ସ୍ରୋତ−ସଙ୍ଗମ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୮
- ସ୍ଥିତି
- ସାର୍ବଜନୀନ (Public domain)
ଅଜ୍ଞାତ ପର୍ବତଗୁହା ଭେଦି ନିରୁଦ୍ଦେଶେବିଭ୍ରମିଲି କେତେ କାଳ ଅଜ୍ଞାତ ବିଦେଶେ ।ବହୁ ଦୂରେ ଜନ୍ମଗୁହା ହେଲା ଅନ୍ତର୍ହିତ,ଉଦାସ ଉଦାସ ହେଲା ମୋର କ୍ଷୁଦ୍ର ଚିତ୍ତ ।ଏମନ୍ତ ବହୁତ ପଥ ଯାଆନ୍ତେ ମୁଁ ବହି,ସେ ଏକାକୀ ନିର୍ଜନତା ନ ପାରିଲି ସହି ।କାଳକ୍ରମେ ଭେଟିଲି ମୁଁ ଏକଇ ନିର୍ଝର,ଏତେ ଦିନେ ପାଇଲି ମୋ ପ୍ରାଣର ଦୋସର ।ସେ ପ୍ରେମ−ନିର୍ଝରେ ପଶି ମୋ ଜୀବନ−ସ୍ରୋତବିଶ୍ୱସଂସାରକୁ ଘୋଟିଗଲା ଓତଃପ୍ରୋତଃ ।ସେ ନିର୍ଝର ସଙ୍ଗେ ହେଉଁ ଆତ୍ମବିସ୍ମରଣ,ଉଦାର ସୁଦୀର୍ଘତର ହେଲା ପ୍ରାଣମନ ।ସେହି ସ୍ରୋତ ଯାଏ ପୁଣି ଅନନ୍ତ ସାଗର,ଯହିଁ ନର ପାସୋରଇ ଭେଦ ଆତ୍ମପର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ