ନିଶୀଥ–ଚିନ୍ତା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୧
- ସ୍ଥିତି
- ସାର୍ବଜନୀନ (Public domain)
କାହିଁ ଏବେ ସେ ଚହଳ, ଯାର ଘୋର ରୋଳକରିଥିଲା ଏତେକାଳ ଶ୍ରବଣ ବଧିର !କାହିଁ ସେହି ଚଞ୍ଚଳତା-ଲହରୀ-ହିଲ୍ଲୋଳ,ଯାହା ଘେନି ଜୀବକୁଳ ସତତ ଅଧୀର !ନାହିଁ ସେହି ଚଞ୍ଚଳତା, ନାହିଁ ସେ ଚହଳ ।କଣ୍ଠେ ତାରାମୟ ହାର ରଜନୀ ସୁନ୍ଦରୀ(ଅଟେ ଯହିଁ ମଧ୍ୟମଣି ଇନ୍ଦୁ ସୁନିର୍ମଳ)କୌମୁଦୀ ବସନେ ସ୍ୱର୍ଗଧାମୁଁ ଇନ୍ଦୁ ଅବତରିବରଷନ୍ତି ଶିଶିରାଶ୍ରୁ ପ୍ରେମେ ବିଭୁ ମହିମା ସୁମରି ।ସୁନୀଚ କୁଟୀର କିମ୍ବା ତୁଙ୍ଗ ରାଜାଳୟ,ସାଗରର ବକ୍ଷ ଅବା ପର୍ବତଶିଖର,ବିଳାସଭବନ, କାରାଗାର ତମୋମୟ,ବିଜନ କାନନ କିମ୍ବା ସଜନ ନଗର,ନୀରବ ଭାବରେ ସବୁ ଏକାଳରେ ସ୍ଥିତ;ବିଭୁଙ୍କ ଗମ୍ଭୀରଦେଶ ଶବଣ କାରଣପ୍ରେମାବେଶେ ଆହା ଯେହ୍ନେ ସର୍ବେ ଅବହିତ !ସହସା ହେଲା କି ସ୍ୱର୍ଗ ଏ ଭବ ଭବନଭାବୁକ କଳ୍ପନା ଏବେ ମୁଗ୍ଧ ହୋଇ ପାଞ୍ଚଇ ଏସନ ।ହିତକାରୀ ନିଦ୍ରାଦେବୀ ବିରାମଦାୟିନୀବାହ୍ୟଜ୍ଞାନ ମନୁଷ୍ୟର ହରି ମୃଦୁ ବଳେ,ସଙ୍ଗେ ଘେନି ସ୍ୱପ୍ନଦେବୀ ଭ୍ରାନ୍ତି-ବିଳାସିନୀଜଗତରେ ଆଦିପତ୍ୟ କରନ୍ତି ବିରଳେ ।ସ୍ୱପ୍ନ ମାୟାବଳେ ଦୁଃଖୀ ଅନାଥ ନିର୍ଦ୍ଧନଚିନ୍ତାଶ୍ରୁ ପାସୋରି ଭୋଳେ ଭୁଞ୍ଜେ ରାଜସୁଖସନ୍ତାନବିହୀନା ନାରୀ ଚୁମ୍ବେ ପୁତ୍ରମୁଖ ।ବୈଧବ୍ୟବିଧୁରା ବାଳା ଲଭି ଆଲିଙ୍ଗନପ୍ରାଣପତି ଉତ୍ସଙ୍ଗରେ କୁତୂହଳେ କରଇ ଶୟନ ।ଶୂନ୍ୟାସନେ ଶାନ୍ତିଦେବୀ ଧବଳବସନାଧରି କରକମଳରେ ଦଣ୍ଡ ଜ୍ୟୋତ୍ସ୍ନାମୟସୁପବିତ୍ର ସ୍ୱରେ ସତୀ ଅମୃତବଚନାଏ ଗମ୍ଭୀର ଉପଦେଶ ସତ୍ୟ ସୁଧାମୟଢାଳୁଛନ୍ତି ଜ୍ଞାନିଜନମାନଙ୍କ ଶ୍ରବଣେ-କେତେକାଳ ଭୁଲିଥିବ ଶାନ୍ତି ନିକେତନେ,କେତେକାଳ ମୁଗ୍ଧ ହୋଇ ରହିବ ସଂସାରେ,ବାଞ୍ଛା ଯଦି ନିତ୍ୟ ସୁଖ, ଆର୍ତ୍ତ ହାହାକାରେଆଶ୍ରା କର ଧର୍ମପଥ, ପଡ଼ ଯାଇ ବିଭୁଙ୍କ ଚରଣେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ