ଚଉରାମୂଳେ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୬
- ସ୍ଥିତି
- ସାର୍ବଜନୀନ (Public domain)
ରଜନୀ ଗୋ ଆଜି କଥା କହ ବାରେସଜନୀ ସରିକିଏ ଗଲା ଏହି ଚଉରାମୂଳେ ଏପ୍ରଦୀପ ଜାଳିଏ ଘନ ତିମିରେ ବେଦନା ଭରି ।ଏଇ ଗଲା ପଥେ, ପଡ଼ିଛି ତାହାରଚରଣ ଦାଗଲିଭିନି ଏ ଦୀପ, ଲିଭିନି ସେ ତାରକି ଅନୁରାଗଏ କି ଦେଲା ବୁଣି ପ୍ରୀତି-ପରାଗ !କର ଥରୁଥିଲା, ଦୀପ ସେ ଥରିଲାଥରିଲା ତନୁଖସି ପଡୁଥିଲା ଶିଥିଳ ବସନସେ ଅପଘନୁବାରି କି ଝରିଲା ନତ ନୟନୁ ?ଦୂର ନଭ ନୀଳ ପ୍ରାଙ୍ଗଣ ଭେଦିଉଠିଲେ ଗୀତିଏ କୁଟୀର ତଳେ ଜଳେ କି ଏଭଳିପୀରତି ବତିବୁକୁ ଚିପିଧରେ ତରୁଣୀ-ସତୀ !ରଜନୀ ଗୋ, ଏ ଯେ ସଜନୀ କାହାରମୁକୁଳା କର -ଭାଜିନି ସପନ, - ଯଉବନ ନିଦମଧରତର;ଦୀପ ଜାଳି ବସେ କି ଉଜାଗର !ଜାଳେ ଆଜି ଦୀପ, ଜାଳେ ଏ ତରୁଣୀଜାଳେ ଏ ବାଳା,ଜାଳେ ଏ କିଶୋରୀ, ଦେଇନି ବିସୋରିକୁସୁମମାଳାପଲ୍ଲୀ ଗଗନେ ତରୁଣୀ-ତାରା ।ରଜନୀ ଗୋ, ଆଜି କଥା କହ ମୋରେଚଉରାମୂଳେଲୋଡ଼ା ନାହିଁ ମୋର ଲୀଳା ଦେଖିବାକୁସଉଧ ଚୂଳେତରଣୀ ମୋ ଲାଗୁ ତରୁଣୀ-କୂଳେ ।କୂଳେ ବସି ତାର, ସେ ଅପଘନରେଗାଇବି ଗୀତିକବି ଯା ଛାଡ଼ିଛି ବ୍ରତ ଉପବାସେନବ ଯୁବତୀଫୁଟିବ ଏ ବାଣୀ ତୀରେ ତା ପ୍ରୀତି ।ଖେଳୁ କବିକଥା ଲୀଳା ଲାଳସିନୀଲଳନା-ମେଳେକବି ନିଶ୍ୱାସ ରଚୁ ଜୟବାନାଗୋଲାପି ଚେଳେଦୀପ ମୁଁ ଦେଖିବି ଚଉରାମୂଳେ ।ଆସ ଗୋ ରଜନୀ ଆସ ଗୋ ସଜନୀତରୁଣୀ କା’ରଆସ, ହେ ଗଗନ ଧ୍ରୁବ ତାରା ତଳୁସପନ-ଭୋଳଏ ଦୀନ କବିର ମାନସ-ଚୋର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର