ତୃତୀୟ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ
ସୁଭଦ୍ରାର ଶରୀର ଶୋଭା ବର୍ଣ୍ଣନ(ରାଗ-ଚୋଖି)ସୁମନେ ଶୁଣ ସୁଜନେ ସୁଭଦ୍ରା ଅଙ୍ଗ ବର୍ଣ୍ଣନେ ଉଚ୍ଛନ୍ନ ହେଉଛି ଚିତ୍ତ ଉପମା କାହିଁ ।ସଦୃଶ ଏକା ତାକୁ ସେ, ବିମ୍ବ ଯା ଦର୍ପଣେ ଦିଶେ ଚିତ୍ର ଲେଖିବାକୁ ରଙ୍ଗାଜୀବ ତ ନାହିଁ ।ସହସ୍ର ବଦନେ ଅନନ୍ତ ।ସ୍ୱରୂପ ଶୋଭାକୁ କରୁଛନ୍ତି କବିତ୍ୱ ।୧।ସମାନ ଦ୍ରବ୍ୟ ସମାନ ଅମୂଲ୍ୟ ଦ୍ରବ୍ୟ କି ଘେନ ଏ ଘେନି ଅନଉପମା ହେଲା ଚତୁରୀ ।ସୁନାତୁଲେ ଗୁଞ୍ଜଫଳ ହୋଇଲା ପରାୟେ ତୁଳ ବର୍ଣ୍ଣିବି ମୁଁ ରହିବାକୁ କବି ଚାତୁରୀ ।ସାର ସେ ସଂସାରେ ସୁନ୍ଦରୀସରି ଚରଣ ଘଷା ଶିଳାକୁ କିନ୍ନରୀ ।୨।ସକୁନ୍ତଳା ସକୁନ୍ତଳ ନୀଳ କୁଟିଳ ଗହଳ ଚିକ୍କଣ ଲମ୍ବ ବିଭିନ୍ନ ବାସ ନିବାସ ।ସୁଦୃଦ ମୂଢ଼ ବରହୀ ପୁଚ୍ଛ ଲକ୍ଷ୍ୟ ହେବା ପାଇଁ ଗଳଥା ପାଇଲା ଯାଇଁ ଲୋକେଶ ପାଶ ।ସେ ଚିହ୍ନ ଚନ୍ଦ୍ରିକା ପ୍ରମାଣ ।ସଭୟ ହୋଇଲେ ଶୁଣି ଉପମାଗଣ ।୩।ଶୀକର ଅଶ୍ରୁ ନିକର ମୁଞ୍ଚି କାଳେ ଜଳଧର ଉଦେ ହୋଇ ଅନୁକ୍ଷଣେ କରେ ଯା ଘୋଷ ।ଶୁଣାଇ ସବୁଙ୍କୁ କହି ମୁଁ କେଶ ସମାନ ନୋହି ଘନକେଶୀ ବୋଲିବାର କବିଙ୍କ ଦୋଷ ।ସୁହୃଦତା କଜ୍ଜ୍ୱଳ କଲା ।ସଦଳିତ ହୋଇ ନେତ୍ର ଅଞ୍ଜନ ହେଲା ।୪।ସୁମନସେ ଦେଇ ଚୁମ୍ବ ଝଙ୍କାର ଛଳେ ରୋଲମ୍ବ କହନ୍ତି ବିନୟ ବାଣୀକି ଅନୁସରି ।ସୁନାରୀ କେଶ ଅର୍ଚ୍ଚନେ ତୁମ୍ଭଙ୍କୁ ନେଲେ ବଚନେ କହିବି ଆମ୍ଭମାନଙ୍କୁ ସମ୍ଭାଳିକରି ।ସୁମନରଜେ ସେ ଧୂସର ।ସୁକେଶୀ ତୋ କେଶଛବି ହ୍ରାସ ଭ୍ରମର ।୫।ସୁରସୁତା ବୀଚୀ ଛଳେ କର ଉପରକୁ ତୋଳେ ହାରିଲି ବୋଲି ଓଳଗି କି ଶିରୋଧାର୍ଯ୍ୟ ।ସୁପର୍ଣ୍ଣଠାରେ ତକ୍ଷକ ଶରଣ ଗଲା ପ୍ରାୟକ କବରୀ ମଧ୍ୟେ ଚାମର ଲୁଚିଲା ଲାଜେ ।ସଂଜ୍ଞାବହ ଲଭି କି ତମ ।ସତ୍ୱରେ ଗହ୍ୱରେ ଯାଇ କଲା ବିଶ୍ରାମ ।୬।ସିଂହିକାସୁତ ବିବେକ କେଶ ଉପମାରେ ଧିକକରିବେ ମୋତେ ଲୋକେ ଏହା ଜାଣିଲା ।ସହି ନ ପାରିବି ମାନ ସହିବି ସୁଦରଶନ ଘାତକୁ ଏ ପାଞ୍ଚେ ଆଗୁଁ ଦ୍ୱିଖଣ୍ଡ ହେଲା ।ସେହିକଥା ଏବେ ସେ ଗୁଣି ।ସୁଧା କାହିଁକି ଖାଇଲି ହୁଅଇ ଗୁଣି ।୭।ସୂତ୍ରାମାମଣି ମାଳିକା ଶିଶୁଚକୋର ପାଳିକା ଧିକ୍କାରେ ଝଳି ଅଳକାବଳୀ ସୁଷମା ।ସାରଙ୍ଗ ମଦେ ମଦନ ଲେଖିଛି ଜନ ମୋହନ ମନ୍ତ୍ର କି ଦେବନାଗରେ ଏହି ଉପମା ।ସଘଟିତ ଶୁଭ ପ୍ରକାଶେ ।ଶିଷ୍ଟ ତମାଳ ଅଙ୍କୁର ତୋରଣା କି ସେ ।୮।ସ୍ୱୟମ୍ଭୁ ବାଣଠାବରୁ କର ଋଣ କରି ଭୀରୂମଣିର ନିର୍ମାଣି ସାରି ଚାରୁଚିକୁର ।ସିଞ୍ଚାଡ଼ି ଦେଲା ଯେ ପାଣି ଶେଷକଳା ପଡ଼ି ଶ୍ରେଣୀ ଭୂତେ ରହି ବିନ୍ଦୁ ବିନ୍ଦୁ ହୋଇ ସୁନ୍ଦର ।ସୁଦୃଷ୍ଟି ଏ ରୂପେ ହୁଅଇ ।ସୁମତି ଚୂର୍ଣ୍ଣ କୁନ୍ତଳ ବୋଲି ନ କହି ।୯।
ସୃଷ୍ଟିକର୍ତ୍ତା ଜାତସ୍ଥାନ ସୁ ଶ୍ରୀନିବାସ ତପନ ଶ୍ରୀନିବାସ କରେ ବାସ ପୁଣି ମୋହର ।
ସାରସ ଏ ଗର୍ବ ବହି ଶୁଭ୍ରାଂଶୁ ଏମନ୍ତ ତହିଁ ମୁହିଁ ସାଗର କୁମର ସୁଧା ଶରୀର ।
ସୋଦର କମଳାର ପୁଣି ।
ସାଧୁ କେଡ଼େ ନାରୀମୁଖ ନୋହିବ ଜିଣି ।୧୦।
ସତ୍କବି ହୃଦୟ ମାତ୍ରେ ଏ ପାଞ୍ଚ କରି ତ୍ୱରିତେ ଲପନ ସଙ୍ଗତେ ତୁଳି ହୁଅନ୍ତେ ଆସି ।
ସେ ବିଜ୍ଞ ଜାଣି କମଳ ଫିଙ୍ଗିଦେଲା ପଡ଼େ ଜଳ ତୁଳିବାରେ ଲଘୁ ହୋଇ ଊର୍ଦ୍ଧ୍ୱଗ ଶଶୀ ।
ସଂଯୋଗ ତୁ ହୀନ ଦଇବ ।
ସେ ଯୋଗରେ କଲା ଏଥି ଏହା କହିବ ।୧୧।
ସଦାଶିବ ଗୁଣମୟୀ ଦୁହେଁ ତ୍ରିପୁର ବିଜୟୀ ବୋଲାଇବା ସକାଶୁଁ କି ଆରମ୍ଭି କଳି ।
ସମମଣ୍ଡଳ ଶର୍ବରୀପତି ଦୁଇଖଣ୍ଡ କରି ବାଣ୍ଟି ନେବାରେ କଳଙ୍କ ପଡ଼ିଲା ଗଳି ।
ସୁବିଖ୍ୟାତ କଲା ମୁକୁଟ ।
ସଘଟଣା ହୋଇଲା ଯେ ବାଳୀ ଲଲାଟ ।୧୨।
ସହସ୍ରଭୁଜ ବଇରୀ ପୂର୍ବରେ ରାମକୁ ହାରି ଦେଇଥିଲେ ଧନୁ ଆଉ ଥିଲା ପରଶୁ ।
ସୁବେଣୀକି ରାମା କହି ଆକାରେ ଅଧିକ ଏହି ଅର୍ପିତ କଲେ କି ତାହା ଏ ଭୟବଶୁଁ ।
ସ୍ୱବଡ଼ାଇ ପ୍ରକାଶେ ଭୀରୁ ।
ସର୍ବ ଦେଖାସ୍ଥାନେ ଥୋଇ ବୋଲାଇ ଭୂରୁ ।୧୩।
ସତ ରଜ ତମ ନେତ୍ର ନିର୍ମିତ ଅତି ବିଚିତ୍ର ଶ୍ୱେତ ରଙ୍ଗ କଳା ତିନିବର୍ଣ୍ଣ ସେ ଏଣୁ ।
ସମାଧାନ କଲା ବିଧି ମଣିମନ୍ତ୍ର ମହୌଷଧି ତ୍ରିବିଧ ବଶୀକରଣ ଜଗତ ଯେଣୁ ।
ସବଶ ନୋହିବ କେ ଜନ ।
ସ୍ୱୟଂଭୁ ସ୍ୱୟଂଭୁବ ଯେ କରିବ ଚ୍ଛନ୍ନ ।୧୪।
ସଂହାରିଣ ଯୁବାଦମ୍ଭ ମୁନିମାନଙ୍କୁ ଆରମ୍ଭ ଶୂଳୀ ନେତ୍ରାନଳେ କାମ ଭସ୍ମିତ ହେଲା ।
ଶରବ୍ୟୟ ଜଗଜ୍ଜୟନିମିତ୍ତେ ନିର୍ମାଣମୟ ସେ ସୁକୃତବଶେ ଆଣି ଏ ଜନ୍ମ ଦେଲା ।
ଶାଳି ଶଙ୍ଖ ନୀଳ ହିଙ୍ଗେୁଳେ ।
ସୂକ୍ଷ୍ମ ପକ୍ଷ୍ମ ପକ୍ଷକୁ ଲଗାଇ ମଞ୍ଜୁଳେ ।୧୫।
ସୁରଶିଳ୍ପୀ ତା ଜାଣିଲା ଭାବେ ସଂସାର ବୁଡ଼ିଲା କି ରୂପେ ହୋଇବ ରକ୍ଷା ବୁଦ୍ଧି ବିଚାରି ।
ସୀତାପତି ବେନିଖଣ୍ଡ ଖଣ୍ଡ ପରଶୁ କୋଦଣ୍ଡ କରିଥିଲେ ତାହା ଆଣି କପାଳ କରି ।
ସନ୍ଧି ଏହି ଧନୁରେ କହି ।
ସେ ତୋଳି ନ ପାରି ଲାଜେ ନିବର୍ତ୍ତି ରହି ।୧୬।
ସଦୃଶ କାହିଁକି ମୋତେ ନେତ୍ରକୁ କଲେ ଜଗତେ ସେହି ଡରେ ମୁଁ ତ ଆସି ଅରଣ୍ୟେ ରହି ।
ସପତ୍ନୀତା ମୋତେ କରି ସେ ଶର ସ୍ୱରୂପ ଧରି ଖେଳ ବ୍ୟାଜେ ଖୋଜୁଅଛି ପଶିବି କାହିଁ ।
ସତ୍ୟ ସତ୍ୟ ମୃଗ ଏ ଭୟେ ।
ସଚଞ୍ଚଳ ହୋଏ ଏକା ମାରୀଚ ପ୍ରାୟେ ।୧୭।
ସମେ ଯେ ଆଉ ଖଞ୍ଜନ ସେ ଦେଖି ନେତ୍ର ଅଞ୍ଜନ ଭାବେ ଏତ ଅଠାକାଠି ପକ୍ଷୀ ଧରଣେ ।
ସଜ କରିଅଛି ପାଶ ବିଚାରି ଆରମ୍ଭ ନାଶ ଏ ଡରେ ସେ ଥୟ ହୋଇ ନ ରହି କ୍ଷଣେ ।
ସମ୍ଭାଇଣ ଜଳରେ ମୀନ ।
ବୁଡ଼ି ବଳେ ତା ତରସ୍ତ ନିମିଷ ହୀନ ।୧୮।
ସଭ୍ରମ ହୋଇଣ ଜନେ ସମାନ ହେବାକୁ କର୍ଣ୍ଣେ ଲେଖି ଦେଖି ଧିକ୍କାରେ ପୋଛିଣ ଲୁକାର ।
ସେହି ଏ ଶ୍ରୁତିରେ ସମ ହୋଇନାହିଁ ତ ଉପମା ଚିତ୍ତ ବନ୍ଧନକୁ ବୋଲି ପାଶ ପ୍ରକାର ।
ସାଦର ପାଟଳୀ ପ୍ରସୂନ ।
ସହକାର ଫଳ ଅର୍ଦ୍ଧୁ ହେଲା ନାଶନ ।୧୯।
ସ୍ୱଳ୍ପ ବିବେକୀ କି ନାକ ଘୋଣାକୁ ବୋଲନ୍ତି ଲୋକ ଉଚ୍ଚ ମରୁତ ନିବାସୁ ଯୋଗ୍ୟ ଏ ଭାଷା ।
ସ୍ୱାଧୀତାପତି ବରୁଣ ବେନି ବେଣୁ ଝଳି ସ୍ୱର୍ଣ୍ଣ ଯୋଗ୍ୟ ତରୁଣୀରେ କଲେ ଉପମା ନାସା ।
ସ୍ୱର କରେ ବଚନେ ଜାତ ।
ସାଧ୍ୱୀର ସ୍ୱାଦୁ ସେ ଆସ୍ୱାଦନରୁ ସତ ।୨୦।
ସାରୀ ଆଦି ଯେତେ ଖଗ ପୋଷନ୍ତି କୃତୁକୀବର୍ଗ ପୁରେ କୀର ପିଞ୍ଜରେ ରଖନ୍ତି ପ୍ରତ୍ୟକ୍ଷ ।
ଶିକୁଳି ବ୍ୟାଜେ ଶାଙ୍କୋଳୀ ଶୁକକୁ ଦିଅନ୍ତି ଭାଳି ଅଜ୍ଞପଣେ ଦୁଇଠାକୁ ହୋଇବ ଲକ୍ଷ୍ୟ ।
ସତ୍ୱ ଅଳ୍ପ ତିଳକୁସୁମ ।
ସପ୍ତସ୍ୱର ଘୋଷ ପିକ କେହି ସେ ସମ ।୨୧।
ସିମନ୍ତିନୀ ଚାରୁଓଷ୍ଠ ପୁଷ୍ପବନ୍ତ ଗୁଣେ ପୁଷ୍ଟ ସ୍ଫୁଟ ନୋହେ ଜବା ଦୃଷ୍ଟି କାଳିମା ଘେନି ।
ସଙ୍ଗ ତହିଁ ହାସ ଆସି ହୋଇଲେ କି ମିଶାମିଶି ବଧୂବର ଯଶ ସନ୍ଦେଶ ନ ଭାବେ ।
କାହା ଘେନି କେ ଶୋଭେ ।୨୨।
ସଚେତନ ନୋହେ ବିମ୍ବଓଷ୍ଠେ ହୋଇ ଅବଲମ୍ବ ତହିଁ ଦେଖି ହାସ ସେହି ଶୋଭାକୁ ଇଚ୍ଛି ।
ସ୍ୱରୂପ ବାସୁଦେବଙ୍କୁ ବହିଲା ପ୍ରାୟେ ପୌଣ୍ଡ୍ରକ ଭସ୍ମ ଯୋଗ ହେଲା ସିଦ୍ଧ ନୋହିଲା କିଛି ।
ଶ୍ରମ କରି ବହୁତ କାଳ ।
ସାରି ପାରିବ କେ ଓଷ୍ଠ ହାସ ମଞ୍ଜୁଳ ।୨୩।
ସଝଲକ ଦନ୍ତପରା ହେବା ଇଚ୍ଛା କୁନ୍ଦେ ହୀରା ସ୍ଫୁଟ ତୁଟି ଉପମା ଭାଜନ ନୁହନ୍ତି ।
ଶାମୁକା ପଦ୍ମରାଗର ମଧ୍ୟେ ଦିଶଇ ସୁନ୍ଦର ଜାତ ହୋଇ ବେନିପନ୍ତି ସୁଜ୍ୟୋତି ମୋତି ।
ସରାଗ ସରୋଜ ମଧ୍ୟେ ତ ।
ସମେ ତଣ୍ଡୁଳ ଫଳିଲା ଏ ଅଦ୍ଭୁତ ।୨୪।
ସୁପର୍ବାଣଙ୍କ ଅଶନ ଅଧର ପଲ୍ଲବ ଘେନ ଭରି ମୁଦିବାରୁ ଯେତେ ପଡ଼ି ଝଲକି ।
ସେ ନୁହଇ ନାଶ ଦ୍ରବ୍ୟ ତା ପାନେ ଅମର ଦେବପନ୍ତି ଦେଇ କଲା ତହିଁ ଧାତାଧାରୀକି ।
ସାକ୍ଷ୍ୟ ହୋଇ ସୁଧା ପଦକୁ ।
ସମ୍ମିଳନଟି ରସନା ଲଭି ସ୍ୱାଦୁକୁ ।୨୫।
ସଂସାର ନାରଙ୍ଗ ଫଳ ଖୋଳି ତା ପରି ବିମଳ ମଧୁପୂର୍ଣ୍ଣକରି ତହିଁ ଚିବୁକ ବିହି ।
ସୁକର୍ମବନ୍ତ ଦୟିତ ସ୍ପରଶେ ହେଉ ଉନ୍ନତ ଆଗୁଁ ଏ ବିଚାର ସିଦ୍ଧି କରି ତ ତହିଁ ।
ସଂକଳ୍ପନା ଓଷ୍ଠ ତଳରେ ।
ସମୃଦ୍ଧ କି ପଞ୍ଚକଳା ଶଶୀକି କରେ ।୨୬।
ସୁଗ୍ରୀବ ଦର୍ଶନେ କମ୍ବୁ ତେଜି ଜନ୍ମସ୍ଥାନ ଅମ୍ବୁ ନିଶ୍ଚେ ନୀଚମୁଖେ ତିରସ୍କାର ପାଇଲା ।
ସମତ୍ତ କପୋତ ଶ୍ରେଣୀ ଲକ୍ଷିତ ହେବାର ଜାଣି ଦଇବ ସେକାଳେ ହୁଁ ହୁଁ ବୋଲି ତର୍ଜିଲା
ସେ ଦକ ତା ଚିତ୍ତୁଁ ନ ଯାଏ ।
ସ୍ୱନେ ତାହି କହେ କଥା ପ୍ରସଙ୍ଗ ପ୍ରାୟେ ।୨୭।
ସନ୍ଧିହୀନ ଅତି ପୀନ ତୁଙ୍ଗ ବର୍ତ୍ତୁଳ କଠିନ ଉରଜ ତୁଳକୁ କଲେ ରଥାଙ୍ଗ ଶ୍ରଦ୍ଧ ।
ସେତୁକୃତ ଯେ ରସିକ ଗୁଣେ ପରମ ବିବେକ ବିଚ୍ଛେଦ ଶାପ ବିହିଲେ ଏ ଘେନି କ୍ରୋଧ ।
ସମତ୍ୱ ବାଞ୍ଚିତ ମର୍ଦ୍ଦଳ
ସ୍ୱାଧୀନତା ନ ଯୋଗାଇ ପ୍ରହାର ତଳ ।୨୮।
ସଙ୍କୋଚରେ ନାରିକେଳ ତାଳ ନୋହି କୁଚ ତୁଳ ଘୋଡ଼ି ହୋଇଲେ ବକଳ ସକଳ ଅଙ୍ଗେ ।
ସୁଜମ୍ଭୀର ମାତୁଳଙ୍ଗ ଏହି ଅତ୍ୟନ୍ତ ଆତଙ୍ଗ ଉକୁଚି ହୋଇ ଅଛନ୍ତି ଉତ୍ତୁଙ୍ଗ ଅଙ୍ଗେ ।
ସତତ ଆନ୍ଦୋଳିତ ଜାଣ ।
ସନ୍ନିଧ ଶ୍ରୀଫଳ ନାମୁଁ ବିଲ୍ୱ ଭାବିଣ ।୨୯।
ସତୀ ପାର୍ବତୀ ହେଲାକୁ ସିନା ମୋ ଆଣି ହିତକୁ କାମ ଭସ୍ମଗଲା ଏହା ଭାବି କି ଚିତ୍ତେ ।
ସଜୀବ କରଣେ ମନ ମଧ୍ୟେ ତାକେୁ ବତ୍ସେ ସ୍ଥାନ ରୂପେ ବ୍ୟାଜେ ଶମ୍ଭୁ ହୋଇ ଯୁକ୍ତ ଅମୃତେ ।
ସୁଝୀନବାସେ ସେ ଆଚ୍ଛନ୍ନ
ସଞ୍ଜୀବନୀ ମନ୍ତ୍ରେ କରିବାକୁ ପ୍ରସନ୍ନ ।୩୦।
ସରସୀ କ୍ଷୀଣ ଉଦର ପରିତ ଲାବଣ୍ୟ ନୀର ଉପସ୍ଥିତ ବେନିକୁମ୍ଭ ଘେନି ମଦନ ।
ସଖଳିତ ପଦ ହୋଇ ପଡ଼ି ବୁଲିଗଲା ସେହି କୂଳେ ଲାଗିଲେ କି ଘଟକରି ପ୍ଳବନ ।
ସେ ମର୍ଜ୍ଜନ କେଉଁଠାବରେ ।
ସଚଳିକ ଜନ ନେତ୍ର କି ଖୋଜିବାରେ ।୩୧।
ସମ୍ପୁଟ ଉରଜ ମତ କୁନ୍ଦିବା ପାଇଁକି ଯୁତ କରିଥିଲା ଭୁଜ ମଞ୍ଜୁରଜ୍ଜୁ ପାଶକୁ ।
ଶୁଣା ଉତ୍ପାତ ନୁହେଁ ତ ବଲ୍ମୀକରୁ ବିଦ୍ୟୁ ଜାତ ଚିରପ୍ରଭା ଅଧୋଗତି ଧୈର୍ଯ୍ୟଧ୍ୱଂସକୁ ।
ସରିତ ଲହରୀ ବଲ୍ଲରୀ ।
ସୁଜାଣ ଲକ୍ଷନ୍ତି ସେ ଶୋଭାକୁ କି କରି ।୩୨।
ସେ ମୋହନ ଶର ପାଞ୍ଚ କଳ୍ପନା କରିଛି ପାଞ୍ଚଶର ଏସନ ଅଙ୍ଗୁଳି ନଖ ରମଣୀ ।
ଶୁଭ୍ର ଚମ୍ପା କଳିକାରେ ଫଳ ନବମାଳିକାରେ ରକ୍ତୋତ୍ପଳ ବିପରୀତେ ଥୋଇଛି ଆଣି ।
ସୁଝଟକ ଥିବାରୁ ଭଲେ ।
ସମ୍ଭବଇ ନଖେ ଜାତ ବାଣ ବୋଇଲେ ।୩୩।
ସ୍କନ୍ଧଠାରୁ କରଯାଏ ଏମନ୍ତ ଉପମା ହୁଏ ଚିତ୍ତକୁ ପ୍ରତୀତ ନିଶ୍ଚେ ଶରଭାକାର ।
ସନ୍ନିଭ ଜମ୍ବୁନଦୀର ଯଉବନ କରୀବର କୁଚକୁମ୍ଭ ନିକଟୁ ପ୍ରସାରିଛି କର ।
ସକଳକାଳେ ସେ ପ୍ରେଷଳ ।
ସରୋଜବାସୀ ବାସିନୀ କେଡ଼େ ମଞ୍ଜୁଳ ।୩୪।
ସାର୍ବଭୌମ ଅଧିକାର ଯୁବାରେ ହେବା ବାଳାର କୁଚ ଆତପତ୍ର ମୁଦି ଥୋଇଛି ଉରେ ।
ଶୋହେ ନୀଳମଣି ରୋମାବଳୀ ଦଣ୍ଡ ଏ ଉପମା ଉତ୍ତମ ହୋଇ ଉଦିତ ହୁଏ ମନରେ ।
ସର୍ବଦା ନ ଥାଇ ଶିଶୁତ୍ୱେ ।
ସମ୍ଭାବିତ ହୁଏ ଏକେ କାଳ ଯୁଗତେ ।୩୫।
ସଞ୍ଚି ମଧୁକୋଷ ଉରେ ରତୀଶ ଭବର ଡରେ ଲୁଚିବାକୁ ନିମ୍ନ ନାଭିକୂପେ ଚଳିତା ।
ସରଘାପନ୍ତି କି ଅବା ଏମନ୍ତ ଉପମା ଦେବା ପଦ୍ମପଦେ ମାଡ଼ିଛି କି ଶୈବାଳ ଲତା ।
ସରୀସୃପ କେହି କହଇ ।
ସୁକୃତ ବିହୀନେ ସେ ସମାନ ନୁହଇ ।୩୬।
ସଜାଉଥିଲେ ଆଗହୁଁ ସୁମଧ୍ୟ ରଚନା ନୋହୁ ପ୍ରଜାପତିମାନେ ଅତି ଚତ୍ୱର ପଣେ ।
ସୂତ୍ର ଡମ୍ବରୁ ଚତୁର ଅଙ୍କ କୁଶ ମୁଦ୍ରା ଶିର ହସ୍ତ ବଳିବାକୁ ମଧ୍ୟଭାଗ ନିର୍ମାଣେ ।
ସୂତ୍ରକର ହୋଇ ତ ଥିଲା ।
ସର୍ଜିବାରେ ଘୂଣାକ୍ଷର ପ୍ରାୟେ ହୋଇଲା ।୩୭।
ସିଂହ ବୋଲି କହିବାର କୁଳିଶରେ ହୋଇବାର ନିର୍ମାଣ ପ୍ରମାଣ ସରୁକଟୀ ସୁଷମା ।
ସହଇ ବହଇ ପୀନସ୍ତନ ଗିରିଭାର କ୍ଷୀଣ ହେଲେ ଏତେ ପ୍ରତ୍ୟକ୍ଷରେ ଆନ ଘେନିମା ।
ସମ୍ଭାଇବ ରେକ ଭିତରେ ।
ସଲକ୍ଷିତ ଅଣୁ ଅତିଶୟ ଭକ୍ତିରେ ।୩୮।
ସୁରେଖା ତିନି ତ୍ରିଲୋକ ମୋହିବ ବାଳୀ ବୋଲି ଲେଖାଯୁକ୍ତ ଏତେ ପାଞ୍ଚିଲେ କୁବେ ।
ଶକ୍ତି କୋଟି ବ୍ରହ୍ମାଣ୍ଡକୁ ଅତି ଯାର ମୋହିବାକୁ ନିନ୍ଦା କଥା ବୋଲି ତାକୁ ଘୋଡାଇ ଉଚ୍ଚେ ।
ସେତ ନିଶ୍ଚେ ଘନଜଘନ ।
ସଉଦର୍ଯ୍ୟ ଉଦଧିରେ ଅତି ଶୋଭନ ।୩୯।
ସୁରମ୍ୟ ତା ପୃଷ୍ଠଭାଗ ପରଭାକୃତି ସଂଯୋଗ ନିତମ୍ବ ରଥାଙ୍ଗ ଏ ତ ଆଶ୍ଚର୍ଯ୍ୟ ନୋହେ ।
ସେ ତ ଚରମ ବୋଲାଇ ବେଣୀ ନିଶାନ୍ତ ସେଠାଇଁମେରୁ ଉହାଡ଼େ କି ଚନ୍ଦ୍ରମଣ୍ଡଳ ରହେ ।
ଶ୍ରଦ୍ଧାରେ ଥୋଇଛି ଆଗତ ।
ସଲଗ୍ନ ଜାଣିବାପାଇଁ କି ମାନପତ୍ର ।୪୦।
ସ୍ପିଚଯୁଗ ତୁମ୍ବୀ ପଛେ ଯତନେ ରଖିଛି ସ୍ୱଚ୍ଛେ ସୁରସ ପ୍ରବୀଣ ବୀଣା ରଚନା ଇଚ୍ଛି ।
ସାରମାତ୍ର ନ ମିଳଇ ସେ ସମେ ଖୋଜିଲେ କାହିଁ କଣ୍ଠଗୁଣା ରୋମ ଶ୍ରେଣୀ ଦଣ୍ଡ ହିଁ ଅଛି ।
ସିଂହ କଚ୍ଛପୀ ଯା କଳ୍ପିବ ।
ସେ ବିଧାନ ତାହାର ହିଁ ସିଦ୍ଧ ହୋଇବ ।୪୧।
ସାନ୍ଦ୍ର ଊରୁଯୁଗ ଶୋଭା କେତେ ଲଭିଥାନ୍ତା ରମ୍ଭା ପ୍ରକୃତ ବିକୃତ ହୋଇଥିଲେ ଯେ ଜନ୍ୟ ।
ଶୋଧିତ ହରିତାଳରେ ପୁଲିନ ଥିଲେ ନଦୀରେ ଜାନୁ ଅନୁମାନେ ଅବା ହୁଅନ୍ତା ଧନ୍ୟ ।
ସଲକ୍ଷଣା ଏତେକ ଘେନି
ସ୍ୱକୀୟ ଏ ବେନି ଘନରସ ଜନନୀ ।୪୨।
ସୁବର୍ଣ୍ଣେ ଅତି ରୁଚିର ରସକଳା ଅଳଙ୍କାର ପୁନରାଗ ଯୁକ୍ତ ପୁନରୁକ୍ତି ସହିତ ।
ସଂସର୍ଗ ବିସର୍ଗ ମଧ୍ୟ ଶ୍ଳୋକ ନାରୀ ଅଙ୍ଗ ସିଦ୍ଧ ବର୍ଗାନ୍ତରେ ଅଣୁପଦ ନାମ ବିହିତ ।
ସେ ସଙ୍ଗରେ କହନ୍ତି ତୁଳ ।
ସରି ଏ କି ଗୁଣୁ ଘେନି ସ୍ଥଳ କମଳ ।୪୩।
ଶିଖିବା ପାଇଁ ଚତୁରୀମଣି ଗମନ ଚାତୁରୀ ଆତୁରିତ ଗତି ହୋଇ ଗଜ ମରାଳେ ।
ସୂଚିତୁଲ୍ୟ ନୋହି ମାନୀ ମାନସେ ସୁଖ ନ ଘେନି ସେ ବେନି ରାଜଧାନୀରେ ଭବନ କଲେ ।
ସଧୀର ଗମନ ଭିଆଇ ।
ସର୍ବାଂସହାକୁ ପବିତ୍ର କରିବା ପାଇଁ ।୪୪।
ସୁରଭିହୀନ ସୁରଭୀ ସୁରଭୀ କାଳେ ସୁରଭୀ ସୁରଭୀ ଅତି ସୁରଭୀ ପୂତିକି ଭଜେ ।
ସୁରଭୀ ଶିରୀଷ କୃତିବାସ ଗଉରୀ ଦୁଷ୍କୃତି ବିଦ୍ୟୁତି ଦ୍ୟୁତି ଲବକ ମାତ୍ର ବିରାଜେ ।
ସକଣ୍ଟ ସହଜେ କେତକୀ ।
ସମ୍ୟକ ରୂପେ ଉପମା କାହିଁ କାନ୍ତିକି ।୪୫।
ସପ୍ତାଧିକ ବେନିବିଂଶ ପଦରେ ଏ ଛାନ୍ଦ ଶେଷ ଶକ୍ତ୍ୟାନୁରୂପେ ଶ୍ରୀଅଙ୍ଗ ଶୋଭା କଥନ ।
ସୁଧୀଏ ଦୋଷ କରିଣ ଏ କଥା ନ ଘେନ ପୁଣ ମାନୁଷ ଲୀଳାରୁ କେଶଠାରୁ ବର୍ଣ୍ଣନ ।
ସୁମରି ଶ୍ରୀ ରଘୁନାୟକ ।
ସଂକୀର୍ତ୍ତନେ ଯାହା ନାମେ ହରେ ପାତକ ।୪୬।
ସେ ପୁଣ୍ୟଜନ ଆଶ୍ରୟ ପୁଣ୍ୟଜନ କରେ କ୍ଷୟ ବାଳୀ ସ୍ନେହୀ ବାଳିହୃଦ ଭେଦିତ ଶର ।
ସପକ୍ଷ କୁମ୍ଭସୁତର କୁମ୍ଭସୁତ ପ୍ରାଣହର କୁବଳୟ ବାମ କୁବଳୟ ସୁନ୍ଦର ।
ସୁବାହୁଘ୍ନ ସୁବାହୁଧର ।
ସେବ୍ୟ ସର୍ବଦାରେ ସେ ଉପେନ୍ଦ୍ର ଭଞ୍ଜର ।
ଚତୁର୍ଥ ଛାନ୍ଦ
ସୁଭଦ୍ରାର ଶୋଭା ଯଶ କଥନ ଏବଂ ହରି ବଳରାମଙ୍କ ବିଚାର(ରାଗ-କଲ୍ୟାଣ ଆହାରୀ)-ରୁପକ ଶ୍ଳେଷ-ସୁଧର୍ମା ସଭାରେ ବସି ଶୁକ ଋଷି କହିଲେ ଅମରଚୟଙ୍କୁ,ସାଜିଛି ଏମନ୍ତ ରଥ ମନରଥ ମନୋରଥ ଜଗଜ୍ଜୟକୁ ।ସାରଥି, ନେତ୍ର କେତେ ଗତି ହୁଅନ୍ତି ।ସରଶନା ଘଣ୍ଟି ପ୍ରକଟି କଟୀରେ ରଣରଣ ଏକା କହନ୍ତି ।୧।ସମାରେ ଚଞ୍ଚଳ ଅଞ୍ଚଳ ପତାକା ଚିକୁର ଚାମର ପ୍ରମାଣ,ସଚିତ୍ର ଉରଜ କଳସ ଲଲାଟ ଲପନ ଚାନ୍ଦ ଦରପଣ ।ସହିତ, ଯହିଁ ଜଘନ ଭଦ୍ରାସନ ।ସତିଳ ଗଣ୍ଡମଣ୍ଡଳରେ ରୁଚିର ମକରୀ ମକରକେତନ ।୨।ସରୋଜାସନ ସ୍ୟନ୍ଦନ ଶୋଭା ବହେ ଚଳିବାରୁ ହଂସ ଯୋଗରୁ,ସର୍ପଶନ ତୁଲ୍ୟ ଉନ୍ନତ ନାସିକା ଘେନି ଯେ, ବିଷ୍ଣୁ ରଥ ଚାରୁ ।ସୂର୍ଯ୍ୟର, ରଥ ଛବି ଏତେ ବହିଛି ।ସୁହିମକର ବିମ୍ବପରା ନିତମ୍ବ ଏକଚକ୍ର ଯୋଗ ହୋଇଛି ।୩।ସିନ୍ଦୂରୀଶାଢ଼ୀ ବ୍ୟାଘ୍ରଚର୍ମ ପିଧାନେ ଭୂରୁ ପରଶୁ ମନୋହର,ସିଦ୍ଧସେନା ତାତ ରତାକୃତି ମତ ସମ୍ଭୂତ ହୋଇଛି ତହିଁର ।ଶୋଭା ତ, ଅଳଙ୍କାରେ ଯେଣୁ ହୋଇଛି ।ସୁମନାରେ ଯେଣୁ ମଣ୍ଡିତ କୁବେର ରଥ ଗୁଣ ଅଛି ।୪।ସାରସତ୍ତ୍ୱମାନ ଉପମା ସଂସାରୁ ହରି ସିନା କଳ୍ପନା ତାର,ସର୍ବାଙ୍ଗ ସୁନ୍ଦରୀ ସର୍ବରଥ ଶିରୀ ଏଣୁ କରିଛି ଅଙ୍ଗୀକାର ।ସୁର ଯେ, ପ୍ରଶଂସା କଲେ ଏହା ଶୁଣି ।ସୁନ୍ଦର ସଂସାରେ ଯେହୁ ଚକ୍ରବର୍ତ୍ତୀ ତାହାକୁ ଯେ ଯୋଗ୍ୟ ତରୁଣୀ ।୫।-ଧ୍ୱନ୍ୟର୍ଥ-ଶ୍ୱଶୁର ଯାର ଗିରିରାଜ ସେ ମାତ୍ର ଶ୍ରବଣରେ ଶଙ୍କା ଲଭିଲେ,ସୀମନ୍ତେ ତମ ପରିପନ୍ଥୀ କମ୍ପିତ ତମରୁ ଡମ୍ବରୁ ଥରିଲେ ।ଶଚୀ ଯେ, କାନ୍ତମୁଖୁଁ ଏହା ଶୁଣିଣ ।ସୁକଲ୍ୟାଣ କଲେ ସଭୟ ସନ୍ତୋଷେ ବେଗେ ହେଉ ବିଭା ବୋଲିଣ ।୬।-ଅଦ୍ଭୁତ ରୂପକ-ସର୍ବପୁରେ ଯାଇଁ ପର୍ବତ କହିଲେ ମହୀଜାତ ହେମମଞ୍ଜରୀ,ସୁଗନ୍ଧବତୀ ସ୍ୱଇଚ୍ଛାରେ ଚଳିତ ପତ୍ରବଳୀରେ କି ମାଧୁରୀ ।ସମ୍ପୂଲ ଯହିଁ ପୁଣି ଫୁଲ ଏତେକ ।ସରୋରୁହ ଚମ୍ପା କୁମୁଦ ପାଟଳୀ ନିଆଳୀ ଶିରୀଷ ଅଶୋକ ।୭।ସଫଳ ଆମ୍ବ ଡାଳିମ୍ବ ବିମ୍ବ ଦ୍ରାକ୍ଷା ତୁମ୍ବୀ ନାରଙ୍ଗ ମାତୁଳଙ୍ଗ,ସାରଙ୍ଗ ଖଞ୍ଜନ ଚକୋର ମୟୂର ଶୁକ କପୋତ ହଂସ ସଙ୍ଗ ।ସ୍ୱରୂପେ, ମହା ଅଦ୍ଭୁତ କଥା ଏହି ।ସପତ ଜାତି ଫଳ ଫୁଲ ବିହଙ୍ଗ ଲତାରେ ଥିବା ଶୁଣା ନାହିଁ ।୮।ସମ୍ଭୂତ ପାତ୍ର ଯେ ସେ ସର୍ବଶୋଭାର ସବୁ ସମ୍ଭାବ୍ୟ ସୁମୁଖୀରେ,ସତୃଷ୍ଣ ଶୁଣି ଗୁପ୍ତପାଦ ନିକର ଇଚ୍ଛା ଦେଖିବାକି ଆଖିରେ ।ସ୍ୱଶତ୍ରୁ, ନିନ୍ଦା ଅଛି ଛିଦ୍ର ପାଇଲେ ।ସାରସିକ ନାସିକା ପରଶଂସାକୁ ପୁନଃ ପୁନଃ ସେ ପଚାରିଲେ ।୯।ସଭାରେ ପୂର୍ବ ଦେବଙ୍କର ବାସିଣ ଭାଷିଲେ ବାକ୍ୟ ବୁଦ୍ଧିବଳେ,ସାବିତ୍ରୀ ଧବ ନାରୀ ରତ୍ନପଦକୁ ପ୍ରସିଦ୍ଧ କଲା ଏତେକାଳେ ।ସଯତ୍ନେ, ନାନା ରତ୍ନମାନ ବସାଇ ।ସଜୀବ କଲା ସୁବର୍ଣ୍ଣ ପିତୁଳାକୁ ଯୋଗୀକୁଳ ଦେଲା ଭସାଇ ।୧୦।ସୁରେନ୍ଦ୍ର ମଣିରେ ରମଣୀ ଅଳକା ଚିକୁର ତୋଳା ରମଣୀୟ,ସୁରମଣିରେ ନଖର ମରକତେ ସୁଲୋମବଲ୍ଲୀ ଚିଲ୍ଲୀଦ୍ୱୟ ।ସମ୍ପୂର୍ଣ୍ଣ, ଅଧର ପ୍ରବାଳେ ନିର୍ମାଣି ।ସୁଧାହାସ ମୋତିଦନ୍ତ ହୀରାପନ୍ତି ପଦ୍ମରାଗରେ ପାଦପାଣି ।୧୧।ସୃଦୁଢ଼କରି କଠିନ ଗୁଣ ମାତ୍ର ଠୁଳ କଲା ଆଣି ଉରଜେ,ସେ ମଣିଶ୍ରେଣୀ ଯଉବନ ଶାଣରେ ଶାଣି ହୋଇ ପୁଣି ବିରାଜେ ।ସେ ଯେଉଁ, ଛଟକ ଝଟକ ତାହାର ।ସଦନ ନେତ୍ର ମନ ତହିଁ କରଇ ସେ କରେ ଏଥିରେ ମନ୍ଦିର ।୧୨।ସନ୍ଧ୍ୟାବଳକୁଳ ଶୁଣି ସୁବିଚାର ଏ ଭାବରେ କଲେ ମାନସେ,ସହଜେ ଦ୍ୱନ୍ଦ୍ୱ ରକ୍ଷ ଭକ୍ଷ ପରାୟେ ଖ୍ୟାତ ହେବାକୁ ଆମ୍ଭ ବଂଶେ ।ସେ କନ୍ୟା, ରସାଭବ କଲା ବିଧାତା ।ସାଧି ନ ପାରି ବଳେ ତାକୁ ଗୁହାରି କରୁଥିବେ ଯେଣୁ ଦେବତା ।୧୩।ସତ୍ୟବତୀ ସୁତ ପଦବୀ ଚରିତ ଏରୂପେ ଉତ୍ପ୍ରେକ୍ଷାକୁ ଦେଇ,ସମ୍ଭୂତ ଅଦ୍ଭୁତ ସୁନ୍ଦରୀ ଓ ଭୂତ ଭବିଷ୍ୟ ବର୍ତ୍ତମାନେ ନାହିଁ ।ସମୁଦ୍ର, ମେଖଳା ମସ୍ତକ ମଣ୍ଡିନୀ ।ସବିତା ଶଶାଙ୍କ ପରେ ପଦ୍ମ କରିବାର ଏମାନ ଚିତ୍ର ଘେନି ।୧୪।ସଂଖ୍ୟାରେ ରଖିଲେ ବିସୋର ହେବାକୁ ଚତୁର ଚତୁରଲପନ,ସଦା କରରେ ରହିବେ ନାରାୟଣ କରୁଥିବାକୁ ବିଲୋକନ ।ସେନେହ, ନିଧି ନାମ ଦେଲେ କୁବେର ।ସଲୋଭ ନୋହିବ ସଂସାରେ କେ ଆଉ ଦୁର୍ଲଭ ଶୋଭାକୁ ତାହାର ।୧୫।ସୁମନୁ ସୁମନ ପକ୍ଷୀଠାରୁ ପକ୍ଷୀ ଫଳରୁ ଫଳା କରେ ଜାତ,ସମାପ୍ତ ନୋହିବ କଥନେ ଏମନ୍ତ ଅଙ୍ଗେ ଅଛି ବହୁ ଅଦ୍ଭୁତ ।ସମକୁ, ତାହାକୁ ସେହି ଅଛି ଏକା ।ସୁଖଦାୟକ ନୟନକୁ ହୁଅଇ ବନ୍ଦୀ କରିବାକୁ ନାୟିକା ।୧୬।ସ୍ୱତଃ ଶିକ୍ଷା କରି ଏହି କବିତ୍ୱକୁ ଦେଶେ ଦେଶେ କଲେ ବିଖ୍ୟାତ ।ସ୍ରବି ଚନ୍ଦ୍ରମଣି ଚନ୍ଦ୍ର ଦେଖି ଯେହ୍ନେ ତେହ୍ନେ ସର୍ବ ନୃପ ଦ୍ରବିତ ।ସାରିଲେ, ଚନ୍ଦନ କର୍ପୂର ଭଣ୍ଡାରୁ ।ସାରିଲେ ଉଶୀର ବାଟି ପଦ୍ମଦଳ ନାଳ ବିନାଶ ସରୋବରୁ ।୧୭।ସାରିକା ଶୁକମାନଙ୍କ ବନ୍ଦୀ ମୋକ୍ଷ ଯୋଗ ପଡ଼ିଲା ଯେ କାଳରେ,ଶମ୍ବର ପରକୁ ଅସର ନୋହିଲା ଶର ପ୍ରହାର କରିବାରେ ।ସ୍ଫୁରିଲା, ଉଚ୍ଚେ ଶିବ ଶିବ ବଚନ ।ସନ୍ତତେ ଗୁରୁମୁଖରୁ ଶିଷ୍ୟମାନେ ପାଠ ଘୋଷୁଥାନ୍ତି ଯେସନ ।୧୮।-ରୂପକ-ସରୋଜିନୀକି ସରୋଜିନୀ କରି ସେ କଳ୍ପନା କଲେ ମନେ ମନେ,ସୁବାହୁ ମୃଣାଳ ଉଦର ପଳାଶ କାନ୍ତି କେଶର ବିଦ୍ୟମାନେ ।ସୁମୁଖ, ଫୁଲ୍ଲାରବିନ୍ଦ ମଧୁ ପୂର୍ଣ୍ଣ ।ସୌରଭ ପର ଚିରକୁ ମଧୁକରପନ୍ତି କୁଟିଳ ଚାରୁସ୍ତନ ।୧୯।ସୁଧାପୁର ପଦ୍ମାକରେ ସ୍ଥିତି ନବ ବୟସ ବସନ୍ତେ ମାଧୁରୀ,ସେହି ଅଉଷଧି ବିରହ ବ୍ୟାଧିକି ବହିଅଛି ବିଧି ବିଚାରି ।ସଂଚର, ଆମ୍ଭର କେହି ହେବ ନାଶ ।ସେଚନ ନୋହିଲେ ତହିଁ ପ୍ରେମରସ ନ ଲଭିଲେ ତାର ସ୍ପରଶ ।୨୦।ସରଗସୁତ ପରାୟେ ଯୁବାବ୍ରାତେ କାମ କପିଳ କୋପାନଳେ,ସଂଦଗ୍ଧ ନିଶି ଦିବସରେ ହୋଇଲେ ଆପେ ଅର୍ଜିତ କର୍ମବଳେ ।ସାଧ୍ୟ ସେ, ନୋହିବ ଆନ ଉପାୟରେ ।ଶାନ୍ତି ଭଜିବେ ସୁପୁତ୍ର ଭଗୀରଥ ତର୍ପଣ କୃତ ଗଙ୍ଗାନୀରେ ।୨୧।ଶୁଣିବାରେ ଯହିଁ ଏମନ୍ତ ଦେଖିଲେ କି ହୁଅନ୍ତେ ତାହା ନ ଜାଣି,ସୁଲକ୍ଷଣୀ ବକ୍ରେକ୍ଷଣୀ ଶୋଭା କୀର୍ତ୍ତି ମଣ୍ଡିଲା ସମସ୍ତ ଧରଣୀ ।ସେ କନ୍ୟା, ଦ୍ୱାରକା ସ୍ଥିତ ହୋଇ ଯୁବା ।ସୌନନ୍ଦକ ଚିତ୍ତେ ଚିନ୍ତାର୍ଥୀ ଏଥକୁ କାହାକୁ ପ୍ରଦାନ କରିବା ।୨୨।-ଶ୍ଲେଷ-ସମାନ ପୌଲସ୍ତ୍ୟ ରାଜା ଦୁର୍ଯ୍ୟୋଧନ ମନ୍ଦୋଦରୀରେ ସ୍ନେହବନ୍ତ,ସାନନ୍ଦ ଶୁକ ଉକ୍ତିକି ଶୁଣିବାରେ ପୁଷ୍ପକେ ଅତ୍ୟନ୍ତ ରାଜିତ ।ସେବିତ, ସୁମନବୃନ୍ଦ ଯେ ନିରତ ।ସୁନାସୀର ବିନୟୀ ଯା ଦ୍ୱାରସ୍ଥ ପାଶେ ଭେଟ ହୋଇବାର ନିମିତ୍ତ ।୨୩।ସନ୍ନିଧେ ସେ ନୀଳକଣ୍ଠ କଉତୁକେ ନଚାଇ କବିଠାରେ ପ୍ରୀତି,ସମଦେ ଜନକସୁତା ଧରଷଣେ ଅତି ଲୁବଧ ଯାର ମତି ।ସ୍ୱଭାବେ, ଶ୍ରୁତିକି ସୁଦୁର୍ଲଭ କୃତ ।ସୁତ ଅଗମ୍ୟ ହୋଇ ଯାର ସ୍ଥାନ ହିଁ ସପତ ଦ୍ୱୀପେ ନାହିଁ ସତ ।୨୪।ସପତ୍ନୀ ବୀର କୀରଟି ଶ୍ରୀରାମର ଧାମ ଦୁର୍ଲଭ ମାନୁଷରେ,ସେନା ଯାର ଭୀଷ୍ମ ସୁର ଦର୍ପହର କାମରୂପ ଖ୍ୟାତି ସଂସାରେ !ସେ ଏକା, କନ୍ୟା ସମାନେ ଅଛି ବର ।ସମ୍ମତ କଲେ ମାନସ ହଳଧର କେବଳ ଏହି ସୁବିଚାର ।୨୫।ସ୍ୱର୍ଣ୍ଣପକ୍ଷଧ୍ୱଜ ଅନ୍ତର୍ଯ୍ୟାମୀ ହରି ହଳୀ ହୃଦୟକୁ ଜାଣିଲେ,ସମୁଦ୍ବେଗ ଯାଇ କରିବା ଆଶାରେ ଦେବେ ଦେଶେ ଦୂତ ପେଷିଲେସଂଗ୍ରାମ, କରାଇ ଗୋଶୃଙ୍ଗ ସଙ୍ଗତେ ।ସବ୍ୟସାଚୀ କି ଯଶ ଦେଇ ସେ କନ୍ୟା ପ୍ରାପତ କରିବା ନିମିତ୍ତେ ।୨୬।ସପ୍ତବିଂଶ ପଦେ ଛାନ୍ଦ ଶେଷ କରି ଉପଇନ୍ଦ୍ର ଭଞ୍ଜ ନୃପତି,ସୁଚିତ୍ତେ ଭାବିତ ରାମ ରାମ ରାମ ଅନନ୍ତ ଭୂଷଣ ସତ୍କୀର୍ତ୍ତି ।ସହସ୍ର, କର ଦର୍ପହର ଦୀପିତ ।ସମ୍ପଦ ଦାୟକ ଅତି ଜନକର ନେତ୍ର କମଳ ଛବିଜିତ ।୨୭।