ସ୍ମୃତି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
ତେଜିଲେ ନ ଯାଅ ମନୁ, ଡାକିଲେ ଆସନାକିଏ ତୁମ୍ଭେ ଢାଳ ହୃଦେ ଅନନ୍ତ ବାସନା !ଦେଖାଅ କି ରହସ୍ୟ ଗୋ ନିତ୍ୟ ଲୀଳାମୟୀଏକାଧାରେ ସୁଖ ଦୁଃଖ କୀର୍ତ୍ତି-କଳା ବହି ।ବାଳକ ଲଳିତ ପ୍ରାଣେ ବୃଦ୍ଧର ମାନସେଯୁବକ ମଧୁର ହାସ୍ୟ ମୋହନ ବୟସେ ।ବସି ଛଦ୍ମବେଶେ ଦେବି ! ଜାଗ ଅନୁକ୍ଷଣକ୍ଷଣୁ କ୍ଷଣେ କରେ ଚିନ୍ତା ଯବନି ପତନ ।ଅତୀତର କେତେ ଗାଥା ସୁଖ-ଦୁଃଖଯୁତଭବିଷ୍ୟ ମଧୁର-ଲୀଳା ଅନନ୍ତ ବିସ୍ତୃତ,ପାଦପେ ବଳ୍କଳ ପ୍ରାଏ ଜଡ଼ିତ ତୋ ଅଙ୍ଗେବିଷାଦ, ବିଳାପ, ସୁଖ-ସମ୍ପଦ ପ୍ରସଙ୍ଗେ ।ଉଠାଅ ମୋ ଜୀବନର ଆଦ୍ୟ ଯବନିକାଗାଇବି ବିଷାଦେ ସୁଖେ ବିସ୍ତୃତ ଦାୟିକା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର