ପିତାମାତା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୨
- ସ୍ଥିତି
- ସାର୍ବଜନୀନ (Public domain)
ପିତାମାତା ଜୀବନର ପ୍ରତ୍ୟକ୍ଷ ଦେବତାଜୀବନ-ସମ୍ୱଳ, ସୁଖ-ସଂପଦ-ବିଧାତା ।ନିର୍ବିକାର ଚିତ୍ତେ ପୁଣି ଅମ୍ଳାନ ବଦନେପାଳନ୍ତି ସନ୍ତାନେ ସେହୁ ପରମ ଯତନେ ।କି ସୁଧା ଆନନ୍ଦ ଝର ଫିଟିଯାଏ ବଳେଚିର ସ୍ନେହମୟୀ ମାତା ମଧୁର ଅନ୍ତରେ ।ଉତ୍ତପ୍ତ ମିହିର କରେ ହିମାଚଳୁ ଯଥାଦୁର୍ବାର ସଲିଳଧାରା ସ୍ରବଇ ସର୍ବଥା-ତେସନ ସନ୍ତାନ-ଦୁଃଖେ ହେଲେ ମ୍ରିୟମାଣାଜନନୀ ନୟନୁ ଝରେ ଲୋତକ-ଝରଣା ।କି ଦୁଃଖ ଯାତନା ସହି ଗଢନ୍ତି ଜୀବନଦିବସ ଯାମିନୀ, ସୁଖେ ଦୁଃଖେ ଅନୁକ୍ଷଣ ।ପାଳନ୍ତି ଯେ ସ୍ନେହଭରେ ତାଙ୍କରି ଶ୍ରୀପଦେରହୁ ମୋର ମତି ସଦା ସଂପଦେ, ବିପଦେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର