ରୂପର ପୂଜା — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିତା କର-ଚରଣେ ଏ ଯେ ଅକାରଣେଦୂର ପଥଚାରୀ ପରଶସେ ଦୂର ସପନ-ମଗନା,ଡାକନା ହେ ଥରେ, ତା ଅଧା-ପଥରେତୁଟି ଯିବ ତାର ହରଷସୁକୁମାରୀ ପାଶେ ଲାଗନା ।ଦେଖିଚ ତ କେତେ ଅଖିଳ ଜଗତେଛଳଛଳ ଚଳ-ଲୋଚନଝରିପଡ଼େ ଲୁହ-ମୁକୁତା;ଘନ ଅପାଙ୍ଗେ ଚପଳ ରଙ୍ଗେକରେ କି ପୀରତି ରଚନସୁକୁମାରୀ ଅନୁରକତା ।କେତେ ଯେ ଭଞ୍ଜ- କବିତା କୁଞ୍ଜବନେ ଲାବଣ୍ୟବତୀ ହେ,ମାଳବିକା ତୁଲେ ମଳୟେ,ବୁଲି ବନ ତଳେ କିଶଳୟ ତୋଳେ,କେତେ ଯେ ଯକ୍ଷ ସତୀ ହେ,ସାଜେ କଙ୍କଣ ବଳୟେ !!ମାନସ-ମୁକୁରେ ପଛେ ରଖି ତା’ରେଆଜି ନିରେଖ ଏ ନୟନେପାର ଯେତେ ମନୋରଥେ ହେ,ଡେଇଁ ରୂପ-ସୀମା ଏ ଯେ ଅନୁପମାତରୁଣୀ ବାଳା ଶୟନେବୁଣେ ରୂପ ଅବିରତ ହେ ।କା’ର ପୁରପଥ ଉଜ୍ଜ୍ୱଳେ ବାଳାକା’ ଜୀବନ କରେ ମୁଖରକା’ର ବନେ ଫୁଲ ତୋଳେ କି ?କା’ର ଗଳେ କର - କଂକଣ ତାରବାଜି କରେ ପ୍ରୀତି ପ୍ରଖର,କହେ କଥା କା’ର ଭୋଳେ କି ?ଡାକ ନା ହେ ଦୂର - ପଥଚାରୀ ତା’ରେ,ରହ ନିମିଷେକ ଆବରଘେନ ଦୀନ କବି ମିନତି,ଏ ନୟନେ ତାର ରୂପ ଗଢ଼ିବାରଯେତେ ଯେ ଅସ୍ତ୍ର ବିଧିରବନ୍ଦନା ଆଜି କରତି !ଶୁଣିଛ କୋକିଳ- କଣ୍ଠେ ତା ବାଣୀପଦ ଉଷା-ସରସିଜେ ହେ,ନିରେଖିଛି ବହୁ ବାସରେ,ପରିମଳ ତା’ର କନକ ତନୁରବହିଛି ମଳୟ ନିଜେ ହେ,ଫୁଲ-ବନ-ମଧୁ-ରାସରେ ।ବିଜୁଳି ତା ଲୋଳ- ଲୋଚନଯୁଗଳବର୍ଷଣମୁଖ ଜଳଦେଯାଏ ନଭ ତଳେ ଖେଳାଇ;ଚିକୁର-ନିକର ଶୈବାଳଦଳସରସୀ ପୁଳିନେ ସରଜେକମଳ-ବଦନେ ଘେରାଇ ।ସପନେ ସେ ଦେଖୁ ପ୍ରିୟ ବନ୍ଦିତଉପବନ ତରୁ-ତଳପେଝରେ ଶେଫାଳିକା ବିଳପି,ସପନେ ସେ ଶୁଣୁ ପ୍ରାଣ-ନନ୍ଦିତଉଷା-ପିକ ଗୀତି କଳାପେଯାଏ ମୁହିଁ ତା’ରେ କଳପି !!(ପଥତଟଶାୟିତା କୌଣସି ଏକ ଅପରିଚିତା
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଏହି କବିତାର ନାୟିକା)
ପଲ୍ଲୀ-ଦେବତା
ଘନ ବଟତଳ ଲୀଳା-ବିଳାସିନି ଦେବୀ ଗୋ
ଏ ଯେ ପୁରବଧୂ କିଶୋରୀ ଚରଣେ ସେବି ଗୋ
ତବ ମୁକୁଳିତ କଳି ଦେଲେ
ବାଢ଼ି ଚରଣେ
କହି କି ପାରିବେ ଇତିହାସ ତାର ମରମେ !
ଯେ ଦିନ ଉଠିଲା ନୀପ ବଟ ଚୂତ ବକୁଳ
ମାଧବୀ ମାଳତୀ ମଲ୍ଲିକା କଲେ ଆକୁଳ,
ଧରଣୀର ଏହି ନିର୍ଜନ -
ପଥ ପ୍ରବାସେ
ରଚିଲା କେ ଆସି ଏ ପୁର ପଲ୍ଲୀ ଆବାସେ ?
ପଥ ଫିଟାଇଲା ଅପଥେ ଯେ ଲତାଗହଳେ
ବରଣ କରିଲା ତରୁମୂଳେ ଜନ-ଚହଳେ
ସେ ଦିନ ଜନର ଫୁଲମାଳା
ଆଜି ଅଛି କି ?
ତବ ଆସ୍ଥାନୁ ଦେଇ କେ ପାରିବ ବାଛି କି ?
ସିନ୍ଦୂରେ ଦେଲା ବୋଳି ଯେ କମ୍ର କିଶୋରୀ
ପାଷାଣି ଗୋ ତା’ରେ ଦେଇଛ କି ଆଜି ପାସୋରି !
ପ୍ରଥମ ତିଳକ ଦେଲା ତବ -
ଭାଲେ ଯେ କର
ସେ କରପରଶ ସତ୍ୟ ଯୁଗର ମୁକର !
ଚରଣ ଅଳତା ଛାପ ଛାଇ ପଥ ଦୁଆରେ
ଶୁଭ କିଙ୍କିଣୀ ବଜାଇଲା ଯେହୁ ବାହାରେ
ସୁକୋମଳ ନୀପ କଳି ତୋଳି
ଦେଲା ଯେ ବାଳୀ
ମନେ ଅଛି ସତେ ? ଜାଳି ଯଉବନ-ଦୀପାଳୀ !
ଦଶ ବାରଟି ଏ ନୀରବ ଦୁଃସ୍ଥ କୁଟୀରେ
ବନ୍ଦନା ଲୀଳା ପ୍ରକଟିଲା ପରିପାଟୀରେ ।
ସେ ଦିନ ଲଗ୍ନ ଶୁଭବେଳା
କେବେ ପଡ଼େ କି ?
ସେ ଦିନର ଚୂତ ଶ୍ୟାମ ଡାଳ ଆଉ ଥରେ କି –
ତବ କପାଳରେ, ହେ ମୂକ ଦେବତା କହିବ ?
ପଥଚାରୀ ଆଜି ମାନସ-ମୁକୁରୁ ବହିବ ?
ସେ ଦିନର ଛାଇ, ସେ ଦିନର
ଶୋହା ବିଭବ
ଦୁଃଖହାରିଣୀ ନାମ ବହି ମୂକ ରହିବ ?
ଖାଲି ମୁଁ ଦେଖିବି, ଆସୁ ଆଜି ସେହି ଚତୁରୀ
ଖାଲି ଉଠୁ ତାର ବଦନେ ହାସ୍ୟ ଉତୁରି
ଖାଲି ଫୁଟୁ ତାର ପଦ ତଳେ
ଶତଦଳ ଗୋ
ବଚନ ତା ହେଉ ଖାଲି ବାରେ କଳକଳ ଗୋ ।
ପଲ୍ଲୀ ଏ ଆଜି ଦୁଃଖ ରାଗିଣୀ ମୁଖରା -
ଚିତ୍ତେ ରହିଛି ଆଜି ମୋର ଗୀତ ପ୍ରଖରା
ଏ ତଳେ ରଚିବି ଆଜି ମୋର
ଦୁଃଖ ଶୟନ
ନାହିଁ କରୁଥିଲା କିଶୋରୀ କୁସୁମ ଚୟନ !
କଳ ରାକ୍ଷସ ଶାସିତ ନଗର ବିହାର
ଆଜି ବରଜି ମୁଁ ଆସିଛି, ଦିଅ ଗୋ ଆହାର
କ୍ଷୁଧିତ ତରୁଣ ! ପଲ୍ଲୀ ଗୋ
ଦିଅ ବିଚାରି
ଜୀର୍ଣ୍ଣ ବିମୂଢ଼ ବକ୍ଷ-ଦୁଆର ବିସାରି ।
ଫୁଟୁ ଫୁଲ ପୁଣି ବନେ ଏହି ଶିଳା-ତଳପେ
ଦିବସ ଯାମିନୀ ଯହିଁ ଗଉରବ ବିଳପେ
ପଙ୍କ ମଳିନ ବକ୍ଷ ଗୋ
ଆଜି ଉଜଳୁ
ଝରୁ ଗଦ୍ଗଦ ଅଶ୍ରୁ ମୋ ଘନ କଜଳୁ ।
ଶୁଭ ହୁଳହୁଳି ଶୁଭ କଙ୍କଣ-ରାଗିଣୀ
ଶୁଭୁ ମୃଦଙ୍ଗ ଭାଗବତ ଯେବେ ଜାଗିନି
ହେ ପାଷାଣି ! ଆଜି ନଚାଅ ଗୋ
ପୁର ସରଣୀ
ଗଲେ କାହିଁ ସେହି ସୁକୁମାରୀ ବ୍ରତଚାରିଣୀ ।
କି ଜନମେ କେବେ ଆସିଥିଲି ତୋର ପରଶେ
ମନେ ପଡ଼େ ମୋର ଶତ-ସହସ୍ର ବରଷେ
କେବେ ଗୋ ଆସିବି ଫେରି ପୁଣି
ତୋର ଚରଣେ
ଭେଟି କି ପାରିବି ପାରିଲେ ମୁଁ ଦିନେ ମରଣେ ?
ଥରେ ବା ଲଭିବି ଏ ଫୁଲପରଶ କପାଳେ
ଥରେ ବା ଘେନିବି ବରଣମାଳା ମୁଁ ଅକାଳେ
ମରଣେ ବା ଥରେ କରିବି ସେ
ଶୋଭା ଲୋକନ
କହ ତରୁତଳବାସିନୀ କହ ଗୋ ବଚନ ?
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ