ଶରତ୍ ପ୍ରଭାତ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୬
- ସ୍ଥିତି
- ସାର୍ବଜନୀନ (Public domain)
ଛାଡ଼ି ବନ୍ଧୁ ନଗର-ଚହଳ,ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳଯାହାଙ୍କର ଚିତ୍ତାକାଶେ ସର୍ବଦା ଉଜ୍ଜ୍ୱଳ ।ବନ୍ଧୁ, ଏହି ଶରତ ସମୟ,ଗ୍ରାମରେ ବୁଲିବା ଆଜି, ଦେଖିବା କେମନ୍ତେ ସାଜିପ୍ରକୃତି ସୁନ୍ଦରୀ ହରେ ଭାବୁକ ହୃଦୟ,କରିବା ବିବିଧ ଗଳ୍ପେ ଚିତ୍ତ ବିନିମୟ ।ପଲ୍ଲୀଶୋଭା ବଳଇ ବଚନ,ଦିନମଣି ପ୍ରତ୍ୟାଗମେ ଶତ ଶତ ବିହଙ୍ଗମେକରନ୍ତି ସଙ୍ଗୀତ ଯେହ୍ନେ ବୈତାଳିକଗଣ,ଦେଖି ଅରାତିବିଜୟୀ ଭୂପ ଆଗମନ ।ଏବେ ମନ୍ଦ ସମୀର ସଞ୍ଚରେ,ଚୁମ୍ବି ଫୁଲ ନଦୀ ପର୍ଣ୍ଣେ ସଦା ପ୍ରେମକାଣ୍ଡ ବର୍ଣ୍ଣେଲାଜେ ଭୟେ ଆହା ତହୁଁ ଫୁଲ ଥରଥରେ,ନଦୀ କଳକଳେ, ପୁଣି ପର୍ଣ୍ଣ ମରମରେ ।ବନେ ଭ୍ରମେ ବିଭ୍ରମୀ ଭ୍ରମର,ଯେ ପୁଷ୍ପର ଗନ୍ଧଧନ ହରିଥାଏ ସମୀରଣ,ଘୃଣାଭରେ ତେଜେ ତାକୁ ଯେସନ ନାଗରଦେଖି ତାର ବନିତାର କୁଳଟାବେଭାର ।ନିରେଖିବା କୁସୁମନିକର,ଭାରତେ କବିସମ୍ବଳ, ରମ୍ୟ କୁମୁଦ କମଳଅସିତା ଅପରାଜିତା ମାଳତୀ ସୁନ୍ଦରସୁକୁମାର ଶେଫାଳିକା ଧବଳ ଟଗର ।କି ସୁନ୍ଦର କେଦାର ଶ୍ୟାମଳ !ତହିଁ ଶସ୍ୟାବଳୀ ରଙ୍ଗେ ଖେଳୁଣଥାନ୍ତି ତରଙ୍ଗେ,ତା ଦେଖି ଆନନ୍ଦେ ଗାଏ କୃଷକ ସରଳ ।କିଏ ସୁଖୀ ନୋହେ ଆଶା ହୋଇଲେ ସଫଳ ?ହାସ୍ୟମୟୀ ଉଷା ଆଗମନେତେଜିଣ ବେଗେ ପହୁଡ଼ ଗୋଧନ ଘେନି ଗଉଡ଼ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେଗୋଷ୍ଠକୁ ଗମଇ ଧୀରେ ଆହ୍ଲାଦିତ ମନେ ।କାଖେ ଘେନି ସଲିଳ କଳସପଲ୍ଲୀସୀମନ୍ତିନୀଗଣ ରଙ୍ଗେ କରନ୍ତି ଗମନ,ଅନାଇ ଜଳ-ଦର୍ପଣେ ମୁଖ-ତାମରସମୁଗ୍ଧ ହୋଇ ନିଜ ରୂପେ ଲଭନ୍ତି ହରଷ ।ନଦୀ କୂଳେ ସରୋବର ତୀରେସରଳା କୁମାରୀଚୟ ତୋଳି ନୀଳ କୁବଳୟପୂଜନ୍ତି ଦେବ ଶଙ୍କରେ ବାଲୁକାମନ୍ଦିରେ,ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ