ନବବର୍ଷେ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୧
- ସ୍ଥିତି
- ସାର୍ବଜନୀନ (Public domain)
ଏ ଜୀର୍ଣ୍ଣ ବିପଞ୍ଚୀ ବହି ଅତୀତ ସୋହାଗେଗାଅ ନାହିଁ ପଥିକ ବିଜନେଏ ଜୀର୍ଣ୍ଣ କୁଟୀର ଭାଲେ ଦେଖ କିମ୍ପା ଆଉକ୍ଷୀଣ ଆଶା ଅଳସ କମ୍ପନେ ?ଶିଥିଳିତ କଣ୍ଠେ ଆଉ ଥରିଥରି କିମ୍ପାଢାଳି ଏ ଯେ କରୁଣ ସଙ୍ଗୀତଲୋଚନ କୁଞ୍ଚନେ ଚାହଁ କି ଆଶେ ସୁଦୂରେଭାଳେ ବସି କି’ବା କ୍ଷୀଣ ଚିତ୍ତ ।ଉନ୍ମୁକ୍ତ ପ୍ରଶାନ୍ତ ନଭେ ବାଜିଲାଣି ବୀଣାଖେଳିଲାଣି ଅନନ୍ତ ମୁଖରିକେଉଁ ଦିଗ୍ବଳୟ କୋଳେ ଚପଳା ସୋହାଗେନାଦିଲାଣି ସ୍ୱର୍ଣ୍ଣ ଆଶା ଫେରି ।ବିଶ୍ୱପ୍ରାଣେ ପ୍ରାଣ ଢାଳି ଭାବ ଭାବୋଚ୍ଛ୍ୱାସେଖେଳେ ନର କର୍ମ ଭାସେ ଆଜିଚିନ୍ମୟ ସଂପଦେ ଭରା ଦିଗନ୍ତବିସ୍ତାରୀମରୁଶୈଳ ବନ-କୁଞ୍ଜ-ରାଜି ।ଏ ଜୀର୍ଣ୍ଣ କୁଟୀର ନୁହେ ବାସ ମାନବର-କ୍ଷୀଣ ଆଶା ପଥିକ ପ୍ରହରୀଏ ବିପଞ୍ଚୀ-ମର ଚିନ୍ତା ଶବଳିତ ତାନେଦୂରୁ ଆସେ ହଳାହଳ ଧରି ।ଏ ବିଶ୍ୱ ପଥିକ ମୁହିଁ ଅନନ୍ତ ପ୍ରେରଣେକୁଟୀର ମୋ ମହା ଉନ୍ମୁକ୍ତତାସଙ୍ଗୀତ ମୋ ବନଗିରି ନିଳାମ୍ୱୁ ବାରିଧିସ୍ରୋତସ୍ୱତୀ ଅତ୍ୟନ୍ତ ସିକତା ।ଏ ମହା କୁଟୀରେ ବସି ଏ ମହା ସଙ୍ଗୀତଯାଉ ମିଶି ଏ ମହା ସମ୍ପଦେ,ଆସ ହେ ଅନନ୍ତ ଦୂତ ‘‘ନବବର୍ଷ’’ ପ୍ରାଣେପୂରୁ ବାଞ୍ଛା ତବ ଆଶୀର୍ବାଦେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର