ସୁଭଦ୍ରା
ଚିନ୍ତାମଣି ମହାନ୍ତି · ଭାଗ ୭ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ସର୍ଗ
ସୁରମ୍ୟ ଜଗତୀମେଢ଼େ ବସି ଜେମାମଣି,ଗଣ୍ଡେ କର ନିହି, ରତ ମହାଭାଳୁଣିରେ,ଖେଳେ ଚିନ୍ତାପାଣ୍ଡୁରିମା ବଦନମଣ୍ଡଳେ,ଶୋଭେ କି ମଳିନ ପଦ୍ମ ମହୁଲପଲ୍ଲବେ ।ନୈରାଶ୍ୟ-ଚକିତ ନେତ୍ରେ ଭାବୁଛି ଏସନ-‘କଠୋର ସଙ୍କଳ୍ପ-ବଜ୍ର ଜ୍ୟେଷ୍ଠାଗ୍ରଜଙ୍କର,କଲା ମୋର ଆଶା-ଶୈଳ ଚୂର୍ଣ୍ଣ, ଧୁଳିସାତ,ଏଡ଼େ ସୁଖେ ଏଡ଼େ ଦୁଃଖ ଆସେ ଏଡ଼େ ବେଗେ,ଆଶା-ଇନ୍ଦ୍ରଧନୁ, ହାୟ ଯାଏ କି ମିଳାଇଏଡ଼େ ଚାଣ୍ଡେ, ବର୍ଷେ ପୁଣି ଆଶା-କାଦମ୍ବିନୀଏଭଳି ଗରଳ, ଗଲା ଛିଡି ଆହା ମୋରପ୍ରାଣର ସକଳ ତନ୍ତ୍ରୀ, ଉଡିଗଲା ବେଗେଆଶା-ପକ୍ଷୀ ଶୂନ୍ୟ କରି ହୃଦୟ-ପିଞ୍ଜର ।ନିଭିଗଲା କାଳ ବାତେ ଆକାଂକ୍ଷା-ଆଲୋକ,ବୁଡିଗଲା ଅନ୍ଧକାରେ ହୃଦୟ-ମନ୍ଦିର ।ଭାଙ୍ଗିଗଲା ସୁଖଶ୍ଳୋକ ଲେଖା ଆରମ୍ଭରେଦୈବାତ ଲେଖନୀଦଣ୍ଡ, କେଡ଼େ ଦୁର୍ବିପାକ !ଏ କି ଲୀଳା, ହରି ତବ, ମୋ ଅଦୃଷ୍ଟ ଛଡ଼ାନାହିଁ କି ତୁମ୍ଭର କିଛି କ୍ରୀଡ଼ାଦ୍ରବ୍ୟ ଭବେ ?କିପାଁ ମନ ଦେଲ ପ୍ରଭୋ, ମନରେ ଆକାଂକ୍ଷା,କିପାଁ ଦେଲ ଆକଂକ୍ଷାରେ ନୈରାଶ୍ୟ-ପାଉଁଶ ?ଏ ତ ପ୍ରଭୋ, ନୁହେଁ ମୋର କାମନା ବିବାହ,ଅବଳାର ଧର୍ମବୃତ୍ତିଚରିତାର୍ଥ ପାଇଁତେଜସ୍ୱୀ, ଧାର୍ମିକ ପତି ଲୋଡ଼ା ଏ ସଂସାରେ,ଧର୍ମ ସଂସାଧନେ ପତି ପରମ ସହାୟ,ବିସ୍ତାରେ ସୁଗନ୍ଧ ଫୁଲ ସବନ ସାହାଯ୍ୟେ ।ଯେ ମୋର ମାନସ ସ୍ୱାମୀ, ମାନସଦେବତା,ବସାଇଛି ଯାହାଙ୍କୁ ମୁଁ ହୃଦ-ସିଂହାସନେ,ଉଠାଇ ସେ ଦେବତାଙ୍କୁ, ତାଙ୍କ ସ୍ଥାନେ ଆଣିବସାଇବି କେଉଁ ମୁଖେ ଦୁରନ୍ତ ଚଣ୍ଡାଳେ,ଅର୍ପି ଜଳାଞ୍ଜଳି ନାରୀଧର୍ମେ, ସତୀ ଧର୍ମେ,ପୁଣି ସତ୍ୟଧର୍ମେ, ବରଂ ଶତଗୁଣେ ଶ୍ରେୟଏ ଘୃଣ୍ୟ କଳଙ୍କୁ ଚିର କୌମାର୍ଯ୍ୟାଲମ୍ବନ,ଘନ ପ୍ରତି ଚାତକିନୀ ଅନୁରକ୍ତ ସିନା,ପ୍ରାଣାନ୍ତେ ତୁଷାରେ ଆଶା କରେ ନାହିଁ କେବେଜଣକୁ ହୃଦୟ ଅର୍ପି ଆଣିବି ଫେରାଇ,ଏ ଦତ୍ତାପହାର ପାପ ନ ପାରିବି ସହି,ନ ଇଚ୍ଛନ୍ତି ପଶୁପକ୍ଷୀ ଇତର ପ୍ରାଣୀଏଏ ମହାପାତକେ ଲିପ୍ତ ହେବାକୁ ଭ୍ରମରେ,ଶୁଣିଲେ ଅକଳାକୁଳ ମୋର ଏ ଅନୀତିରୋଧିବେ ଲଜ୍ଜାରେ ବର୍ଣ୍ଣ, ବର୍ଷି ଅଭିଶାପ,ଏ ପାପ ଅପେକ୍ଷା ବରଂ ମୃତ୍ୟୁ ହିଁ ମଙ୍ଗଳ ।ବୃଥା ଚିନ୍ତା, ହେ ଅନନ୍ତ ମଙ୍ଗଳବିଧାତା,ତୁମ୍ଭେ ଏକା ଉଦ୍ଧାରନ୍ତା * ଏ ସଙ୍କଟୁ ହରି,*ଉଦ୍ଧାରକର୍ତ୍ତାତୁମ୍ଭର ମଙ୍ଗଳ ଇଚ୍ଛା ହେଉ ପରିପୂର୍ଣ୍ଣ,ଧୌତ କର ଅମଙ୍ଗଳ କରୁଣା-ସଲିଳେ ।ଏ ସମୟେ ସତ୍ୟଭାମା ହୋଇ ଉପସ୍ଥିତକହିଲେ, ‘‘କି ଚିନ୍ତା ବସି କରୁଛ ସୁଭଦ୍ରା ?’’ଶଶବ୍ୟସ୍ତେ ଭଦ୍ରା ତହୁଁ ହାସ୍ୟଆବରଣେଆବରି ହୃଦୟାବେଗ, ଭାଷିଲା ମଧୁରେ-‘କାହିଁ ଦେବି ! କିଛି ଚିନ୍ତା ନାହିଁ ତ ମୋହର ।’ଉତ୍ତରିଲେ କୃଷ୍ଣପ୍ରିୟା- ‘‘ନ କହ ପଛକେ,କହିଲାଣି ଓଷ୍ଠ, ତପ୍ତପ୍ରଶ୍ୱାସ-ପାଣ୍ଡୁର,ଗୋଟିଏ ପ୍ରଶ୍ୱାସେ ଭଦ୍ରା ହୋଇପଡ଼େ ବ୍ୟକ୍ତପ୍ରାଣର କୋଟିଏ କଥା, କୋଟିଏ ବିଷାଦ ।ଯେଉଁ ମଧୁମକ୍ଷୀ ଦିଏ ମଧୁ, ସୁଧା ତୁଲ,ସେହି ପୁଣି କରେ ସଖି, ନିର୍ଦ୍ଦୟେ ଦଂଶନ,ସହ ସହ କ୍ଷଣେ ଜ୍ୱାଳା ପ୍ରେମରାଜ୍ୟେ ପରାପ୍ରଥମ ପ୍ରବେଶ ତୋର, ବୁଝ ତା ମହିମା,ଋତୁରାଜ ପ୍ରତ୍ୟାଶାରେ ସହେ ଶୀତକ୍ଳେଶଧରା, ତଥା ସହିଲୁଣି ଯେତେ ବ୍ୟଥା ତୁହି,ଯୋଗ୍ୟ ପୁରସ୍କାର ତାର ଲଭିବୁ ନିକଟେ ।ଥାଅ ତୁ ନିଶ୍ଚିନ୍ତ, ଥାଉଁ ସତ୍ୟଭାମା ପ୍ରାଣେ,କେ ସମର୍ଥ, ବ୍ୟର୍ଥିବ ତୋ ପୁଣ୍ୟ ମନୋରଥ ?’’ଏହା ଭାଷି ମହାସତୀ ସତ୍ରାଜିତସୂତା,ନ କରି ଅପେକ୍ଷା, ଗଲେ ଅନ୍ୟ ଆଡ଼େ ଚାଲି ।ବିଜେ କୃଷ୍ଣ ଅନ୍ତଃପୁର ବିଶ୍ରାମ-ଆବାସେ,ଏକାକୀ ନୀରବ ଧ୍ୟାନେ ରାମଙ୍କ ବେଭାରଭାବୁଛନ୍ତି ହୃଦଗତେ, ଏହି କାଳେ ଆସିଉପସ୍ଥିତ ସତ୍ୟଭାମା-ସତୀଶିରୋଭୂଷାପ୍ରବୀରା-ସଙ୍ଗୀନୀ ସହ-କରଙ୍କଧାରିଣୀ ।କହିଲେ ଶ୍ରୀକୃଷ୍ଣ ଚାହିଁ ପ୍ରେୟସୀବଦନ-‘‘ଶୁଣିଲ କି ସତ୍ୟଭାମା, ବିବାହପ୍ରସଙ୍ଗ,ସତ୍ୟ ହେଲା ମୋର ପୂର୍ବପୋଷିତ ଆଶଙ୍କା,ଅର୍ଜୁନେ ସୁଭଦ୍ରାଦାନେ ସମସ୍ତଙ୍କ ମତ,କେବଳ ଅମତ ତହିଁ ବଳଭଦ୍ରଙ୍କର,ବହୁ ବାଦବିବାଦ ପରେ, ଅବଶେଷେଉଠିଗଲେ ସଭାରୁ ସେ ମହାକ୍ରୋଧେ କାଲି ।’’ଉତ୍ତରିଲେ ସତ୍ୟଭାମା-‘‘ଜାଣିଛି ମୁଁ ଦେବ,ବଡ଼ଠାକୁରଙ୍କ କଥା ବଡ଼ ଅଖାଡ଼ୁଆ,ଆବର ଆଡ଼ଶୁଳିଆ, ମାତ୍ର ଥାଏ ନାହିଁସବୁବେଳେ ତାହାଙ୍କର ସେ ଭାବ କଦାପି,ପ୍ରଚଣ୍ଡ ଅନଳମୂର୍ତ୍ତି ଧରନ୍ତି କ୍ଷଣକେ,ପର କ୍ଷଣେ ହୋଇଯାନ୍ତି ତୁଷାର-ଶୀତଳ ।କେତେ କ୍ଷଣସ୍ଥାୟୀ ପ୍ରଭୋ, କ୍ରୋଧ ତାହାଙ୍କର,ସ୍ଥାୟୀ କେତେ କ୍ଷଣ ଭଲା ଚନ୍ଦ୍ର ମଣ୍ଡଳରେଦୁରନ୍ତ ରାହୁର ଛାୟା, କ୍ଷଣକୋପୀ ସେହୁ,କହିଲେ ବୁଝାଇ ତୁମ୍ଭେ, ମାନିବେ ନିଶ୍ଚୟ ।’’ଭାଷିଲେ ଶ୍ରୀକୃଷ୍ଣ ହସି-ଭ୍ରମ ପ୍ରିୟେ, ତବ,ସ୍ୱୟଂ ପିତୃଦେବ ଯହିଁ ନିରସ୍ତ-ନୀରବ,ବୁଝାଇବ ଅନ୍ୟ କିଏ ? ଖାଲି କି ଏତିକିସରିଲାଣି ଦୁତପଠା ହସ୍ତିନା ନଗରେ,ପ୍ରିୟଶିଷ୍ୟ ଦୁର୍ଯ୍ୟୋଧନ ଉପସ୍ଥିତ ମାତ୍ରେହେବ ସମାହିତ ଶୁଭ ପରିଣୟକ୍ରିୟା ।’’ଭାଷିଲେ ମହିଷୀ ତ୍ରସ୍ତ ବିଷର୍ଣ୍ଣ ଭାଷାରେ-‘‘ସୁଭଦ୍ରାର ଯୋଗ୍ୟ ବର ତେବେ ଦୁର୍ଯ୍ୟେଧନ !ପଦ୍ମର ସୁଗନ୍ଧ ତେବେ ପାଣିବେଙ୍ଗ ପାଇଁ,ମରିବ ସୁଭଦ୍ରା ନିଶ୍ଚେ । ‘‘ମରିବ ସୁଭଦ୍ରା ’’ପୁଚ୍ଛିଲେ ବିସ୍ମୟେ କୃଷ୍ଣ- ‘‘ ଦେଖିଛ କି ପ୍ରିୟେ,ସୁଭଦ୍ରାର ଭାବାନ୍ତର ?’’ ଉତ୍ତରିଲେ ସତୀ-‘‘କଅଣ ଦେଖିବି ହେବ, ନାରୀଜାତି କେଭେନହନ୍ତି ଉଶ୍ୱାସ ଏଡ଼େ, ଏଡ଼େ ହୀନମନା,ନ କରନ୍ତି ପ୍ରକାଶ ସେ ଅନ୍ତରବେଦନାପ୍ରଣାନ୍ତରେ ସୁଦ୍ଧା ଥରେ, କର୍ପୂର ପରାୟେଆପଣା ମଧ୍ୟରେ ଆପେ ଯାଆନ୍ତି ମିଳାଇ,ତଥାପି ନ ପାରେ ଜାଣି ପ୍ରାଣବ୍ୟଥା କେହି ।କି ଗୁଣେ ନିକୃଷ୍ଟ ପାର୍ଥ, ଶ୍ରେଷ୍ଠ ଦୁର୍ଯ୍ୟୋଧନ,ସର୍ବଜ୍ଞତା ହୋଇ ବଡ଼ଠାକୁରେ ଆମ୍ଭରକିପାଁ କଲେ ବର୍ତ୍ତମାନେ ସମ୍ବଳ କେବଳ,ନ ଭାବି ଭବିଷ୍ୟେ, ବୃଥା ମନ୍ଥିଲେ ଅରଣୀ,ଉଠିବ ଯେ ଅଗ୍ନି ଜଳି ରଣ-ଯଜ୍ଞକୁଣ୍ଡେ,କେତେ ବୀରରକ୍ତ ହେବ ଆହୁତି ତହିଁରେ,ନ ଭାବିଲେ ଆର୍ଯ୍ୟ ଏହା, ମଣେ ମୁଁ ଆଶ୍ଚର୍ଯ୍ୟ !ଯା ହେଉ, କହୁଛି ତବ ପାଦ-ପଦ୍ମେ ଚାହିଁ,ନିଶ୍ଚୟ ସଙ୍କଳ୍ପ ମୋର କରିବି ପୁରଣ,ବସାଇବି ସୁଭଦ୍ରାକୁ ଧନଞ୍ଜୟ ବାମେ,ଏହା ମୋର ସତ୍ୟ, ସତ୍ୟ-ସତ୍ୟ ସପ୍ତ ବାର ।’’ପୁଚ୍ଛିଲେ ଶ୍ରୀକୃଷ୍ଣ ହସି ରହସ୍ୟ ବ୍ୟାଜରେ-‘‘ଆସି ଦୁର୍ଯ୍ୟୋଧନ ଯଦି ଆରମ୍ଭେ ସଂଗ୍ରାମ,ପାରିବ ତ ପରାଜୟି ତାହାକୁ ପ୍ରେୟସି !’’ନ ଦେଉଣୁ ସତ୍ୟଭାମା ଏ ପ୍ରଶ୍ନେ ଉତ୍ତର,କହିଲା ପ୍ରବୀରା ସଖୀ, ‘‘ଥାଉଁ ଭୃତ୍ୟା ପ୍ରାଣେଭର୍ତ୍ତ୍ରୀ କିପାଁ ଯିବେ ଯୁଦ୍ଧେ, ଆସୁ ଦୁର୍ଯ୍ୟୋଧନ,ଆସୁ କର୍ଣ୍ଣ, ଆସୁ ଦୁଃଶା, କରିବି ସମର,ପ୍ରବୀରା ମୋହର ନାମ, କିଏ ସରି ମୋତେ ?ସେମାନଙ୍କ ଅସ୍ତ୍ର-ବାଣ, ମୋର ଅସ୍ତ୍ର-ବାଣୀ,ଅସର ଅବ୍ୟର୍ଥ ତୀକ୍ଷ୍ଣ ମୋର ଶରାବଳୀ,ହୋଇପାରେ ଶରଶୂନ୍ୟ ତାହାଙ୍କ ତୂଣୀର,ମୋ ତୁଣ୍ଡ-ତୂଣୀର ମାତ୍ର ଚିର ଅସ୍ତ୍ରପୁର୍ଣ୍ଣ ।ନ ଭେଦିବ ଅସ୍ତ୍ର ମୋର ଯଦି ତାଙ୍କ ଦେହେ,(ନିର୍ଲଜ ଶରୀରେ ଏକା ବ୍ୟର୍ଥ ସେ ବିଶିଖ)ତେବେ ଅଛି ଆନ ଅସ୍ତ୍ର ଖର୍ଜୁରିକା ନାମେ,ସେ ଯଦି ବିଫଳ ହେବ କର୍ମଦୋଷେ ମୋର,ଅଛି ତେବେ ବାମପାଦ, ଏକ ପଦାଘାତେଚୁର୍ଣ୍ଣିବି ମସ୍ତକ ଦୁଷ୍ଟ କୁରୁନୃପତିର ।’’ଶୁଣି ଏ ବଚନଭଙ୍ଗୀ ପ୍ରାଣସଙ୍ଗିନୀର,ଦୁଃଖ ମଧ୍ୟେ ସତ୍ୟଭାମା ପକାଇଲେ ହସି,ହସିଲେ ଶ୍ରୀକୃଷ୍ଣ, ନିଜେ ହସିଲା ପ୍ରବୀରା;କହିଲେ ସଙ୍ଗିନୀ ପ୍ରତି ଦେବୀ ସତ୍ୟଭାମା-‘‘ସତ ସଖି, ପ୍ରବୀରା ତୁ, ସାର୍ଥକ ତୋ ଆଖ୍ୟା,ଯଥା ପାଟରାଣୀ ଆଖ୍ୟା ପାଟରାପତ୍ନୀରକିମ୍ବା ଯଥା ରାଜ ଆଖ୍ୟା ପ୍ରାସାଦଶିଳ୍ପୀର,ଅଥବା ପାଣର ଯଥା ଜେନାମଣି ଆଖ୍ୟା *ରଖ ସଖି, ପରିହାସ, ଚିନ୍ତା ଉପସ୍ଥିତ ।* ରାଜପୁତ୍ରଅନନ୍ତର ସତ୍ୟଭାମା କହିଲେ ପ୍ରାଣେଶେ-‘‘ଶୁଣ ଦେବ ନିବେଦିତ କର୍ତ୍ତବ୍ୟ ମୋହର,ଆଜି ରାତ୍ରେ ଶୁଭଲଗ୍ନେ ଦେବି ମୁଁ ବିବାହଭଦ୍ରାର୍ଜୁନ ଉଭୟର ଗନ୍ଧର୍ବ ବିଧାନେ,ଘଟେ ଯଦି ବିସମ୍ବାଦ ପଶ୍ଚାତେ ଏ ଲାଗି,ସମ୍ବାଳିବ ତୁମ୍ଭେ ତାହା, ଏତିକି ମିନତି ।ତୁମ୍ଭ କରୁଣାରେ କରି ନିର୍ଭର କେବଳକରିଛି ମୁଁ ହସ୍ତକ୍ଷେପ ଏ ଦୁରୁହ କାର୍ଯ୍ୟେ,ରଖିବି ଦାସୀର ମାନ, ତୁମ୍ଭେ ପ୍ରାଣନାଥ,ଧ୍ରୁବ ଏ ବିଶ୍ୱାସ ତାର, ତେଣୁ ସେ ନିଃଶଙ୍କ ।’’ଏହା କହି ସତ୍ୟଭାମା ଗଲେ ତହୁଁ ଚଳିଅନ୍ତଃପୁର ଅଭିମୁଖେ ସଙ୍ଗିନୀ ଗହଣେ ।ଶୁଣିଣ ମୂଷଳୀପଣ ପାର୍ଥ ପରନ୍ତପ,ଳଭିଲେ ଆଘାତ ହୃଦେ, ମାତ୍ର ବୀରହୃଦହେଲା ନାହିଁ ବିଚଳିତ ତହିଁ, ଉଠେ ସିନାସାମାନ୍ୟ ସମୀରାଘାତେ ଥରି ତରୁ; ମାତ୍ରକି ହୁଏ ମେରୁର ଭୀମ ପ୍ରଭଞ୍ଜନ ବେଗେ ?ହସିଉଠି ବୀରମଣି ଭାଳିଲେ ଏସନ-ସ୍ୱପ୍ନରେ ହୋଇଛି ରାଜା କିଏ ଅବା କାହିଁ,କେଡ଼େ ଚିତ୍ତଭ୍ରାନ୍ତି ମୋର, କଳ୍ପୁଥିଲି ବସିକେତେ କଳ୍ପନାର ଚିତ୍ର ଭାବୀ ଆଶା-ପଟେ,କଳ୍ପନା ଐଶ୍ୱର୍ଯ୍ୟଶାଳୀ ଦୀନ କବି ପ୍ରାୟ,କାହିଁ ଭଦ୍ରା ସାହାଯ୍ୟରେ କରିବି ସାଧନଧର୍ମର ପୂର୍ଣ୍ଣତା, ପୁଣି ପ୍ରାଣର ପୂର୍ଣ୍ଣତା,କାହିଁ ଏ ନିରାଶବାର୍ତ୍ତା, ସ୍ମରିଲେ ଏ କଥା,ବଡ଼ ଅବିଶ୍ୱାସ ଜନ୍ମେ ନିଜ ପ୍ରତି ମୋର,ନିଜ ଆତ୍ମା ହସି କରେ ତୀବ୍ର ପରିହାସ ।ନ ଭାବିଲି ଚିତ୍ତେ ଏହା-ଦୁର୍ଭାଗ୍ୟର ଇଚ୍ଛା,ଜାତ ମାତ୍ରେ ଭଜେ ଲୟ-ସାଧୁ କ୍ରୋଧ ପ୍ରାୟ ।ଉପେକ୍ଷି ନିଷ୍କାମେ କଲି ସକାମେ ସର୍ବସ୍ୱ,କ୍ଷୀର ତେଜି ଆଉଟିଲି ସଯତନେ ନୀରେ;ମାତ୍ର ସରଲାଭ ଆଶା ହେଲାକି ନିଷ୍ଫଳ ।ହେଲେ ଉପସ୍ଥିତ କୃଷ୍ଣ ଆସି ଏ ସମୟେ,ଉଠି ପାର୍ଥ ପ୍ରଣମିଲେ ପୟରେ ତାଙ୍କର,ପ୍ରଣମେ ସାଧନ ଯଥା ସାଫଲ୍ୟ ଚରଣେ,ଆରାଧ୍ୟପୟରେ ସ୍ପର୍ଶି ଆରାଧକ ଶିର,ବେନିଏ ବେନିଙ୍କ ଯୋଗେ ମଣିଲେ କୃତାର୍ଥ ।ଉଠାଇ ଶ୍ରୀକୃଷ୍ଣ ତାଙ୍କୁ, ସତ୍ୱର ଆଗ୍ରହେ,ଆଉଁଷି ବାତ୍ସଲ୍ୟେ ଶିର, ବସାଇ ଆସନେ,ବସିଣ ଆପଣେ ତାଙ୍କ ଆସନ ଦକ୍ଷିଣେ,ଭାଷିଲେ ଉତ୍ସୁକେ, ‘‘ସଖେ ! ଶୁଣିଲ କି ପଣଆର୍ଯ୍ୟବଳଭଦ୍ରଙ୍କର, ଯହିଁ ଏକମତସର୍ବ ଯଦୁବୀରେ, ତହିଁ ବିମତ ସେ ଏକା,କିଏ ଦେବ ବାଧା ତାଙ୍କ ନିଷ୍ଠୁର ସଙ୍କଳ୍ପେ,ରହିଲେ ନୀରବ ସର୍ବେ ଗଣିଣ ଆଶଙ୍କା ।ପେଷିଛନ୍ତି ଦୂତ ରାମ ହସ୍ତିନା ନଗରେଶିଷ୍ୟବର ଦୁର୍ଯ୍ୟୋଧନ କତି, ଆସିଲେ ସେଅର୍ପିବେ ସୁଭଦ୍ରା ତାକୁ, କରିଛନ୍ତି ସ୍ଥିର ।କିନ୍ତୁ ସଖେ, ଜାଣ ତୁମ୍ଭେ ସତ୍ୟଭାମା ରୀତି,ବଡ଼ ଅଭିମାନିନୀ ସେ, କେ ସମର୍ଥ ଭବେରୋଧିବ ତା ଇଚ୍ଛାପଥ, ଚିରମୁକ୍ତ ତାହା,ମହାସତୀ ସତ୍ୟଭାମା, ସତୀତ୍ୱ ତେଜରେକରିବ ସେ ତାର ସାଧୁ ପ୍ରତିଜ୍ଞା ପୂରଣନିର୍ବିଘ୍ନେ, ନ ହେବ ଏହା ଅନ୍ୟଥା କେବେହେଁଇଚ୍ଛା ତାର-ଆଜି ରାତ୍ରେ କରାଇବ ବିଭାତୁମ୍ଭଙ୍କୁ ସୁଭଦ୍ରା ସଙ୍ଗେ ଗନ୍ଧର୍ବବିଧାନେ,କିନ୍ତୁ ସଖେ ! ହେବ ନାହିଁ ଅସମ୍ମତ ତୁମ୍ଭେ,ଦେବ ନାହିଁ କାର୍ଯ୍ୟ ତାର ବାଧା କଦାଚନ ।’’ନୀରବନ୍ତେ ପୀତାମ୍ବର କହିଲେ ଅର୍ଜ୍ଜୁନ-‘‘ତବ ଉପଦେଶ, ପ୍ରଭୋ, କଲା ମୋ ହୃଦୟେସୁଗଭୀର ରେଖାଙ୍କିତ, ନ ଭୁଲିବି ତାହା,ନୀରବ ଭବିଷ୍ୟ ଆଶା-ଦେବାଳୟ ମୋରମୁଖରିତ ଏବେ କୋଟି ପୂଣ୍ୟଘଣ୍ଟାସ୍ୱନେ,ତୁମ୍ଭେ ମୋ ପରମଗୁରୁ, ଆରାଧ୍ୟ ଦେବତା,ତବାଦେଶ ମୋହୋ ପକ୍ଷେ ଅବ୍ୟର୍ଥ ଆଶିଷ,ଲଘିଂପାରେ ପ୍ରଭୃ ଆଜ୍ଞା କେବେ କି କିଙ୍କର ?ମହାପାପ ତାହା, ନାହିଁ ପ୍ରାୟଶ୍ଚିତ୍ତ ତାର ।ହେଉ ପଛେ ଅସଦ୍ଭାବ ବଳଭଦ୍ର ସହୁ,ତଥା ଦୁର୍ଯ୍ୟୋଧନ ସଙ୍ଗେ, ପ୍ରିୟଶିଷ୍ୟ ତାଙ୍କ,ପାଳିବି ଆଦେଶ ତବ ଅବଶ୍ୟ ଅବଶ୍ୟ,ତୁମ୍ଭର ଅଭୟ ଯୁଗ୍ମ ଚରଣ ପ୍ରସାଦେଗଣେ ନାହିଁ ଏ ସେବକ ଶତ ବଳରାମେକିମ୍ବା କୋଟି ଦୁର୍ଯ୍ୟୋଧନେ-କୌରବକଳଙ୍କ ।ପାଣ୍ଡବେ ଅପ୍ରୀତ ହୁଳୀ, ବିଦିତ ମୁଁ ଏହା,ପଟ୍ଟଶିଷ୍ୟ ଦୁର୍ଯ୍ୟୋଧନ ପ୍ରିୟ ତାହାଙ୍କର,ଦୁର୍ଯ୍ୟୋଧନ ଦୋଷକୁ ସେ ମଣନ୍ତି ସୁଗୁଣଦୁଃସ୍ନେହ ମହିମା ତାହା, ଦୁରାସକ୍ତି ଫଳ ।ସ୍ନେହ ଦେଖେ ନାହିଁଦୋଷ, ସ୍ନେହଦେଖେସ୍ନେହଅବିଚାର ସ୍ନେହ କତି ହୁଏ ପ୍ରତିଭାତଗୁଣ ତୁଲ୍ୟ ଦୋଷ; ସ୍ନେହ ଗୋଟିଏ ଦୋଷରେଦେଖେ ଦୀପ୍ତ ପ୍ରତିବିମ୍ବ କୋଟିଏ ଗୁଣର ।ସ୍ନେହ ଅନ୍ଧ, ଅନ୍ଧ ପ୍ରାୟ ନିଜ ମଧ୍ୟେ ସଦାଦେଖେ ସେ ନିଜକୁ, କେବେ ନ ଦେଖେ ଅପରେଜାଣେ ଦେବ, ମହାସତୀ ସତ୍ୟଭାମା ଦେବୀ,ବିଶ୍ୱସ୍ତୁତା, ବିଶ୍ୱମାତା, ତାଙ୍କର ଆଦେଶପୂର୍ଣ୍ଣ ପୂଣ୍ୟ ପ୍ରତିଧ୍ୱନି ତୁମ୍ଭ ଆଦେଶର,ଶିରୋଧାର୍ଯ୍ୟ ମୋର ତାହା, ମଙ୍ଗଳ ମନ୍ତ୍ର ସେ ।ଏହି କାଳେ ସୂପକାର ଜଣାଇଲା ଆସି-‘‘ଅପରାହ୍ନ ଫଳାହାର ପ୍ରସ୍ତୁତ ମଣିମା !’’ଶୁଣି କୃଷ୍ଣ ଧନଞ୍ଜୟେ ଘେନି ସହିତରେ,ବିଜେ କଲେ ଯଥାସ୍ଥାନେ, ଉଠି ତହୁଁ ତ୍ୱରା ।ଆସିଲା ରଜନୀ, କ୍ରମେ ତୁଟିଲା ଗହଳ,ଜନ୍ମିଲେ ବିଷୟ ପ୍ରତି ଅନିତ୍ୟତା ଜ୍ଞାନବୟୋଧର୍ମେ କିମ୍ବା ଆତ୍ମଜ୍ଞାନେ, ତୁଟିଯାଏମନୋରାଜ୍ୟୁ କାମନାର କୋଳାହଳ ଯଥା ।କ୍ରମଶଃ ଦ୍ୱିତୀୟ ଯାମେ ତ୍ରିଯାମା ସୁନ୍ଦରୀକଲେ ପଦାର୍ପଣ, ହେଲା ନଗରୀ ନୀରବ,ଏ ସମୟେ ସତ୍ୟଭାମା ସୁଭଦ୍ରାକୁ ଘେନିପ୍ରବଶିଲେ ପାର୍ଥ କକ୍ଷେ । ଫୁଲନାରୀ ଭଦ୍ରା,ଶୋଭେ କରେ ବନରତ୍ନ-ପୁଷ୍ପର ବଳୟ,କଣ୍ଠେ ପୁଷ୍ପହାର, ଶିରେ ପୁଷ୍ପର ମୁକୁଟ,କଟୀରେ ଶେଫାଳୀଖଚୀ-ଚାରୁଚନ୍ଦ୍ରାହାରପଦେ ପୁଷ୍ପ ବିରଚିତ ପାହୁଡ଼, ପଞ୍ଚମ,କି ସୁନ୍ଦର, ପୁଷ୍ପଅଙ୍ଗେ ପୁଷ୍ପର ଭୂଷଣ,ସତେ ଯେହ୍ନେ ମୂର୍ତ୍ତିମତୀ ଫୁଲକୁଳରାଣୀ ।ଭାଷିଲେ ସସ୍ମିତେ ସତୀ ଚାହିଁ ପାର୍ଥ ପ୍ରତି-‘‘ଏ ସୁବର୍ଣ୍ଣ କମଳଟି ଫୁଟିଥିଲା, ବୀର,ଯଦୁବଂଶ-ପୂଣ୍ୟସରେ, ଶୂର-ସୂର୍ଯ୍ୟ ତୁମ୍ଭେ,ତୁମ୍ଭର ଏ ଉପଯୁକ୍ତ, ସମର୍ପିଲି ତେଣୁ ।ଏ ବରେଣ୍ୟା, ଗୁଣଧନ୍ୟା, ଯଦୁକୁଳ କନ୍ୟା,ଦ୍ୱାରକାର ଶୋଭା-ଲକ୍ଷ୍ମୀ, ରୂପେ ଗୁଣେ ଶୀଦ୍ଧେନାହିଁ ପଟାନ୍ତର ବିଶ୍ୱେ, କି ବିର୍ଣ୍ଣିବି ତାହା,ପ୍ରତି ପାଖୁଡ଼ାଟି ସୁଦ୍ଧା ସୁନ୍ଦର-ପଦ୍ମର ।ଆଜି ଏ ଜୀବନାଧିକ ହୃଦୟମଣିଟିସମର୍ପିଲି ତୁମ୍ଭ କରେ, ଅଛି ବଡ଼ ଆଶାରଖିବ ଗୌରବ ତୁମ୍ଭେ ନିଶ୍ଚେ ଏ ରତ୍ନର,ଖାଲି ଆଶା ନୁହେଁ, ପାର୍ଥ ! ମୋର ଏ ଧାରଣା ।ପୋଷିଛି ମୁଁ ଅନ୍ତସ୍ତଳେ ଧ୍ରୁବ ସତ୍ୟ ଜ୍ଞାନେ ।କର ନାହିଁ ଦ୍ୱିଧା କିଛି, ଏହା ଭାଷି ଦେବୀଚାହିଁ ଦର୍ପ-ଦପ୍ତନେତ୍ରେ, କହିଲେ ପୁନଶ୍ଚ-ଜାଣ ତୁମ୍ଭେ ‘‘ବୀରମଣି-ଜାଣେ ଏ ଜଗତ-ଏ ଅନନ୍ତ ମହାବିଶ୍ୱ ଯାହାଙ୍କ ସର୍ଜନା,ତାଙ୍କର ମହିଷୀ ମୁହଁ, ତାଙ୍କର ପ୍ରସାଦେଅଛି ମୋର ଏ କାର୍ଯ୍ୟରେ ପୂର୍ଣ୍ଣ ଅଧିକାର ।’’ଏହା କହି ଭଦ୍ରାକର ନିହି ପାର୍ଥ କରେକଲେ ଦେବୀ କନ୍ୟାଦାନ, ବଜାଇଲେ ଶଙ୍ଖତହୁଁ ପାର୍ଥ ମହାନନ୍ଦେ ପ୍ରତିଦାନ ରୂପେପ୍ରଣମି ଦେବୀଙ୍କ ପଦେ, ଭାଷିଲେ ବିନୟେ-‘‘କି ଭୟ ତାହାର, ଦେବୀ, ପ୍ରସନ୍ନ ଯା ପ୍ରତିଭୟର ଅଭୟଦାତ୍ରୀ ସ୍ୱୟଂ ବିଶ୍ୱେଶ୍ୱରୀ ।ଦୟାରେ ମୁଁ ଚିରକ୍ରୀତ ଶ୍ରୀଚରଣେ ତବ,କୋଟି ଜନ୍ମେ ତବ ଋଣ ଅଶୋଧ୍ୟ ମୋ ପକ୍ଷେ,ଆଶାର ବୈକୁଣ୍ଠଧାମ ସୁଭଦ୍ରା ମୋହର,ଭାଗ୍ୟବତୀ ଭଦ୍ରା, ତାର ପୁଣ୍ୟ ପରଶରେଲଭିବି ମୁଁ ଭାଗ୍ୟ-ରାଜ୍ୟେ ସାର୍ବଭୌମପଦ ।ଅଧମ ମୁଁ, ତବ ଦତ୍ତ ମହାର୍ହ ରତ୍ନରକେମନ୍ତ ବୁଝିବି ମୂଲ୍ୟ, ତଥାଚ ସେ ରତ୍ନେବହିବି ମସ୍ତକେ, ଦେବୀପ୍ରସାଦଜ୍ଞାନରେ,ସତ୍ୟ ଏ ପ୍ରତିଜ୍ଞା ମୋର ତବ ପଦତୀର୍ଥେ ।’’‘‘ସତ, ପାର୍ଥ ! ଭାଗ୍ୟବତୀ ସୁଭଦ୍ରା ମୋହର,’’ଉତ୍ତରିଲେ ସତ୍ୟଭାମା-ଉପେନ୍ଦ୍ର ମୋହିନୀ-‘‘ଭାରତ-ଗୌରବ-ରବି, ବୀରଚୂଡ଼ାମଣିବଦ୍ଧ ଯାର ପ୍ରେମ-ଡୋରେ, ତାହାଠାରୁ ବଳିକିଏ ବା ସୌଭାଗ୍ୟବତୀ ଭବେ ଧନଞ୍ଜୟ ?’’ଏହା କହି ସୁଭଦ୍ରାକୁ କଲେକ ଇଙ୍ଗିତଅର୍ପିବାକୁ ପୁଷ୍ପମାଳା ସବ୍ୟସାଚୀ ଗଳେ,ପାଳିଲା ଆଦେଶ ଭଦ୍ରା, ଗ୍ରହି ପୁଷ୍ପହାରକହିଲେ ଅର୍ଜ୍ଜୁନ-ଭଦ୍ରେ ! କିପାଁ ଏତେ ଶ୍ରମ !ସୁଭଦ୍ରା-ସୁନ୍ଦରୀବରା ଯାବକ୍ଷର ହାର,ଏହି ଫୁଲହାରେ ତାର କେଉଁ ପ୍ରୟୋଜନ ?କ୍ଷଣସଙ୍ଗିନୀ ଏ ମାଳା, ମଉଳିବ କ୍ଷଣେ,ମାତ୍ର ପ୍ରିୟେ, ତୁମ୍ଭେ ମୋର ଜୀବନସଙ୍ଗିନୀ,ଆଜିଠାରୁ ନେତ୍ର ମୁହିଁ, ତୁମ୍ଭେ ତାର ଜ୍ୟୋତି ।’’ଏହା ଭାଷି ଘେନି ପାର୍ଥ ପ୍ରତି-ପୁଷ୍ପମାଳାଲମ୍ବାଇଲେ ଭଦ୍ରାକଣ୍ଠେ, ପ୍ରଣମିଲା ଭଦ୍ରା,କଲା କି ପ୍ରଣାମ ଶୌର୍ଯ୍ୟପଦେ କ୍ଷାତ୍ରଶକ୍ତି,ବରିଲା କର୍ମକୁ ଚିନ୍ତା, ଚିନ୍ତାକୁ ସେ କର୍ମ ।ଅନନ୍ତର ସତ୍ୟଭାମା କହିଲେ ଅର୍ଜ୍ଜୁନେ-‘‘ଗନ୍ଧର୍ବବିବାହ ଆଜି ହେଲା ବେନିଙ୍କର,ହେବ ପୁଣି ଯଥାକାଳେ ପ୍ରକାଶ୍ୟ ବିବାହ,ପୁରୋଧା ଦକ୍ଷିଣା ମୋର ଦିଅ ବେନି ଜନେଶୁଣ ପାର୍ଥ, ଦକ୍ଷିଣାର ପରିମାଣ ମୋର-ଆସୁଅଛି ଦୁର୍ଯ୍ୟାଧନ ବରନିମନ୍ତ୍ରଣେମହାଦର୍ପଭରେ, ସାଜି କୁରୁପାରାବାର,ସାଧେ ଯଦି ବାଦ ଦର୍ପୀ ସ୍ୱୀୟ କର୍ମଦୋଷେନ କରି ଉପେକ୍ଷା ତେବେ ଦେବ ଯଥାଶିକ୍ଷା ।କୌରବ-ସାଗର ତୁମ୍ଭେ ମନ୍ଥି ବୀରବର,ସବଳେ ଉଠାଇ ନେବ ସୁଭଦ୍ରା ଅମୃତ,ଅପମାନ ହୁଳାହୁଳ ଦୁର୍ଯ୍ୟୋଧନ ଭାଗେ ।ଆଜହୁଁ ତୃତୀୟ ଦିନେ ସୁଭଦ୍ରା ବିବାହହୋଇଅଛି ସ୍ଥିର ତାଙ୍କ ଜ୍ୟେଷ୍ଠଗ୍ରଜ ଦ୍ୱାରା,ସେଦିନ ପ୍ରଭାତେ ରଥ ଆଣିବ ଦାରୁକ,ଯିବ ତୁମ୍ଭେ ତହିଁ ବସି ମୃଗୟୁବେଶରେରୈବତକ ପାଦମୂଳେ ଦେବୀଙ୍କ ମନ୍ଦିରେ,ସ୍ନାନ ସାରି ଯିବ ଭଦ୍ରା ଦେବୀପୂଜା ଅର୍ଥେସଙ୍ଗିନୀ ଗହଣେ, ତୁମ୍ଭେ ବୁଝିଣ ସୁଯୋଗଘେନିଯିବ ସୁଭଦ୍ରାକୁ ରଥରେ ବସାଇ ।କ୍ଷତ୍ରିୟବିଧାନ ତାହା, ଅଛି ପୂର୍ବାପର,ନ ବହିବ ଭୀତ ତୁମ୍ଭେ ଏହା ଭାଷି ଦେବୀ,ଚାଲିଗଲେ ବେଗେ ତହୁଁ ନ ଚାହିଁ ଉତ୍ତରେବଜାଇ ବିଜୟ ଶଙ୍ଖ-ରାଣୀହଂସପୁରେ ।ନୀରବ, ନିସ୍ତବ୍ଧ ରାତ୍ରି, ନିସ୍ତବ୍ଧ ସୁଭଦ୍ରା,ନିସ୍ତବ୍ଧ ଫାଲ୍ଗୁନି ବୀର ନିର୍ନିମେଷ ନେତ୍ରେଚକିତା ମୃଗୁଣୀ ପ୍ରାୟ ଚାହିଁଛି ସୁଭଦ୍ରାପାର୍ଥମୁଖେ, ଚାହେଁ ଯଥା ଚନ୍ଦ୍ରମଲ୍ଲୀ ଚନ୍ଦ୍ରେ ।ଆସିଲା ନୟନ ହୋଇ ଅଶ୍ରୁ ଛଳଛଳ,ବର୍ଷିଲା ସେ ମୁକ୍ତାବିନ୍ଦୁ ସୁଭଦ୍ରା ଅଜ୍ଞାତେ,ଝରେ କି ଶିଶିରକଣା ପଦ୍ମପାଖୁଡ଼ାରୁ,ଅଥବା କୁଶୀରୁ ଖସେ ତୀର୍ଥବାରିବିନ୍ଦୁ ।ଉଠି ପାର୍ଥ, ଉତ୍ତରୀୟେ ପୋଛି ଦେଇ ଲୁହ,ସୁଭଦ୍ରାର ହସ୍ତ ଧରି ବସାଇ ପାରୁଶେପୁଚ୍ଛିଲେ ମଧୁରେ ପ୍ରିୟେ ! କିପାଁ ଏତେ ଶୋକ ?ଭାଷିଲେ ସୁଭଦ୍ରା, ବାଷ୍ପଗଦଗଦ ସ୍ୱରେ-‘‘ମୋ ପାଇଁ ଘଟିବ ଯେବେ ଏଡ଼େକ ଅନିଷ୍ଟ,କାହିଁକି ସୁଜିଲେ ତେବେ ଅଭାଗୀକି ଧାତା,ସତ୍ୟ ଯଦି ଘଟେ ଯୁଦ୍ଧ ଦୁର୍ଯ୍ୟୋଧନ ସହ,ଗ୍ରହିବେ ତା ପକ୍ଷ ତେବେ ଜ୍ୟୋଷ୍ଠାଗ୍ରଜ ମୋର,ଯୋଗ ଦେବେ ଯଦୁବୀରେ ତାହାଙ୍କ ଆଦେଶେହେବ କେତେ ଲୋକକ୍ଷୟ ପତିପିତୃକୁଳେ,କାନ୍ଦିବେ ବିଧବା କେତେ କର ତାଡ଼ି ଶିରେ,ଦହି ହେବି ଆଜନ୍ମ ମୁଁ ତାଙ୍କ ଶାପାନଳେ,ହେବି ଅଭିଷିକ୍ତ ଉଷ୍ଣ ଅଶ୍ରୁରେ ତାଙ୍କର,ଭାବି ଏହା ପାରୁ ନାହିଁ ଧୈର୍ଯ୍ୟ ଧରି ନାଥ ।’’ଭାଷିଲେ ଅର୍ଜ୍ଜୁନ ହସି-‘‘ଏଥିପାଇଁ ଚିନ୍ତା !କରୁଛି ପ୍ରତିଜ୍ଞା ମୁହିଁ ଛୁଇଁ ଧନୁର୍ବାଣତବ ସାକ୍ଷାତରେ ପ୍ରିୟେ, ଆସୁ ଦୁର୍ଯ୍ୟୋଧନ,ହେଉ ତା ସହାୟ ପଛେ ସମଗ୍ର ଜଗତ,ତଥାପି କରିବି ଯୁଦ୍ଧ, ମାତ୍ର ହେବ ନାହିଁଏକ ବିନ୍ଦୁ ବୀରରକ୍ତେ ଧରଣୀ ରଞ୍ଜିତ,କଲି ସତ୍ୟ, କରିବି ମୁଁ ଅରକ୍ତ ସମର,ଦେଖିବ ପ୍ରତ୍ୟକ୍ଷେ ପ୍ରିୟେ ରହ, ଧୈର୍ଯ୍ୟ ଧରି ।କାଟି ଅସ୍ତ୍ର, ଶସ୍ତ୍ର, ଧ୍ୱଜ, ତୂଣୀର, ଉଷ୍ଣୀଷ,ଅବସନ୍ନ କରି ବୀରେ ଛାଡ଼ିଦେବି ଶେଷେ,ଆଉ କି ଉଦ୍ଦେଶ୍ୟ ତବ ? କହ ପ୍ରାଣପ୍ରିୟେ !’’ମୁଗ୍ଧ ହୋଇ ବୀରବାଜା ଏ ବୀରବାଣୀରେଭାବିଲା, ଏ ବୀରୋଚିତ କଠୋର ଶପଥ,ଧନୁର୍ବାଣ ସ୍ପର୍ଶଠାରୁ ବଳି ଗୁରୁତରନାହିଁ ତ ଶପଥ କିଛି ବୀର ପକ୍ଷେ ଆନ ।କହିଲା ସୁଭଦ୍ରା-‘‘ପ୍ରଭୋ ! କି ଉଦ୍ଦେଶ୍ୟ ଆଉ,ପଦତୀର୍ଥେ ଦିଅ ସ୍ଥାନ ଦାସୀକି ତୁମ୍ଭର ।’’ଉତ୍ତରିଲେ ପାର୍ଥ-‘‘ଦେବୀ ! ନୁହେଁ ତବ ସ୍ଥାନପଦେ, ହୃଦ-ସିଂହାସନ ଆସନ ତୁମ୍ଭର,ରଖିବି ତୁମ୍ଭଙ୍କୁ ତହିଁ ରଙ୍କରତ୍ନ ପ୍ରାୟ,ଅର୍ଜ୍ଜୁନ ତୁମ୍ଭର ପ୍ରିୟେ, ତୁମ୍ଭେ ଅର୍ଜ୍ଜୁନର ।’’ଏକାଳେ ପାହିଲା ରାତ୍ରି, ଶୁଣି ଦ୍ୱାରଦେଶେସଖୀଙ୍କ ସଙ୍କେତ, ଭଦ୍ରା ଉଠିଗଲା ଖରେ,ଉଠିଗଲେ ଧନଞ୍ଜୟ ପ୍ରାତଃକୃତ୍ୟ ଅର୍ଥେ ।ଅନନ୍ତର ସବ୍ୟସାଚୀ ସୂକ୍ଷ୍ମ ଭୂର୍ଜତ୍ୱକେଲେଖିଲେ ବିନୟ ଲେଖ ଯୁଧିଷ୍ଠିର ପାଶେ-‘‘ପୂଜ୍ୟପାଦ ଆର୍ଯ୍ୟଦେବ, ପାଣ୍ଡବଭରସା,ଘେନା ହେଉ ସେବକର ସଭକ୍ତି ପ୍ରଣତି,କରି ନାହିଁ ନିବେଦନ ଆତ୍ମ-ବିବରଣବହୁକାଳୁ ଶ୍ରୀ ଚରଣେ, ଆଜ୍ଞା ହେଉ କ୍ଷମା ।କିନ୍ତୁ ଦେବ, ସେ ମଙ୍ଗଳ ପୟର ପ୍ରସାଦେସର୍ବତ୍ର ମଙ୍ଗଳ ମୋର, ସର୍ବତ୍ର ବିଜୟ,ତୁମ୍ଭ ପରି ରାଜଋଷି, ମାନବ ଦେବତା,ନିରନ୍ତର ଯାର ଚିରମଙ୍ଗଳ ବାଞ୍ଛକ,କାହିଁ ପୁଣି, ମହାରାଜ ! ଅମଙ୍ଗଳ ତାର,ଲବ ଆଶୀର୍ବାଦ ମୋର କୁଳିଶକବଚ,କରିଛି ସୁରକ୍ଷା ମୋତେ ସକଳ ସଙ୍କଟୁ ।ଭ୍ରମି ବହୁ ଗିରି, ବନ, ସେବି ବହୁ ତୀର୍ଥ,କରି ବହୁ ତପୋବନ ଶ୍ୱାପଦ-ବିହୀନ,ମିଳିଲି ପ୍ରଭାସ ତୀର୍ଥେ ଦଶ ବର୍ଷ ପରେ ।ତହୁଁ ଯାଇ କୃଷ୍ଣଚନ୍ଦ୍ର ବୃଷ୍ଣିବଂଶଚୂଡ଼ା,ଆଣିଲେ ଆମନ୍ତ୍ରି ମୋତେ ଦ୍ୱାରକା ନଗରେ,ଲାଗିଛି ଉତ୍ସବ ମୋର ମନସ୍ତୃଷ୍ଟିପାଇଁ,ଯାଦବଙ୍କ ଅଭ୍ୟର୍ଥନା କହିଲେ ନ ସରେ,ତହିଁ ପରେ ଶ୍ରୀକୃଷ୍ଣଙ୍କ ସସ୍ନେହ ସମ୍ମାନ,ରଖିଛି ସତତ ମୋତେ ଲଜ୍ଜାସଙ୍କୁଚିତ,ସେ ଆଦର ଆପ୍ୟାୟନ, ସେ ରାଜସମାନ,ଯାଉଅଛି ବଳି ମୋର ଆତ୍ମଗୌରବକୁ ।କୃଷ୍ଣଙ୍କ ଏକାନ୍ତ ଇଚ୍ଛା, କରିବାକୁ ମୋତେସୁଭଦ୍ରା ପ୍ରଦାନ, ଏଥି ସାନନ୍ଦ ସମ୍ମତଯଦୁକୁଳ ନରନାରୀ ସର୍ବେ, ରାମ ଭିନ୍ନ,ଜାଣ ଭ୍ରାତୃଦେବ, ତୁମ୍ଭେ ରାମଙ୍କ ସ୍ୱଭାବ,ସର୍ବଦା ସେ ପ୍ରତିକୁଳ ପାଣ୍ଡବଙ୍କ ପ୍ରତି,ତାଙ୍କ ଇଚ୍ଛା, ଦୁର୍ଯ୍ୟୋଧନେ ଅର୍ପିବେ ସୁଭଦ୍ରା,ପ୍ରେରିଛନ୍ତି ଦୂତ ସେହୁ ହସ୍ତିନା ନଗରେ,କରିଛନ୍ତି ଆଜ୍ଞାଦାନ ଦୂର୍ଯ୍ୟୋଧନ ନୃପେଆସିବାକୁ ବରବେଶେ ତ୍ୱରା ଦ୍ୱାରାବତୀ,ଏଣେ ସତ୍ୟଭାମା ଦେବୀ ଶ୍ରୀକୃଷ୍ଣଇଙ୍ଗିତେଗତ ରାତ୍ରେ କଲେ ମୋତେ ସୁଭଦ୍ରା ପ୍ରଦାନ,ଗନ୍ଧର୍ବବିଧାନେ ହେଲା ବିବାହ ସମ୍ପନ୍ନ ।ଘେନିଯିବା ପାଇଁ ବଳେ ଦେବାଳୟୁ କନ୍ୟାଅଛି ସତ୍ୟଭାମାଙ୍କର ମୋ ପ୍ରତି ଆଦେଶ,ତୁମ୍ଭେ ମୋର ଭ୍ରାତା, ଗୁରୁ, ପ୍ରପୂଜ୍ୟ ଦେବତା,ତୁମ୍ଭ ଆଜ୍ଞା ମୋ ପକ୍ଷରେ ଭାଗ୍ୟ ଆଶୀର୍ବାଦ,ଉପସ୍ଥିତ ପ୍ରସଙ୍ଗରେ କି କର୍ତ୍ତବ୍ୟ, ଦେବ,ତବ ଏ ଭୃତ୍ୟର, ହେଉ ବିହିତ ଆଦେଶ ।ମାତୃଦେବୀ ପୂଣ୍ୟପଦେ ସାଷ୍ଟାଙ୍ଗ ପ୍ରଣତିଜଣାଇବେ କୃପା ବହି ଏ କ୍ରୀତ ଦାସର,ଏ ପତ୍ରେ ପ୍ରଣାମ ମୋର ମଧ୍ୟମ ଅଗ୍ରଜେ,ଆଶୀର୍ବାଦ ସହଦେବ, ନକୁଳ ଉଭୟେ ।ତୃପାବ୍ୟଞ୍ଜୀ ପ୍ରତିଲେଖ ସଂପ୍ରାପ୍ତି ଆଶାରେରହିଲି ଉଦଗ୍ରୀବ, ଇତି, ସେବକ ଅର୍ଜ୍ଜୁନ ।’’