟ ତଥ୍ୟପୂର୍ଣ୍ଣଗୁଣବତୀ ସୁଭଦ୍ରାର ପୂର୍ଣ୍ଣ ସର୍ବଗୁଣ,ଫୁଲ ପ୍ରତି ପାଖୁଡ଼ାରେ-ପ୍ରତ୍ୟେକ ପରାଗେ lନିବସେ ସୁଗନ୍ଧ, ବିଶ୍ୱମନୋମୁଗ୍ଧକର ।କେତେରୁପେ ଶାନ୍ତି ଦିଏ ଭଦ୍ରା ମୋ ଜୀବନେକେତେରୁପେ କରେ ସେବା, ମାତୃରୁପେ କେବେପ୍ରାଣରେ କରୁଣା-ବାରି ଢାଳିଦିଏ ଆଣି,କେବେସେବେକନ୍ୟାରୂପେ, ଭଗ୍ନୀରୁପେକେବେକେବେ ଗୁରୁରୂପେ ଅର୍ପେ ଶାସ୍ତ୍ର ଉପଦେଶ ।ଏ ଫୁଲଟି ଯଦୁକୁତ ଶୁଦ୍ଧାନ୍ତ-ଉଦ୍ୟାନୁଗଲେ କି ରହିବ ଆଉ ଉଦ୍ୟାନର ଶୋଭା ?’’କହୁଁ କହୁଁ ଏହା, ଖସି ପଡ଼ିଲା ନୟନୁଅଲକ୍ଷିତେ ବିନ୍ଦୁ ବିନ୍ଦୁ ଅଶ୍ରୁ ଦେବୀଙ୍କର,ପୋଛିଦେଇ ସତ୍ୟଭାମା ଅଞ୍ଚଳେ ସେ ଅଶ୍ରୁଭାଷିଲେ କୋମଳେ-‘‘ଝିଅ ପର ଘର ଶୋଭା,କେ ରଖି ପାରିବ ସଦା ସେ ରତ୍ନ ଗୃହରେ ?ଭାବ ଅପା ! ତୁମ୍ଭ ଆମ୍ଭ ଜନ୍ମସ୍ଥାନ କାହିଁ,ରହିଲେ କାହିଁ ବା ଆସି, ବିଧି ବିଧାନ ସେ,କେ ଖଣ୍ଡିବ ସେ ବିଧାନ, ଅଖଣ୍ଡ ଅକ୍ଷୟ ।ଖଣିଗର୍ଭେ ଜନ୍ମେ ମଣି, ମାତ୍ର ଉଜ୍ଜୁଳାଏଅପରର ଗୃହ, ଏହା ନିୟତିର ଲୀଳା ।’’‘ସତ୍ୟ ଯା କହିଲୁ, ସତ୍ୟ ! ନିୟତିର ଲୀଳା -’ଭାଷିଲେ ରୁକ୍ମିଣୀ, ‘‘କନ୍ୟା ପରଘର ଶୋଭା,ରଖିବା ଅବିବାହିତା ସୁଯୋଗ୍ୟା କନ୍ୟାକୁନୁହେଁ ଧର୍ମ, ଏ ପ୍ରସ୍ତାବ ନିଜେ ତୁହି କିପାଁନ ଜଣାଉ ସ୍ୱାମିପଦେ, ମୋହର ବିଶ୍ୱାସ,ଶୁଣିଲେ ଏ ସୁପ୍ରସ୍ତାବ ଗ୍ରହିବେ ନିଶ୍ଚେ ସେ ।’’ଉତ୍ତରିଲେ ସତ୍ୟଭାମା, ସତ୍ୟ- ପୂତମୂର୍ତ୍ତି-‘‘ଖଟୁ ନାହିଁ, ଅପା ! ମୋର ସାହସ ତହିଁକି,ହେଉ ତେବେ ନିବେଦିବି ପୟରେ ତାଙ୍କରମାତ୍ର ମୁଁ ସ୍ୱାଧୀନ ଭାବେ ନ ପାରିବି କହି,ତବ ପ୍ରତିନିଧିରୂପେ କରିବି ଜଣାଣ ।’’ଏକାଳେ ସୁଭଦ୍ରା ଆସି ମିଳନ୍ତେ ସେଠାବେ,ବିଜେ କଲେ ସର୍ବେ ମିଳି ଶୃଦ୍ଧାନ୍ତାଭିମୁଖେ ।