ସ୍ମୃତି ଓ ପ୍ରଣୟ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୮
- ସ୍ଥିତି
- ସାର୍ବଜନୀନ (Public domain)
ମଉନନ୍ତେ ମଧୁସ୍ୱନ, ସଙ୍ଗୀତସ୍ମୃତି−ସୌଧେ ହୁଏ ପ୍ରତିଧ୍ୱନିତ ।ମଉଳନ୍ତେ ଫୁଲ, ସୁରଭି ବାସମହକାଇ ପ୍ରାଣେ କରଇ ବାସ ।ଝାଉଁଳି ପଡ଼ିଲେ ଫୁଲ ଗୋଲାପପଲ୍ଲବ ପ୍ରିୟାଙ୍କ ହୁଏ ତଳପ ।ସେହି ସରି ତୋର ବିହହେ ସହି ।ସ୍ମୃତି ଶେଯେ ଥିବ ପ୍ରଣୟ ଶୋଇ ।———ସ୍ମୃତି ଓ ଆଶା
—୧—
ସ୍ମୃତି ମୋର କହେ କାନେ କାନେସେ ତ ଦୂର ଅତୀତର କଥା;ଆସା ମୋର ବହି ଆଣେ ପ୍ରାଣେପ୍ରୀତି−ସ୍ନିଗ୍ଧ ଅମୃତ ବାରତା ।
—୨—
ଆସିଥିଲା କେଉଁ ପୁଣ୍ୟବଳେ,କରିଥିଲା ଏ ପ୍ରାଣ ମଧୁର;ଚାଲିଗଲା ଖଣ୍ଡ ତପ ଫଳେ,କରିଗଲା ବିରହ−ବିଧୁର ।
—୩—
ବିହଙ୍ଗମ ତେଜିଣ ପିଞ୍ଜରନନ୍ଦନ−କାନନ−କଳ୍ପ−ବଟେତେଜ ମୋହ−ବନ୍ଦନ ଭବରଉଡ଼ିଗଲା ମନ୍ଦାକିନୀ−ତଟେ ।
—୪—
ବନପ୍ରିୟ ଯୌବନ−ବସନ୍ତେରାବିଗଲା ପ୍ରାଣ−କୁଞ୍ଜବନେ,ପୂର୍ଣ୍ଣ−ଇନ୍ଦୁ ହସିଲା ଶରତେମେଘମୁକ୍ତ ସୁନୀଳ ଗଗନେ ।
—୫—
ପୁଟିଥିଲା ପୀରତି−ପ୍ରସୂନଜୀବନର ନନ୍ଦନ−କାନନେ,ଶୁଭଥିଲା ସଙ୍ଗୀତ−ସୁତାନକଳ୍ପନାର ବିମୁଗଧ−ଶ୍ରବଣେ ।
—୬—
ଜଗତରେ କିଛି ନୁହେ ସ୍ଥିର,ଅଢ଼ାଇ ଦିନର ଭବଖେଳା;ଜୀବନ ଯୌବନ କାହିଁ ଚିର?ତା କେବଳ ମାୟାମୋହମେଳା !
—୭—
ବସନ୍ତର ଦକ୍ଷିଣ ମଳୟଚାହୁଁ ଚାହୁଁ ଗଲା ତ ଉଭାଇଇନ୍ଦୁ−କଳା ଭଜନ୍ତେ ବିଲୟସୁଧା ଆଉ ବରଷଇ ନାହିଁ !
—୮—
କୁସୁମ−ଲତିକା ହସୁ ନାହିଁ,ଶୁଭୁ ନାହିଁ ସଙ୍ଗୀତ ସୁସ୍ୱର,ସୁଷମା ସଂସାର ଗଲା କାହିଁ,
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ