ଶ୍ମଶାନ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୪
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନ ସଂଧ୍ୟା ସାଥିଟି ତୁ ମୋର, ଶ୍ମଶାନରେ,କେତେ ଜଗତର ଚିତ୍ର ରଖିଚୁ ରୁଦ୍ର କୋଳେ ।କେତେ ଜୀବନର ସପନ ତୋ ତୀରେ ଯାଇଚି ଲୋଟିଡହ ଡହ ତୋର ଅନଳ ଉଠିଛି ଦିବସ ରାତି ।ନୀରବ ତୋହର ବିଜନ ପଥେସୁଖ ଦୁଖ ଭରା ଖସଡ଼ା ତଟେନିଠୁର ଏ ତୋର ବକ୍ଷ ତଳେକେତେ ଜଗତର ସ୍ୱପ୍ନ ଥୋଇଛୁ ରୁଦ୍ର ଭୋଳେ !ସେ ଦିନ ଉଠିଲା ସେ କି ଉତ୍ସବ ! କି ଅଭିନବ !ଚମକି ପଡ଼ିଲା ଭୋଳାନାଥ ସେହି ପାଗଲ ଶିବ !ଝରୁଥିଲା ତହିଁ ଚିର ଆଷାଢ଼ର କୁଳୀଶ ଧାରାଥରି ଉଠୁଥିଲା ଧରଣୀ ବକ୍ଷେ ସକଳ ଭାରା,ନଥିଲା ତପନ ନଥିଲା ତାରା,ନଥିଲା ଏ ଗ୍ରହ ଅଗ୍ନି ମାଳା,ଖାଲି ତୁ ସେ କାଳେ ଶ୍ମଶାନରେକଙ୍କାଳ ବୁକୁ ଖଙ୍କାଳି ଦେଇ ଥିଲୁ ଏ ତଳେ ।କେତେ ଯେ ଜନମେ ମରଣ ସାଗର ହୋଇଛି ପାରିକେତେ ଯଉବନେ ଲଙ୍ଘିଛି ବନ ଗହନ ଗିରି,କେତେ ଦୁର୍ବହ ଭାରା ବହି ବୁକେ ତୋହରି ପାଶେବାହୁଡ଼ି ଆସିଚି ଆରେ ଶ୍ମଶାନ ମୁଁ ଅବଶେଷେ,ସେ କଥା—ସେ ଶତ ଜନମ ଗାଥାସେ ଯଉବନର ଗୋପନ ବ୍ୟଥାସେ ବୁକୁ ତଳର ମୋହନ ବାଣୀଏତେବେଳେ କି ରେ ଜୀବନ ଦୁଆରେ ପାରିବି ଜାଣି ?ରାଜା ବା ହୋଇଚି, ଭିକାରି ବେଭାରେ ବୁଲିଛି କାହିଁସେ ମୋ ଇତିହାସ ଏ ମର ଜନମେ ଜାଣିବି ନାଇଁ ?ହାତ ଟେକି କା’ରେ ଅର୍ପିଛି ଧନ, ଘେନିଛି ଅବାମୁକ୍ତି ଆଶାରେ ଗଢ଼ିଛି କାହିଁ ବା ଜୀବନ ସଭା-ଚପଳ ଲୋଚନ ଲୋତକ ଧାରେକପୋଳ ପରଶି ପୀରତି ଭରେକାହାରେ ବିଦାୟ ଦେଇଛି ହସିଫୁଟି ନାଇଁ ଫୁଲ, ଲୁଚିନି ଜ୍ୟୋତ୍ସ୍ନା, ପାହିନି ନିଶି !ଆଜି ଏ କାହାଣୀ ଶ୍ମଶାନ ମୋର କହିବୁନି କିଜନମେ ଜନମେ ତୋ କାହାଣୀ ପରା ରହିଚି ବାକି ?ଇଙ୍ଗିତେ ତୋର ଜୀବନ ଦୁଆରେ ଲାଗିଲେ ନାଟଲୁଚିଯାଏ ପରା ପ୍ରାଣ-ନୀଳାଚଳ ସାହାଣ ବାଟନୀରବ ତୋହର ବିଜନ ପଥେସୁଖ ଦୁଖ ଭରା ଖସଡ଼ା ତଟେନିଠୁର ଏ ତୋର ବକ୍ଷ ତଳେକେତେ ଜଗତର ସ୍ୱପ୍ନ ଥୋଇଛୁ ରୁଦ୍ର-ଭୋଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର