ସଫଳ ସ୍ୱପ୍ନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ଶୈଶବ−ସୀମାନ୍ତେ ଯେବେ କରି ଧୂଳିଘରକ୍ରୀଡ଼ାରେ ଆସକ୍ତ ଥିଲି ସାଥି−ସଙ୍ଗତର,କେବଣ ଅଜ୍ଞାତଲୋତେ ଗୋ ସୁରସୁନ୍ଦରି,ଦେଖିଥିଲି ସେ ଲାବଣ୍ୟ ବେନି ନେତ୍ର ଭରି !ନୀଳନଭେ କୃଷ୍ଣଘନେ ଲୋଳ ସୌଦାମିନୀ-ରୂପେ ଦେଖିଥିଲି ତୋତେ ଲୋ ରୂପଗବଣି !ଶାରଦଚନ୍ଦ୍ରିକାଧୌତ ଅନ୍ତରୀକ୍ଷଦେଶେବୁଲୁଥିଲୁ ବରାଙ୍ଗିରେ ! ଜ୍ୟୋସ୍ନାଶୁଭ୍ରବେଶେ ।ଦେଖିଥିଲି ବରାନନେ ! ସେ ବିଧୁକିରଣେତୋ ଅନିନ୍ଦ୍ୟ ମଧୁରିମା ଅପତୃପ୍ତନୟନେ ।କାଳକ୍ରମେ ଆଗମିଲା ମଧୁର ଯୌବନ,ଚହିଲା ହୃଦୟବନେ ଦକ୍ଷଣା ପବନ ।କାହୁଁ ଉଡ଼ିଆସି ତୁ ରେ ବସନ୍ତକୋକିଳ !ସେ ବନେ କଲୁ ତୋ ସ୍ୱନେ ଆନନ୍ଦ−ଆକୁଳ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ