ସୀତା ବନବାସ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୯୯
- ସ୍ଥିତି
- ସାର୍ବଜନୀନ (Public domain)
ଅଗ୍ରଜ-ଆଜ୍ଞାବହ ସୌମିତ୍ରି ରଥୀରାମ-ହୃଦୟ-ଜ୍ୟୋତ୍ସ୍ନା ବୈଦେହୀ ସତୀବିସର୍ଜି ଭାଗୀରଥୀ ତୀର କାନନେଲେଉଟାଇଲେ ରଥ ଅଥୟ ମନେ ।ଘନ ଘନ ଲୋତକଧାରା ନୟନୁଝରି ତିନ୍ତିଲା ବକ୍ଷ ତିନ୍ତିଲା ଧନୁ ।ଘୋର ଘର୍ଘର ଘୋଷେ ପୂରି କାନନଚଳିଲା ହାହାରବେ ଯେହ୍ନେ ସ୍ୟନ୍ଦନ ।କମ୍ପି ଉଠିଲେ ବିଶ୍ୱମ୍ଭରା ଜନନୀ,ଋଷିଲେ ଗଙ୍ଗା ରଘୁକୁଳପାବନୀ,ଜୀମୂତ ଆବରଣେ ଦେବ ଭାସ୍କରଲୁଚିଲେ ତମୋମୟ କରି ଅମ୍ବର ।ହେଲା ସେ ରଥ ଯହୁଁ ଦୃଷ୍ଟି ଅତୀତ,ପତିପ୍ରାଣା ଜାନକୀ ହେଲେ ମୂର୍ଚ୍ଛିତ,ବାତାହତ କନକପ୍ରତିମା ପରିପଡ଼ିଲେ ମହୀତଳେ ରଘୁସୁନ୍ଦରୀ ।ମିହିରକୁଳଲକ୍ଷ୍ମୀ ମୈଥିଳୀଦଶାଦେଖିଣ ଭାଗୀରଥୀ ଦୁଃଖେ ବିବଶା,ତ୍ୱରିତ ବଧୂ ମୋହ ବିନାଶ ଆଶେଶୀକରଶୀତବାୟୂ ପେଷିଲେ ପାଶେ ।ଚେତନା ଲଭି ଦେବୀ ବହୁତ କ୍ଷଣେଏକାକିନୀ ସେ ଘୋର ବିଜନ ବନେ,ମରମଭେଦୀ ଶୋକେ ହୋଇ ବିକଳକହିଲେ ସାଧ୍ୱୀ ବର୍ଷି ଲୋତକଜଳ ।‘ଚରଣପଦ୍ମ ତଳୁ, ଦୟାସାଗର !ସତେ କି ଏ ଦାସୀକି କଲ ଅନ୍ତର ?‘କେମନ୍ତେ କହ, ପ୍ରଭୁ ! ବଞ୍ଚିବି ଦିନ‘‘ହରାଇ ଯେ ଯୁଗଳ ପଦନଳିନ ?‘କାହା ଶରଣ କହ, ହେ ରଘୁରାଜ !ଜାନକୀ ଅଭାଗୀନି ପଶିବ ଆଜ ।‘ଭୟେ ଅସ୍ଥିର ଯେବେ ହେବ ହୃଦୟ,‘‘କିଏ ଅଭୟ ଦେବ ହେ ଦୟାମୟ ?ଦାବାଗ୍ନିରୂପେ ଯେବେ ଦୁଃଖ-ଅନଳଦହିବ ହୃଦବନ ହୋଇ ପ୍ରବଳ-‘କିଏ ହେ ନାଥ, ସ୍ନେହସଲିଳ ଦାନେଶୀତଳ କରିବ ଏ ଦଗ୍ଧ ପରାଣେ ।ଆଉ କି ପ୍ରଭୁ ! ଏହି ଦଗ୍ଧ ନୟନଦେଖିବ ନାହିଁ ସେହି ସୌମ୍ୟ ବଦନ ?ଆଉ କି ଏ ଜନମେ ଏ ଅଭାଗୀନିଏ ଦଗ୍ଧ ବକ୍ଷେ ରଖି ସେ ପାଦ ବେନି‘ଶମିବ ନାହିଁ କହ, ହେ ରଘୁପତି !ହୃଦୟ ଜ୍ଜ୍ୱାଳା ତାର, ଦାରୁଣ ଅତି ?‘ଆଉ କି, ଜୀବିତେଶ ! ସେ ପାଦତଳେଅଭାଗୀନି ଜାନକୀ ବସି ବିରଳେ‘ଶୁଣିବ ନାହିଁ ସେହି ମଧୁର ଭାଷା ?‘‘ଦାସୀ ପକ୍ଷେ କି ପ୍ରଭୁ ଶେଷ ଏ ଆଶା ?‘ଏ ପୋଡ଼ା ପ୍ରାଣେ ଆଉ କି ପ୍ରୟୋଜନ ?‘‘ତୁମ୍ଭ ବିନା ଏ ବିଶ୍ୱ ଜୀର୍ଣ୍ଣ କାନନ ।ଅଭାଗୀନିକୁ ଯେ ତରୀରେ ଦେବର‘ଆଣିଲେ ବହି ଏହି ବନ ଭିତର,‘ଭାସଇ ଏକା ଆହା ଜାହ୍ନବୀ ଜଳେ,କର୍ଣ୍ଣଧାର ବିହୁନେ କମ୍ପେ ବିକଳେ ।‘ପ୍ରବଳ ପ୍ରଭଞ୍ଜନ ଯୋଗେ କରାଳ,କ୍ଷଣେ ଗ୍ରାସିବେ ତରୀ ରତଙ୍ଗମାଳ ।ନତୁବା ଫିଙ୍ଗି ତାକୁ ତଟ ଉପରନାଶିବେ ଚୂର୍ଣ୍ଣ କରି ତା କଳେବର ।ଆଜି ଏ ଭବଜଳେ ଏ ଦଶା ସିନାଅଭାଗୀନିର ପ୍ରଭୁ, ସେ ପଦ ବିନା ।‘ସେ ପଦ ବିନା ଆହେ ରାଘବପତି,କାହିଁ ଏ ପାପୀୟସୀ ଦାସୀର ଗତି ?‘ଅତି କୋଠର ପ୍ରଭୁ ଦାସୀର ଜୀବ,ବଞ୍ଚିଛି ଯାହା ଛାଡ଼ି ପଦରାଜୀବ !‘ଏତିକି ଭିକ୍ଷା, ନାଥ, ଯେହ୍ନେ ପ୍ରାଣାନ୍ତେଦାସୀ ପାଇବ ସ୍ଥାନ ସେ ପଦ ପ୍ରାନ୍ତେ ।ଏମନ୍ତ ଭାଷି ଶୋକେ ବିହ୍ୱଳ ଅତି,କୁରରୀ ପ୍ରାୟ ଉଚ୍ଚେ କାନ୍ଦିଲେ ସତୀ ।ଦେବୀଙ୍କ ଦୁଃଖେ ବନସ୍ଥଳୀ କାତରକାନ୍ଦିଲା ବହୁ ପ୍ରତିଧ୍ୱନି ଛଳର ।‘ତେଜିଲେ ନୃତ୍ୟ ବର୍ହିକୁଳ ବିକଳ,‘ହରିଣୀଏ ଛାଡ଼ିଲେ ତୃଣ କବଳ,ମହୀରୁହନିବହ ପୁଷ୍ପ ଭୂଷଣଫିଙ୍ଗିଲେ ଅଙ୍ଗୁ ମହୀତଳେ ତକ୍ଷଣ ।କୁଶ ସମିଧ ପୂତ ହୋମସାଧନଆହରିବା ଆଶୟେ ଭ୍ରମୁ କାନନପୁରାଣ କବି ବୃଦ୍ଧ ମୁନି ଈଶ୍ୱର-(ଗଗନ ବନେ କ୍ରୂର ନିଷାଦ ଶର-ବିଦ୍ଧ କ୍ରୋଞ୍ଚ ବିହଙ୍ଗ ଅବଲୋକନେଶୋକ-ଉଚ୍ଛ୍ୱାସ ଯାର ବହିଣ ଘନେଶ୍ଳୋକରୂପେ ମୋହିଲା ସର୍ବ ଅବନୀ)ଚକିତେ ଶୁଣିଲେ ସେ କ୍ରନ୍ଦନଧ୍ୱନି ।ମିଳିଲେ ଯାଇ ଯହିଁ ଏକା ସୁନ୍ଦରୀଗଗନେ ରାହୁ ଗ୍ରାସେ ଶଶାଙ୍କ ପରି ।ପୋଛିଣ ଅଶ୍ରୁଧାରା ଭକତିଭରେନମିଲେ ରଘୁବଧୂ ମୁନି ପୟରେ ।ଗର୍ଭଲକ୍ଷଣ ଦେଖି ମୁନି ପୁଙ୍ଗବ‘‘ବିଶାଳଯଶା ବୀର ତନୟ ଲଭ ।’’ଏମନ୍ତ ସୁଆଶିଷ ମୁନି ପ୍ରଦାନିଭାଷିଲେ ଶାନ୍ତଚେତା ସାନ୍ତ୍ୱନା ବାଣୀ ।‘ଜାଣିଲି ଧ୍ୟାନେ, ସତି, ରାବଣ-ଅରିତେଜିଲେ ତୋତେ ମିଥ୍ୟାପ୍ରବାଦେ ଡରିସଖା ମୋହର, ବତ୍ସେ, ତୋର ଶ୍ୱଶୁର,ବ୍ୟାପିଛି ଯାର ଯଶ ଏ ତିନିପୁର ।ଜ୍ଞାନିଜନମାନଙ୍କ ହିତକାରକମୋହମୟା-ସଂସାର-ଦୁଃଖନାଶକମିଥିଳାନାଥ ମୁକ୍ତିତତ୍ତ୍ୱଦରଶୀପିତା ତୋହର ରାଜଶ୍ରେଷ୍ଠ ରାଜର୍ଷି ।ତୁ ପୁଣି ସତୀକୁଳ ଅଗ୍ରତେ ସ୍ଥିତ,ତେଣୁ ତୋ ଦୁଃଖେ ମୁହିଁ ଅତି ଦୁଃଖିତ ।ଘେନ ଆଶ୍ରୟ, ବତ୍ସେ, ନିର୍ଭୟ ମନେହୃଦବିକାର ନାଶି ଏ ତପୋବନେ ।ଋଷି ସଙ୍ଗ ପ୍ରଭାବେ ଶ୍ୱାପଦେ ଯହିଁନିରୀହ ଶାନ୍ତଭାବେ ଅଛନ୍ତି ରହି ।‘ଏଥି ଗୋ ରଘୁବଧୂ, ତୋର କୁମାରଲଭିବେ ବିଧିମତେ ଜାତସଂସ୍କାର ।‘ମୁନି ଆଶ୍ରମେ ପୂର୍ଣ୍ଣ ତମସା ତୀର,ସଂସାର-ତମୋନାଶୀ ଏ ନଦୀ ନୀର ।‘ଅବଗାହିଣ ତହିଁ ନିତ୍ୟ ସୈକତେ,ସମ୍ପାଦି ବଳିକ୍ରିୟା ବିଦାନମତେ,‘ଚିନ୍ତା ଉଦ୍ବେଗ ମନୁ କର ଗୋ ଦୂର,ଭୁଞ୍ଜ ନିର୍ମଳ ଶାନ୍ତି ସୁଖ ପ୍ରଚୁର ।ନୀବାର ବୀଜ ଜାତ ବିନା କର୍ଷଣେଯତ୍ନେ ଆହରି ଫଳ ପୂଜା ସୁମନେ,ତୋ ନବ ଶୋକ ମୁନିକୁମାରୀଗଣହରିବେ ଭାଷି ମୃଦୁ ମଧୁ ବଚନ ।ଆଶ୍ରମର ତରୁଣ ତରୁନିକରେଯତନେ ବଢ଼ାଇଣ ଘଟଜଳରେ,ନିରେଖିବ ଆଗରୁ ତନୟ ମୁଖଲଭିବୁ ତନୟର ପାଳନ-ସୁଖ ।ଭାଷି ଏସନ ବୃଦ୍ଧ ଯତିପ୍ରବରନେଲେ ସୀତାଙ୍କୁ ତପୋବନ ଭିତର,ସାୟାହ୍ନେ ବେଦୀ ଚଉଦିଗେ ଶୟାନରୋମନ୍ଥେ ରତ ଯହିଁ କୁରଙ୍ଗମାନ ।ବେଗେ ଆସିଣ ମୁଗ୍ଧ ମୁନିକୁମାରୀଅଞ୍ଚଳେ ପୋଛି ସୀତା ନୟନବାରିସାନ୍ତ୍ୱନା ବାକ୍ୟେ ରଘୁକାନ୍ତା ହୃଦୟପ୍ରବୋଧି ଘେନିଗଲେ ନିଜ ନିଳୟ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ