ମୋର ଯଉବନ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୯
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନର ମୋର ମରଣ-ମଧୁର ପଥେଯଉବନ ! ଆଜି ବରଣ କରୁଛି ତତେ,ତୋହରି ସାହସେ ଅକୂଳେ ଦେଉଛି ଚାଳିସୁଦୂରର ମୋର ଆକୁଳ-ବାସନା-ତରୀ ।ଜାଣୁଛି, ଭେଟିବି ଗଭୀର ଝଞ୍ଜା ରାଶିସଚକିତ ମୋର ତରଣୀ ନାଚିବ ଭାସି ।ପରଶିବ ମୋର ଅଳକେ ବଜ୍ର-କରଶଂକିତ କରି ତରୁଣ-କୁଞ୍ଜ-ପୁର ।ସେଦିନ ଏ ମୋର ଭଗ୍ନ କୁଟୀରେ ଥାଇକରୁଣ ମରମେ ଉଜାଣି ଆଣିବ ବୋହି ।ଆଣିଥିବ ତବ କପୋଳେ ଅଗ୍ନିଶିଖା—ନବ ଅଭିସାରେ ତରୁଣ-ଭୀଷ୍ମ-ଲେଖା ।ରଜନୀ ତିମିରେ ଦୁର୍ବାର ଆଶାପଥ ବା ଭୁଲିବ ଲବେବ୍ୟଥିତ ନୟନୁ ଅଶ୍ରୁ ଖସିବସଙ୍ଗୀବିହୀନ ଭବେ,ମରୀଚିକା ଅବା ପାଗଲ-ଜ୍ୟେଷ୍ଠ-ମାସେବାରଣ କରିବ ପଥ ମୋ କ୍ଳାନ୍ତ ବେଶେ,ତହିଁ, ମାନିବ ନାହିଁ ସେ ମନା ତାର ଯଉବନ !ସେ ଦିନ ତିମିରେ ଚାଲିବ ସୁଦର୍ଶନ ।ଚପଳ ଏ ମୋର ବୁକୁରେ ପାଷାଣ ଛାଇସନ୍ନ୍ୟାସୀ କରି ଛାଡ଼ିଦେବ ମୋତେ ତହିଁ ।ହାସ ଝର ଝର ପୂର୍ଣ୍ଣମୀ ଅବସରେଶୋଇବା ପଡ଼ିବି ତମାଳ କୁଞ୍ଜ ତଳେ,କଳ କଳ ଖେଳେ ଯମୁନା ପୁଳିନେ ବସିଆନ ଆଶେ ଅବା ପୁହାଇ ଦେବି ମୋ ନିଶି-ତହିଁ, ବିକଟ ହାସ୍ୟେ ପିଞ୍ଜରା ମୋର ଚିରିଶୁଣାଇବ ତବ ଉଦ୍ଦାମ-ରଣଭେରୀ ।ଚମକି ନାଚିବ ତନ୍ତ୍ରୀ ମୋ ଅନିବାରଗଳାରେ ଝୁଲାଇ ମରଣ-ବରଣ-ମାଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର