ଏକାଦଶ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ଛାନ୍ଦ
ଅର୍ଜୁନର ଖେଦ ଏବଂ ସୁଭଦ୍ରା ସହିତ ଭେଟ(ରାଗ-ଚକ୍ରକେଳି)ଶୁଣ ରସିକେ ରସ ମନ ଦେଇ । ସବ୍ୟସାଚୀ ବାଳାରେ ବଶ ହୋଇ ।୧।ଶୁଭେ ଯେଉଁ ଦିଗେ ଝିଲ୍ଲି ଝଙ୍କାର । ସେହି ଦିଗେ କର୍ଣ୍ଣ ଟେକେ ତାହାର ।୨।ସୁଗନ୍ଧିତ ସମୀର ଯେବେ ବହି । ସୀମନ୍ତିନୀ ବିଜେ କଲା ମଣଇ ।୩।ସଦନର କଳସକୁ ଅନାଇ । ସ୍ତନ ଭ୍ରମ ତହିଁରେ ଉପୁଜାଇ ।୪।ସ୍ଥଣାସ୍ତମ୍ଭେ ପାଇ ଭୁଜ ମାଧୁରୀ । ସୁବିତାନ ଦର୍ପଣ ମୁଖପରି ।୫।ସରଞ୍ଚିତ ଚାମର କେଶ ଛବି । ସଖୀ ଉଭା ହୋଇଛି ମନେ ଭାବି ।୬।ସେ ଯେ ଉଠି କରି କର ପ୍ରସାରି । ସ୍ତବ ଏ ରୂପେ ଆରମ୍ଭଣ କରି ।୭।-ଲୋମ ବିଲୋମ ମହାପଦ୍ମ ବନ୍ଧ-ସରିନାହିଁ କାଳ କାହିଁ ନାରୀଶ । ସଦା ତୋ ମୃଦହୃଦ ମୁଁ ତୋ ଦାସ ।୮।ସରସବତୀ ଅତୀବ ସରସ । ସହରଷାର ସାର ସାର ହସ ।୯।ସରୂପା ଖରରେ ରଖ ପାରୁଶ । ସଭାବ ଲାଜ ଭାବ ଭାଷ ।୧୦।ସତୀର ହିଁ ଦର୍ପ ଦହି ରତିଶ । ସଭରସା ରଖା ରସା ରଭସ ।୧୧।ସ୍ତୁତି ପୁରୁଷର ଲୋମ ବିଲୋମ । ସରସିଜ ବନ୍ଧରେ ମନୋରମ ।୧୨।ସୁରମଣି ପୁଣି ଏ ମେଷ ଯୁଦ୍ଧେ । ସେ ପ୍ରକାଶିଲା ସୁଷମାର ବୋଧେ ।୧୩।ସଂଜ୍ଞା ପାଇ ପୁଣି ଦୁଃଖୀ ହୋଇଲା । ସେ ଯେ ହା ହା ପ୍ରାଣବନ୍ଧୁ ବୋଇଲା ।୧୪।ସନ୍ଧି ଭୂରୁ ଧନୁରେ ନେତ୍ରଶର । ସଳଖି ମୋ ହୃଦେ କଲୁ ପ୍ରହାର ।୧୫।ସହୀ ନ ବିନ୍ଧିଲୁ କିମ୍ପା ମୁନିକି । ସହ୍ୟ ଏଡ଼ିକି ଘାତକୁ ମୁଁ ନିକି ।୧୬।ସଦୃଶତା ନେତ୍ରର ମୃଗ ଇଚ୍ଛେ । ସପ୍ରହାର ନ କଲୁ ତାଙ୍କୁ ସ୍ୱଚ୍ଛେ ।୧୭।ସ୍ମରେ ଯେବେ ତୋ ଅଙ୍ଗୀକାର ହେଲା । ସଦାଶିବଙ୍କୁ ବିନ୍ଧିଥାନ୍ତୁ ବାଳା ।୧୮।ସୁହୃଦୟା ନ ଜାଣିଲୁ ମନକୁ । ସାରି କି ଯଶଃ ତରୁଣ ଜନକୁ ।୧୯।ସୂତା ଲଗାଇ ବିନ୍ଧିଲୁ ତୁ ଗୋରୀ । ସେଣୁ ନେଲୁ ସିନା ଚିତ୍ତ ଓଟାରି ।୨୦।ସେହି ସଙ୍ଗେ ନ ନେଲୁ କିପାଁ ପ୍ରାଣ । ସର୍ଜ୍ଜିଲୁ ତ କଦର୍ଥନା ମାରଣ ।୨୧।ସୁପ୍ରସନ୍ନ ହୁଅ ହେ ଧାତା ବାରେ । ସୁମନା ଦେଖୁ ମୁଖକୁ ମୁକୁରେ ।୨୨।ସରକତ ନେତ୍ରାନ୍ତ ଲୋକନରୁ । ସେବକକୁ ମୁଁ କି କଲି ବିଚାରୁ ।୨୩।ସୁହା ନ ଯିବତ ଆଉ କଷଣ । ସୂରସୁତ ପୂରକୁ ଯିବ ପ୍ରାଣ ।୨୪।ଶୁଣି ମଲା ମୋହଲାଗି ଭାଳିବ । ସଲିଳ ସେ ନୟନୁ ବାହାରିବ ।୨୫।ସେ ଜଳକୁ ପାଇ ସ୍ୱର୍ଗେ ବସିବି । ସନ୍ତାନ ତଳେ ସଙ୍ଗ ମାନସିବି ।୨୬।ସ୍ୱର୍ଗଙ୍ଗାହିଁ ଅଛି ତହିଁ ଝାସିବି । ସେବାରେ ତା ଜନ୍ମାନ୍ତର ଆସିବି ।୨୭।ସୂତ୍ର ଫୁଲ ସଙ୍ଗତେ ଦେବ ଭୋଗ । ସୁକୃତରୁ ମୋ ହେବ ସେହି ଯୋଗ ।୨୮।ସମାନେ ମୋ ଭାଗ୍ୟବନ୍ତ କାହିଁକି । ସାରଦ୍ରବ୍ୟେ ଅନୁରାଗୀ ହୋଇଛି ।୨୯।ସବୁ ବିଷୟ ମନୁ କରି ଲୋପ । ଶାନ୍ତେ ପୁଣି ଭାବେ ଏରୂପେ ରୂପ ।୩୦।ସୁକୁମାରୀ ବଦନ କେଡ଼େ ଝଳି । ସୁଧାକର ତ ବନ୍ଦାପନା ଥାଳି ।୩୧।ସମ୍ଭାବିତ କଳଙ୍କକୁ ଅନାଇ । ସେ କି ଦୁର୍ବାଦଳ ଘେନି ଶୋଭଇ ।୩୨।
ସୁରପୁର କାମିନୀ ରମ୍ଭା ରତି । ସମ ନୋହିବେ ହେଲେ ଏକମୂର୍ତ୍ତି ।୩୩।
ଶୁଣି ନ ଥିଲେ ହେଉଛି ପ୍ରତୀତ । ସୁଧା ଉକ୍ତି ତାର ପୁଣି ଏମନ୍ତ ।୩୪।
ସଫଳିତ ହୋଇଥିଲେ ରସାଳ । ସ୍ୱାଦେ ହୁଅନ୍ତା ସେହି ଫଳ ତୁଲ୍ୟ ।୩୫।
ସ୍ଥିର ଚିତ୍ତ ହୋଇଥିଲେ ବିଜୁଳି । ସୁବର୍ଣ୍ଣକୁ ହୁଅନ୍ତା ଲକ୍ଷ୍ୟ ଭଳି ।୩୬।
ସଲକ୍ଷ୍ମଣ ଦ୍ୱିତୀୟା ଶଶୀ ଥିଲେ । ସଲକ୍ଷ୍ମଣ ହୁଅନ୍ତା ଭୂରୁ ତୁଲେ ।୩୭।
ସୁବାସିତ ଚାମର ଥାନ୍ତା ଯେବେ । ସରି ହୁଅନ୍ତା କୁନ୍ତଳକୁ ତେବେ ।୩୮।
-ଅଦ୍ଭୁତ ଉପମା-
ସାଧୁ ସାଧୁ ପୁଣି ରାମା ବଡ଼ାଇ । ସିନ୍ଦୂରକୁ ସିଂହ ପରେ ଚଢ଼ାଇ ।୩୯।
ସିନ୍ଧୁ ସୁତ ଅଙ୍କେ ପଦ୍ମ ବିକାଶି । ସିନ୍ଦୂରରୁ ଜନ୍ମଇ ସୁଧାରାଶି ।୪୦।
ସାଧୁ ନୋହିଲା ମୋ ବଡ଼ାଇ । ସରୋରୁହେ ଗିରି ଥାନ୍ତି ଘୋଡ଼ାଇ ।୪୧।
ସକଳିତ କରି କରେ ଅମ୍ବର । ସାରିଥାନ୍ତି ନିଶି ଲବ ପ୍ରକାର ।୪୨।
ସ୍ଥିରା ମଣ୍ଡନା ଠାରେ ଦେଇ ଲୟ । ସ୍ତମ୍ଭ ପ୍ରକାଶି ଗଲା ନିଜ କାୟ ।୪୩।
ସତ୍ତା ନିଦ୍ରା ନୟନେ ନ ଛୁଇଁଲା । ସମ୍ବତ୍ସର ସମ ଲବ ହୋଇଲା ।୪୪।
ସମନ୍ତ୍ରିତ କରି କାମ ଶାୟକ । ସଂହନନକୁ ଲଗାଇ କାର୍ମୁକ ।୪୫।
ସକ୍ରୋଧରେ ବିନ୍ଧିଲା କୋଟି କୋଟି । ଶର ବାହାର ନୋହେ ତନୁ ଫୁଟି ।୪୬।
ସଂକ୍ରନ୍ଦନ ନନ୍ଦନ ଆରତରେ । ସ୍ଥାଣୁ ସ୍ଥାଣୁ ଉଚ୍ଚାରେ ନିରନ୍ତରେ ।୪୭।
ସଂକଳ୍ପକୁ ଏ ରୂପେ ସେ କହି । ସ୍ତୁତି ଘେନି ସନ୍ତୋଷ ହୁଅ ତୁହି ।୪୮।
-ଛଳ-
ସ୍ନେହ ମୋର ରତିରେ ହୋଇବାରୁ । ସହି ନ ପାରି ସିନା ମୋତେ ମାରୁ ।୪୯।
ସୋମ କର୍ପୂର ଚନ୍ଦ୍ର ବୋଲାଉଛି । ସେହି ପ୍ରକାରେ ଏଥି ଅର୍ଥ ଅଛି ।୫୦।
ସମରଥ ମଣି ଦେଖା ଈଶ୍ୱରେ । ସ୍ଥାନ ନିତମ୍ବାର ସାହାବଶରେ ।୫୧।
ସରିଲାଣି ମୋ ଶୁମକର୍ମ ଅସ୍ତ । ସମୀରଣ ଅନଳ ମେଘ ଅସ୍ତ୍ର ।୫୨।
ସଞ୍ଚରିତା ନିଶ୍ୱାସ ଅଶ୍ରୁ ବ୍ୟାଜେ । ସରୋଷିତ ହେଲା ଧାତା ସହଜେ ।୫୩।
ସଂହାରି ତୁ ଲଭିବୁ କେଉଁଯଶ । ସଂହାର ତୁ ମୂର୍ଚ୍ଛିତ ଜନୁଁ ରୋଷ ।୫୪।
ସୁହାଗିନୀ ସେ ମୋର ମାନସରେ । ସ୍ପୃହାବନ୍ତ ମୁଁ ଯାର ନିରନ୍ତରେ ।୫୫।
ସୁବେଶର ସଙ୍ଗତି ପରକାରେ । ସେ ଦେଖାଇ କି ହରିଲା ହୃଦରେ ।୫୬।
ସାହା ହୁଅ ମୁଁ ଶରଣ ତୋହରେ । ସମୁତ୍ସୁକ ବାଳୀକି କର ଶରେ ।୫୭।
ସୁଧା ମରୀଚିକି ପୁଣି ଅନାଇ । ସବିନତି ହୋଇ କରି କହଇ ।୫୮।
ସୁକୃତ ମୁଁ କରି କହେ ତୁମ୍ଭଙ୍କୁ । ସନ୍ଦେହ ମୋ କହ ପ୍ରାଣବନ୍ଧୁଙ୍କୁ ।୫୯।
ସଙ୍ଗେ ସଙ୍ଗେ ଆଣିଲେ ତୋଷ ହେବି । ସ୍ନେହେ ଚନ୍ଦ୍ରମୁଖୀ ବୋଲି ଡାକିବି ।୬୦।
ସମର୍ପିବାକୁ ବିନୟ ପତର । ସେ ଯେ ଲେଖେ କେତକୀ ଦଳୋଦର ।୬୧।
ସହିତ ଶ୍ଳେଷ ରସ ବଚନରେ । ସିଂହାବଲୋକନ ଅନ୍ତର୍ଲିପିକାରେ ।୬୨।
ସୁରତରୁକୁ ସଦା ଅନୁସରି । ସରିନାହିଁ ଦୁଃଖୀ ଦିନ ନ ସରି ।୬୩।
ସରିଯାଉଛି ନିଶ୍ଚେ ତୋ ଆଶାରେ । ସାରେ ହର ଅରାତି ଯେ ହିଂସାରେ ।୬୪।
ସାରେ ପ୍ରାଣକୁ ସଦୟା ପ୍ରସାର । ସାରସାକ୍ଷିଟେକ ଦୋଷ ବିଷର ।୬୫।
ସରସ ହୃଦେ ଲେପି ଗନ୍ଧସାର । ସାର ତାପ ବିନାଶ ଆଶ୍ଳେଷର ।୬୬।
ସରଭାବ ତହିଁ ନୀଳବସନୀ । ସନ୍ନିଭେ ହେମ ଗରବ ଧ୍ୱଂସିନୀ ।୬୭।
ସନ୍ନିଟେ ରଖ ତିଳେ ଦୁଃଖ ସରୁ । ସରୁମଧ୍ୟା ମଣିପାଦ ବର୍ଣ୍ଣରୁ ।୬୮।
ସବୁ ଅବଧାନକୁ ତ ଆସିବ । ସେ ହୋଇବ ମୋ ଭାଗ୍ୟ ଯାହାଥିବ ।୬୯।
ସେହି ସମୟରେ ନିଶି ବିନାଶ । ସୁପୁରୁଷ ଈଶ ମହା ବିରସ ।୭୦।
ସୁବଳର ମିତ୍ର କୀର୍ତ୍ତି ସୁମରି । ସର୍ବଦୋଭଦ୍ରେ ଚିତ୍ରବନ୍ଧ କରି ।୭୧।
ସାଂସାରିକ ମନ ଏକ ସୁନ୍ଦର । ସଦାନନ୍ଦ ମନ୍ଦ ଚାରି ବେଦର ।୭୨।
ସ୍ୱଚ୍ଛ ଅପଘନ ଛପଦ ଭାତି । ସେବେ ପରଦ୍ୱନ୍ଦ ଆଠ ବିଭୂତି ।୭୩।
ସ୍ମିତହାସ ଘନଦଶନ ତାର । ସ୍ତୁତି ମଧ୍ୟରେ ଯେ ନାମ ବାହାର ।୭୪।
ସର୍ବଂସହା ପରେ ତାହା ଲେଖିଲା । ସୁଖେ ଦଶବିଂଶଧର ପଢ଼ିଲା ।୭୫।
ସୁଭଦ୍ରାଙ୍କୁ ପାଇବା ମନାସିଲା । ସ୍ନାନ ବିଧି କଷ୍ଟେ ମଷ୍ଟେ ସାରିଲା ।୭୬।
ସୁମରଣ କଲେ ରାମନାମରେ । ସଞ୍ଜତ ହୋଇ ଆକାର ଉଚ୍ଚରେ ।୭୭।
ଶୁଣୁଥିଲେ ସଖୀ ଭିତ୍ତି ଅନ୍ତରେ । ସବୁ କହିଲେ ସୁଭଦ୍ରା ସତ୍ୟାରେ ।୭୮।
ସତ୍ୟା ସେଦିନ ସଜାଡ଼ି ମଣୋହି । ସବ୍ୟସାଚୀ ହକରା କରି ନେଇ ।୭୯।
ସେ ଯେ ପାର୍ଥେ ବିନୟେ ଭାଷେ ଭାଷ । ସ୍ୱପନେ ଦେଖିନାହିଁ ରତି କିସ ।୮୦।
ଶୁଣିନାହିଁ ସେ କର୍ଣ୍ଣେ ପ୍ରୀତି କିସ । ସେ କି ତୁମ୍ଭଙ୍କୁ ହୋଇଥିଲା ବଶ ।୮୧।
ସ୍ନେହ ନ ତୁଟି ମୋ ସଙ୍ଗେ ସେ ଗଲା । ସ୍ୱର୍ଗ ପାପୀକି ପ୍ରାପତ ନୋହିଲା ।୮୨।
ସୁର ସଙ୍ଗେ ରାହୁ ସୁଧା ଖାଇଲା । ସୁମଧୁରେ ପାର୍ଥ ଏତେବୋଇଲା ।୮୩।
ସହୀ ନ କରିବି ମୁଁ ବଳାତ୍କାରେ । ସଙ୍ଗେ ନେଲେ ବା ନେବି ରଜନୀରେ ।୮୪।
ସତ୍ୟ ବଚନରେ ଶାନ୍ତି ସତ୍ରାସ । ସାରି ମଣୋହି ଗଲେ ସେ ବୀରେଶ ।୮୫।
ସମାପଦେ ଦିବସ ନିଶି ହେଲା । ସୁଭଦ୍ରାକୁ ଘେନି ଦେବୀ ଚଳିଲା ।୮୬।
ସରସନା ବଳ ଧ୍ୱନୀ ପ୍ରକାଶେ । ସନମାନେ ପାଛୋଟି ପୁଂସ ଆସେ ।୮୭।
ସଖୀସହ ସତ୍ୟଭାମା ଦେଖିଲେ । ସେଠାବରୁ ଅନ୍ତର ହୋଇଗଲେ ।୮୮।
ସରାଗରେ ଧରନ୍ତେ ପୁଂସ କର । ସାଧବୀ ଯେ ଉଚ୍ଚେ କଲା ଏ ସ୍ୱର ।୮୯।
ସଖୀ ସାହା ହେଉନାହିଁ କିଞ୍ଚିତେ । ସାହସିକ ଏ ବଳେ ଧରେ ମୋତେ ।୯୦।
ଶୁଣି ଏ ବାଣୀ ଧରି ୟେ ପୟର । ସତ୍ୟବଚନ ପ୍ରକାଶିଲା ବୀର ।୯୧।
ସ୍ୱୟଂବରା ମୁଁ ଅତି ଅପରାଧୀ । ସାକ୍ଷାତରେ ତୁ କରୁଣା ବାରିଧି ।୯୨।
ସୂର୍ଯ୍ୟସୁତ ପୁରେ ଯିବା ପ୍ରାଣକୁ । ସ୍ମିତହାସୀ ରଖ ରଖ ଦାସକୁ ।୯୩।
ସକୋପିତ ହୋଇଲା ପରା ବସି । ସେ ହରିଣ ନୟନ ଏହା ଭାଷି ।୯୪।
ସ୍ୱାହାଧବ ଯୋଗୁଁ ନାଶ ସଲଭେ । ସୈଂହିକେୟ ଦ୍ୱିଖଣ୍ଡ ସୁଧା ଲୋଭେ ।୯୫।
ସୁରଦୀର୍ଘିକାରେ ହୋଇ ଲାଳସୀ । ସୁନାସୀର ବାରଣ କଲା ଭାସି ।୯୬।
ଶୁଣି ପୁଂସ ଭାଷେ ଯେ ଆଶ୍ୱସାର । ସ୍ନେହୀ ଲୋକକୁ କଲା କେତେ ନାଶ ।୯୭।
ସ୍ୱର୍ଭାନୁର ବାଦ ହର ବିବାଦେ । ସୁଧା ଅମର କଲା ଶିରଶ୍ଚେଦେ ।୯୮।
ସ୍ୱଭାବରେ ତ ନଦୀ ଅବିଶ୍ୱାସୀ । ସରସ୍ନାନେ ସେ ଅତି ଅଭିଳାଷୀ ।୯୯।
ସରୋଜିନୀ ତୁ କୃପାଳୁଙ୍କ ସାର । ସଦା ଭାବହିଁ ଅଛି ମୋହଠାରେ ।୧୦୦।
ଶୁଣି ଉତ୍ତର ନ ଦେଲା ଚତୁରୀ । ସୁମନେ ରାମନାମ ସୁମରି ।୧୦୧।
ଶତ ଦ୍ୱିପଦେ ଭଞ୍ଜ ବୀରବର । ସମାପତ କଲା ଏହୁ ଛାନ୍ଦର ।୧୦୨।
ଦ୍ୱାଦଶ ଛାନ୍ଦ
ସୁଭଦ୍ରା ପ୍ରତି ଅର୍ଜୁନ ଚାଟୂକ୍ତି କଥନ(ରାଗ-କାଳୀ)ସୁରସ ରତେ ପୁଂସ ଆରତେ ବାଳା ପୁରତେ ବସି,ସେ ଯୋଡ଼ି କର ଯଥା କିଙ୍କର ଚାଟୂ ନିକର ଭାଷି ।ସେବକ ଜନ କୋପ ଭାଜନ ନିକି ରାଜନ ପୁତ୍ରୀସ୍ମିତଝଟକ ହାସୀ ଛଟକ ଦୃଶୀ ହାଟକଗାତ୍ରୀ ।୧।ସାର ସାରସାନନୀ ହରଷାମ୍ବୁଦ ଭରସା ତୁ ତ,ଷୋଡ଼ଶୀ ରସାମଣ୍ଡନୀ ରସାଳସୀରେ ରସା ଚିତ୍ତ ।ସ୍ନେହ ଘେନାଉ ମନ ମନାଉ କିପାଁ ଅନାଉ ନାହିଁ,ସମ୍ଭୂତ ମାନସରେ ଏମାନ ନୋହେ ସମାନ ଯହୁଁ ।୨।ସୁରଙ୍ଗଧରୀ ଦୋଷ ନ ଧରି ବାରେ ଉଦ୍ଧରି ନିଅ,ସଙ୍ଖାଳିଧନ ତୁ ମୋର ଧନ ସୁଖବର୍ଦ୍ଧନ ହୁଅ ।ସୁଖସଦନା କୁନ୍ଦରଦନା ମୋର ବେଦନା ଦେଖ,ଶୁଣା କିଙ୍କିଣୀ ସୁକିଣିକଣି ସୁରତେ କିଣି ରଖ ।୩।ସୂକ୍ଷ୍ମ ଉଦରୀ ତୁ ପୁରନ୍ଦରୀ ପରା ସୁନ୍ଦରୀ ମଞ୍ଚେ,ସଂହାରି ଦର କରି ଆଦର ଲଗା ମନ୍ଦର କୁଚେ ।ସୁରତେ ନିଶା ହାରିବା ନିଶା ଗୋରୀ ମନୀଷା ଏହା,ଶେଯ ଶେଯାଇ ବିଞ୍ଚିଛି ଜାଈ ପାଖୁଡ଼ା ପାଇ ଚାହାଁ ।୪।ସାରେ ବିରହତାପକୁ ରହ ମୁଁ କି ବରହୀକେଶୀ,ସସମାକୁଳେ ଭାସିଲିକୂଳେ ଲଗା ତୁ କୋଳେ ହସି ।ସରୁବସନା ରୁଷି ବସନା ଗଣ୍ଡେ ଭୂଷ ନା ହସ୍ତ,ସମଦକରୀଗତି ମକରୀ ଚିତ୍ର କି କରି ନାଶ ।୫।ଶିଖେ ସାରଙ୍ଗ ନେତ୍ର ତରଙ୍ଗ ରଙ୍ଗ କୁରଙ୍ଗ ଏକା,ସ୍ଫୁଟ ଚାହାଣି ଯୋଗେ ସିହାଣି ତା ଗର୍ବ ହାଣିପକା ।ସୁକ୍ତି ବଲ୍ଲକୀ ଶୁଣା ଝଲକି ହାସେ ତୁଲ କି ତୋତେ,ସଖେଦରବ ସରୁ ଗରବ ପିକ ସରବ ସତେ ।୬।ସୁଝ ଅତନୁ ଦହିଛି ତନୁ ଛାଡ଼ ସୁତନୁ ହେଳା,ସ୍ୱନେ ପ୍ରବଳା ହୋଇ ଅବଳା ବୋଲୁ ଯେ ବଳା ପଳା ।ସୁଖ ପଚାରୁ କିସ ବିଚାରୁ ଟେକ ତୋ ଚାରୁ ଆସ୍ୟ,ସୁହିମକର ଦର୍ପପ୍ରକର ଚପଳେ କର ନାଶ ।୭।ସ୍ନିଗ୍ଧ ପ୍ରଳମ୍ବ ନୀଳ ରୋଳମ୍ବ- କେଶୀ ବିଳମ୍ବ କିପାଁ,ସ୍ୱେଚ୍ଛାରେ ଜୀବ ନାଶ ଭଜିବ ସରି ଯେ ଯିବ କ୍ଷପା ।ସ୍ଥାନ ବିଜନୀ ପ୍ରାପ୍ତ ରଜନୀ ପୁଣି ସଜନୀ ଯୁବା,ସଞ୍ଚ ଅରୁଣାଧରୀ କରୁଣା ଚିତ୍ତେ ଫୁରୁଣା ହେବ ।୮।ସହୀ ଚରଣତଳେ ଶରଣ କରି କାରଣ ବାରେ,ସୁବରତନ କରି ଯତନ ରଚିରତନ ଦେରେ ।ସେବା ଏମନ୍ତ କରିବି ମତ୍ତକାଶୀ ସମ୍ମତ ହେଜି,ଶୁଆଇ ହୃଦେ ଥିବି ସୁହୃଦେ ହରି ବିହୃଦେ ତେଜି ।୯।ସରୁ ଅଳତା ବିଚିତ୍ର ଲତା ତୋ ମଞ୍ଜୁଲତା ପାଦେ,ସଦା ସୁଚିତ୍ତ କରି ରଚିତ ହେବି ସଞ୍ଚିତ ମୋଦେ ।ସୂତ୍ରେ ସୁମନା ଗୁନ୍ଥି ସୁମନା ହେବି କାମନା ପୂର୍ଣ୍ଣସ୍ୱୟେଂକବରୀ କରିବି ବରବରନୀ ରବ ଘେନ ।୧୦।ସୁବେଶୀ ବେଶକାଳେ ପ୍ରବେଶ ହେବି ଆବେଶ ହୋଇ,ସମାରଜନ କରି ରଂଜନ ମୁକୁର ଜନ ମୋହି ।ସୁପାନ ଭାଙ୍ଗି ଦେଲେ ଶୋଭାଙ୍ଗୀ ବିରସ ଭାଙ୍ଗି ଯିବ,ସମ୍ଭାଳଗତି ନାହିଁ ସୁଗତି ଘେନ ଭକତି ଭାବ ।୧୧।ସ୍ୱାମୀ ଆୟତ୍ତ ଭୃତ୍ୟ ନିୟତ ତୁ ନିର୍ଦ୍ଦୟ ତ ଦୁଃଖେସୂଚ ତୁ ଦଣ୍ଡ ନ ଦିଅ ଦଣ୍ଡ ଫୁଲ କୋଦଣ୍ଡ ମୁଖେ ।ସୁଭୁଜପାଶେ ବାନ୍ଧି ତୋ ପାଶେ ରଖ କୃପା ସେନେହ,ପୁତନୁ ଚିତ୍ତ କ୍ରୋଧେ ରୁଚିର କାନ୍ତି ରୁଚିର ନୋହେ ।୧୨।ସେ ଦଣ୍ଡ ଅନ୍ତେ ପାଶେ ଥୁଅନ୍ତେ ଶାନ୍ତି ହୁଅନ୍ତେ ତୋଷେସୁମତି ନେତ୍ର ଆରେ ତ୍ରିନେତ୍ର ମୋହିନୀ ନେତ୍ରବାସୀ ।ସ୍ୱର୍ଣ୍ଣଦେହାକୁ କହେ ଯାହାକୁ ଦଣ୍ଡି ତାହାକୁ ମଣ୍ଡି,ସୁକୃତବଶ ହୋଇ ତୁ ବସ ପକା ତୋ ବଶ ଖଣ୍ଡି ।୧୩।ସୁରପଲାଶ ଲୀଳାବିଳାସୀ ଚିତ୍ତ ଉଲ୍ଲାସି ତୁହି,ସେବି ବିଫଳ ହେବି ଶ୍ରୀଫଳାସ୍ତନୀକି ଫଳ ଏହି ।ସୁରସରିତ ଆଶ୍ରେ କରି ତ ଏ ଆତୁରିତ ଶୋଷେ,ସିନ୍ଧୁ ଜଳକୁ ଆସେ କାଳକୁ ତୃଷା ବେଳକୁ କି ସେ ।୧୪।ସୁକୃତ ବିଧୁରତା କି ବିଧୁଅନୁଜା ବିଧୁଦାସୀ,ସେ ସର୍ବଳରେ ଶୀତଳ କରେ ଯଥା ଏ କରେ ତ୍ରାସି ।ଶାଳ ବସନ୍ତ ପଲ୍ଲବେ ସତ ଯେବେ ବସନ୍ତ ବହି,ସୁତ୍ୱକସାର କର୍ମ ଅସାର ଅଙ୍କୁରେ ସାର ନୋହି ।୧୫।ସୌନ୍ଦର୍ଯ୍ୟବତୀ ନବଯୁବତୀ ଡରି ରେବତୀ ଧବେ,ସୁଧା ଏଡ଼ିଲି ଆଗ ହୁଡ଼ିଲି ଶୋକେ ବୁଡ଼ିଲି ଏବେ ।ସୁହୃଦୟୀରେ ରସୋଦୟୀରେ ହେବି ଦୟାରେ ଭଲ,ସକାମେ ବନ୍ଧୁ ବିମ୍ବୋଷ୍ଠୀବନ୍ଧୁ ହେଲି ମୁଁ ବନ୍ଧୁ ବୋଲ ।୧୬।ଶୁଣି ସରସ ଚାଟୂ ସେ ରସଧାମା ହରଷ ବହି,ସେ ସୁଲକ୍ଷଣୀ ମୀନଈକ୍ଷଣୀ ବକ୍ରେ ସେକ୍ଷଣି ଚାହିଁ ।ସତର ପଦ ବୁଧ ସମ୍ପଦ ଶ୍ରୀରାମପଦ ଧ୍ୟାୟି,ସମ୍ମତି ଛାନ୍ଦ ତ୍ରିରଙ୍ଗୀ ଛନ୍ଦ ଭଞ୍ଜ ଉପେନ୍ଦ୍ର କହି ।୧୭।
ତ୍ରୟୋଦଶ ଛାନ୍ଦ
ଅର୍ଜୁନ ସୁଭଦ୍ରାଙ୍କ ଗୁପ୍ତ ମିଳନ(ରାଗ-ପଞ୍ଚମ ବରାଡ଼ି, କଳସା ବାଣୀ)ସୁରସିକ ସାବଧାନେ ଶୁଣ ଦିବ୍ୟରସ ।ସ୍ୱାମୀଜନକୁ ପ୍ରସନ୍ନା କଲା ସୁପୁରୁଷ ।ସୁଦୟା କରାଇ ପରେ ନବତରୁଣୀକି ।ସେ ସୁଖ ସଙ୍ଗତେ ଇନ୍ଦ୍ର ସୁଖକୁ ଗଣିକି ଯେ ।୧।ସୁକୃତ ଅତି ଯେ ପୂର୍ବଜନ୍ମେ କରିଥାଇ ।ସେ ଭାଗ୍ୟେ ରମଣୀ ତାକୁ ଚାହେଁ କଣିଆଇ ।ଶୁଣେ ଯାର ଚାଟୂବାଳା ହୋଇ ହସହସ ।ସଦ୍ରବ ହୁଅଇ ତାର ମନସିଜ ତ୍ରାସ ଯେ ।୨।ସରସ୍ୱତୀ ଆଗୋଚର ଅର୍ଜୁନ ସୁଭାଗ୍ୟ ।ସାହିତ୍ୟପଠିନୀର ମନ୍ଦାକ୍ଷ କରି ଭଙ୍ଗ ।ସ୍ୱୀକାର ଏ ବିଧିରେ କରାଇ ମହାସୁଖୀ ।ସ୍ୱଳ୍ପତପେ ଜନ୍ମାନ୍ଧ ପାଇଲା କିବା ଆଖି ଯେ ।୩।ସୁରେନ୍ଦ୍ର ଦିଗ ରଙ୍ଗ କି ରଥାଙ୍ଗ ଚାହିଁଲା ।ସୁତହୀନ ଦେଖିଲା କି ଚୂତ ବକୁଳିଲା ।ସୁମନା ବିକାଶ କିବା ମଧୁକର ଚାହିଁ ।ଶାଳିଅନ୍ନ ମାସୋପବାସୀକି ଦେଲା ବିହି ଯେ ।୪।ସଉତ୍ସୁକେ ଦ୍ୱିଦନ୍ତ-ଦନ୍ତପଲଙ୍କେ ନେଇ ।ସକ୍ଥିପରେ ବସାଇଲା ରସରେ ରସାଇ ।ସୁଧାମୃତ ପୂର୍ଣ୍ଣଚନ୍ଦ୍ର ଚୁମ୍ବେ ହୋଇ ଲୋଭୀ ।ସଉଭାଗ୍ୟପଦକୁ ସେକ୍ଷଣି ସେହି ଲଭି ଯେ ।୫।ସିନ୍ଦୂର ତିଳକା ଓଷ୍ଠ ସୁଧାପନ କରି ।ଶାକର କ୍ଷୀର ଦ୍ରାକ୍ଷାର ସ୍ୱାଦୁକୁ ଧିକ୍କାରି ।ସୁବଦନୀଏ କିସ ଗୋ ବୋଲି ମୃଦୁବାଣୀ ।ସରସ୍ୱତୀ ବୀଣାକୁ ସେ ନିନ୍ଦା କଲା ଶୁଣି ଯେ ।୬।-ରୂପକ-ସର୍ଜ୍ଜିତ ପ୍ରେମ ପୁସ୍ତକ ପ୍ରାଣନାଥ କଲା ।ସୁତୀକ୍ଷଣ କରଜରେ କଳା ପ୍ରସାରିଲା ।ସ୍ୱୟଂ ଆଦରଶ ମୁଖୀ ଆଦରଶ କରି ।ଶ୍ରମଘର୍ମ ମିଶା ମୁଗମଦ କଳା ଧରି ଯେ ।୭।ସୁଚେଳନ କଠିନତା ଦୂରୁ ସ୍ୱାର୍ଥ ହୋଇ ।ସେ କାବ୍ୟରେ ଲଜ୍ଜାଦୋଷ ଅବକାଶ ନାହିଁ ।ସୁବର୍ଣ୍ଣ ସେ ନାୟିକା ନାୟକ ଅଙ୍ଗ ଦୁଇ ।ସମାଗମ ହୋଇଗଲେ ଦୀର୍ଘ ସୂତ୍ର ପାଇ ଯେ ।୮।ସେ ପାଠ ପଢ଼ିଲେ ଶିଷ୍ୟ ହୋଇ ବଳା ।ସମ୍ପାଦି ବାଦ ମଦନ ରହି ନ ପାରିଲା ।ଶୀତ୍କାର ପୁଲକ ତହିଁ ବିଶେଷ ହୁଅନ୍ତି ।ଶ୍ରାନ୍ତେ ପରସ୍ପରେ ବେନି ଉରେ ଆଉଜନ୍ତି ଯେ ।୯।ସୁରତି ସିନ୍ଧୁ ପାରଗ ହୋଇଲେ ସେ ବେନି ।ସ୍ତନ ଜାନୁ ତରଣୀକି ଅନ୍ୟୋନ୍ୟରେ ଘେନି ।ସୁଖୀ ହେଲେ ଦୁଃଖୀ ହୋଇଥିଲେ ଯେଡ଼େ ହୋଇ ।ସର୍ବାଙ୍ଗ ଶୋଭାମାନଙ୍କୁ ଅନୁସରି ଚାହିଁ ଯେ ।୧୦।ସମଳିନ ସେହିକାଳେ ପ୍ରଦୀପ ଦିଶିଲା ।ସୁମନେ ପାଞ୍ଚିଲେ ଘନ ଦିବସ ଆସିଲା ।ସିନ୍ଧୁଫଳ ମାଳା ହୃଦେ ଶୀତଳ ଭଜିଲା ।ସୁଧାଂଶୁ ତାମ୍ବୁଳ ତିକ୍ତ ସେକାଳେ ଲାଗିଲା ଯେ ।୧୧।ସାଙ୍ଗ ତେଜ୍ୟା କରଣେ ଦୁହିଙ୍କ ମନ ନାହିଁ ।ସେ ତାରାଙ୍କୁ ଚାହିଁଲେ ଗବାକ୍ଷ ଫେଡ଼ିଦେଇ ।ସାୟଂକାଳ ଚକ୍ରବାକେ ଯଥା ଦୁଃଖଦାତା ।ସେ ସମେ ଉଷା ତାହାଙ୍କୁ ଆସିଦେଲା ଚିନ୍ତା ଯେ ।୧୨।ସରୁ ଚୁମ୍ବ ପୁନଃ ପୁନଃ ହୋଇ ଦିଆ ଦେଇ ।ସରୁନାହିଁ ଅନୁରାଗ ମୁଖ ଚାହାଁ ଚୁହିଁ ।ସଖୀ ଆସି ସେକାଳେ କପାଟେ ମାରେ କର ।ସୁରସିକ ଭାଷେ ମନ ଘେନି ବିଜେ କର ଯେ ।୧୩।ସରାଗ ବଶରୁ ପଛକରି ନ ପାରଇ ।ସିଂହକଟୀ ମୁଁ ପାଶେ ଅଛିଟି ବୋଲି କହି ।ସର୍ବଜ୍ଞ ବୋଇଲା କିମ୍ପା ପାଶେ ଥିବୁ ବାଳା ।ସଗୁଣ ବଶେ ହୃଦକୁ କଲିଣି ମୁଁ ମାଳା ଯେ ।୧୪।ସର୍ବତୋମୁଖ ପୁରେ ସେକାଳେ ବାଜେ ଶଙ୍ଖ ।ସ୍ୱନାମକୁ ଚିତ୍ତେ ଜାତ କରାଇଲା ଦେଖ ।ସମ୍ଭାଳିଣ କେଶ ବସନକୁ ମନ୍ଦୋଦରୀ ।ସହଚରୀ ସଙ୍ଗତେ ମନ୍ଥରଗତି କରି ଯେ ।୧୫।ସଦୃଶର ଏକଥା ମନରୁ ଛାଡ଼ୁ ନାହିଁ ।ସତ୍ୱରେ ତ ଆଜର ରଜନୀ ଗଲା ପାହି ।ସ୍ୱବାସେ ପ୍ରବେଶ ଦେଇ ଶ୍ରୀକର ପଇଠି ।ସମ୍ଭାଷଣ କଲା ପରିହାସୀ ସଖୀ ଉଠି ଯେ ।୧୬।ସୁନ୍ଦର ମନ୍ଦିର ତନୁ ତୋର କାମକୋଷ ।ସୁରଙ୍ଗ ଚଉର ହୋଇଥିଲା କି ପ୍ରବେଶ ।ସରଞ୍ଜିତ କରିଅଛି । ଠାବେ ଠାବେ କ୍ଷତ !ସବୁ ଖାଇ ଯାଇଅଛି ଅଧରୁ ଅମୃତ ଯେ ।୧୭।ସେକାଳେ ବଳା ନିଶାଦ ଜାଣି କ୍ରୀଡ଼ା କଲା ।ସମ୍ପୁଟ କୁଚକୁ ଧରିଥିଲା ଛାଡ଼ି ଗଲା ।ସାହା ନୋହିଲା କି ତେତେବେଳେ ଲଜ୍ଜା ସଖୀ ।ସଙ୍ଗେ ଘେନିଗଲୁ ଯେ ଆମ୍ଭଙ୍କୁ ଦୂରେ ରଖି ଯେ ।୧୮।-ଛଳ ରୂପକ-ସିହାଣୀ ହସି କହିଲା ବାଳା ରଣରଣ ।ସଂଗ୍ରାମେ ହାରିଛି ବୋଲି ମନକୁ ନ ଆଣ ।ସିଂହ ପୁରୁଷ ଯେ ବାନ୍ଧି ଆଣିଛି ତା ଚିତ୍ତ ।ସମିଳନରେ ହୋଇଛି ଚନ୍ଦନେ ଭୂଷିତ ଯେ ।୧୯।ସୁଚିକୁର ପତାକା ବିବନ୍ଧେ ଉଡ଼ାଇଛି ।ଶାଟୀ ତାମ୍ବୁଳ କୁସୁମ ପାର ଏ ମୃଗାକ୍ଷୀ ।ସଖାଏ ବୋଇଲା ପରିହାସ ତ୍ୟକ୍ତକର ।ସ୍ନାନକରୁ ଗୁରୁଜନେ ନୋହୁ ପରଚାର ଯେ ।୨୦।ଶୋଉ ଦଣ୍ଡେ କାଲି ଶିବରାତ୍ରି ଥିଲା ହୋଇ ।ସତ ବୋଲିଣ ନୀତିକି ଆରମ୍ଭିଲେ ସହୀ ।ସାବଧାନେ ପ୍ରଭାତ ବର୍ଣ୍ଣନା ଏବେ ଶୁଣ ।ସବୁରୂପେ ନାଶକୁ ରଞ୍ଜିଲା ପ୍ରାତଃ ଗୁଣ ଯେ ।୨୧।-ବିରୋଧାଭାଷ-ସରୋଜିନୀ ତୋ ବୃଦ୍ଧ ଜନକ ଲୋପରେ ।ସୁମନା ରସ ପ୍ରଦାନ କଲା ମଧୁପରେ ।ସୁକୃତ ପ୍ରଜା ବଚନେ ଦାନ ଅନ୍ଧ ଡରେ ।ସେ ସମୟେ ନିଶା ନାଶ ଆପଣା ଇଚ୍ଛାରେ ଯେ ।୨୨।-ଉତ୍ପ୍ରେକ୍ଷା-ସହସ୍ର ପାଦ ପ୍ରକାଶ ଉପମାଏ ସ୍ମରି ।ସୁଷୁମ୍ନା ଯୋଗ ହେଲାଣି ଉଦୟ ଶିଖରୀ ।ଶମ୍ବର ବିଟପ ତେଣୁ କୁଳଟା ବନରୁ ।ସଦ୍ରାବ ହୋଇଲେ ଅତି ତ୍ରାସିତ ମନରୁ ଯେ ।୨୩।ସାଦି ଦିବସ ଅଙ୍କୁଶେ କଲା ବିଦାରଣ ।ସୁତ୍ରାମା ବାରଣ ଶିରୁ ସ୍ରବେ ତେଣୁ ଶୋଣ ।ସୁତ୍ରାମ ଦିଶ କି ହୋଇଅଛି ବୀରବେଶ ।ସିନ୍ଦୂର ମଣ୍ଡନ ଚିତ୍ର ଲଲାଟେ ପ୍ରକାଶ ଯେ ।୨୪।ସଙ୍କେତି ଦମ୍ଭ ବାରଣ କଲା ଚକ୍ର କି ସେ ।ସୁମିତ୍ରତା ପାଇ ଚକ୍ରବାକ ଅତି ତୋଷେ ।ସୁରସ୍ୱଭାବେ ତ୍ରାସିତ କଲା ନିଶାଚର ।ସେବିତ ବିଷ୍ଣୁ ପଦକୁ ସାଧୁଗୁଣ ତାର ଯେ ।୨୫।ସୁଭଦ୍ରେଶ ଶୟନ ସଦନେ ସେ କାଳରେ ।ସୁଲଭ ହୋଇଲା ଜନ୍ମ ଏମନ୍ତ ବିଚାରେ ।ସୁରଦ୍ରୁମ ତଳେ ଏହି କଥାକୁ ମନାସି ।ସାଗରରେ ଅନେକ ଥର ହିଁ ଥିଲି ଝାସି ଯେ ।୨୬।ଶୋଚନା ମୋଚନାରତ ଦର୍ଶନ ଦୁର୍ଲଭ ।ସେ ପୁଣି ପ୍ରାପତ ମୋତେ ଧନ୍ୟ କର୍ମ ଶୁଭ ।ସୁମୂର୍ତ୍ତିବନ୍ତ ସୁନ୍ଦରୀ ମୋର ତପ ଫଳେ ।ସନ୍ତତ ଋଣୀ ହୋଇ କି କଲା ଏତେକାଳେ ଯେ ।୨୭।ସୁଦନ୍ତୀ ଗତି ଉରଜ ନିନ୍ଦାକଲେ ଦନ୍ତୀ ।ସ୍ୱରୂପ ଊରୁ ରମ୍ଭାଙ୍କ ଧିକ୍କାର କରନ୍ତି ।ସୁନିନ୍ଦ୍ୟ କୁବଳୟ ପ୍ରସୂନ ନେତ୍ରହାସେ ।ସୁର ତରଙ୍ଗିଣୀ ସ୍ୱୟଂ ହାର ତଥା ଦିଶେ ଯେ ।୨୮।ସୁଛଟକ ଚାହାଣି ଅଳକା ଅନାଇଲେ ।ସରଇ ଆଦର ଶିଳୀମୁଖ ବୃନ୍ଦୁ ଭଲେ ।ସାରଙ୍ଗ ଗର୍ବ ଗଞ୍ଜନ ଭୂରୁ ବଳା ସ୍ୱରେ ।ସାର ମଲ୍ଲୀକଢ଼ି ଦନ୍ତ ବଜ୍ରକୁ ଧିକ୍କାରେ ଯେ ।୨୯।ସରଳ ହୃଦୟା ମୁଖ କେଶ ଅଧରକୁ ।ସମାନ ନ ଲେଖି କେବେ କମଳଧରକୁ ।ସରସ୍ୱତୀ ନାସା କଟୀ ନିନ୍ଦା କରେ ହରି ।ସକଳ ବ୍ରହ୍ମାଣ୍ଡେ ଏଣୁ ନାହିଁ ତାହା ସରି ଯେ ।୩୦।ସୁନ୍ଦରୀ ସେ ଯେଡ଼େ ତେଡ଼େ ହୁଏ ଗୁଣ ସ୍ଥାନୀ ।ସେବକ ହୋଇ ମୁଁ ତାରେ କଲି ଅଭିମାନୀ ।ସେ ଦୟାକୁ ଅତି ମୋତେ ଏଡ଼େ ବଡ଼ କଲା ।ସମ୍ମାନ ଆସନେ ଦେଖ ଭେଟୁ ବସାଇଲା ଯେ ।୩୧।ସୁଖ ସୃଷ୍ଟି ସର୍ଜିଲା ଅମୃତ ଦୃଷ୍ଟି ଦିଶେ ।ସୁକଟକ କରକୁ ଗ୍ରହଣ କରାଇ ସେ ।ସିଂହାସନ ଜାନୁରେ ବସାଇ ବନ୍ଧଭେଦେ ।ସ୍ଥାପିଲା ପୁଣି ସେ ମୋତେ ମହାରାଜପଦେ ଯେ ।୩୨।ସେ କୁରୁବକ କୁସୁମ ଚୂଡାରୁ ଦେଖାଇ ।ସିଦ୍ଧିନାମ ଏହାର ତୁମ୍ଭର ହେଲି ମୁହିଁ ।ସେ ଏମନ୍ତ କହିବାରେ କିଣିନେଲା ଚିତ୍ତ ।ସ୍ନେହରେ ତାହାକୁ ସେହି କେବଳ ଲକ୍ଷିତ ଯେ ।୩୩।ସାବିତ୍ରୀ ପାର୍ବତୀ ପ୍ରାୟେ ଦୂର ନୋହି ଲବେ ।ସୁମରୁଛି କାଳ ନେବି ଜୀବ ଥିବା ଜୀବେ ।ସ୍ୱପ୍ନେ ଦେଖିଲେ ଦେଖିବି ତାହାର ଲପନ ।ଶୁଣିବି ନାହିଁ ତା ବାଣୀ ବିନୁ କର୍ଣ୍ଣେ ଆନ ଯେ ।୩୪।ସୁବାସ ଅଧିକାରକୁ ଅନୁକ୍ଷଣେ ପାଇ ।ସୁବାହୁକୁ କଣ୍ଠଲଗ୍ନ କରିଥିବି ମୁହିଁ ।ସେ ସମୟେ ଶ୍ରୀକୃଷ୍ଣ ହକରା କହେ ଦୂତ ।ସ୍ନାନବିଧି ସାରିଣ ସେ ଗମିଲା ତ୍ୱରିତ ଯେ ।୩୫।ସାରମୟ ପ୍ରାୟେ ହୋଇ ହେ ନୃଶଂସ ବ୍ରତ ।ଶ୍ୱାନ ବ୍ୟର୍ଥେ ନ କରିବ ନ ବୁଝି ଏ ଗୀତ ।ସ୍ୱଭାବେ କୁଟିଳ ତୁମ୍ଭେ ତାହା ପୁଚ୍ଛ ପରି ।ସିଦ୍ଧି ଲେଖିଲା ଶିଶୁ କି କାବ୍ୟ ଅର୍ଥ କରି ଯେ ।୩୬।ସମ୍ଭାବ୍ୟ ନୋହିବ କିଛି ତୁମ୍ଭ କହିବାର ।ଶୁଣିଲା ବେଳରେ ବାଚ ଯମଭୂତି ଧର ।ସପ୍ତଶାଳ ଭେଦୀ ଉପାସକ ଉପଇନ୍ଦ୍ର ।ସପ୍ତତ୍ରିଂଶ ପଦେ ଶେଷ କଲା ଏହୁ ଛାନ୍ଦ ।୩୭।