ଶ୍ମଶାନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୧
- ସ୍ଥିତି
- ସାର୍ବଜନୀନ (Public domain)
ଅସ୍ତ ହେଲେ ରବି ଗ୍ରହରାଜ ଦିନମଣି,ତାରାମୟ ହାର ପିନ୍ଧି ଆସିଲା ରଜନୀ ।ଚନ୍ଦ୍ରମାର ସୁଧା-କରେ ପ୍ରଫୁଲ୍ଲ ଭୁବନ ,ମନ୍ଦ ମନ୍ଦ ବହେ ଗନ୍ଧବହ ସମୀରଣ ।ନୀଳାମ୍ବର-ଆଲିଙ୍ଗନେ ଅଧୀର ହୃଦୟପ୍ରସାରଇ ସିନ୍ଧୁ ବକ୍ଷ ନୀଳମଣିମୟ ।ଭ୍ରମିଲି ଏସନ କାଳେ ଅମ୍ବୁପତି ତଟେ,କଳ୍ପନା ଚିତ୍ରିଲା କେତେ ଛବି ଚିତ୍ତ-ପଟେ ।ଭ୍ରମୁଁ ଭ୍ରମୁଁ ଏକସ୍ଥାନେ ହେଲି ଉପନୀତ,ଭୀଷଣ ଶ୍ମଶାନ ଯହିଁ ଅଟେ ବିରାଜିତ ।ଅସ୍ଥିମାଳା ନରମୁଣ୍ଡେ ଧବଳିତ ଦେଶ ,ଭସ୍ମରାଶି ଚିତାନଳେ ବିକଟ ବିଶେଷ ।ଭୀମ ନାଦେ ଚଉପାଶେ ବେଢ଼ି ଶିବାଗଣକ୍ରୂର ହର୍ଷେ ଶବରାଶି କରନ୍ତି ଭକ୍ଷଣ ।ପଡ଼ନ୍ତେ ନୟନ ମୋର ଏ ଭୀଷଣ ସ୍ଥଳଚମକିତ ଚିତ୍ତ କ୍ଷଣେ ହୋଇଲା ନିଶ୍ଚଳ ।ନ ଦିଶିଲା ଧରା କିମ୍ବା ସାଗର ଗଗନନିବାତ ନିଷ୍କମ୍ପ ହ୍ରଦେ ତରଙ୍ଗ ଯେସନ;ନ ସ୍ଫୁରିଲା ଭାବ-ଊର୍ମ୍ମି ଚିତ୍ତରେ ତେସନ ।କ୍ରମେ ଏ ଭାବନା ହୃଦୁଁ ହେଲା ତିରୋହିତ,ସ୍ମୃତି-ନଭେ ବହୁ ଛବି ହୋଇଲା ଉଦିତ ।ଗମ୍ଭୀର ଭାବସଙ୍କୁଳ ହୋଇଲା ମାନସ ।ବର୍ଷାଗମେ ହଂସେ ଯଥା ବେଢ଼ନ୍ତି ମାନସ ।ସ୍ୱର୍ଗୀୟ ଆନନଶିରୀ ମୃତ ମାତାଙ୍କର,ନବୀନ କୁସୁମ ପ୍ରଭା ମୃତ ଭଗିନୀର,ମୃତ ଜ୍ଞାନଦାତା ପୁଣି ମୃତ ପରିଜନନୟନ ଆଗରେ ଯେହ୍ନେ ନାଚିଲେ ତକ୍ଷଣ ।ଆବର ଚିନ୍ତିଲି ଇହ ପରକାଳ କଥା ,ସ୍ୱରଗ ଆନନ୍ଦ ଶାନ୍ତି ନରକର ବ୍ୟଥା ।ଏମନ୍ତ ବହୁତ ଭାବ ହୃଦୟ–ଅମ୍ବରେବିଜୁଳି ସମାନ ଉଇଁ ଲିଭିଲେ ସତ୍ୱରେ ।ସଂସାରର ଅନିତ୍ୟତା-ତତ୍ତ୍ୱ-ଚିନ୍ତା-ଘନଅବଶେଷ ମାନସକୁ କରିଲା ଆଚ୍ଛନ୍ନ ।ଚିରସ୍ଥାୟୀ ନୁହେ କିଛି ସକଳ ଅସ୍ଥିର,ଜୀବନ ଯୌବନ ଧନ ପଦ୍ମପତ୍ରନୀର ।ରାଜା ପ୍ରଜା ମୂର୍ଖ ଜ୍ଞାନୀ ଦୁଃଖୀ ଧନବାନ,ନିଷ୍ଠୁର ଶମନଠାରେ ସମସ୍ତେ ସମାନ ।ବୃଥା ନର ଅହଂକାର ପଦର ଗୌରବ,ନିମେଷେ ବିଲୋପୀ କାଳ କରେ ସବୁ ଖର୍ବ ।ଉଚ୍ଚ ଅଭିଳାଷୀ ଯେଉଁ ମଦମତ୍ତ ନରପ୍ରତିବାସୀ-ସ୍ୱତ୍ୱନାଶେ ସର୍ବଦା ତତ୍ପର,ପାସୋରି ମତ୍ସର ଭାବ ଚିରକାଳ ପାଇଁ ।ଏହି ସ୍ଥାନେ ସେହି ବ୍ୟକ୍ତି ବିଲୟ ଭଜଇ ।ସମର ମଦରେ ମାତି ଯେଉଁ ବୀରବରଭୀଷଣ ବଳରେ ନାଶି ଅରାତିନିକରଲଭେ ଅରିନ୍ଦମ ନାମ ଏ ଭବଭବନେ,ପାସୋରି ବିଜୟଚିନ୍ତା ଯଶୋରୂପଧନେପରିଣତ ଆହା ସେହି ଭସ୍ମ-ଆସ୍ତରଣେ !ପ୍ରିୟପତି ଅଙ୍କ ଛାଡ଼ି ନବୀନା କାମିନୀକାଳବଶେ ଏହିଠାରେ ଭସ୍ମବିଳାସିନୀ ।ଘୋଟିଲେ ପୟୋଦ, ପ୍ରଭାକର ପ୍ରଭାତରେଅନ୍ଧକାର କରି ବିଶ୍ୱ ଲୁଚନ୍ତି ଅମ୍ବରେ ।ସେହିପରି ତମୋମୟ କରି ନିଜ ଘରପଡ଼ନ୍ତି ବାଳକ କେତେ ଶମନ ମୁଖର ।ନବ ବିକଶିତ ପୁଷ୍ପ ସମାନ ସୁନ୍ଦର,କେତେ ନବ ଶିଶୁ ମାତା ପିତା ମନୋହର,ଅକାଳେ ଜନନୀ କୋଳୁଁ ହୋଇ ବିଶ୍ଳେଷିତହୁଅନ୍ତି ଭୀମ ଶ୍ମଶାନ ଗର୍ଭରେ ନିହିତ ।ଯମର ତାଡ଼ନେ ଏହିପରି ଜୀବରାଶିହୁଅନ୍ତି ସକଳ ତେଜି ଶ୍ମଶାନନିବାସୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ